Biblia Todo Logo
Bib sou entènèt

- Piblisite -




ଗାଲାତୀୟ 6:17 - ପବିତ୍ର ବାଇବଲ

17 ଅତଏବ ମୋତେ ଅଧିକ କଷ୍ଟ ଦିଅ ନାହିଁ। ମୋ’ ଶରୀରରେ ପୂର୍ବରୁ କ୍ଷତ ଚିହ୍ନମାନ ଅଛି। ମୁଁ ଯେ ଯୀଶୁ ଖ୍ରୀଷ୍ଟଙ୍କର ଅଟେ, ତାହା ଏହି କ୍ଷତଚିହ୍ନଗୁଡ଼ିକ ପ୍ରମାଣିତ କରନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

17 ଆଜିଠାରୁ କେହି ଆଉ ମୋତେ କଷ୍ଟ ନ ଦେଉ, କାରଣ ମୁଁ ମୋହର ଶରୀରରେ ଯୀଶୁଙ୍କ କ୍ଷତଦାଗ ବହନ କରୁଅଛି।

Gade chapit la Kopi

ଓଡିଆ ବାଇବେଲ

17 ଆଜିଠାରୁ କେହି ଆଉ ମୋତେ କଷ୍ଟ ନ ଦେଉ, କାରଣ ମୁଁ ମୋହର ଶରୀରରେ ଯୀଶୁଙ୍କ କ୍ଷତଦାଗ ବହନ କରୁଅଛି ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

17 ପରିଶେଷରେ, ମୋର ଏତିକି କହିବା କଥା, ମୋତେ କେହି ଆଉ ଦୁଃଖ ନ ଦିଅନ୍ତୁ। କାରଣ ମୋ’ ଶରୀରରେ ଯେଉଁ ସବୁ କ୍ଷତ ଚିହ୍ନ ରହିଛି, ସେଥିରୁ ପ୍ରକାଶିତ ହୁଏ ଯେ, ମୁଁ ଯୀଶୁଙ୍କର କ୍ରୀତଦାସ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

17 ଆଜିଠାରୁ କେହି ଆଉ ମୋତେ କଷ୍ଟ ନ ଦେଉ, କାରଣ ମୁଁ ମୋହର ଶରୀରରେ ଯୀଶୁଙ୍କ କ୍ଷତଦାଗ ବହନ କରୁଅଛି।

Gade chapit la Kopi




ଗାଲାତୀୟ 6:17
14 Referans Kwoze  

ଖ୍ରୀଷ୍ଟଙ୍କର ଅନେକ ଦୁଃଖ ଭୋଗର ଆମ୍ଭେ ସହଭାଗୀ ଅଟୁ। ସେହିଭଳି ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଯେଉଁ ସାନ୍ତ୍ୱନା ଆମ୍ଭକୁ ମିଳେ ତାହାର ସୀମା ନାହିଁ।


ତୁମ୍ଭମାନଙ୍କ ପାଇଁ ମୁଁ ଯେଉଁ କଷ୍ଟ ପାଇଛି, ସେଥିପାଇଁ ମୋତେ ଆନନ୍ଦ ମିଳୁଛି। ଖ୍ରୀଷ୍ଟଙ୍କ ପାଇଁ ତାଙ୍କ ଦେହ ସ୍ୱରୂପ ମଣ୍ଡଳୀ ମାଧ୍ୟମରେ କେତେକ କଷ୍ଟ ଭୋଗିବା ବାକି ଥିଲା। ସେଗୁଡ଼ିକରୁ ଦୁଃଖ ଭୋଗ କରିବା ପାଇଁ ଥିବା ମୋର ଅଂଶ ମୁଁ ମୋ’ ଦେହରେ ଗ୍ରହଣ କରୁଛି।


ଯୀଶୁ ଖ୍ରୀଷ୍ଟଙ୍କ ପରି ଆମ୍ଭ ଶରୀର ସର୍ବଦା ମୃତ୍ୟୁର ସମ୍ମୁଖୀନ ଯେପରିକି ତାହାଙ୍କର ଜୀବନ ମଧ୍ୟ ଆମ୍ଭ ଭିତରେ ପ୍ରକାଶିତ ହେବ।


ସାବଧାନ ରୁହ ଯେପରି ତୁମ୍ଭମାନଙ୍କ ମଧ୍ୟରୁ କେହି ପରମେଶ୍ୱରଙ୍କ ଅନୁଗ୍ରହ ପାଇବାରେ ବଞ୍ଚିତ ହେବ ନାହିଁ। ସାବଧାନ ରୁହ ଯେପରି ତୁମ୍ଭମାନଙ୍କ ଭିତରୁ କୌଣସି ଲୋକ ତିକ୍ତତାମୂଳକ ନ ହେଉ। ସେଭଳି ଲୋକ ସମୁଦାୟ ଦଳକୁ ନଷ୍ଟ କରିଦେବେ।


ଆମ୍ଭେ ଶୁଣିଲୁ ଯେ ଆମ୍ଭ ଭିତରୁ କେତେକ ଲୋକ ଆମ୍ଭଠାରୁ ଆଦେଶ ନ ପାଇ ତୁମ୍ଭମାନଙ୍କୁ ସେମାନଙ୍କ କଥା ଦ୍ୱାରା ଅସୁବିଧାରେ ପକାଇଛନ୍ତି ଓ ତୁମ୍ଭମାନଙ୍କୁ ବ୍ୟତିବ୍ୟସ୍ତ କରୁଛନ୍ତି।


ତା'ପରେ ଯିହୋଶୂୟ କହିଲେ, “ତୁମ୍ଭେ କାହିଁକି ଆମ୍ଭମାନଙ୍କୁ ଦୁଃଖ ଦେଲ? ସଦାପ୍ରଭୁ ଆଜି ତୁମ୍ଭ ପାଇଁ ଦୁଃଖ ଆଣିବେ।” ତେଣୁ ଇସ୍ରାଏଲର ସମସ୍ତ ଲୋକ ଆଖନ୍ ଓ ତା'ର ପରିବାରକୁ ପଥର ଫିଙ୍ଗି ହତ୍ୟା କଲେ। ଏହା ପରେ ଲୋକମାନେ ତାକୁ ଓ ସେ ଆଣିଥିବା ସମସ୍ତ ଦ୍ରବ୍ୟକୁ ସେହି ସ୍ଥାନରେ ପୋଡ଼ି ଦେଲେ।


ପ୍ରକୃତରେ ଆଉ ଅନ୍ୟ କୌଣସି ସୁସମାଗ୍ଭର ନାହିଁ। କିନ୍ତୁ କେତେକ ଲୋକ ତୁମ୍ଭମାନଙ୍କୁ ବିଭ୍ରାନ୍ତ କରାଇ ଖ୍ରୀଷ୍ଟଙ୍କ ସୁସମାଗ୍ଭରକୁ ପରିବର୍ତ୍ତନ କରିବା ପାଇଁ ଚେଷ୍ଟା କରୁଛନ୍ତି।


“ଜଣେ କହିବ, ‘ଆମ୍ଭେ ସଦାପ୍ରଭୁଙ୍କର,’ ଅନ୍ୟ ଜଣେ ‘ଯାକୁବ’ ବୋଲି ନିଜକୁ କହିବ; ଆଉ କେହି ‘ସଦାପ୍ରଭୁଙ୍କର’ ସ୍ୱାକ୍ଷର ନିଜ ହାତରେ କରିବ ଓ ଅନ୍ୟ କେହି ‘ଇସ୍ରାଏଲର ନାମରେ ନିଜକୁ ପରିଚୟ ଦେବ।’”


ତା'ପରେ ସଦାପ୍ରଭୁ ତାଙ୍କୁ କହିଲେ, “ତୁମ୍ଭେ ଯିରୁଶାଲମ ନଗର ମଧ୍ୟଦେଇ ଯାଅ ଓ ସହରରେ ଘଟିଥିବା ଘୃଣ୍ୟ କୃତ କର୍ମ ପାଇଁ ଅନୁତପ୍ତ ଓ ଦୁଃଖ କରୁଥିବା ଲୋକମାନଙ୍କ ମଥାରେ ଦାଗ ଦିଅ।”


ମୁଁ ଖ୍ରୀଷ୍ଟଙ୍କୁ ଜାଣିବାକୁ ଓ ମୃତ୍ୟୁରୁ ସେ ପୁନର୍ଜୀବିତ ହୋଇ ଉଠିଥିବା ଶକ୍ତିକୁ ମଧ୍ୟ ଜାଣିବାକୁ ଇଚ୍ଛା କରେ। ମୁଁ ତାହାଙ୍କ ଦୁଃଖ ଭୋଗରେ ଅଂଶୀ ହେବାକୁ ଓ ତାହାଙ୍କ ମୃତ୍ୟୁ ଭୋଗରେ ତାହାଙ୍କ ପରି ହେବାକୁ ଗ୍ଭହେଁ।


ଦ୍ୱିତୀୟ ପଶୁ ସବୁ ଲୋକମାନଙ୍କୁ ବଡ଼ ଓ ସାନ, ଧନୀ ଓ ଗରିବ, ସ୍ୱାଧୀନ ଓ ପରାଧୀନ ନିର୍ବିଶେଷରେ ସମସ୍ତଙ୍କୁ ସେମାନଙ୍କ ଦକ୍ଷିଣ ହାତରେ କିମ୍ବା ସେମାନଙ୍କ କପାଳରେ ଗୋଟିଏ ଚିହ୍ନ ଧାରଣ କରିବା ପାଇଁ ବାଧ୍ୟ କଲା।


ଯେଉଁ ମନୁଷ୍ୟ ସେହି ପଶୁର ନାମ କିମ୍ବା ତାହାର ନାମର ସଂଖ୍ୟା ଧାରଣ କରି ନ ଥିବ, ସେ କୌଣସି ଜିନିଷ କିଣାବିକା କରି ପାରିବ ନାହିଁ।


Swiv nou:

Piblisite


Piblisite