ଗାଲାତୀୟ 2:11 - ପବିତ୍ର ବାଇବଲ11 ପିତର ଆନ୍ତିୟଖିଆ ନଗରକୁ ଆସିଲେ। ସେ ସେଠାରେ କିଛି ଭୂଲ୍ କାମ କଲେ। ମୁଁ ତାଙ୍କ ବିରୁଦ୍ଧରେ ସିଧାସଳଖ କହିଲି, କାରଣ ସେ ଦୋଷୀ ଥିଲେ। ଘଟଣାଟି ଏହା: Gade chapit laପବିତ୍ର ବାଇବଲ (Re-edited) - (BSI)11 କିନ୍ତୁ ଯେତେବେଳେ କେଫା ଆନ୍ତିୟଖିଆକୁ ଆସିଥିଲେ, ସେତେବେଳେ ମୁଁ ମୁଖ ଉପରେ ତାଙ୍କୁ ଅନୁଯୋଗ କଲି, କାରଣ ସେ ଦୋଷୀ ଥିଲେ। Gade chapit laଓଡିଆ ବାଇବେଲ11 କିନ୍ତୁ ଯେତେବେଳେ କୈଫା ଆନ୍ତିୟଖିଆକୁ ଆସିଥିଲେ, ସେତେବେଳେ ମୁଁ ମୁଖ ଉପରେ ତାଙ୍କୁ ଅନୁଯୋଗ କଲି, କାରଣ ସେ ଦୋଷୀ ଥିଲେ । Gade chapit laପବିତ୍ର ବାଇବଲ (CL) NT (BSI)11 ପିତର ଆଣ୍ଟିୟୋଖକୁ ଆସିଥିବାବେଳେ ମୁଁ ସର୍ବସାଧାରଣରେ ତାଙ୍କର ପ୍ରତିରୋଧ କରିଥିଲି, କାରଣ ସେ ନିଶ୍ଚିତଭାବେ ଭୁଲ୍ କାର୍ଯ୍ୟ କରୁଥିଲେ। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT11 ଏବଂ ଯେତେବେଳେ କୈଫା ଆନ୍ତିୟଖିଆକୁ ଆସିଥିଲେ, ସେତେବେଳେ ମୁଁ ମୁଖ ଉପରେ ତାହାଙ୍କୁ ଅନୁଯୋଗ କଲି, କାରଣ ସେ ଦୋଷୀ ଥିଲେ। Gade chapit la |
ଏହି ଯିହୂଦୀମାନେ ଯାହା ଯାହା କଲେ, ମୁଁ ଦେଖିଲି। ସେମାନେ ସୁସମାଗ୍ଭର ସତ୍ୟର ପାଳନ କରୁ ନ ଥିଲେ। ତେଣୁ ସମସ୍ତ ଅନ୍ୟ ଯିହୂଦୀମାନେ ଶୁଣି ପାରିବା ଭଳି ମୁଁ ପିତରଙ୍କୁ କହିଲି: “ପିତର! ତୁମ୍ଭେ ଜଣେ ଯିହୂଦୀ! କିନ୍ତୁ ତୁମ୍ଭେ ଜଣେ ଯିହୂଦୀଙ୍କ ଭଳି ଜୀବନଯାପନ କରୁ ନାହଁ। ତୁମ୍ଭେ ଅଣଯିହୂଦୀଙ୍କ ଭଳି ଜୀବନଯାପନ କରୁଛ। ଅତଏବ, ତୁମ୍ଭେ ଅଣଯିହୂଦୀମାନଙ୍କୁ, ଯିହୂଦୀଲୋକଙ୍କ ଭଳି ଜୀବନଯାପନ କରିବା ପାଇଁ କିପରି ବାଧ୍ୟ କରୁଛ?”
ପ୍ରିୟ ବନ୍ଧୁମାନେ, ମୁଁ ତୁମ୍ଭମାନଙ୍କ ପାଖକୁ ଆମ୍ଭେ ସମସ୍ତେ ଅଂଶୀଦାର ହୋଇଥିବା ପରିତ୍ରାଣ ସମ୍ବନ୍ଧରେ ଲେଖିବା ପାଇଁ ବହୁତ ଇଚ୍ଛା କରୁଥିଲି। କିନ୍ତୁ ତାହା ବଦଳରେ ମୁଁ ଅନ୍ୟ କଥା ଲେଖିବା ଆବଶ୍ୟକ ଇଚ୍ଛା କଲି; ମୁଁ ତୁମ୍ଭକୁ ବିଶ୍ୱାସ ସକାଶେ କଠିନ ପରିଶ୍ରମ କରିବା ପାଇଁ ଉତ୍ସାହିତ କରିବାକୁ ଗ୍ଭହେଁ। ପରମେଶ୍ୱର ତାହାଙ୍କର ପବିତ୍ର ଲୋକମାନଙ୍କୁ ସେହି ବିଶ୍ୱାସ ଦେଇଥିଲେ। ପରମେଶ୍ୱର ଏକାଥରକେ ଏହି ବିଶ୍ୱାସ ଦେଇଛନ୍ତି ଓ ଏହା ସବୁଦିନ ପାଇଁ ଉତ୍ତମ।
ଯାକୁବ, ପିତର ଓ ଯୋହନ ନେତା ରୂପେ ପରିଗଣିତ ହେଉଥିଲେ। ସେମାନେ ଦେଖିଲେ ଯେ, ପରମେଶ୍ୱର ମୋତେ ଏହି ବିଶେଷ ଅନୁଗ୍ରହ ପ୍ରଦାନ କରିଛନ୍ତି। ସେଥିପାଇଁ ସେମାନେ ବର୍ଣ୍ଣବ୍ବା ଓ ମୋତେ ତାହାଙ୍କର ସହଭାଗୀତାର ଦକ୍ଷିଣହସ୍ତ ପ୍ରଦାନ କଲେ। ଯାକୁବ, ପିତର ଓ ଯୋହନ କହିଲେ, “ପାଉଲ ଓ ବର୍ଣ୍ଣବ୍ବା, ତୁମ୍ଭେମାନେ ଅଣଯିହୂଦୀମାନଙ୍କ ପାଖକୁ ଯିବା କଥାରେ ଆମ୍ଭେମାନେ ରାଜି ଅଛୁ। ମାତ୍ର ଆମ୍ଭେମାନେ ଯିହୂଦୀମାନଙ୍କ ପାଖକୁ ଯିବୁ।”