Biblia Todo Logo
Bib sou entènèt

- Piblisite -




ଆଦି ପୁସ୍ତକ 1:4 - ପବିତ୍ର ବାଇବଲ

4 ପରମେଶ୍ୱର ଆଲୋକକୁ ଦେଖିଲେ ଏବଂ ସେ ଜାଣିଲେ, ତାହା ଉତ୍ତମ, ଏହା ପରେ ପରମେଶ୍ୱର ଆଲୋକକୁ ଅନ୍ଧକାରରୁ ଅଲଗା କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 ଆଉ ପରମେଶ୍ଵର ଦୀପ୍ତିକି ଦେଖିଲେ ଯେ ତାହା ଉତ୍ତମ; ତହୁଁ ପରମେଶ୍ଵର ଅନ୍ଧକାରରୁ ଦୀପ୍ତିକି ଭିନ୍ନ କଲେ।

Gade chapit la Kopi

ଓଡିଆ ବାଇବେଲ

4 ଆଉ ପରମେଶ୍ୱର ଦୀପ୍ତିକୁ ଦେଖିଲେ ଯେ ତାହା ଉତ୍ତମ; ତହୁଁ ପରମେଶ୍ୱର ଅନ୍ଧକାରରୁ ଦୀପ୍ତିକୁ ଭିନ୍ନ କଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ଆଉ ପରମେଶ୍ୱର ଦୀପ୍ତିକୁ ଦେଖିଲେ ଯେ ତାହା ଉତ୍ତମ; ତହୁଁ ପରମେଶ୍ୱର ଅନ୍ଧକାରରୁ ଦୀପ୍ତିକୁ ଭିନ୍ନ କଲେ।

Gade chapit la Kopi




ଆଦି ପୁସ୍ତକ 1:4
10 Referans Kwoze  

ପ୍ରକୃତରେ ଆଲୋକ ସୁଖ ଦାୟକ, ପୁଣି ସୂର୍ଯ୍ୟାଲୋକ ଦେଖିବା ଆଶ୍ଚର୍ଯ୍ୟ ଅଟେ।


ତେଣୁ ମୁଁ ଦେଖିଲି, ଯେପରି ଅନ୍ଧାର ଅପେକ୍ଷା ଆଲୋକ ଉତ୍ତମ, ସେହିପରି ଜ୍ଞାନ ଅଜ୍ଞାନତାଠାରୁ ଭଲ।


ପରମେଶ୍ୱର ଦୀପ୍ତିଗଣକୁ ଆକାଶ ମଣ୍ଡଳରେ ଦିନ ଓ ରାତ୍ରିକୁ କର୍ତ୍ତୃତ୍ୱ କରିବା ପାଇଁ ସ୍ଥାପନ କଲେ। ଏହି ଜ୍ୟୋତିର୍ଗଣ ଅନ୍ଧକାରରୁ ଆଲୋକକୁ ପୃଥକ କଲେ। ଏହା ପରମେଶ୍ୱରଙ୍କ ଦୃଷ୍ଟିରେ ଅତି ଉତ୍ତମ ଦିଶିଥିଲା।


ପୃଥିବୀ ତୃଣ ଓ ନିଜ ନିଜ ଜାତି ଅନୁସାରେ ବୀଜୋଉତ୍ପାଦକ ଶାକ ଓ ନିଜ ନିଜ ଜାତି ଅନୁସାରେ ସବୀଜ ଫଳଉତ୍ପାଦକ ବୃକ୍ଷ ଉତ୍ପନ୍ନ କଲା, ଏହା ପରମେଶ୍ୱରଙ୍କ ଦୃଷ୍ଟିରେ ଅତି ଉତ୍ତମ ଦିଶିଥିଲା।


ପରମେଶ୍ୱର ଆପଣା ନିର୍ମିତ ସମସ୍ତ ବସ୍ତୁ ପ୍ରତି ଦୃଷ୍ଟି ଦେଲେ। ଏହା ପରମେଶ୍ୱରଙ୍କ ଦୃଷ୍ଟିରେ ଅତି ଉତ୍ତମ ଦିଶିଥିଲା। ଏହା ପରେ ସନ୍ଧ୍ୟା ଓ ତା'ପରେ ସକାଳ ହେଲା। ଏହା ଷଷ୍ଠ ଦିବସ ଥିଲା।


ପରମେଶ୍ୱର ଶୁଖିଲା ଭୂମିର ନାମ “ପୃଥିବୀ” ଦେଲେ ଏବଂ ଜଳସମୂହ ଭାଗର ନାମ ଦେଲେ, “ସମୁଦ୍ର” ଏହା ପରମେଶ୍ୱରଙ୍କ ଦୃଷ୍ଟିରେ ଅତି ଉତ୍ତମ ଦିଶିଥିଲା।


ଏହିପରି ପରମେଶ୍ୱର ବିଭିନ୍ନ ପ୍ରକାର ଜୀବିତ ପ୍ରାଣୀ ସୃଷ୍ଟି କଲେ। ପରମେଶ୍ୱର ସମସ୍ତ ଜୀବିତ ପ୍ରାଣୀଙ୍କୁ ସୃଷ୍ଟି କଲେ, ବିଭିନ୍ନ ପ୍ରକାରର ବୃହତ୍ ପ୍ରାଣୀ ଏବଂ ପ୍ରତ୍ୟେକ ସରୀସୃପ ପ୍ରାଣୀ ଆପଣା ଜାତି ଅନୁସାରେ ପୃଥିବୀ ଉପରେ ଗୁରୁଣ୍ଡୁ ଥିଲେ। ଏହା ପରମେଶ୍ୱରଙ୍କ ଦୃଷ୍ଟିରେ ଅତି ଉତ୍ତମ ଦିଶିଥିଲା।


ସଦାପ୍ରଭୁ ସମସ୍ତଙ୍କ ପ୍ରତି ମଙ୍ଗଳମୟ। ପରମେଶ୍ୱରଙ୍କର ହସ୍ତକୃତ ସମସ୍ତ କର୍ମ ଉପରେ ତାହାଙ୍କର ଦୟା ଥାଏ।


ସଦାପ୍ରଭୁ, ତୁମ୍ଭେ ଯାହା କରିଅଛ, ସେଗୁଡ଼ିକ ସମସ୍ତେ ତୁମ୍ଭର ପ୍ରଶଂସା କରନ୍ତୁ। ତୁମ୍ଭର ବିଶ୍ୱସ୍ତ ଅନୁସରଣକାରୀମାନେ ତୁମ୍ଭର ଧନ୍ୟବାଦ କରନ୍ତୁ।


ଆମ୍ଭେ ଆଲୋକ ସୃଷ୍ଟିକରୁ ଓ ଆମ୍ଭେ ଅନ୍ଧକାର ମଧ୍ୟ ସୃଷ୍ଟି କରୁ। ଆମ୍ଭେ ଶାନ୍ତି ରଚନା କରୁ ଓ ଅନିଷ୍ଟ ମଧ୍ୟ ସୃଷ୍ଟି କରୁ। ଆମ୍ଭେ ସଦାପ୍ରଭୁ ଏ ସମସ୍ତ ସାଧନ କରୁ।


Swiv nou:

Piblisite


Piblisite