ଗାଲାତୀୟ 3:10 - ପବିତ୍ର ବାଇବଲ10 କିନ୍ତୁ ଯେଉଁମାନେ ବ୍ୟବସ୍ଥା ପାଳନ ଉପରେ ନିର୍ଭର କରନ୍ତି, ସେମାନେ ଅଭିଶାପଗ୍ରସ୍ତ। କାରଣ, ଯେପରି ବ୍ୟବସ୍ଥାମାନଙ୍କରେ ଲେଖାଅଛି: “ଯାହା ବ୍ୟବସ୍ଥାରେ ଲେଖାଅଛି ସେ ସବୁକୁ ପୂର୍ଣ୍ଣଭାବରେ ପାଳନ କରିବା ଉଚିତ୍, ନ ହେଲେ ସେ ଲୋକ ଅଭିଶାପଗ୍ରସ୍ତ ହେବ।” Gade chapit laପବିତ୍ର ବାଇବଲ (Re-edited) - (BSI)10 କାରଣ ଯେତେ ଲୋକ ବ୍ୟବସ୍ଥାର କ୍ରିୟାକର୍ମ କରନ୍ତି, ସେମାନେ ଶାପଗ୍ରସ୍ତ, ଯେଣୁ ଲେଖା ଅଛି, “ଯେକେହି ବ୍ୟବସ୍ଥା ପୁସ୍ତକରେ ଲିଖିତ ସମସ୍ତ କଥା ପାଳନ କରିବା ପାଇଁ ସେଥିରେ ନିତ୍ୟ ପ୍ରବୃତ୍ତ ନ ହୁଏ, ସେ ଶାପଗ୍ରସ୍ତ।” Gade chapit laଓଡିଆ ବାଇବେଲ10 କାରଣ ଯେତେ ଲୋକ ମୋଶାଙ୍କ ବ୍ୟବସ୍ଥାର କ୍ରିୟାକର୍ମ କରନ୍ତି, ସେମାନେ ଶାପଗ୍ରସ୍ତ, ଯେଣୁ ଲେଖା ଅଛି, "ଯେ କେହି ମୋଶାଙ୍କ ବ୍ୟବସ୍ଥା ପୁସ୍ତକରେ ଲିଖିତ ସମସ୍ତ କଥା ପାଳନ କରିବା ପାଇଁ ସେଥିରେ ନିତ୍ୟ ପ୍ରବୃତ୍ତ ନ ହୁଏ, ସେ ଶ୍ରାପଗ୍ରସ୍ତ ।'' Gade chapit laପବିତ୍ର ବାଇବଲ (CL) NT (BSI)10 ଯେଉଁମାନେ ବ୍ୟବସ୍ଥା ପାଳନ ଉପରେ ନିର୍ଭର କରନ୍ତି, ସେମାନେ ଅଭିଶାପର ଆଶଙ୍କା ମଧ୍ୟରେ ଜୀବନ ଯାପନ କରନ୍ତି। କାରଣ ଧର୍ମଶାସ୍ତ୍ରରେ ଉଲ୍ଲେଖ ଅଛି, “ମୋଶାଙ୍କ ବ୍ୟବସ୍ଥା ପୁସ୍ତକରେ ଯାହା ସବୁ ଲେଖା ଯାଇଛି, ଯଦି କେହି ସମ୍ପୂର୍ଣ୍ଣଭାବେ ତାହା ପାଳନ ନ କରେ, ସେ ଈଶ୍ୱରଙ୍କ ଅଭିଶାପର ପାତ୍ର ହେବ।” Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT10 କାରଣ ଯେତେ ଲୋକ ମୋଶାଙ୍କ ବ୍ୟବସ୍ଥାର କ୍ରିୟାକର୍ମ କରନ୍ତି, ସେମାନେ ଶାପଗ୍ରସ୍ତ, ଯେଣୁ ଲେଖାଅଛି, “ଯେ କେହି ମୋଶାଙ୍କ ବ୍ୟବସ୍ଥା ପୁସ୍ତକରେ ଲିଖିତ ସମସ୍ତ କଥା ପାଳନ କରିବା ପାଇଁ ସେଥିରେ ନିତ୍ୟ ପ୍ରବୃତ୍ତ ନ ହୁଏ, ସେ ଶ୍ରାପଗ୍ରସ୍ତ।” Gade chapit la |
ଆମ୍ଭେ ଜାଣୁ ଯେ ନିୟମ ପାଳନ ଦ୍ୱାରା କେହି ପରମେଶ୍ୱରଙ୍କ ନିକଟରେ ଧାର୍ମିକ ହୁଏ ନାହିଁ। ମାତ୍ର ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ଜଣେ ପରମେଶ୍ୱରଙ୍କ ନିକଟରେ ଧାର୍ମିକ ହୁଏ। ସେଥିପାଇଁ ଆମ୍ଭେ ପରମେଶ୍ୱରଙ୍କ ନିକଟରେ ଧାର୍ମିକ ହେବା ପାଇଁ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିଅଛୁ। ଆମ୍ଭେ ନିୟମ ପାଳନ ପାଇଁ ନୁହେଁ ବରଂ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ରଖିଥିବାରୁ ପରମେଶ୍ୱରଙ୍କ ପ୍ରତି ଧାର୍ମିକ ହୋଇଛୁ। କେବଳ ବ୍ୟବସ୍ଥା ପାଳନ ଦ୍ୱାରା କୌଣସି ଲୋକ ଧାର୍ମିକ ହୋଇପାରେ ନାହିଁ।
ସଦାପ୍ରଭୁ ତାହାକୁ କ୍ଷମା କରିବାକୁ ସମ୍ମତ ହେବେ ନାହିଁ। ମାତ୍ର ତତ୍କ୍ଷଣାତ୍ ସେହି ଲୋକ ପ୍ରତି ସଦାପ୍ରଭୁଙ୍କ କ୍ରୋଧ ଓ ଅନ୍ତର୍ଜ୍ୱାଳା ସଧୂମ ହୋଇ ଉଠିବ। ପୁଣି ଏହି ପୁସ୍ତକରେ ଲିଖିତ ସମସ୍ତ ଶାପ ତାହା ପାଇଁ ଛପି ରହିବ, ଆଉ ସଦାପ୍ରଭୁ ଆକାଶ ମଣ୍ତଳ ତଳୁ ତାହାର ନାମ ଲୋପ କରିବ। ଏବଂ ଏହି ବ୍ୟବସ୍ଥାପୁସ୍ତକ ଲିଖିତ ନିୟମର ସମସ୍ତ ଶାପ ଅନୁସାରେ ସଦାପ୍ରଭୁ ତାହାକୁ ଇସ୍ରାଏଲର ସମସ୍ତ ଗୋଷ୍ଠୀୟ ମଧ୍ୟରୁ ଅମଙ୍ଗଳ ନିମନ୍ତେ ପୃଥକ କରିବେ।