Biblia Todo Logo
Bib sou entènèt

- Piblisite -




ଗାଲାତୀୟ 6:13 - ପବିତ୍ର ବାଇବଲ

13 ଯେଉଁମାନେ ତୁମ୍ଭମାନଙ୍କୁ ସୁନ୍ନତ ପାଇଁ ପ୍ରବର୍ତ୍ତାଉଛନ୍ତି, ସେମାନେ ନିଜେ ବ୍ୟବସ୍ଥା ପାଳନ କରୁ ନାହାନ୍ତି। କିନ୍ତୁ ସେମାନେ ତୁମ୍ଭମାନଙ୍କୁ ସୁନ୍ନତ କରିବାକୁ ବଡ଼ ଆଗ୍ରହୀ ଅଟନ୍ତି। ତୁମ୍ଭମାନଙ୍କୁ ଏହିପରି କରିବାକୁ ବାଧ୍ୟ କରି, ସେମାନେ ଗର୍ବ କରି ପାରିବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

13 କାରଣ ଯେଉଁମାନେ ସୁନ୍ନତ ବିଧି ସମର୍ଥନ କରନ୍ତି, ସେମାନେ ନିଜେ ସୁଦ୍ଧା ବ୍ୟବସ୍ଥା ପାଳନ କରନ୍ତି ନାହିଁ, ବରଂ ସେମାନେ ଯେପରି ତୁମ୍ଭମାନଙ୍କ ଶରୀର ସମ୍ଵନ୍ଧରେ ଗର୍ବ କରି ପାରନ୍ତି, ଏଥିପାଇଁ ସେମାନେ ତୁମ୍ଭମାନଙ୍କୁ ସୁନ୍ନତ କରାଇବାକୁ ଇଚ୍ଛା କରନ୍ତି।

Gade chapit la Kopi

ଓଡିଆ ବାଇବେଲ

13 କାରଣ ଯେଉଁମାନେ ସୁନ୍ନତ ବିଧି ସମର୍ଥନ କରନ୍ତି, ସେମାନେ ନିଜେ ସୁଦ୍ଧା ମୋଶାଙ୍କ ବ୍ୟବସ୍ଥା ପାଳନ କରନ୍ତି ନାହିଁ, ବରଂ ସେମାନେ ଯେପରି ତୁମ୍ଭମାନଙ୍କ ଶରୀର ସମ୍ବନ୍ଧରେ ଗର୍ବ କରି ପାରନ୍ତି, ଏଥିପାଇଁ ସେମାନେ ତୁମ୍ଭମାନଙ୍କୁ ସୁନ୍ନତ କରାଇବାକୁ ଇଚ୍ଛା କରନ୍ତି ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

13 ଯେଉଁମାନେ ସୁନ୍ନତ ବିଧି ପାଳନ କରନ୍ତି, ସେମାନେ ସୁଦ୍ଧା ମୋଶାଙ୍କ ବ୍ୟବସ୍ଥା ପାଳନ କରି ନ ଥାନ୍ତି। ତୁମ୍ଭେମାନେ ସୁନ୍ନତ ହୁଅ ବୋଲି ସେମାନେ ଚାହୁଁଛନ୍ତି। ଏହି ଶାରୀରିକ ବିଧି ପାଳନ କରିବା ପାଇଁ ତୁମ୍ଭମାନଙ୍କୁ ପ୍ରବର୍ତ୍ତାଇ ପାରିଲେ, ସେମାନେ ଗର୍ବ କରିବେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 କାରଣ ଯେଉଁମାନେ ସୁନ୍ନତ ବିଧି ସମର୍ଥନ କରନ୍ତି, ସେମାନେ ନିଜେ ସୁଦ୍ଧା ମୋଶାଙ୍କ ବ୍ୟବସ୍ଥା ପାଳନ କରନ୍ତି ନାହିଁ, ବରଂ ସେମାନେ ଯେପରି ତୁମ୍ଭମାନଙ୍କ ଶରୀର ସମ୍ବନ୍ଧରେ ଗର୍ବ କରିପାରନ୍ତି, ଏଥିପାଇଁ ସେମାନେ ତୁମ୍ଭମାନଙ୍କୁ ସୁନ୍ନତ କରାଇବାକୁ ଇଚ୍ଛା କରନ୍ତି।

Gade chapit la Kopi




ଗାଲାତୀୟ 6:13
11 Referans Kwoze  

କିନ୍ତୁ ଆମ୍ଭେମାନେ ପ୍ରକୃତରେ ସୁନ୍ନତ ହୋଇଥିବା ଲୋକ ଅଟୁ। ଆମ୍ଭେ ଆତ୍ମା ଦ୍ୱାରା ପରମେଶ୍ୱରଙ୍କର ସେବା କରୁ। ଆମ୍ଭେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଗର୍ବ କରୁ। ଆମ୍ଭେ ନିଜେ କିଛି କରି ପାରିବା ବୋଲି ନିଜ ଉପରେ ନିର୍ଭର କରୁ ନାହୁଁ।


ତୁମ୍ଭମାନଙ୍କ ଗର୍ବ ଓ ଅହଂଙ୍କାର ଭଲ ନୁହେଁ। ତୁମ୍ଭେମାନେ ଏହି ଉକ୍ତି ବିଷୟରେ ଜାଣିଛ ଯେ, “ଅଳ୍ପ ଟିକିଏ ଖମୀର ସମସ୍ତ ଗୋଳାମଇଦାକୁ ଫୁଲାଇ ଦିଏ।”


ଏହି ଭଣ୍ଡ ଶିକ୍ଷକମାନେ ସେହି ଲୋକମାନଙ୍କୁ ମୁକ୍ତିର ପ୍ରତିଜ୍ଞା ଦିଅନ୍ତି। ମାତ୍ର ଏହି ଭଣ୍ଡ ଶିକ୍ଷକମାନେ ନିଜେ ମୁକ୍ତି ପାଇ ନାହାନ୍ତି। ସେମାନେ ନିଜେ ବିନଷ୍ଟ ବିଷୟର ଦାସ ଅଟନ୍ତି। ଜଣେ ବ୍ୟକ୍ତି ଯାହାଦ୍ୱାରା ନିୟନ୍ତ୍ରିତ ହୁଏ, ସେ ସେଥିର ଦାସ ଅଟେ।


ଅନେକ ଲୋକ ତାହାଙ୍କର ସାଂସାରିକ ଜୀବନ ପାଇଁ ଗର୍ବ କରନ୍ତି, ସେହିଭଳି ମୁଁ ମଧ୍ୟ ଗର୍ବ କରୁଛି।


“ରେ କପଟୀ ଧର୍ମଶାସ୍ତ୍ରୀ ଓ ଫାରୂଶୀମାନେ! ହାୟ! ତୁମ୍ଭର ମାର୍ଗ ଅନୁସରଣ କରିବା ପାଇଁ ଲୋକ ଖୋଜି ପାଇବା ପାଇଁ ତୁମ୍ଭେ ବିଭିନ୍ନ ଦେଶ ଓ ସମୁଦ୍ର ପାରି ହୋଇ ଗ୍ଭଲିଯାଉଛ। ଯେତେବେଳେ ସେଭଳି ଲୋକଟିଏ ପାଇ ଯାଉଛ ସେତେବେଳେ ତାକୁ ତୁମ୍ଭେ ତୁମ୍ଭଠାରୁ ଅଧିକ ଖରାପ କରିପକାଉଛ। ତୁମ୍ଭେ ସବୁ ଏତେ ଖରାପ ଯେ ତୁମ୍ଭେ କେବଳ ନର୍କର ଅଧିକାରୀ ହେବ।


ତେଣୁ ସେମାନେ ଯାହାସବୁ କହୁଛନ୍ତି, ତାହା ତୁମ୍ଭେ ମାନିବା ଉଚିତ୍। ତୁମ୍ଭକୁ ସେମାନେ ଯାହାସବୁ କରିବାକୁ କହୁଛନ୍ତି, ତୁମ୍ଭେ ତାହା କରିବା ଉଚିତ୍। କିନ୍ତୁ ସେମାନେ ଯାହାସବୁ କରୁଛନ୍ତି, ତୁମ୍ଭେ ତାହା କର ନାହିଁ। କାରଣ ସେମାନେ ଯାହାସବୁ କହନ୍ତି, ନିଜେ ତାକୁ କାର୍ଯ୍ୟରେ କେବେ କରନ୍ତି ନାହିଁ।


ସେଥିପାଇଁ ମନୁଷ୍ୟମାନଙ୍କ ପାଇଁ ତୁମ୍ଭେମାନେ ଗର୍ବ କରିବା ଉଚିତ୍ ନୁହେଁ, କାରଣ ସମସ୍ତ ବିଷୟ ତୁମ୍ଭମାନଙ୍କର।


“ରେ କପଟୀ ଯିହୂଦୀ ଧର୍ମଶାସ୍ତ୍ରୀମାନେ ଓ ଫାରୂଶୀମାନେ! ତୁମ୍ଭକୁ ଧିକ୍! ତୁମ୍ଭ ପାଖରେ ଯାହା ଅଛି, ତା'ର ଦଶ ଭାଗରୁ ଏକ ଭାଗ, ଏପରିକି ନିଜର ପୋଦିନା, ପାନମଧୁରୀ ଓ ଜୀରାର ମଧ୍ୟ ଦଶ ଭାଗରୁ ଏକ ଭାଗ ତୁମ୍ଭେ ପରମେଶ୍ୱରଙ୍କୁ ଦେଉଛ, କିନ୍ତୁ ତୁମ୍ଭେମାନେ ନିୟମର ଅଧିକ ନ୍ୟାୟ, ଦୟା ଓ ବିଶ୍ୱାସ ଭଳି ମହତ୍ତ୍ୱପୂର୍ଣ୍ଣ ଉପଦେଶ ଗୁଡ଼ିକୁ ପାଳନ କରୁ ନାହଁ। ମାତ୍ର ଏଗୁଡ଼ିକ ତୁମ୍ଭର ପାଳନ କରିବା ଉଚିତ୍। ଅନ୍ୟ ଉପଦେଶଗୁଡ଼ିକୁ ମଧ୍ୟ ନିୟମିତ ରୂପରେ ତୁମ୍ଭର ପାଳନ କରିବା ଉଚିତ୍।


ତେଣୁ ଲୋକେ ସଦାବେଳେ ନୂଆ ଦ୍ରାକ୍ଷାରସ ନୂଆ ଚମଡ଼ା ଥଳିରେ ରଖଥା’ନ୍ତି।


Swiv nou:

Piblisite


Piblisite