Biblia Todo Logo
Bib sou entènèt

- Piblisite -




ଆଦି ପୁସ୍ତକ 1:9 - ପବିତ୍ର ବାଇବଲ

9 ଏହା ପରେ ପରମେଶ୍ୱର କହିଲେ, “ଆକାଶମଣ୍ଡଳ ଅଧଃସ୍ଥ ସମଗ୍ର ଜଳ ଏକ ସ୍ଥାନରେ ସଂଗୃହୀତ ହେଉ, ଯଦ୍ଦ୍ୱାରା ଭୂମି ଶୁଖିଲା ଦେଖାଯିବ” ଏବଂ ଏହିପରି ହେଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 ଅନନ୍ତର ପରମେଶ୍ଵର କହିଲେ, ଆକାଶମଣ୍ତଳର ଅଧଃସ୍ଥ ସମଗ୍ର ଜଳ ଏକ ସ୍ଥାନରେ ସଂଗୃହୀତ ହେଉ ଓ ସ୍ଥଳ ପ୍ରକାଶ ହେଉ; ତହିଁରେ ସେହିରୂପ ହେଲା।

Gade chapit la Kopi

ଓଡିଆ ବାଇବେଲ

9 ଏଥିଉତ୍ତାରେ ପରମେଶ୍ୱର କହିଲେ, “ଆକାଶମଣ୍ଡଳର ଅଧଃସ୍ଥ ସମଗ୍ର ଜଳ ଏକ ସ୍ଥାନରେ ସଂଗୃହୀତ ହେଉ ଓ ସ୍ଥଳ ପ୍ରକାଶ ହେଉ,” ତହିଁରେ ସେହିରୂପ ହେଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ଏଥିଉତ୍ତାରେ ପରମେଶ୍ୱର କହିଲେ, “ଆକାଶମଣ୍ଡଳର ଅଧଃସ୍ଥ ସମଗ୍ର ଜଳ ଏକ ସ୍ଥାନରେ ସଂଗୃହୀତ ହେଉ ଓ ସ୍ଥଳ ପ୍ରକାଶ ହେଉ,” ତହିଁରେ ସେହିରୂପ ହେଲା।

Gade chapit la Kopi




ଆଦି ପୁସ୍ତକ 1:9
17 Referans Kwoze  

ସୁଦୂର ଅତୀତରେ କ’ଣ ଘଟିଥିଲା, ସେମାନେ ତାହା ମନେ ପକାଇବା ପାଇଁ ଇଚ୍ଛା କରନ୍ତି ନାହିଁ। ଆକାଶମଣ୍ଡଳ ଥିଲା, ପରମେଶ୍ୱର ପାଣିରୁ ଓ ପାଣି ଦ୍ୱାରା ଜଗତକୁ ସୃଷ୍ଟି କଲେ। ପରମେଶ୍ୱରଙ୍କ ବାକ୍ୟ ଦ୍ୱାରା ଏହା ସାଧିତ ହେଲା।


ଯୂନସ ସେହି ନାବିକମାନଙ୍କୁ କହିଲେ, “ମୁଁ ଜଣେ ହିବ୍ରୁ ଏବଂ ସଦାପ୍ରଭୁଙ୍କୁ ଉପାସନା କରେ ଯିଏ କି ସ୍ୱର୍ଗର ପରମେଶ୍ୱର। ସେହି ହେଉଛନ୍ତି ପରମେଶ୍ୱର ଯିଏ କି ସମୁଦ୍ର ଓ ଦେଶର ସୃଷ୍ଟିକର୍ତ୍ତା।”


ନିଶ୍ଚିତଭାବରେ ତୁମ୍ଭେମାନେ ଆମ୍ଭକୁ ଭୟ କରିବାର କାରଣ ଅଛି,” ସଦାପ୍ରଭୁ କହନ୍ତି। “ହଁ, ତୁମ୍ଭେମାନେ ଆମ୍ଭ ସମ୍ମୁଖରେ ଭୟରେ ଥରିବାର କାରଣ ଅଛି। ଆମ୍ଭେ ବାଲୁକାସ୍ତୁପ ସ୍ଥାପନ କଲୁ, ଯେପରି ସମୁଦ୍ର ତା'ର ସୀମା ଲଙ୍ଘନ ନ କରିବ। ସମୁଦ୍ରରେ ଢେଉ ଉଠେ ଏବଂ ଏହାର କୌଣସି କ୍ଷତି କରେ ନାହିଁ। ଏହା ଘୋର ଗର୍ଜନ କରେ, ମାତ୍ର ଆମ୍ଭେ ସ୍ଥାପନ କରିଥିବା ସୀମା ଲଙ୍ଘନ କରେ ନାହିଁ।


ସକଳ ସମୁଦ୍ର ତାଙ୍କର, ସେ ସେଗୁଡ଼ିକ ସୃଷ୍ଟି କରିଛନ୍ତି। ଏବଂ ସ୍ଥଳଭାଗଗୁଡ଼ିକ ମଧ୍ୟ ପରମେଶ୍ୱର ତାଙ୍କର ନିଜ ହସ୍ତରେ ସୃଷ୍ଟି କରିଛନ୍ତି।


ନଦୀ ସବୁ ସମୁଦ୍ରକୁ ବହିଯା’ନ୍ତି। ତଥାପି ସମୁଦ୍ର ପୂର୍ଣ୍ଣ ହୁଏ ନାହିଁ। ନଦୀସବୁ ନିଜ ନିଜ ଗମନ ସ୍ଥାନକୁ ପୁନର୍ବାର ଗମନ କରେ।


ପରମେଶ୍ୱର ସମୁଦ୍ରରୁ ଜଳ ଆଣି ଗୋଟିଏ ସ୍ଥାନରେ ଏକତ୍ରିତ କଲେ। ସେ ସମୁଦ୍ରକୁ ତା ସ୍ଥାନରେ ରଖି ଦେଲେ।


ପରମେଶ୍ୱର ସମୁଦ୍ରରେ ଆକାଶ ଓ ପୃଥିବୀ ମଧ୍ୟରେ ଦି‌ଗ୍‌ବଳୟ ସୃଷ୍ଟି କରନ୍ତି। ଯେଉଁଠାରେ ଆଲୋକ ଓ ଅନ୍ଧକାର ପରସ୍ପର ସହିତ ମିଳିତ ହୁଅନ୍ତି।


ଯେ ନିତ୍ୟଜୀବିତ, ଯେ ଆକାଶ ଓ ତନ୍ମଧ୍ୟସ୍ଥ ସକଳ ବିଷୟ ଏବଂ ପୃଥିବୀ ଓ ତନ୍ମଧ୍ୟସ୍ଥ ସକଳ ବିଷୟ ସୃଷ୍ଟି କରିଛନ୍ତି, ତାହାଙ୍କ ନାମରେ ସେହି ସ୍ୱର୍ଗଦୂତ ଶପଥକରି କହିଲେ, “ଆଉ ଅଧିକ ବିଳମ୍ବ ହେବ ନାହିଁ।


ତୁମ୍ଭେ ଆକାଶର ଜଳରାଶି ଉପରେ ଘର କଲ। ତୁମ୍ଭେ ମେଘମାଳାକୁ ଆପଣା ରଥପରି କରିଅଛ। ତୁମ୍ଭେ ବାୟୁ ରୂପକ ପକ୍ଷ ଦ୍ୱାରା ଆକାଶରେ ଗମନାଗମନ କରୁଅଛ।


ପରମେଶ୍ୱର ଉତ୍ତର ଆକାଶ ବିସ୍ତାର କରନ୍ତି, ଶୂନ୍ୟ ସ୍ଥାନରେ ପରମେଶ୍ୱର ପୃଥିବୀକୁ ଶୂନ୍ୟରେ ଟଙ୍ଗାଇ ରଖନ୍ତି।


ପରମେଶ୍ୱର ସେହି ତୋରଣର ନାମ ଦେଲେ “ଆକାଶ” ତା'ପରେ ସେଠାରେ ପ୍ରଭାତ ଏବଂ ସୂର୍ଯ୍ୟାସ୍ତ ହେଲା। ଏବଂ ଏହା ଦ୍ୱିତୀୟ ଦିନ ଥିଲା।


ତୁମ୍ଭେ ହିଁ ପରମେଶ୍ୱର ଅଟ। ହେ ସଦାପ୍ରଭୁ, କେବଳ ତୁମ୍ଭେ ହିଁ ପରମେଶ୍ୱର ଅଟ। ତୁମ୍ଭେ ଆକାଶର ସୃଷ୍ଟିକର୍ତ୍ତା! ତୁମ୍ଭେ ହିଁ ଉଚ୍ଚ ସ୍ୱର୍ଗ ସୃଷ୍ଟି କରିଅଛ। ଏବଂ ସ୍ୱର୍ଗର ସମସ୍ତ ବସ୍ତୁ ତୁମ୍ଭେ ହିଁ ସୃଷ୍ଟି କରିଅଛ। ତୁମ୍ଭେ ପୃଥିବୀ ଓ ତହିଁରେ ସକଳର ସୃଷ୍ଟିକର୍ତ୍ତା। ତୁମ୍ଭେ ସମୁଦ୍ରର ସୃଷ୍ଟିକର୍ତ୍ତା ଏବଂ ତନ୍ମଧ୍ୟରେ ସମସ୍ତ ବସ୍ତୁର ସୃଷ୍ଟିକର୍ତ୍ତା। ତୁମ୍ଭେ ପ୍ରତ୍ୟେକର ଜୀବନଦାତା। ସ୍ୱର୍ଗୀୟ ଦୂତଗଣ ତୁମ୍ଭକୁ ଉପାସନା କରନ୍ତି।


Swiv nou:

Piblisite


Piblisite