ଗାଲାତୀୟ 2:12 - ପବିତ୍ର ବାଇବଲ12 ଯେତେବେଳେ ପିତର ପ୍ରଥମ ଆନ୍ତିୟଖିଆକୁ ଆସିଥିଲେ, ସେ ଅଣଯିହୂଦୀଙ୍କ ସହିତ ଖିଆପିଆ କରୁଥିଲେ ଓ ସଂମ୍ପର୍କ ରଖିଥିଲେ। ମାତ୍ର ଯେତେବେଳେ ଯାକୁବଙ୍କ ନିକଟରୁ କେତେକ ଯିହୂଦୀଲୋକ ଆସିଲେ, ସେମାନେ ଆସିଲା ପରେ ପିତର ଅଣଯିହୂଦୀଲୋକଙ୍କ ସହିତ ଖିଆପିଆ ବନ୍ଦ କରିଦେଲେ, ଓ ସେମାନଙ୍କଠାରୁ ଦୂରରେ ରହିଲେ। ସୁନ୍ନତ ହେବା କଥାରେ ବିଶ୍ୱାସ କରୁଥିବା ଲୋକମାନଙ୍କ ଭୟରେ ପିତର ଏପରି ଆଚରଣ କଲେ। Gade chapit laପବିତ୍ର ବାଇବଲ (Re-edited) - (BSI)12 ଯେଣୁ ଯାକୁବଙ୍କଠାରୁ କେତେକ ଜଣ ଆସିବା ପୂର୍ବେ ସେ ବିଜାତୀୟ ବିଶ୍ଵାସୀମାନଙ୍କ ସହିତ ଭୋଜନ କରୁଥିଲେ, କିନ୍ତୁ ଯେତେବେଳେ ସେମାନେ ଆସିଲେ, ସେତେବେଳେ ସେ ସୁନ୍ନତି ବିଶ୍ଵାସୀମାନଙ୍କ ଭୟରେ ସେମାନଙ୍କର ସଙ୍ଗ ପରିତ୍ୟାଗ କରି ଆପଣାକୁ ପୃଥକ ରଖିଲେ। Gade chapit laଓଡିଆ ବାଇବେଲ12 ଯେଣୁ ଯାକୁବଙ୍କଠାରୁ କେତେକ ଜଣ ଆସିବା ପୂର୍ବେ ସେ ଅଣଯିହୂଦୀ ବିଶ୍ୱାସୀମାନଙ୍କ ସହିତ ଭୋଜନ କରୁଥିଲେ, କିନ୍ତୁ ଯେତେବେଳେ ସେମାନେ ଆସିଲେ, ସେତେବେଳେ ସେ ସୁନ୍ନତି ବିଶ୍ୱାସୀମାନଙ୍କ ଭୟରେ ସେମାନଙ୍କର ସଙ୍ଗ ପରିତ୍ୟାଗ କରି ଆପଣାକୁ ପୃଥକ୍ ରଖିଲେ । Gade chapit laପବିତ୍ର ବାଇବଲ (CL) NT (BSI)12 ଯାକୁବଙ୍କ ଦ୍ୱାରା ପ୍ରେରିତ କେତେକ ବ୍ୟକ୍ତି ସେଠାକୁ ଆସିବା ପୂର୍ବରୁ, ପିତର ଅଣଇହୁଦୀ ଭାଇମାନଙ୍କ ସହିତ ଭୋଜନ କରୁଥିଲେ। ମାତ୍ର ସେହି ଲୋକମାନେ ଆସିବା ପରେ, ସେ ଏଥିରୁ ବିରତ ହେଲେ। ସେମାନଙ୍କ ସଙ୍ଗରେ ସେ ଆଉ ଭୋଜନ କଲେ ନାହିଁ, କାରଣ ଅଣଇହୁଦୀମାନେ ସୁନ୍ନତ ହେବା ଆବଶ୍ୟକ ବୋଲି ଯେଉଁମାନେ କହୁଥିଲେ, ସେ ସେମାନଙ୍କୁ ଭୟ କରୁଥିଲେ। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT12 ଯେଣୁ ଯାକୁବଙ୍କଠାରୁ କେତେକ ଜଣ ଆସିବା ପୂର୍ବେ ସେ ଅଣଯିହୁଦୀ ବିଶ୍ୱାସୀମାନଙ୍କ ସହିତ ଭୋଜନ କରୁଥିଲେ, କିନ୍ତୁ ଯେତେବେଳେ ସେମାନେ ଆସିଲେ, ସେତେବେଳେ ସେ ସୁନ୍ନତି ବିଶ୍ୱାସୀମାନଙ୍କ ଭୟରେ ସେମାନଙ୍କର ସଙ୍ଗ ପରିତ୍ୟାଗ କରି ଆପଣାକୁ ପୃଥକ୍ ରଖିଲେ। Gade chapit la |
ସେହି ଗୁପ୍ତ ସତ୍ୟଟି ହେଲା: ଯିହୂଦୀମାନଙ୍କ ସହିତ ଅଣଯିହୂଦୀମାନେ ମଧ୍ୟ ପରମେଶ୍ୱରଙ୍କ ସମସ୍ତ ବିଷୟର ଅଧିକାରୀ ହେବେ। ଅଣଯିହୂଦୀମାନେ ଯିହୂଦୀମାନଙ୍କ ସହିତ ସେହି ଏକ ଶରୀରଭୁକ୍ତ ଅଟନ୍ତି। ଖ୍ରୀଷ୍ଟ ଯୀଶୁଙ୍କଠାରେ ପରମେଶ୍ୱର ଯେ ସମସ୍ତ ପ୍ରତିଜ୍ଞା ଦେଇଅଛନ୍ତି, ସେମାନେ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରୁଥିବା ହେତୁ ସେହି ସମସ୍ତର ସହଭାଗୀ ଅଟନ୍ତି। ସୁସମାଗ୍ଭର ହେତୁରୁ ଅଣଯିହୂଦୀମାନେ ଏହିସବୁର ଅଧିକାରୀ ଅଟନ୍ତି।
ଯାକୁବ, ପିତର ଓ ଯୋହନ ନେତା ରୂପେ ପରିଗଣିତ ହେଉଥିଲେ। ସେମାନେ ଦେଖିଲେ ଯେ, ପରମେଶ୍ୱର ମୋତେ ଏହି ବିଶେଷ ଅନୁଗ୍ରହ ପ୍ରଦାନ କରିଛନ୍ତି। ସେଥିପାଇଁ ସେମାନେ ବର୍ଣ୍ଣବ୍ବା ଓ ମୋତେ ତାହାଙ୍କର ସହଭାଗୀତାର ଦକ୍ଷିଣହସ୍ତ ପ୍ରଦାନ କଲେ। ଯାକୁବ, ପିତର ଓ ଯୋହନ କହିଲେ, “ପାଉଲ ଓ ବର୍ଣ୍ଣବ୍ବା, ତୁମ୍ଭେମାନେ ଅଣଯିହୂଦୀମାନଙ୍କ ପାଖକୁ ଯିବା କଥାରେ ଆମ୍ଭେମାନେ ରାଜି ଅଛୁ। ମାତ୍ର ଆମ୍ଭେମାନେ ଯିହୂଦୀମାନଙ୍କ ପାଖକୁ ଯିବୁ।”
ଏହି ଯିହୂଦୀମାନେ ଯାହା ଯାହା କଲେ, ମୁଁ ଦେଖିଲି। ସେମାନେ ସୁସମାଗ୍ଭର ସତ୍ୟର ପାଳନ କରୁ ନ ଥିଲେ। ତେଣୁ ସମସ୍ତ ଅନ୍ୟ ଯିହୂଦୀମାନେ ଶୁଣି ପାରିବା ଭଳି ମୁଁ ପିତରଙ୍କୁ କହିଲି: “ପିତର! ତୁମ୍ଭେ ଜଣେ ଯିହୂଦୀ! କିନ୍ତୁ ତୁମ୍ଭେ ଜଣେ ଯିହୂଦୀଙ୍କ ଭଳି ଜୀବନଯାପନ କରୁ ନାହଁ। ତୁମ୍ଭେ ଅଣଯିହୂଦୀଙ୍କ ଭଳି ଜୀବନଯାପନ କରୁଛ। ଅତଏବ, ତୁମ୍ଭେ ଅଣଯିହୂଦୀମାନଙ୍କୁ, ଯିହୂଦୀଲୋକଙ୍କ ଭଳି ଜୀବନଯାପନ କରିବା ପାଇଁ କିପରି ବାଧ୍ୟ କରୁଛ?”