Biblia Todo Logo
Bib sou entènèt

- Piblisite -




ଏଜ୍ରା 9:10 - ପବିତ୍ର ବାଇବଲ

10 “ଏବେ ହେ ଆମ୍ଭର ପରମେଶ୍ୱର, ଏହା ପରେ ଆମ୍ଭମାନଙ୍କର କ’ଣ କରିବା ଉଚିତ୍? ଆମ୍ଭେ ତୁମ୍ଭର ଆଜ୍ଞାକୁ ଉପେକ୍ଷା କରିଛୁ!

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 ଏବେ ହେ ଆମ୍ଭମାନଙ୍କ ପରମେଶ୍ଵର, ଏଥି ଉତ୍ତାରେ ଆମ୍ଭେମାନେ ଆଉ କଅଣ କହିବା?

Gade chapit la Kopi

ଓଡିଆ ବାଇବେଲ

10 ଏବେ ହେ ଆମ୍ଭମାନଙ୍କ ପରମେଶ୍ୱର, ଏଥିଉତ୍ତାରେ ଆମ୍ଭେମାନେ ଆଉ କଅଣ କହିବା ?

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ଏବେ ହେ ଆମ୍ଭମାନଙ୍କ ପରମେଶ୍ୱର, ଏଥିଉତ୍ତାରେ ଆମ୍ଭେମାନେ ଆଉ କଅଣ କହିବା?

Gade chapit la Kopi




ଏଜ୍ରା 9:10
10 Referans Kwoze  

ବ୍ୟବସ୍ଥାରେ ଯେଉଁ କଥାଗୁଡ଼ିକ କୁହାଯାଇଛି, ତାହା ବ୍ୟବସ୍ଥାଧୀନ ରହିଥିବା ଲୋକଙ୍କ ପାଇଁ ପ୍ରୟୋଜନ। ଏହି ବ୍ୟବସ୍ଥାଗୁଡ଼ିକ ସମସ୍ତ ଯିହୂଦୀ ଲୋକଙ୍କୁ ଆଳ ଦେଖାଇବାରୁ ଅଟକାଏ ଏବଂ ସମଗ୍ର ସଂସାରର ଲୋକମାନଙ୍କୁ ପରମେଶ୍ୱରଙ୍କ ନ୍ୟାୟବିଗ୍ଭରକୁ ଆଣେ।


ସଦାପ୍ରଭୁଙ୍କର ପ୍ରେମ ଓ ଦୟା ଶେଷ ହୁଏ ନାହିଁ।


ହେ ସଦାପ୍ରଭୁ, ଇସ୍ରାଏଲ ଶତ୍ରୁଗଣଙ୍କ ଦ୍ୱାରା ପରାଜିତ ହେବା ପରେ ଆମ୍ଭେ କ’ଣ କରିବୁ?


ଯିହୁଦା କହିଲା, “ହେ ମହାଶୟ, ଆମ୍ଭର ଆଉ କିଛି କହିବାର ନାହିଁ। ଆମ୍ଭର ସଫେଇ ଦେବାର ଆଉ କିଛି ନାହିଁ। ଆମ୍ଭେ ପ୍ରମାଣ କରି ପାରିବୁ ନାହିଁ ଯେ ଆମ୍ଭେ ନିର୍ଦ୍ଦୋଷ। ପରମେଶ୍ୱରଙ୍କ ବିଗ୍ଭରରେ ଆମ୍ଭେ କରିଥିବା କାର୍ଯ୍ୟ ଦୋଷାବହ। ସେଥିପାଇଁ ଆମ୍ଭେ ସମସ୍ତେ ଆପଣଙ୍କ ଦାସ ହୋଇ ରହିବୁ, ତାହା ସହିତ ଯାହାର ପଟରୁ ଆପଣଙ୍କ ପାତ୍ର ମିଳିଲା।”


ହଁ, ଆମ୍ଭେମାନେ ବନ୍ଦୀ ଥିଲୁ। କିନ୍ତୁ ତୁମ୍ଭେ ଆମ୍ଭକୁ ବେଶିଦିନ ନିର୍ବାସିତ କରି ରଖି ନ ଥିଲ। ତୁମ୍ଭେ ଆମ୍ଭ ପ୍ରତି ଦୟା କରିଥିଲ। ତୁମ୍ଭ ଯୋଗୁଁ ପାରସ୍ୟର ରାଜା ଆମ୍ଭ ପ୍ରତି ଦୟା ଦେଖାଇ ଥିଲେ। ତୁମ୍ଭର ମନ୍ଦିର ଧ୍ୱଂସ ହୋଇ ଯାଇଥିଲା। ଏବଂ ଆମ୍ଭେ ଏହାକୁ ପୁନଃନିର୍ମାଣ କରି ଏହାକୁ ନୂତନ ଜୀବନ ଦେଲୁ। ପରମେଶ୍ୱର, ତୁମ୍ଭେ ଯିହୁଦା ଓ ଯିରୁଶାଲମରେ ପ୍ରାଚୀର ଦେବା ପାଇଁ ଆମ୍ଭର ସହାୟ ହେଲ।


ହେ ପରମେଶ୍ୱର, ତୁମ୍ଭେ ଆପଣା ଦାସ ଭବିଷ୍ୟ‌ଦ୍‌ବକ୍ତାଗଣ ଦ୍ୱାରା ଆଜ୍ଞାକରି କହିଥିଲ, ‘ତୁମ୍ଭେମାନେ ଯେଉଁ ଦେଶ ଅଧିକାର କରିବାକୁ ଯାଉଅଛ। ତାହା ଅନ୍ୟ ଦେଶ ଗୋଷ୍ଠୀୟମାନଙ୍କ ଅଶୌଚ ଦ୍ୱାରା ଅଶୁଚି ଦେଶ ହୋଇଅଛି। ସେମାନଙ୍କର ଘୃଣାଯୋଗ୍ୟ କର୍ମ ଦେଶକୁ ଏକ ସୀମାରୁ ଅନ୍ୟ ସୀମା ପର୍ଯ୍ୟନ୍ତ ସେମାନଙ୍କ ପାପରେ ପରିପୂର୍ଣ୍ଣ କରିଅଛି।


“ତଥାପି ବହୁବର୍ଷ ପର୍ଯ୍ୟନ୍ତ ତୁମ୍ଭେ ସେମାନଙ୍କୁ ସହ୍ୟ କଲ ଓ ଆପଣା ଆତ୍ମାଦ୍ୱାରା ଆପଣା ଭବିଷ୍ୟ‌ଦ୍‌ବକ୍ତାମାନଙ୍କ ମାଧ୍ୟମରେ ତୁମ୍ଭେ ସତର୍କ କଲ। ମାତ୍ର ସେମାନେ କର୍ଣ୍ଣପାତ କରିବାକୁ ପ୍ରସ୍ତୁତ ହେଲେ ନାହିଁ। ଏଣୁ ତୁମ୍ଭେ ସେମାନଙ୍କୁ ଅନ୍ୟ ଦେଶୀୟ ଗୋଷ୍ଠୀ ହସ୍ତରେ ସମର୍ପଣ କଲ।


ପୁଣି ଆମ୍ଭମାନଙ୍କ ରାଜଗଣ, ରାଜପୁତ୍ରଗଣ, ଆମ୍ଭର ଯାଜକଗଣ ଓ ଆମ୍ଭର ପୂର୍ବପୁରୁଷଗଣ ତୁମ୍ଭ ବ୍ୟବସ୍ଥା ପାଳନ କରି ନାହାନ୍ତି। ସେମାନେ ତୁମ୍ଭର ଆଜ୍ଞା ଏବଂ ତୁମ୍ଭର ସତର୍କ ବାଣୀ ଶୁଣିଲେ ନାହିଁ, ଯାହା ତୁମ୍ଭେ ସେମାନଙ୍କ ବିରୁଦ୍ଧରେ ଦେଇଥିଲ।


ଆମ୍ଭେମାନେ ଠିକ୍ ଆମ୍ଭର ପୂର୍ବପୁରୁଷଙ୍କ ପରି ପାପ କରିଛୁ। ଆମ୍ଭେ ଅଧର୍ମ କରିଅଛୁ। ଆମ୍ଭେମାନେ ଅଧର୍ମ ଭାବରେ କାମ କରିଅଛୁ।


Swiv nou:

Piblisite


Piblisite