ଏଜ୍ରା 9:9 - ପବିତ୍ର ବାଇବଲ9 ହଁ, ଆମ୍ଭେମାନେ ବନ୍ଦୀ ଥିଲୁ। କିନ୍ତୁ ତୁମ୍ଭେ ଆମ୍ଭକୁ ବେଶିଦିନ ନିର୍ବାସିତ କରି ରଖି ନ ଥିଲ। ତୁମ୍ଭେ ଆମ୍ଭ ପ୍ରତି ଦୟା କରିଥିଲ। ତୁମ୍ଭ ଯୋଗୁଁ ପାରସ୍ୟର ରାଜା ଆମ୍ଭ ପ୍ରତି ଦୟା ଦେଖାଇ ଥିଲେ। ତୁମ୍ଭର ମନ୍ଦିର ଧ୍ୱଂସ ହୋଇ ଯାଇଥିଲା। ଏବଂ ଆମ୍ଭେ ଏହାକୁ ପୁନଃନିର୍ମାଣ କରି ଏହାକୁ ନୂତନ ଜୀବନ ଦେଲୁ। ପରମେଶ୍ୱର, ତୁମ୍ଭେ ଯିହୁଦା ଓ ଯିରୁଶାଲମରେ ପ୍ରାଚୀର ଦେବା ପାଇଁ ଆମ୍ଭର ସହାୟ ହେଲ। Gade chapit laପବିତ୍ର ବାଇବଲ (Re-edited) - (BSI)9 କାରଣ ଆମ୍ଭେମାନେ ବନ୍ଦୀ ଲୋକ ଅଟୁ। ତଥାପି ଆମ୍ଭମାନଙ୍କ ବନ୍ଦୀ ଅବସ୍ଥାରେ ଆମ୍ଭମାନଙ୍କ ପରମେଶ୍ଵର ଆମ୍ଭମାନଙ୍କୁ ପରିତ୍ୟାଗ କରି ନାହାନ୍ତି, ମାତ୍ର ଆମ୍ଭମାନଙ୍କୁ ଆଶ୍ଵାସ ଦେବା ପାଇଁ, ଆମ୍ଭମାନଙ୍କ ପରମେଶ୍ଵରଙ୍କ ଗୃହ ସ୍ଥାପନ କରିବା ପାଇଁ ଓ ତହିଁର ଭଗ୍ନସ୍ଥାନ ପୁନର୍ନିର୍ମାଣ କରିବା ପାଇଁ, ପୁଣି ଯିହୁଦା ଓ ଯିରୂଶାଲମରେ ଆମ୍ଭମାନଙ୍କୁ ଏକ ପ୍ରାଚୀର ଦେବା ପାଇଁ ସେ ପାରସ୍ୟ-ରାଜଗଣ ଦୃଷ୍ଟିରେ ଆମ୍ଭମାନଙ୍କ ପ୍ରତି ଦୟା ପ୍ରକାଶ କରିଅଛନ୍ତି। Gade chapit laଓଡିଆ ବାଇବେଲ9 କାରଣ ଆମ୍ଭେମାନେ ବନ୍ଦୀ ଲୋକ ଅଟୁ। ତଥାପି ଆମ୍ଭମାନଙ୍କ ବନ୍ଦୀ ଅବସ୍ଥାରେ ଆମ୍ଭମାନଙ୍କ ପରମେଶ୍ୱର ଆମ୍ଭମାନଙ୍କୁ ପରିତ୍ୟାଗ କରି ନାହାନ୍ତି, ମାତ୍ର ଆମ୍ଭମାନଙ୍କୁ ଆଶ୍ୱାସ ଦେବା ପାଇଁ, ଆମ୍ଭମାନଙ୍କ ପରମେଶ୍ୱରଙ୍କ ଗୃହ ସ୍ଥାପନ କରିବା ପାଇଁ ଓ ତହିଁର ଭଗ୍ନସ୍ଥାନ ପୁନଃନିର୍ମାଣ କରିବା ପାଇଁ, ପୁଣି ଯିହୁଦା ଓ ଯିରୂଶାଲମରେ ଆମ୍ଭମାନଙ୍କୁ ଏକ ପ୍ରାଚୀର ଦେବା ପାଇଁ ସେ ପାରସ୍ୟ ରାଜାଗଣ ଦୃଷ୍ଟିରେ ଆମ୍ଭମାନଙ୍କ ପ୍ରତି ଦୟା ପ୍ରକାଶ କରିଅଛନ୍ତି। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT9 କାରଣ ଆମ୍ଭେମାନେ ବନ୍ଦୀ ଲୋକ ଅଟୁ। ତଥାପି ଆମ୍ଭମାନଙ୍କ ବନ୍ଦୀ ଅବସ୍ଥାରେ ଆମ୍ଭମାନଙ୍କ ପରମେଶ୍ୱର ଆମ୍ଭମାନଙ୍କୁ ପରିତ୍ୟାଗ କରି ନାହାନ୍ତି, ମାତ୍ର ଆମ୍ଭମାନଙ୍କୁ ଆଶ୍ୱାସ ଦେବା ପାଇଁ, ଆମ୍ଭମାନଙ୍କ ପରମେଶ୍ୱରଙ୍କ ଗୃହ ସ୍ଥାପନ କରିବା ପାଇଁ ଓ ତହିଁର ଭଗ୍ନ ସ୍ଥାନ ପୁନଃନିର୍ମାଣ କରିବା ପାଇଁ, ପୁଣି ଯିହୁଦା ଓ ଯିରୂଶାଲମରେ ଆମ୍ଭମାନଙ୍କୁ ଏକ ପ୍ରାଚୀର ଦେବା ପାଇଁ ସେ ପାରସ୍ୟ ରାଜାଗଣ ଦୃଷ୍ଟିରେ ଆମ୍ଭମାନଙ୍କ ପ୍ରତି ଦୟା ପ୍ରକାଶ କରିଅଛନ୍ତି। Gade chapit la |
ସର୍ବଶକ୍ତିମାନ ସଦାପ୍ରଭୁ କୁହନ୍ତି, “ତୁମ୍ଭେମାନେ ପ୍ରଚୁର ଶସ୍ୟଅମଳ କରିବାକୁ ଖୋଜୁଛ, କିନ୍ତୁ ଯେତେବେଳେ ଶସ୍ୟ ସଂଗ୍ରହ କରିବାକୁ ଯାଉଛ ସେଠାରେ ଅତି ଅଳ୍ପ ଶସ୍ୟ ଦେଖୁଛ। ତୁମ୍ଭେମାନେ ସେ ଶସ୍ୟ ଘରକୁ ଆଣୁଛ, ତା'ପରେ ଆମ୍ଭେ ପବନକୁ ପଠାଇ ସେ ସମସ୍ତକୁ ଉଡ଼ାଇ ଦେଉଛୁ। ଏହା କାହିଁକି ଘଟୁଛି? କାରଣ ତୁମ୍ଭେ ପ୍ରତ୍ୟେକ ଯେତେବେଳେ ନିଜ ନିଜ ଘରର ଯତ୍ନ ନେବାକୁ ତତ୍ପର ହେଉଛ ସେତେବେଳେ ଆମ୍ଭ ଗୃହ ଧ୍ୱଂସ ହେଉଛି।
ସେମାନେ ନିୟମମାନ ପାଳନ କରିବା ପାଇଁ ଅସମ୍ମତ ହେଲେ ଏବଂ ସେମାନେ, ସେମାନଙ୍କ ପାଇଁ କରିଥିବା ଆଶ୍ଚର୍ଯ୍ୟ କର୍ମମାନ ମନେ ରଖିଲେ ନାହିଁ। ସେମାନେ ଜିଦ୍ଖୋର ଥିଲେ। ଦାସତ୍ୱ ଅବସ୍ଥାକୁ ଫେରିଯିବା ନିମନ୍ତେ ବିଦ୍ରୋହ ଭାବରେ ଜଣକୁ ପ୍ରଧାନ କରି ନିଯୁକ୍ତି କଲେ। “ତଥାପି ତୁମ୍ଭେ ସେମାନଙ୍କୁ କ୍ଷମା କରିବାକୁ ଉଦ୍ୟତ, କୃପାମୟ, ସ୍ନେହଶୀଳ, କ୍ରୋଧରେ ଧିର ଓ ଦୟାରେ ପରିପୂର୍ଣ୍ଣ ପରମେଶ୍ୱର ଅଟ। ଏଣୁ ତୁମ୍ଭେ ସେମାନଙ୍କୁ ପରିତ୍ୟାଗ କଲ ନାହିଁ।