Biblia Todo Logo
Bib sou entènèt

- Piblisite -




ଆଦି ପୁସ୍ତକ 1:24 - ପବିତ୍ର ବାଇବଲ

24 ଏହା ପରେ ପରମେଶ୍ୱର କହିଲେ, “ନିଜ ଜାତି ଅନୁସାରେ ପୃଥିବୀ ଜୀବିତ ପ୍ରାଣୀ ଉତ୍ପାଦନ କରୁ। ଜାତି ଶ୍ରେଣୀ ଅନୁସାରେ ବନ୍ୟଜନ୍ତୁଗଣ ଉତ୍ପନ୍ନ ହୁଅନ୍ତୁ।” ଏହା ପରେ ସେହିପରି ହେଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

24 ଅନନ୍ତର ପରମେଶ୍ଵର କହିଲେ, ପୃଥିବୀରେ ସ୍ଵ ସ୍ଵ ଜାତି ଅନୁସାରେ ପ୍ରାଣୀବର୍ଗ, (ଅର୍ଥାତ୍), ଗ୍ରାମ୍ୟପଶୁ ଓ ଉରୋଗାମୀ ଜନ୍ତୁ ଓ ସ୍ଵ ସ୍ଵ ଜାତି ଅନୁସାରେ ପୃଥିବୀର ବନ୍ୟପଶୁଗଣ ଉତ୍ପନ୍ନ ହେଉନ୍ତୁ; ତହିଁରେ ସେପରି ହେଲା।

Gade chapit la Kopi

ଓଡିଆ ବାଇବେଲ

24 ଏଥିଉତ୍ତାରେ ପରମେଶ୍ୱର କହିଲେ, “ପୃଥିବୀରେ ସ୍ୱ ସ୍ୱ ଜାତି ଅନୁସାରେ ପ୍ରାଣୀବର୍ଗ, (ଅର୍ଥାତ୍‍), ଗ୍ରାମ୍ୟପଶୁ ଓ ଉରୋଗାମୀ ଜନ୍ତୁ ଓ ସ୍ୱ ସ୍ୱ ଜାତି ଅନୁସାରେ ପୃଥିବୀର ବନ୍ୟପଶୁଗଣ ଉତ୍ପନ୍ନ ହେଉନ୍ତୁ,” ତହିଁରେ ସେପରି ହେଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

24 ଏଥିଉତ୍ତାରେ ପରମେଶ୍ୱର କହିଲେ, “ପୃଥିବୀରେ ସ୍ୱ ସ୍ୱ ଜାତି ଅନୁସାରେ ପ୍ରାଣୀବର୍ଗ, (ଅର୍ଥାତ୍‍), ଗ୍ରାମ୍ୟ ପଶୁ ଓ ଉରୋଗାମୀ ଜନ୍ତୁ ଓ ସ୍ୱ ସ୍ୱ ଜାତି ଅନୁସାରେ ପୃଥିବୀର ବନ୍ୟ ପଶୁଗଣ ଉତ୍ପନ୍ନ ହେଉନ୍ତୁ,” ତହିଁରେ ସେପରି ହେଲା।

Gade chapit la Kopi




ଆଦି ପୁସ୍ତକ 1:24
15 Referans Kwoze  

“ଆୟୁବ, ତୁମ୍ଭେ ବହେମୋତକୁ ଦେଖ। ମୁଁ ପରମେଶ୍ୱର, ସେହି ବହେମୋତକୁ ସୃଷ୍ଟି କରିଛି ଓ ତୁମ୍ଭକୁ ମଧ୍ୟ ମୁଁ ସୃଷ୍ଟି କରିଛି। ବହେମୋତ ଗାଈପରି ଘାସ ଖାଏ।


ସବୁପ୍ରକାର ପକ୍ଷୀ, ସର୍ବପ୍ରକାର ପଶୁ ଓ ସର୍ବ ପ୍ରକାର ଉରୋଗାମୀ ଜନ୍ତୁ ପ୍ରତ୍ୟେକ ଜାତିରୁ ଗୋଟିଏ ଗୋଟିଏ ଦମ୍ପତ୍ତି ଜୀବନ ରକ୍ଷା ପାଇଁ ତୁମ୍ଭ ନିକଟକୁ ଆସିବେ।


ସମସ୍ତ ପଶୁ ଏବଂ ଭୂମିରେ ଗୁରୁଣ୍ଡୁଥିବା ଜୀବିତ ପ୍ରାଣୀମାନେ ଏବଂ ସମସ୍ତ ପକ୍ଷୀ ତାଙ୍କର ପରିବାର ସହିତ ଜାହାଜରୁ ବାହାରି ଆସିଲେ।


ସମସ୍ତ ବନ୍ୟ ପଶୁଗଣ ଓ ଗୃହପାଳିତ ପଶୁଗଣ ତାଙ୍କର ପ୍ରଶଂସା କର। ସେ ସରୀସୃପ ଓ ଉଡ଼ନ୍ତା ପକ୍ଷୀମାନଙ୍କୁ ସୃଷ୍ଟି କରିଛନ୍ତି।


“ଆୟୁବ, କିଏ ବଣୁଆ ଗଧକୁ ଛାଡ଼ିଦିଅନ୍ତି? ସେ ସେମାନଙ୍କର ଦଉଡ଼ିସବୁ ଫିଟାନ୍ତି ଏବଂ ସେମାନଙ୍କୁ ଛାଡ଼ିଦିଅନ୍ତି।


ସେହି ଲୋକମାନେ ଏବଂ ପ୍ରତ୍ୟେକ ପ୍ରକାରର ପଶୁ, ସେହି ଜାହଜକୁ ପ୍ରବେଶ କଲେ। ସବୁ ପ୍ରକାରର ଗୃହପାଳିତ ପଶୁ, ସବୁପ୍ରକାର ଉରୋଗାମୀ ସବୁଜାତୀୟ ଭୂଚର ଓ ଖେଚର ପକ୍ଷୀ ସମସ୍ତ ଜାହାଜ ମଧ୍ୟକୁ ପ୍ରବେଶ କଲେ।


ଏହା ପରେ ମନୁଷ୍ୟ ତା'ର କାମକୁ ବାହାରେ ଏବଂ ସେ ସନ୍ଧ୍ୟା ପର୍ଯ୍ୟନ୍ତ କାମ କରେ।


ଉଚ୍ଚ ପର୍ବତଶ୍ରେଣୀ ବନ୍ୟ ଛାଗମାନଙ୍କ ବାସସ୍ଥାନ ଅଟେ। ଶୈଳସବୁ ଶାଫନର ଆଶ୍ରୟ।


“ଆୟୁବ, ତୁମ୍ଭେ ସେହି ଘୋଡ଼ାକୁ ଶକ୍ତି ଦେଇଛ କି? ତୁମ୍ଭେ ଘୋଡ଼ାର ବେକରେ ବଳା ଲଗାଇଛ କି?


“ଆୟୁବ, ଗୋଟିଏ ବଣୁଆ ଷଣ୍ଢ ତୁମ୍ଭ କଥାରେ ରାଜି ହୋଇ ତୁମ୍ଭ କାମ କରିବ କି? ସେ ତୁମ୍ଭ ଗୁହାଳରେ ରହିବ କି?


“ଆୟୁବ, ତୁମ୍ଭେ ଜାଣିଛ କି କେତେବେଳେ ପାହାଡ଼ୀ ଛେଳି ଜନ୍ମଗ୍ରହଣ କରେ? ତୁମ୍ଭେ କେବେ ଦେଖିଛ କି ମା’ ହରିଣକୁ ତା'ର ଛୁଆ ଦେବାର?


ସନ୍ଧ୍ୟା ହେଲା, ଏହା ପରେ ସକାଳ ହେଲା ଏବଂ ଏହା ପଞ୍ଚମ ଦିନ ଥିଲା।


ସଦାପ୍ରଭୁ ପରମେଶ୍ୱର ଭୂମିର ଧୂଳିରୁ ସମସ୍ତ ପଶୁ ଓ ଆକାଶରେ ସମସ୍ତ ପକ୍ଷୀଗଣର ସୃଷ୍ଟି କଲେ। ପରମେଶ୍ୱର ସମସ୍ତଙ୍କୁ ମନୁଷ୍ୟ ନିକଟକୁ ଦେଖାଇବାକୁ ଆଣିଲେ। ସେହି ମନୁଷ୍ୟ ସେମାନଙ୍କୁ କ’ଣ କହି ଡାକିବ, ଏହା ଜାଣିବା ପାଇଁ। ସେହି ସୃଷ୍ଟ ପ୍ରାଣୀଙ୍କୁ ସେ ଯାହା କହି ଡାକିଲା, ତାହା ସେମାନଙ୍କର ନାମ ହେଲା।


Swiv nou:

Piblisite


Piblisite