Biblia Todo Logo
Bib sou entènèt

- Piblisite -




ଗାଲାତୀୟ 1:22 - ପବିତ୍ର ବାଇବଲ

22 ଯିହୂଦାରେ ଖ୍ରୀଷ୍ଟଙ୍କଠାରେ ଥିବା ମଣ୍ଡଳୀଗୁଡ଼ିକ ମୋତେ ପୂର୍ବରୁ ଦେଖି ନ ଥିବାରୁ ମୋତେ ଚିହ୍ନି ନ ଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

22 ଯିହୂଦା ପ୍ରଦେଶର ଖ୍ରୀଷ୍ଟାଶ୍ରିତ ମଣ୍ତଳୀସମୂହ ନିକଟରେ ମୁଁ ବ୍ୟକ୍ତିଗତଭାବେ ପରିଚିତ ନ ଥିଲି;

Gade chapit la Kopi

ଓଡିଆ ବାଇବେଲ

22 ଯିହୂଦା ପ୍ରଦେଶର ଖ୍ରୀଷ୍ଟାଶ୍ରିତ ମଣ୍ଡଳୀସମୂହ ନିକଟରେ ମୁଁ ବ୍ୟକ୍ତିଗତଭାବେ ପରିଚିତ ନ ଥିଲି;

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

22 ସେହି ସମୟରେ ଯିହୁଦା ପ୍ରଦେଶରେ ଥିବା ଖ୍ରୀଷ୍ଟୀୟ ମଣ୍ଡଳୀର ସଦସ୍ୟମାନେ ମୋତେ ବ୍ୟକ୍ତିଗତଭାବେ ଜାଣି ନ ଥିଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

22 ଯିହୂଦିୟା ପ୍ରଦେଶର ଖ୍ରୀଷ୍ଟାଶ୍ରିତ ମଣ୍ଡଳୀ-ସମୂହ ନିକଟରେ ମୁଁ ବ୍ୟକ୍ତିଗତ ଭାବରେ ପରିଚିତ ନ ଥିଲି;

Gade chapit la Kopi




ଗାଲାତୀୟ 1:22
11 Referans Kwoze  

ଭାଇ ଓ ଭଉଣୀମାନେ! ତୁମ୍ଭେମାନେ ଯିହୂଦାରେ ଥିବା ଖ୍ରୀଷ୍ଟ ଯୀଶୁଙ୍କଠାରେ ପରମେଶ୍ୱରଙ୍କ ମଣ୍ଡଳୀଗୁଡ଼ିକର ଲୋକମାନଙ୍କ ଭଳି ହୋଇଛ। ଯିହୂଦାରେ ପରମେଶ୍ୱରଙ୍କ ଲୋକମାନେ ଅନ୍ୟ ଯିହୂଦୀମାନଙ୍କଠାରୁ ଯାତନା ଭୋଗ କରିଥିଲେ। ତୁମ୍ଭେମାନେ ନିଜ ଦେଶର ଲୋକମାନଙ୍କଠାରୁ ମଧ୍ୟ ସେହିଭଳି ଯାତନା ପାଇଛ।


ଆନ୍ଦ୍ରନିକ ଓ ଯୂନିୟାଙ୍କୁ ନମସ୍କାର। ସେମାନେ ମୋର ଜ୍ଞାତି, ଓ ସେମାନେ ମୋ’ ସହିତ ବନ୍ଦୀ ହୋଇ କାରାଗାରରେ ଥିଲେ। ସେମାନେ ପରମେଶ୍ୱରଙ୍କ ଅତି ପ୍ରସିଦ୍ଧ କାର୍ଯ୍ୟକର୍ତ୍ତା ଓ ମୋ'ଠାରୁ ପୂର୍ବରୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସୀ ଥିଲେ।


ପାଉଲ, ଶୀଲା ଓ ତୀମଥିଙ୍କଠାରୁ ଥେସଲନୀକୀୟ ମଣ୍ଡଳୀ ନିକଟକୁ ଏହି ପତ୍ର। ତୁମ୍ଭେମାନେ ସମସ୍ତେ ପିତା ପରମେଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ରହିଛ।


ପାଉଲ, ସିଲ୍ୱାନ୍ ଓ ତୀମଥିଙ୍କଠାରୁ ଥେସଲନୀକୀୟ ମଣ୍ଡଳୀ ନିକଟକୁ ପତ୍ର। ଏହି ମଣ୍ଡଳୀଟି ପରମପିତା ପରମେଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ଅଛି। ତୁମ୍ଭମାନଙ୍କ ପ୍ରତି ପରମେଶ୍ୱରଙ୍କ ଅନୁଗ୍ରହ ଓ ଶାନ୍ତି ହେଉ।


ଯୀଶୁ ଖ୍ରୀଷ୍ଟଙ୍କ ସେବକ ପାଉଲ ଓ ତୀମଥି, ଫିଲି‌ପ୍‌ପୀର ଖ୍ରୀଷ୍ଟ ଯୀଶୁଙ୍କ ସମସ୍ତ ପବିତ୍ର ଲୋକମାନଙ୍କୁ ଓ ତୁମ୍ଭମାନଙ୍କର ପ୍ରାଚୀନ ଏବଂ ବିଶେଷ ସେବକମାନଙ୍କୁ ପତ୍ର।


କେବଳ ପରମେଶ୍ୱର ହିଁ ତୁମ୍ଭମାନଙ୍କୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଅଂଶୀ କରାଇଛନ୍ତି। ଖ୍ରୀଷ୍ଟ ଆମ୍ଭମାନଙ୍କ ନିମନ୍ତେ ପରମେଶ୍ୱରଙ୍କ ଆଗତ ଜ୍ଞାନ। ଖ୍ରୀଷ୍ଟଙ୍କ ହେତୁ ଆମ୍ଭେ ପରମେଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ଏବଂ ଆମ୍ଭମାନଙ୍କର ପାପରୁ ମୁକ୍ତି ପାଇ ପବିତ୍ର ହୋଇଛୁ।


ଏହା ଦ୍ୱାରା ଯିହୂଦା, ଶମିରୋଣ ଓ ଗାଲିଲୀର ମଣ୍ଡଳୀରେ ଶାନ୍ତି ଥିଲା ଓ ଏହା ଶକ୍ତିଶାଳୀ ହେଉଥିଲା। ବିଶ୍ୱାସୀମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଲା। ପ୍ରଭୁଙ୍କ ଭୟ ଓ ପବିତ୍ରଆତ୍ମାର ସହାୟତା ପାଇ ସେମାନେ ରହୁଥିଲେ।


ପ୍ରୀସ୍କା ଓ ଆକ୍ୱିଲାଙ୍କୁ ମୋର ନମସ୍କାର। ସେମାନେ ଖ୍ରୀଷ୍ଟ ଯୀଶୁଙ୍କ କାମରେ ମୋର ସହକର୍ମୀ ଅଟନ୍ତି।


ଖ୍ରୀଷ୍ଟଙ୍କ ସେବା ବିଷୟରେ ଆମ୍ଭର ସହକର୍ମୀ ଉର୍ବାଣ ଓ ମୋର ପ୍ରିୟତମ ମିତ୍ର ଆରିସ୍ତାଖୁଙ୍କୁ ମୋର ନମସ୍କାର।


ଆପେଲ୍ଲାଙ୍କୁ ମୋର ନମସ୍କାର, ଯିଏ ଖ୍ରୀଷ୍ଟଙ୍କ ସେବାରେ ପରୀକ୍ଷିତ ଓ ପ୍ରମାଣିତ। ଆରିସ୍ତବୁଲଙ୍କ ପରିବାରଜନଙ୍କୁ ମୋର ନମସ୍କାର।


ପ୍ରଭୁ ତୁମକୁ ଆହ୍ୱାନ କଲାବେଳେ ଯେଉଁ ପ୍ରକାର ଜୀବନଯାପନ କରିବା ପାଇଁ ଗ୍ଭଳନା ଦେଉଛନ୍ତି, ପ୍ରତ୍ୟେକ ଲୋକ ସେହିଭଳି ଜୀବନଯାପନ କରିବା ଉଚିତ୍। ମୁଁ ସମସ୍ତ ମଣ୍ଡଳୀକୁ ଏହି ନିର୍ଦ୍ଦେଶ ଦିଏ।


Swiv nou:

Piblisite


Piblisite