Biblia Todo Logo
Bib sou entènèt

- Piblisite -




ଏଜ୍ରା 9:12 - ପବିତ୍ର ବାଇବଲ

12 ଏଣୁ ହେ ଇସ୍ରାଏଲର ଲୋକମାନେ ତୁମ୍ଭର ସନ୍ତାନମାନଙ୍କୁ ସେମାନଙ୍କର ସନ୍ତାନମାନଙ୍କ ସହିତ ବିବାହ ଦିଅ ନାହିଁ। କିମ୍ବା ସେମାନଙ୍କ ଶାନ୍ତି ଓ ସୌଭାଗ୍ୟ ପାଇଁ କଦାପି ଚେଷ୍ଟା କର ନାହିଁ। ତହିଁରେ ତୁମ୍ଭେମାନେ ବଳବାନ ହେବ। ଦେଶର ଉତ୍ତମ ଦ୍ରବ୍ୟ ଭୋଜନ କରିବ ଓ ସବୁଦିନ ପାଇଁ ଆପଣା ସନ୍ତାନଗଣର ଅଧିକାର ନିମନ୍ତେ ତାହା ରଖିଯିବ। ମାତ୍ର ଆମ୍ଭେମାନେ ତୁମ୍ଭର ଏହି ଆଜ୍ଞା ପରିତ୍ୟାଗ କରିଅଛୁ।’

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

12 ଏହେତୁ ତୁମ୍ଭେମାନେ ଆପଣାମାନଙ୍କ କନ୍ୟାଗଣଙ୍କୁ ସେମାନଙ୍କ ପୁତ୍ରଗଣ ସହିତ ବିବାହ ଦିଅ ନାହିଁ, ଅବା ତୁମ୍ଭମାନଙ୍କ ପୁତ୍ରଗଣ ନିମନ୍ତେ ସେମାନଙ୍କ କନ୍ୟାଗଣଙ୍କୁ ଗ୍ରହଣ କର ନାହିଁ, କିଅବା ସେମାନଙ୍କ ଶାନ୍ତି ବା ଉନ୍ନତି କଦାପି ଚେଷ୍ଟା କର ନାହିଁ; ତହିଁରେ ତୁମ୍ଭମାନେ ବଳବାନ ହେବ ଓ ଦେଶର ଉତ୍ତମ ଦ୍ରବ୍ୟ ଭୋଜନ କରିବ ଓ ସଦାକାଳ ଆପଣା ସନ୍ତାନଗଣର ଅଧିକାର ନିମନ୍ତେ ତାହା ରଖିଯିବ; ମାତ୍ର ଆମ୍ଭେମାନେ ତୁମ୍ଭର ଏହି ଆଜ୍ଞାସବୁ ପରିତ୍ୟାଗ କରିଅଛୁ।

Gade chapit la Kopi

ଓଡିଆ ବାଇବେଲ

12 ଏହେତୁ ତୁମ୍ଭେମାନେ ଆପଣାମାନଙ୍କ କନ୍ୟାଗଣଙ୍କୁ ସେମାନଙ୍କ ପୁତ୍ରଗଣ ସହିତ ବିବାହ ଦିଅ ନାହିଁ, ଅବା ତୁମ୍ଭମାନଙ୍କ ପୁତ୍ରଗଣ ନିମନ୍ତେ ସେମାନଙ୍କ କନ୍ୟାଗଣଙ୍କୁ ଗ୍ରହଣ କର ନାହିଁ, କିଅବା ସେମାନଙ୍କ ଶାନ୍ତି ବା ଉନ୍ନତି କଦାପି ଚେଷ୍ଟା କର ନାହିଁ; ତହିଁରେ ତୁମ୍ଭମାନେ ବଳବାନ ହେବ ଓ ଦେଶର ଉତ୍ତମ ଦ୍ରବ୍ୟ ଭୋଜନ କରିବ ଓ ସଦାକାଳ ଆପଣା ସନ୍ତାନଗଣର ଅଧିକାର ନିମନ୍ତେ ତାହା ରଖିଯିବ।’ ମାତ୍ର ଆମ୍ଭେମାନେ ତୁମ୍ଭର ଏହି ଆଜ୍ଞାସବୁ ପରିତ୍ୟାଗ କରିଅଛୁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ଏହେତୁ ତୁମ୍ଭେମାନେ ଆପଣାମାନଙ୍କ କନ୍ୟାଗଣଙ୍କୁ ସେମାନଙ୍କ ପୁତ୍ରଗଣ ସହିତ ବିବାହ ଦିଅ ନାହିଁ, ଅବା ତୁମ୍ଭମାନଙ୍କ ପୁତ୍ରଗଣ ନିମନ୍ତେ ସେମାନଙ୍କ କନ୍ୟାଗଣଙ୍କୁ ଗ୍ରହଣ କର ନାହିଁ, କିଅବା ସେମାନଙ୍କ ଶାନ୍ତି ବା ଉନ୍ନତି କଦାପି ଚେଷ୍ଟା କର ନାହିଁ; ତହିଁରେ ତୁମ୍ଭେମାନେ ବଳବାନ ହେବ ଓ ଦେଶର ଉତ୍ତମ ଦ୍ରବ୍ୟ ଭୋଜନ କରିବ ଓ ସଦାକାଳ ଆପଣା ସନ୍ତାନଗଣର ଅଧିକାର ନିମନ୍ତେ ତାହା ରଖିଯିବ।’ ମାତ୍ର ଆମ୍ଭେମାନେ ତୁମ୍ଭର ଏହି ଆଜ୍ଞାସବୁ ପରିତ୍ୟାଗ କରିଅଛୁ।

Gade chapit la Kopi




ଏଜ୍ରା 9:12
17 Referans Kwoze  

ତୁମ୍ଭେମାନେ ସେମାନଙ୍କ ସହିତ ବିବାହ ସମ୍ବନ୍ଧ ରଖିବ ନାହିଁ। ତୁମ୍ଭେମାନେ ସେମାନଙ୍କ ପୁତ୍ରମାନଙ୍କ ସହିତ ଆପଣା କନ୍ୟାମାନଙ୍କୁ ବିବାହ ଦେବ ନାହିଁ। କିଅବା ଆପଣା ପୁତ୍ରମାନଙ୍କୁ ସେମାନଙ୍କ କନ୍ୟାମାନଙ୍କ ସହିତ ବିବାହ ଦେବ ନାହିଁ।


ତୁମ୍ଭେ ଯାବଜ୍ଜୀବନ ଅନନ୍ତକାଳ ପର୍ଯ୍ୟନ୍ତ ଅମ୍ମୋନୀୟ ଓ ମୋୟାବୀୟ ସନ୍ତାନମାନଙ୍କ ଶାନ୍ତି ଓ ମଙ୍ଗଳ ଲୋଡ଼ିବ ନାହିଁ।


ଉତ୍ତମ ଲୋକ ଆପଣା ଆପଣା ପୌତ୍ରମାନଙ୍କ ପାଇଁ ଅଧିକାର ଛାଡ଼ିଯାଏ। ମାତ୍ର ପାପୀର ଧନ ଧାର୍ମିକମାନଙ୍କ ପାଇଁ ସଞ୍ଚିତ ହୁଏ।


“ଯଦି ତୁମ୍ଭେମାନେ ମୋର ବାକ୍ୟ ପ୍ରତି ଧ୍ୟାନ ଦେବ ଓ ମୋର ଆଜ୍ଞାବହ ହେବ ତେବେ ତୁମ୍ଭେମାନେ ଦେଶରେ ଉତ୍ତମ ଫଳ ଭୋଗ କରିବ।


ଯେଉଁ ଧାର୍ମିକ ଲୋକ ସରଳତାରେ ବାସ କରେ, ତା’ ଉତ୍ତାରେ ତା'ର ପୁତ୍ରଗଣ, ସନ୍ତାନଗଣ ଧନ୍ୟ ହୁଅନ୍ତି।


ସେମାନେ ଆପଣାମାନଙ୍କ ଓ ଆପଣାମାନଙ୍କ ପୁତ୍ରଗଣଙ୍କ ନିମନ୍ତେ ସେମାନଙ୍କର କନ୍ୟାଗଣଙ୍କୁ ଗ୍ରହଣ କରିଅଛନ୍ତି। ଏହିପରି ପବିତ୍ରବଂଶ ଅନ୍ୟଦେଶରେ ଗୋଷ୍ଠୀୟମାନଙ୍କ ସଙ୍ଗେ ଆପଣାମାନଙ୍କୁ ମିଶ୍ରିତ କରିଅଛନ୍ତି। ଏହି ଅପରାଧରେ ଅଧିପତି ଓ ଶାସନକର୍ତ୍ତାମାନଙ୍କ ହସ୍ତ ପ୍ରଧାନ ହୋଇଅଛି।”


“ତୁମ୍ଭେ ସେମାନଙ୍କ ସହିତ କିମ୍ବା ସେମାନଙ୍କ ଦେବତାଗଣ ସହିତ କୌଣସି ଚୁକ୍ତି କରିବ ନାହିଁ।


ଦ୍ରଷ୍ଟା ଯେହୂ ଯିହୋଶାଫ‌ଟଙ୍କୁ ଭେଟିବାକୁ ଗଲେ। ଯେହୂଙ୍କର ପିତାଙ୍କର ନାମ ହନାନି ଥିଲା। ଯେହୂ ରାଜା ଯିହୋଶାଫ‌ଟଙ୍କୁ କହିଲେ, “ତୁମ୍ଭେ କାହିଁକି ଦୁଷ୍ଟ ଲୋକମାନଙ୍କୁ ସାହାଯ୍ୟ କଲ? ସଦାପ୍ରଭୁ ଯେଉଁ ଲୋକମାନଙ୍କୁ ଘୃଣା କରନ୍ତି, ତୁମ୍ଭେ କାହିଁକି ସେହି ଲୋକମାନଙ୍କୁ ପ୍ରେମ କଲ? ସେଥିନିମନ୍ତେ ସଦାପ୍ରଭୁ ତୁମ୍ଭ ଉପରେ କ୍ରୋଧ କରିଅଛନ୍ତି।


“ତୁମ୍ଭେମାନେ ଇଦୋମୀୟ ଲୋକମାନଙ୍କୁ ଘୃଣା କରିବା ଉଚିତ୍ ନୁହେଁ। କାରଣ ସେମାନେ ତୁମ୍ଭମାନଙ୍କର ଭାଇ ଅଟନ୍ତି ଏବଂ ତୁମ୍ଭେମାନେ ମିଶରୀୟମାନଙ୍କୁ ଘୃଣା କରିବା ଉଚିତ୍ ନୁହେଁ କାରଣ ତୁମ୍ଭେମାନେ ସେମାନଙ୍କ ଦେଶରେ ବିଦେଶୀପରି ବାସ କରୁଥିଲ।


ଦାଉଦ କହିଲେ, “ବର୍ତ୍ତମାନ, ସମଗ୍ର ଇସ୍ରାଏଲ ଓ ପରମେଶ୍ୱରଙ୍କ ସାକ୍ଷାତରେ ମୁଁ ତୁମ୍ଭମାନଙ୍କୁ ଏହି କଥା କହୁଅଛି, ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ଦତ୍ତ ଆଦେଶଗୁଡ଼ିକର ବାଧ୍ୟ ହେବା ନିମନ୍ତେ ଅତ୍ୟନ୍ତ ଯତ୍ନଶୀଳ ହୁଅ। ତେବେ ତୁମ୍ଭେମାନେ ଏହି ଉତ୍ତମ ଦେଶକୁ ରକ୍ଷା କରି ପାରିବ। ଆଉ ତୁମ୍ଭେ ତୁମ୍ଭର ବଂଶଧରମାନଙ୍କୁ ତାହା ଦେଇ ପାରିବ।”


Swiv nou:

Piblisite


Piblisite