Biblia Todo Logo
Bib sou entènèt

- Piblisite -




ଏଜ୍ରା 9:11 - ପବିତ୍ର ବାଇବଲ

11 ହେ ପରମେଶ୍ୱର, ତୁମ୍ଭେ ଆପଣା ଦାସ ଭବିଷ୍ୟ‌ଦ୍‌ବକ୍ତାଗଣ ଦ୍ୱାରା ଆଜ୍ଞାକରି କହିଥିଲ, ‘ତୁମ୍ଭେମାନେ ଯେଉଁ ଦେଶ ଅଧିକାର କରିବାକୁ ଯାଉଅଛ। ତାହା ଅନ୍ୟ ଦେଶ ଗୋଷ୍ଠୀୟମାନଙ୍କ ଅଶୌଚ ଦ୍ୱାରା ଅଶୁଚି ଦେଶ ହୋଇଅଛି। ସେମାନଙ୍କର ଘୃଣାଯୋଗ୍ୟ କର୍ମ ଦେଶକୁ ଏକ ସୀମାରୁ ଅନ୍ୟ ସୀମା ପର୍ଯ୍ୟନ୍ତ ସେମାନଙ୍କ ପାପରେ ପରିପୂର୍ଣ୍ଣ କରିଅଛି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 ତୁମ୍ଭେ ଆପଣା ଦାସ ଭବିଷ୍ୟଦ୍ବକ୍ତାଗଣ ଦ୍ଵାରା ଆଜ୍ଞା କରି କହିଥିଲ, ତୁମ୍ଭେମାନେ ଯେଉଁ ଦେଶ ଅଧିକାର କରିବାକୁ ଯାଉଅଛ, ତାହା ଅନ୍ୟଦେଶୀ ଗୋଷ୍ଠୀୟମାନଙ୍କ ଅଶୌଚ ଦ୍ଵାରା ଅଶୁଚି ଦେଶ ଅଟେ, ସେମାନଙ୍କର ଘୃଣାଯୋଗ୍ୟ କର୍ମ ଦେଶକୁ ଏକ ସୀମାରୁ ଅନ୍ୟ ସୀମା ପର୍ଯ୍ୟନ୍ତ ସେମାନଙ୍କ ଅଶୌଚରେ ପରିପୂର୍ଣ୍ଣ କରିଅଛି।

Gade chapit la Kopi

ଓଡିଆ ବାଇବେଲ

11 ତୁମ୍ଭେ ଆପଣା ଦାସ ଭବିଷ୍ୟଦ୍‍ବକ୍ତାଗଣ ଦ୍ୱାରା ଆଜ୍ଞା କରି କହିଥିଲ, ‘ତୁମ୍ଭେମାନେ ଯେଉଁ ଦେଶ ଅଧିକାର କରିବାକୁ ଯାଉଅଛ, ତାହା ଅନ୍ୟଦେଶୀୟ ଗୋଷ୍ଠୀୟମାନଙ୍କ ଅଶୁଚିତା ଦ୍ୱାରା ଅଶୁଚି ଦେଶ ଅଟେ, ସେମାନଙ୍କର ଘୃଣାଯୋଗ୍ୟ କର୍ମ ଦେଶକୁ ଏକ ସୀମାରୁ ଅନ୍ୟ ସୀମା ପର୍ଯ୍ୟନ୍ତ ସେମାନଙ୍କ ଅଶୁଚିତାରେ ପରିପୂର୍ଣ୍ଣ କରିଅଛି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ତୁମ୍ଭେ ଆପଣା ଦାସ ଭବିଷ୍ୟଦ୍‍ବକ୍ତାଗଣ ଦ୍ୱାରା ଆଜ୍ଞା କରି କହିଥିଲ, ‘ତୁମ୍ଭେମାନେ ଯେଉଁ ଦେଶ ଅଧିକାର କରିବାକୁ ଯାଉଅଛ, ତାହା ଅନ୍ୟ ଦେଶୀୟ ଗୋଷ୍ଠୀୟମାନଙ୍କ ଅଶୁଚିତା ଦ୍ୱାରା ଅଶୁଚି ଦେଶ ଅଟେ, ସେମାନଙ୍କର ଘୃଣାଯୋଗ୍ୟ କର୍ମ ଦେଶକୁ ଏକ ସୀମାରୁ ଅନ୍ୟ ସୀମା ପର୍ଯ୍ୟନ୍ତ ସେମାନଙ୍କ ଅଶୁଚିତାରେ ପରିପୂର୍ଣ୍ଣ କରିଅଛି।

Gade chapit la Kopi




ଏଜ୍ରା 9:11
11 Referans Kwoze  

ବଳିତ୍ୱରୁ ପୁନରାଗତ ଇସ୍ରାଏଲ ସନ୍ତାନଗଣ ଓ ଯେଉଁମାନେ ସେମାନଙ୍କର ପକ୍ଷ ହୋଇ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କର ଅନ୍ୱେଷଣ କରିବା ପାଇଁ ଦେଶନିବାସୀ ଅନ୍ୟ ଦେଶୀୟମାନଙ୍କର ଅଶୁଚିତାରୁ ଆପଣାମାନଙ୍କୁ ପୃଥକ କରିଥିଲେ। ସେମାନେ ସମସ୍ତେ ନିସ୍ତାରପର୍ବରେ ଭୋଜନ କଲେ।


ଅତଏବ, ଆସ ପରମେଶ୍ୱରଙ୍କ ପ୍ରତି ଭକ୍ତି ଥିବାରୁ ଆମ୍ଭ ଜୀବନଯାପନ ପ୍ରଣାଳୀରେ ନିଜକୁ ପବିତ୍ର କରିବା ଏବଂ ଆମ୍ଭ ଶରୀର ଓ ଆତ୍ମାକୁ ଅପବିତ୍ର କରୁଥିବା ପ୍ରତ୍ୟେକ ବିଷୟକୁ ଦୂର କରିବା।


ଏହିସବୁ କର୍ମ ସମାପ୍ତ ହେଲା ପରେ, ଇସ୍ରାଏଲୀୟ ମୁଖ୍ୟମାନେ ଆମ୍ଭ ନିକଟକୁ ଆସିଲେ ଓ ସେମାନେ କହିଲେ, “ଏଜ୍ରା, ଇସ୍ରାଏଲର ଲୋକମାନେ, ଯାଜକମାନେ ଓ ଲେବୀୟମାନେ ଅନ୍ୟଦେଶୀ ଗୋଷ୍ଠୀୟମାନଙ୍କଠାରୁ ଆପଣାମାନଙ୍କୁ ପୃଥକ ନ କରି ସେମାନଙ୍କର ଅର୍ଥାତ୍ କିଣାନୀୟ, ହିତ୍ତୀୟ, ପିରିଷୀୟ, ଯିବୂଷୀୟ, ଅମ୍ମୋନୀୟ, ମୋୟାବୀୟ, ମିସ୍ରୀୟ ଓ ଇମୋରୀୟମାନଙ୍କର ଘୃଣାଯୋଗ୍ୟ କର୍ମ ଅନୁସାରେ କରୁଅଛନ୍ତି।


ଯେଉଁ ବିଷୟଗୁଡ଼ିକ କରିବା ଭୁଲ୍ ବୋଲି ସଦାପ୍ରଭୁ କହିଥିଲେ, ମନଃଶି ସେହିସବୁ କାର୍ଯ୍ୟ କଲେ। ସଦାପ୍ରଭୁ ଯେଉଁ ଦେଶଗୁଡ଼ିକୁ ଇସ୍ରାଏଲର ଲୋକମାନଙ୍କ ସମ୍ମୁଖରୁ ବଳପୂର୍ବକ ବାହାର କରି ଦେଇଥିଲେ, ମନଃଶି ସେହି ଦେଶବାସୀମାନଙ୍କର ଭୟାନକ ଓ ପାପପୂର୍ଣ୍ଣ ପଥରେ ଅନୁଗମନ କଲେ।


କାରଣ ଏପରି କର୍ମ ଯିଏ କରେ, ସେ ସଦାପ୍ରଭୁଙ୍କର ଘୃଣାର ପାତ୍ର, ଏବଂ ସେହି ଘୃଣ୍ୟକର୍ମ ସକାଶୁ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ସେମାନଙ୍କୁ ତୁମ୍ଭ ସମ୍ମୁଖରୁ ତଡ଼ି ଦେଉଛନ୍ତି।


ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ପାଇଁ ଏପରି କର ନାହିଁ। ତୁମ୍ଭମାନଙ୍କ ସଦାପ୍ରଭୁଙ୍କର ଉପାସନା ସେପରି କର ନାହିଁ। କାରଣ ସେ ଲୋକମାନେ ଏପରି କର୍ମମାନ କରୁଥିଲେ ଯାହାକୁ ସଦାପ୍ରଭୁ ଘୃଣା କରନ୍ତି। ସେମାନେ ଆପଣା ଦେବତାଗଣଙ୍କ ଉଦ୍ଦେଶ୍ୟରେ ଆପଣାର ସନ୍ତାନମାନଙ୍କୁ ଅଗ୍ନିରେ ଦ‌‌ଗ୍‌‌ଧ କରନ୍ତି।


ପୁଣି ମନଃଶି ବହୁ ନିର୍ଦ୍ଦୋଷ ଲୋକଙ୍କୁ ହତ୍ୟା କରି ଯିରୁଶାଲମରେ ଏକ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତ ପର୍ଯ୍ୟନ୍ତ ରକ୍ତରେ ପରିପୂର୍ଣ୍ଣ କଲେ। ଏହା ସହିତ ସେ ଯିହୁଦାକୁ ପାପରେ ଅଶିଂକୃତ କରାଇଲେ ଓ ସଦାପ୍ରଭୁଙ୍କ ଦୃଷ୍ଟିରେ ଦୁଷ୍କର୍ମ କଲେ।’”


“ଏବେ ହେ ଆମ୍ଭର ପରମେଶ୍ୱର, ଏହା ପରେ ଆମ୍ଭମାନଙ୍କର କ’ଣ କରିବା ଉଚିତ୍? ଆମ୍ଭେ ତୁମ୍ଭର ଆଜ୍ଞାକୁ ଉପେକ୍ଷା କରିଛୁ!


ଆମ୍ଭେ ଆମ୍ଭର ଦାସ ଭବିଷ୍ୟ‌ଦ୍‌ବକ୍ତାଗଣଙ୍କୁ ତୁମ୍ଭମାନଙ୍କ ନିକଟକୁ ବାରମ୍ବାର ପଠାଇ ଆସିଛୁ। ମାତ୍ର ତୁମ୍ଭେମାନେ ସେମାନଙ୍କ କଥା ପ୍ରତି ଅବଧାନ କରି ନାହଁ।


Swiv nou:

Piblisite


Piblisite