Biblia Todo Logo
Bib sou entènèt

- Piblisite -




ଆଦି ପୁସ୍ତକ 11:1 - ପବିତ୍ର ବାଇବଲ

1 ବନ୍ୟା ପରେ ପୃଥିବୀରେ ଏକ ପ୍ରକାର ଭାଷା କହୁଥିଲେ। ସମସ୍ତ ଲୋକ ଏକ ପ୍ରକାର ଶବ୍ଦ ବ୍ୟବହାର କରୁଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ପୂର୍ବେ ସମୁଦାୟ ପୃଥିବୀରେ ଏକ ଭାଷା ଓ ଏକ ରୂପ ଉଚ୍ଚାରଣ ଥିଲା।

Gade chapit la Kopi

ଓଡିଆ ବାଇବେଲ

1 ପୂର୍ବେ ସମୁଦାୟ ପୃଥିବୀରେ ଏକ ଭାଷା ଓ ଏକ ରୂପ ଉଚ୍ଚାରଣ ଥିଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ପୂର୍ବେ ସମୁଦାୟ ପୃଥିବୀରେ ଏକ ଭାଷା ଓ ଏକରୂପ ଉଚ୍ଚାରଣ ଥିଲା।

Gade chapit la Kopi




ଆଦି ପୁସ୍ତକ 11:1
6 Referans Kwoze  

ଏହି ଶବ୍ଦ ଶୁଣିବା ମାତ୍ରେ ସେମାନଙ୍କ ଭିତରୁ ବହୁତ ଲୋକ ଆସି ଜମା ହୋଇଗଲେ। ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ, କାରଣ ସେମାନେ ନିଜେ ଯେଉଁ ଭାଷାରେ କଥା ହେଉଥିଲେ, ପ୍ରେରିତମାନେ ସେହି ସେହି ଭାଷାରେ କଥା ହେଉଥିବାର ଶୁଣିଲେ।


ତା'ପରେ ଆମ୍ଭେ ଅନ୍ୟ ଦେଶର ଲୋକମାନଙ୍କୁ ଏପରି ପରିବର୍ତ୍ତନ କରିବା ଯେ ସେମାନେ ସ୍ପଷ୍ଟ ଭାବରେ ସଦାପ୍ରଭୁଙ୍କର ନାମ ଉଚ୍ଚାରଣ କରିବେ। ସେମାନେ ସମସ୍ତେ ଏକତ୍ରିତ ହୋଇ ଆମ୍ଭକୁ ଉପାସନା କରିବେ।


ସେ ସମୟରେ, ମିଶରର ପାଞ୍ଚୋଟି ନଗରରେ ଲୋକ କିଣାନୀୟ ଭାଷା କହିବେ, ସେମାନେ ସଦାପ୍ରଭୁ ସର୍ବଶକ୍ତିମାନଙ୍କୁ ଅନୁସରଣ କରିବେ ବୋଲି ଶପଥ ନେବେ। ସେହି ପାଞ୍ଚ ନଗରମାନଙ୍କ ମଧ୍ୟରୁ ଏକ ନଗର, “ଉତ୍ପାଟନ ନଗର” ନାମରେ ଖ୍ୟାତ ହେବ।


ନିଜ ନିଜ ଗୋଷ୍ଠୀରେ ସେମାନଙ୍କ ବଂଶାବଳୀ ଅନୁସାରେ ଏମାନେ ନୋହଙ୍କର ସନ୍ତାନଗଣର ବଂଶ ଥିଲେ। ପୁଣି ଜଳପ୍ଳାବନ ପରେ ଏମାନଙ୍କଠାରୁ ଉତ୍ପନ୍ନ ନାନା ଗୋଷ୍ଠୀ ପୃଥିବୀରେ ବିଭକ୍ତ ହେଲେ।


ଲୋକମାନେ ପୂର୍ବ ଦିଗରେ ଭ୍ରମଣ କରୁ କରୁ ସେମାନେ ଶିନିୟର ଦେଶରେ ଏକ ସମତଳ ଭୂମି ପାଇଲେ। ଲୋକମାନେ ସେଠାରେ ବସତି ଆରମ୍ଭ କଲେ।


ସଦାପ୍ରଭୁ କହିଲେ, “ଏହି ସମସ୍ତ ଲୋକ ଏକ ଓ ସେମାନଙ୍କର ଭାଷା ଏକ, ସେମାନେ ଏହି କାମ କରିବାକୁ ଏକତ୍ରିତ ହୋଇଛନ୍ତି। ଏହା ତାଙ୍କର ଆରମ୍ଭ ମାତ୍ର। ସେମାନେ ଯେତେବେଳେ ଯାହା ଗ୍ଭହିଁବେ ତାହା କରିବେ।


Swiv nou:

Piblisite


Piblisite