Biblia Todo Logo
Bib sou entènèt

- Piblisite -




ଏଜ୍ରା 8:18 - ପବିତ୍ର ବାଇବଲ

18 ତେଣୁ ଆମ୍ଭମାନଙ୍କ ପ୍ରତି ଆମ୍ଭମାନଙ୍କର ପରମେଶ୍ୱର ମଙ୍ଗଳମୟ ହସ୍ତର ସହାୟତା ପ୍ରମାଣେ ସେମାନେ ଇସ୍ରାଏଲର ପୌତ୍ର, ଲେବୀର ପୁତ୍ର ମହଲିର ବଂଶଧରମାନଙ୍କ ମଧ୍ୟରୁ ଜଣେ ପ୍ରବେଶ ଲୋକକୁ ଏବଂ ଶେରେବିୟ ଓ ତାହାର ପୁତ୍ର ଓ ଭାତୃଗଣ ସମେତ 18 ଜଣଙ୍କୁ ପଠାଇଲି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

18 ତହୁଁ ଆମ୍ଭମାନଙ୍କ ପ୍ରତି ଆମ୍ଭମାନଙ୍କ ପରମେଶ୍ଵରଙ୍କ ମଙ୍ଗଳମୟ ହସ୍ତର ସହାୟତା ପ୍ରମାଣେ ସେମାନେ ଇସ୍ରାଏଲର ପୌତ୍ର, ଲେବୀର ପୁତ୍ର ମହଲିର ସନ୍ତାନଗଣ ମଧ୍ୟରୁ ଏକ ଜଣ ପ୍ରବୀଣ ଲୋକକୁ; ପୁଣି, ଶେରେବୀୟ ଓ ତାହାର ପୁତ୍ର ଓ ଭ୍ରାତୃଗଣ ସମେତ ଅଠର ଜଣକୁ;

Gade chapit la Kopi

ଓଡିଆ ବାଇବେଲ

18 ତହୁଁ ଆମ୍ଭମାନଙ୍କ ପ୍ରତି ଆମ୍ଭମାନଙ୍କ ପରମେଶ୍ୱରଙ୍କ ମଙ୍ଗଳମୟ ହସ୍ତର ସହାୟତା ପ୍ରମାଣେ ସେମାନେ ଇସ୍ରାଏଲର ପୌତ୍ର, ଲେବୀର ପୁତ୍ର ମହଲିର ସନ୍ତାନଗଣ ମଧ୍ୟରୁ ଏକ ଜଣ ପ୍ରବୀଣ ଲୋକକୁ; ପୁଣି, ଶେରେବୀୟ ଓ ତାହାର ପୁତ୍ର ଓ ଭ୍ରାତୃଗଣ ସମେତ ଅଠର ଜଣକୁ;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

18 ତହୁଁ ଆମ୍ଭମାନଙ୍କ ପ୍ରତି ଆମ୍ଭମାନଙ୍କ ପରମେଶ୍ୱରଙ୍କ ମଙ୍ଗଳମୟ ହସ୍ତର ସହାୟତା ପ୍ରମାଣେ ସେମାନେ ଇସ୍ରାଏଲର ପୌତ୍ର, ଲେବୀର ପୁତ୍ର ମହଲିର ସନ୍ତାନଗଣ ମଧ୍ୟରୁ ଏକ ଜଣ ପ୍ରବୀଣ ଲୋକକୁ; ପୁଣି, ଶେରେବୀୟ ଓ ତାହାର ପୁତ୍ର ଓ ଭ୍ରାତୃଗଣ ସମେତ ଅଠର ଜଣକୁ;

Gade chapit la Kopi




ଏଜ୍ରା 8:18
22 Referans Kwoze  

ତା'ପରେ ଆମ୍ଭେ ତୁମ୍ଭମାନଙ୍କ ପାଇଁ ନୂତନ ପାଳକଗଣ ଦେବା, ଯେଉଁମାନେ କି ଆମ୍ଭ ପ୍ରତି ଅତ୍ୟନ୍ତ ବିଶ୍ୱସ୍ତ ହେବେ। ସେମାନେ ଜ୍ଞାନ ଓ ବୁଦ୍ଧିରେ ତୁମ୍ଭମାନଙ୍କୁ ଚଲାଇବେ।


ରାଜା ଆସଫଙ୍କ ନିମନ୍ତେ ମୋତେ ଗୋଟିଏ ପତ୍ର ଦେଲେ। ଆସଫ୍ ବର୍ତ୍ତମାନ ରାଜାଙ୍କର ଜଙ୍ଗଲର ରକ୍ଷକ ଅଟନ୍ତି।” ସେ ଆସଫଙ୍କୁ ମନ୍ଦିର ଫାଟକର ମୂଖଶାଳା, ସହରର କାନ୍ଥ ଏବଂ ମନ୍ଦିର କବାଟ ପାଇଁ ମୋତେ ଖଣ୍ଡେ କାଠ ଦେବା ଲାଗି କହିଲେ।” ରାଜା ଏପରି କରିଥିଲେ କାରଣ ପରମେଶ୍ୱର ମୋ’ ପାଇଁ ମଙ୍ଗଳମୟ ଥିଲେ।


ପୁଣି ସେ ରାଜାର ଓ ତାଙ୍କର ମନ୍ତ୍ରୀଗଣର ଓ ରାଜାଙ୍କର ପରାକ୍ରାନ୍ତ ଅଧିପତି ସମସ୍ତଙ୍କ ସାକ୍ଷାତରେ ମୋ’ ପ୍ରତି ଅଧିକ ଦୟା ପ୍ରକାଶ କରିଅଛନ୍ତି। ମୁଁ ଶକ୍ତିଶାଳୀ ହେଲି କାରଣ ସଦାପ୍ରଭୁ ପରମେଶ୍ୱରଙ୍କର ହସ୍ତ ମୋ’ ଉପରେ ଥିଲା। ଏହି ପ୍ରକାରେ ମୁଁ ଇସ୍ରାଏଲର ଲୋକମାନଙ୍କର ମୁଖ୍ୟମାନଙ୍କୁ ମୋ’ ସହିତ ଯିବା ପାଇଁ ଏକତ୍ରିତ କଲି।


ଆଉ ଜ୍ଞାନ ଓ ବୁଦ୍ଧି ସମ୍ବନ୍ଧୀୟ ଯେକୌଣସି ବିଷୟରେ ରାଜା ସେହି ଗ୍ଭରି ଯୁବକଙ୍କୁ ପଗ୍ଭରୁଥିଲେ, ସେମାନେ ବିଜ୍ଞ ଉତ୍ତର ଦେଉଥିଲେ। ରାଜା ସମଗ୍ର ରାଜ୍ୟରେ ସମସ୍ତ ମନ୍ତ୍ରଜ୍ଞ ଓ ଗଣକମାନଙ୍କ ଅପେକ୍ଷା ସେମାନେ ଦଶଗୁଣ ଅଧିକ ଜ୍ଞାନୀ ବୋଲି ଜାଣିଲେ।


କାରଣ ପଥ ମଧ୍ୟରେ ଶତ୍ରୁ ବିରୁଦ୍ଧରେ ଆମ୍ଭମାନଙ୍କୁ ସାହାଯ୍ୟ କରିବା ପାଇଁ ରାଜାଙ୍କୁ ଏକଦଳ ସୈନ୍ୟ ଓ ଅଶ୍ୱାରୋହୀ ମାଗିବାକୁ ମୁଁ ଲଜ୍ଜା ବୋଧ କଲି। ମୁଁ ରାଜାଙ୍କୁ ଏହି କଥା କହିଲି, ଯେଉଁମାନେ ଆମ୍ଭମାନଙ୍କ ପରମେଶ୍ୱରଙ୍କୁ ଭରସା କରନ୍ତି, “ସେମାନଙ୍କର ମଙ୍ଗଳ ପାଇଁ ସେମାନଙ୍କ ପ୍ରତି ତାଙ୍କର ସହାୟତା ଅଛି। ମାତ୍ର ଯେଉଁମାନେ ତାହାଙ୍କୁ ପରିତ୍ୟାଗ କରନ୍ତି, ତାଙ୍କର ଶକ୍ତି ଓ କ୍ରୋଧ ସେମାନଙ୍କର ବିରୁଦ୍ଧରେ ଥାଏ।”


ଏହି ଏଜ୍ରା ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁଙ୍କ ପ୍ରଦତ୍ତ ମୋଶା ବ୍ୟବସ୍ଥାରେ ନିପୁଣ ଅଧ୍ୟାପକ ଥିଲା। ସେ ଯାହା ମାଗୁଥିଲା ରାଜା ତାକୁ ତାହା ପ୍ରଦାନ କରୁଥିଲେ। କାରଣ ସଦାପ୍ରଭୁ ତା'ର ପରମେଶ୍ୱରଙ୍କ ହସ୍ତ ତା’ ଉପରେ ଥିଲା।


ମରାରିଙ୍କ ପୁତ୍ରମାନେ ଥିଲେ ମହଲି ଓ ମୂଶି। ଲେବୀଙ୍କ ଗୋଷ୍ଠୀଗୁଡ଼ିକର ଏହା ହିଁ ଏକ ତାଲିକା ଅଟେ। ସେମାନଙ୍କ ପିତାଗଣଙ୍କର ନାମାନୁସାରେ ହିଁ ସେମାନଙ୍କର ନାମ ତାଲିକାଭୁକ୍ତ ହୋଇଅଛି।


ଭାଇ ଓ ଭଉଣୀମାନେ, ବୁଦ୍ଧିରେ ପିଲାମାନଙ୍କ ପରି ହୁଅ ନାହିଁ ବରଂ ମନ୍ଦ ବିଷୟରେ ଶିଶୁ ପରି ହୁଅ ଓ ବୁଦ୍ଧିରେ ପୂର୍ଣ୍ଣ ବୟସ୍କ ହୁଅ।


ବୁଦ୍ଧି ଓ ଜ୍ଞାନଦ୍ୱାରା ଉତ୍ତମ ଗୃହ ନିର୍ମିତ ହୁଏ।


ତୁମ୍ଭର ପ୍ରତ୍ୟେକ କାର୍ଯ୍ୟରେ ତାଙ୍କୁ ମନେ କର ଓ ସେ ତୁମ୍ଭର ପଥସବୁ ସରଳ କରିବେ।


ଲେବୀୟମାନଙ୍କ ପ୍ରଧାନଗଣ, ହଶବିୟ, ଶେରେବିୟ ଓ କ‌‌‌‌‌ଦ୍‌‌‌‌‌ମୀୟେଲର ପୁତ୍ର ଯେଶୂୟ ଓ ସେମାନଙ୍କ ସମ୍ମୁଖସ୍ଥ ଭାତୃଗଣ ପରମେଶ୍ୱରଙ୍କ ଲୋକ ଦାଉଦଙ୍କର ଆଜ୍ଞା ଅନୁସାରେ ଦଳଦଳ ହୋଇ ପ୍ରଶଂସା ଓ ଧନ୍ୟବାଦ ଉତ୍ସର୍ଗ କରିବାକୁ ନିଯୁକ୍ତ ହେଲେ।


ସ‌କ୍‌କୁର, ଶେରେବୀୟ, ଶବନିୟ,


ଯେଶୂୟ, ବାନି, ଶେରେବିୟ, ଯାମୀନ୍, ଅ‌କ୍‌କୂବ, ଶବ୍ବଥୟ, ହୋଦୀୟ, ମାସେୟ, କଲିଟ୍, ଅସରିୟ, ଯୋଷାବଦ୍, ହାନନ୍, ପଲାୟ ଏହି ଲୋକମାନେ ଲେବୀୟ ଗୋଷ୍ଠୀର ଥିଲେ। ସେମାନେ ଲୋକମାନଙ୍କୁ ବ୍ୟବସ୍ଥା ବୁଝାଇ ଦେଲେ ଏବଂ ଲୋକମାନେ ନିଜ ନିଜ ସ୍ଥାନରେ ଛିଡ଼ା ହୋଇ ରହିଲେ।


ତେଣୁ ମୁଁ ଯାଜକମାନଙ୍କ ମଧ୍ୟରୁ ବାର ଜଣ ପ୍ରଧାନ ଲୋକଙ୍କୁ ଅର୍ଥାତ୍ ଶେରେବିୟ, ହଶବିୟ ଓ ସେମାନଙ୍କ ସହିତ ସେମାନଙ୍କର ଦଶ ଜଣ ଭ୍ରାତାଙ୍କୁ ପୃଥକ କଲି।


ତେଣୁ ମୁଁ ଇଲୀୟେଷର, ଅରୀୟେଲ, ଶମୟିୟ, ଇ‌‌‌‌ଲ୍‌‌‌‌‌‌‌ନାଥନ, ଯାରିବ୍, ଇ‌‌‌‌ଲ୍‌‌‌‌‌‌‌ନାଥନ, ନାଥନ, ଜିଖରିୟ ଓ ମଶୁଲ୍ଲମ୍ ଏହି ପ୍ରଧାନ ଲୋକମାନଙ୍କୁ ମଧ୍ୟ ଯୋୟାରୀବ ଓ ଇ‌‌‌‌ଲ୍‌‌‌‌‌‌‌ନାଥନ ଶିକ୍ଷକମାନଙ୍କୁ ଡାକିବାକୁ ଲୋକ ପଠାଇଲି।


ପୁଣି ଆପଣା ବଂଶ ଅନୁସାରେ ମରାରିର ପରିବାରବର୍ଗର ନାମ ମହଲି ଓ ମୂଶି। ଏମାନେ ଆପଣା ପିତୃଗୃହ ଅନୁସାରେ ଲେବୀୟମାନଙ୍କ ବଂଶ।


ସଦାପ୍ରଭୁଙ୍କ ସେବାକାର୍ଯ୍ୟ କିପରି କରିବାକୁ ହେବ, ଏହା ଯେଉଁ ଲେବୀୟମାନେ ଜାଣିଥିଲେ, ସେମାନଙ୍କୁ ରାଜା ହିଜକିୟ ଉତ୍ସାହିତ କଲେ। ଲୋକମାନେ ସାତ ଦିନ ପର୍ଯ୍ୟନ୍ତ ଉତ୍ସବ ପାଳନ କଲେ ଓ ବଳି ଉତ୍ସର୍ଗ କଲେ। ସେମାନେ ସେମାନଙ୍କ ପୂର୍ବପୁରୁଷମାନଙ୍କର ସଦାପ୍ରଭୁ ପରମେଶ୍ୱରଙ୍କର ଧନ୍ୟବାଦ ଓ ପ୍ରଶଂସା କଲେ।


ହସବିୟ ଓ ତାହା ସଙ୍ଗେ ମରାରି ବଂଶଧରମାନଙ୍କ ମଧ୍ୟରୁ ଯିଶୟାହ ତାହାର ଭାତୃଗଣ ଓ ସେମାନଙ୍କ ପୁତ୍ରଗଣ ଏପରି କୋଡ଼ିଏ ଜଣ।


ଲେବୀଙ୍କ ପୁତ୍ରମାନେ ଥିଲେ ଗେର୍ଶୋନ, କହାତ୍ ଓ ମରାରି।


ଇଲିୟାସର ପୀ‌ନ୍‌ହସଙ୍କ ପିତା ଥିଲେ। ପୀ‌ନ୍‌ହସ୍ ଅବିଶୂୟଙ୍କ ପିତା ଥିଲେ।


କାରଣ ସେ ପ୍ରଥମ ମାସର ପ୍ରଥମ ଦିନ ବାବିଲରୁ ଯାତ୍ରା ଆରମ୍ଭ କଲେ, ପୁଣି ତାଙ୍କ ପ୍ରତି ସଦାପ୍ରଭୁ ପରମେଶ୍ୱରଙ୍କ ମଙ୍ଗଳମୟ ହସ୍ତର ସହାୟତା ପ୍ରମାଣେ ସେ ପଞ୍ଚମ ମାସର ପ୍ରଥମ ଦିନରେ ଯିରୁଶାଲମରେ ଉପସ୍ଥିତ ହେଲେ।


Swiv nou:

Piblisite


Piblisite