Biblia Todo Logo
Bib sou entènèt

- Piblisite -




ଆଦି ପୁସ୍ତକ 1:8 - ପବିତ୍ର ବାଇବଲ

8 ପରମେଶ୍ୱର ସେହି ତୋରଣର ନାମ ଦେଲେ “ଆକାଶ” ତା'ପରେ ସେଠାରେ ପ୍ରଭାତ ଏବଂ ସୂର୍ଯ୍ୟାସ୍ତ ହେଲା। ଏବଂ ଏହା ଦ୍ୱିତୀୟ ଦିନ ଥିଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

8 ଆଉ ପରମେଶ୍ଵର ସେହି ଶୂନ୍ୟର ନାମ ଆକାଶମଣ୍ତଳ ଦେଲେ। ପୁଣି ସନ୍ଧ୍ୟା ଓ ପ୍ରାତଃକାଳ ହୋଇ ଦ୍ଵିତୀୟ ଦିବସ ହେଲା।

Gade chapit la Kopi

ଓଡିଆ ବାଇବେଲ

8 ଆଉ ପରମେଶ୍ୱର ସେହି ଶୂନ୍ୟର ନାମ ଆକାଶମଣ୍ଡଳ ଦେଲେ। ପୁଣି, ସନ୍ଧ୍ୟା ଓ ପ୍ରାତଃକାଳ ହୋଇ ଦ୍ୱିତୀୟ ଦିବସ ହେଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ଆଉ ପରମେଶ୍ୱର ସେହି ଶୂନ୍ୟର ନାମ “ଆକାଶମଣ୍ଡଳ” ଦେଲେ। ପୁଣି, ସନ୍ଧ୍ୟା ଓ ପ୍ରାତଃକାଳ ହୋଇ ଦ୍ୱିତୀୟ ଦିବସ ହେଲା।

Gade chapit la Kopi




ଆଦି ପୁସ୍ତକ 1:8
11 Referans Kwoze  

ପରମେଶ୍ୱର ସେହି ଆଲୋକର ନାମ ଦେଲେ “ଦିନ” ଏବଂ ଅନ୍ଧକାରର ନାମ ଦେଲେ “ରାତି।” ତହୁଁ ସନ୍ଧ୍ୟା ଓ ପ୍ରାତଃକାଳ ହେଲା। ଏହା ପ୍ରଥମ ଦିନ ଥିଲା।


ଏହା ପରେ ସନ୍ଧ୍ୟା ଏବଂ ସକାଳ ହେଲା। ଏହା ଚତୁର୍ଥ ଦିବସ ଥିଲା।


ପରମେଶ୍ୱର ଆପଣା ନିର୍ମିତ ସମସ୍ତ ବସ୍ତୁ ପ୍ରତି ଦୃଷ୍ଟି ଦେଲେ। ଏହା ପରମେଶ୍ୱରଙ୍କ ଦୃଷ୍ଟିରେ ଅତି ଉତ୍ତମ ଦିଶିଥିଲା। ଏହା ପରେ ସନ୍ଧ୍ୟା ଓ ତା'ପରେ ସକାଳ ହେଲା। ଏହା ଷଷ୍ଠ ଦିବସ ଥିଲା।


ସନ୍ଧ୍ୟା ହେଲା, ଏହା ପରେ ସକାଳ ହେଲା ଏବଂ ଏହା ପଞ୍ଚମ ଦିନ ଥିଲା।


ତହିଁରେ ସନ୍ଧ୍ୟା ଓ ପ୍ରାତଃକାଳ ହୋଇ ତୃତୀୟ ଦିବସ ହେଲା।


ପରମେଶ୍ୱର ଶୁଖିଲା ଭୂମିର ନାମ “ପୃଥିବୀ” ଦେଲେ ଏବଂ ଜଳସମୂହ ଭାଗର ନାମ ଦେଲେ, “ସମୁଦ୍ର” ଏହା ପରମେଶ୍ୱରଙ୍କ ଦୃଷ୍ଟିରେ ଅତି ଉତ୍ତମ ଦିଶିଥିଲା।


ପରମେଶ୍ୱର ସେମାନଙ୍କୁ ପୁରୁଷ ଓ ସ୍ତ୍ରୀ କରି ସୃଷ୍ଟି କଲେ ଏବଂ ସେହି ଦିନ ପରମେଶ୍ୱର ସେମାନଙ୍କୁ ଆଶୀର୍ବାଦ କଲେ ଏବଂ ସେମାନଙ୍କର ନାମ “ମନୁଷ୍ୟ” ଦେଲେ।


ଏହିପରି ପରମେଶ୍ୱର ତୋରଣ ନିର୍ମାଣ କଲେ ଏବଂ ତୋରଣ ଉପର ଜଳଠାରୁ ତୋରଣ ତଳ ଜଳକୁ ଅଲଗା କଲେ। ତହିଁରେ ସେହିପରି ହେଲା।


ଏହା ପରେ ପରମେଶ୍ୱର କହିଲେ, “ଆକାଶମଣ୍ଡଳ ଅଧଃସ୍ଥ ସମଗ୍ର ଜଳ ଏକ ସ୍ଥାନରେ ସଂଗୃହୀତ ହେଉ, ଯଦ୍ଦ୍ୱାରା ଭୂମି ଶୁଖିଲା ଦେଖାଯିବ” ଏବଂ ଏହିପରି ହେଲା।


ପରମେଶ୍ୱରଙ୍କର ପ୍ରଶଂସା କର ଯିଏ ତାଙ୍କ ବୁଦ୍ଧିରେ ଆକାଶମଣ୍ଡଳ ନିର୍ମାଣ କଲେ। ତାହାଙ୍କ ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।


ଏକ ସ୍ୱର୍ଗୀୟ ବାଣୀ, ଇସ୍ରାଏଲ ବିଷୟରେ ସଦାପ୍ରଭୁଙ୍କର ଏହି ବାର୍ତ୍ତା। ଏହା ହେଉଛି ସଦାପ୍ରଭୁଙ୍କର ବାର୍ତ୍ତା ଯିଏ କି ସ୍ୱର୍ଗକୁ ବିସ୍ତାର କରିଅଛନ୍ତି ଏବଂ ପୃଥିବୀକୁ ସ୍ଥାପନ କରିଅଛନ୍ତି। ସେ ହେଉଛନ୍ତି ଜଣେ ଯିଏ କି ମନୁଷ୍ୟମାନଙ୍କ ମଧ୍ୟରେ ନିଶ୍ୱାସପ୍ରଶ୍ୱାସ ସ୍ଥାପନ କରିଅଛନ୍ତି।


Swiv nou:

Piblisite


Piblisite