Biblia Todo Logo
Bib sou entènèt

- Piblisite -




ଏଜ୍ରା 8:16 - ପବିତ୍ର ବାଇବଲ

16 ତେଣୁ ମୁଁ ଇଲୀୟେଷର, ଅରୀୟେଲ, ଶମୟିୟ, ଇ‌‌‌‌ଲ୍‌‌‌‌‌‌‌ନାଥନ, ଯାରିବ୍, ଇ‌‌‌‌ଲ୍‌‌‌‌‌‌‌ନାଥନ, ନାଥନ, ଜିଖରିୟ ଓ ମଶୁଲ୍ଲମ୍ ଏହି ପ୍ରଧାନ ଲୋକମାନଙ୍କୁ ମଧ୍ୟ ଯୋୟାରୀବ ଓ ଇ‌‌‌‌ଲ୍‌‌‌‌‌‌‌ନାଥନ ଶିକ୍ଷକମାନଙ୍କୁ ଡାକିବାକୁ ଲୋକ ପଠାଇଲି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

16 ତେବେ ମୁଁ ଇଲୀୟେଷର, ଅରୀୟେଲ, ଶମୟୀୟ ଓ ଇଲ୍ନାଥନ୍ ଓ ଯାରିବ୍ ଓ ଇଲ୍ନାଥନ୍ ଓ ନାଥନ୍ ଓ ଜିଖରୀୟ ଓ ମଶୁଲ୍ଲମ୍, ଏହି ପ୍ରଧାନ ଲୋକମାନଙ୍କୁ; ମଧ୍ୟ ଯୋୟାରୀବ୍ ଓ ଇଲ୍ନାଥନ୍ ଶିକ୍ଷକମାନଙ୍କୁ ଡାକିବାକୁ ଲୋକ ପଠାଇଲି।

Gade chapit la Kopi

ଓଡିଆ ବାଇବେଲ

16 ତେବେ ମୁଁ ଇଲୀୟେଜର, ଅରୀୟେଲ, ଶମୟୀୟ, ଇଲ୍‍ନାଥନ୍‍, ଯାରିବ, ଇଲ୍‍ନାଥନ୍‍, ନାଥନ, ଜିଖରୀୟ ଓ ମଶୁଲ୍ଲମ୍‍, ଏହି ପ୍ରଧାନ ଲୋକମାନଙ୍କୁ; ମଧ୍ୟ ଯୋୟାରୀବ୍‍ ଓ ଇଲ୍‍ନାଥନ୍‍ ଶିକ୍ଷକମାନଙ୍କୁ ଡାକିବାକୁ ଲୋକ ପଠାଇଲି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

16 ତେବେ ମୁଁ ଇଲୀୟେଜର, ଅରୀୟେଲ, ଶମୟୀୟ, ଇଲ୍‍ନାଥନ୍‍, ଯାରିବ, ଇଲ୍‍ନାଥନ୍‍, ନାଥନ, ଜିଖରୀୟ ଓ ମଶୁଲ୍ଲମ୍‍, ଏହି ପ୍ରଧାନ ଲୋକମାନଙ୍କୁ; ମଧ୍ୟ ଯୋୟାରୀବ୍‍ ଓ ଇଲ୍‍ନାଥନ୍‍ ଶିକ୍ଷକମାନଙ୍କୁ ଡାକିବାକୁ ଲୋକ ପଠାଇଲି।

Gade chapit la Kopi




ଏଜ୍ରା 8:16
16 Referans Kwoze  

ଆମ୍ଭେ ଏହା ମଧ୍ୟ ଜାଣୁ ଯେ, ପରମେଶ୍ୱରଙ୍କ ପୁତ୍ର ଆସିଅଛନ୍ତି ଓ ସେ ଆମ୍ଭମାନଙ୍କୁ ବୁଝିବା ଶକ୍ତି ପ୍ରଦାନ କରିଛନ୍ତି। ତେଣୁ ବର୍ତ୍ତମାନ ଆମ୍ଭେ ପରମେଶ୍ୱରଙ୍କୁ ଜାଣିପାରୁ। ସେହି ପରମେଶ୍ୱର ସତ୍ୟ ଅଟନ୍ତି। ସେହି ସତ୍ୟମୟ ପରମେଶ୍ୱର ଓ ତାହାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କଠାରେ ଆମ୍ଭମାନଙ୍କର ଜୀବନ ଅଛି।


ମୁଁ ଯେଉଁ କଥା କହୁଛି, ତାହା ବିଷୟରେ ଚିନ୍ତା କର। ପ୍ରଭୁ ତୁମ୍ଭକୁ ଏହି ସମସ୍ତ କଥାଗୁଡ଼ିକ ବୁଝିବା ପାଇଁ ଶକ୍ତି ଦେବେ।


ସେ ସମୟ ଓ ଋତୁ ପରିବର୍ତ୍ତନ କରନ୍ତି। ସେ ରାଜାମାନଙ୍କୁ ପଦଚ୍ୟୁତ କରନ୍ତି ଓ ରାଜାମାନଙ୍କୁ ରାଜପଦ ଦିଅନ୍ତି। ସେ ଜ୍ଞାନୀମାନଙ୍କୁ ଜ୍ଞାନ ଓ ବୁଦ୍ଧିମନ୍ତମାନଙ୍କୁ ସୁବିବେଚନା ଦିଅନ୍ତି।


ଯଦି ଏକ ଦେଶର ଲୋକମାନେ କାହାକୁ ମାନିବେ ନାହିଁ, ତେବେ ସେ ଦେଶର ଅଧିକ ଅଧିପତିମାନେ ସୃଷ୍ଟି ହୁଅନ୍ତି। ମାତ୍ର ସେମାନେ ଖୁବ୍ କମ୍ ସମୟ ପାଇଁ ଶାସନ କରନ୍ତି। କିନ୍ତୁ ଦେଶର ଧାର୍ମିକ ଶାସନକର୍ତ୍ତା ଥିଲେ, ସେ ଅଧିକ ଦିନ ଶାସନ କରିବେ।


ମନୁଷ୍ୟ ମନର ଭାବନା ଗଭୀର କୂଅର ଜଳ ପରି। ମାତ୍ର ବୁଦ୍ଧିମାନ ଲୋକ ସେହି ଗଭୀର ଜଳକୁ କାଢ଼ି ପାରିବ।


ଯେହେତୁ ସଦାପ୍ରଭୁ ଜ୍ଞାନ ଦିଅନ୍ତି। ତାଙ୍କ ମୁଖରୁ ଜ୍ଞାନ ଓ ବୁଦ୍ଧି ନିର୍ଗତ ହୁଏ।


ଶେଲିମିୟ, ନାଥନ୍ ଓ ଅଦାୟା,


ହାରିମର ବଂଶଧରମାନଙ୍କ ମଧ୍ୟରୁ ମାସେୟ ଓ ଏଲିୟ ଓ ଶମୟିୟ, ଯିହୀୟେଲ ଓ ଉଷିୟ।


ତେଣୁ ଆମ୍ଭମାନଙ୍କ ପ୍ରତି ଆମ୍ଭମାନଙ୍କର ପରମେଶ୍ୱର ମଙ୍ଗଳମୟ ହସ୍ତର ସହାୟତା ପ୍ରମାଣେ ସେମାନେ ଇସ୍ରାଏଲର ପୌତ୍ର, ଲେବୀର ପୁତ୍ର ମହଲିର ବଂଶଧରମାନଙ୍କ ମଧ୍ୟରୁ ଜଣେ ପ୍ରବେଶ ଲୋକକୁ ଏବଂ ଶେରେବିୟ ଓ ତାହାର ପୁତ୍ର ଓ ଭାତୃଗଣ ସମେତ 18 ଜଣଙ୍କୁ ପଠାଇଲି।


ଅଦୋନୀକାମର ବଂଶଧରମାନଙ୍କ ମଧ୍ୟରୁ କନିଷ୍ଠମାନେ ଓ ସେମାନଙ୍କ ନାମ ଇଲିଫେଲଟ୍, ଯିୟୂୟେଲ, ଶମୟିମ ଓ ସେମାନଙ୍କ ସଙ୍ଗେ 60 ପୁରୁଷ।


ହୂରମ୍ ଆହୁରି ମଧ୍ୟ କହିଲେ, “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ପ୍ରଶଂସା କର। ସେ ସ୍ୱର୍ଗ ଓ ମର୍ତ୍ତ୍ୟ ସୃଷ୍ଟି କଲେ। ସେ ରାଜା ଦାଉଦଙ୍କୁ ଏକ ଜ୍ଞାନୀ ପୁତ୍ର ଦେଲେ, ଜଣେ ପୁତ୍ର ଯାହାର ଜ୍ଞାନ ଓ ବୁଝାମଣା ଶକ୍ତି ଅଛି। ସେହି ପୁତ୍ର ସଦାପ୍ରଭୁଙ୍କ ନିମନ୍ତେ ଏକ ମନ୍ଦିର ଏବଂ ନିଜ ନିମନ୍ତେ ଏକ ରାଜକୀୟ ପ୍ରାସାଦ ନିର୍ମାଣ କରୁଛନ୍ତି।


ଶେଲିମିୟଙ୍କୁ ପୂର୍ବ ପାର୍ଶ୍ୱର ଦ୍ୱାର ଜଗିବା ନିମନ୍ତେ ମନୋନୀତ କରାଯାଇଥିଲା। ଏହା ପରେ ଶେଲିମିୟଙ୍କ ପୁତ୍ର ଯିଖରିୟଙ୍କ ନିମନ୍ତେ ଗୁଲିବାଣ୍ଟ କରାଗଲା। ଯିଖରିୟ ଜଣେ ଜ୍ଞାନୀ ପରାମର୍ଶଦାତା ଥିଲେ। ଯିଖରିୟଙ୍କୁ ଉତ୍ତର ପାର୍ଶ୍ୱ ଦ୍ୱାର ନିମନ୍ତେ ମନୋନୀତ କରାଗଲା।


ଇଷାଖର ଗୋଷ୍ଠୀରୁ 200 ଜଣ ଜ୍ଞାନୀ ନେତା ଥିଲେ। ସେହି ବ୍ୟକ୍ତିମାନେ ଇସ୍ରାଏଲ ନିମନ୍ତେ ଯଥାର୍ଥ ସମୟରେ କି ପ୍ରକାର କର୍ମ କରିବା ଉଚିତ୍, ତାହା ବୁଝିପାରୁଥିଲେ। ସେମାନଙ୍କର ଆତ୍ମୀୟମାନେ ସେମାନଙ୍କ ସହିତରେ ଓ ସେମାନଙ୍କ ଅଧୀନରେ ଥିଲେ।


ପରମେଶ୍ୱର ତାଙ୍କୁ କହିଲେ, “ତୁମ୍ଭେ ନିଜ ପାଇଁ ଦୀର୍ଘ ପରମାୟୁ ମାଗି ନାହଁ କି ନିଜ ପାଇଁ ବିପୁଳ ଐଶ୍ୱର୍ଯ୍ୟ ମାଗି ନାହଁ, କି ନିଜର ଶତ୍ରୁମାନଙ୍କର ମୃତ୍ୟୁ ମାଗି ନାହଁ, ମାତ୍ର ଲୋକମାନଙ୍କର ନ୍ୟାୟ ଶାସନ କରିବା ପାଇଁ ଜ୍ଞାନ ମାଗିଅଛ।


ମୁଁ ଏହି ଲୋକମାନଙ୍କୁ ଅହବା ଆଡ଼କୁ ପ୍ରବାହିତ ନଦୀ ନିକଟରେ ଏକତ୍ର କଲି। ସେଠାରେ ଆମ୍ଭେମାନେ ଛାଉଣି କରି ତିନି ଦିନ ରହିଲୁ। ମୁଁ ଲୋକମାନଙ୍କ ମଧ୍ୟରେ ଓ ଯାଜକମାନଙ୍କ ମଧ୍ୟରେ ଖୋଜିଲି କିନ୍ତୁ ଲେବୀର କୌଣସି ପୁତ୍ରକୁ ପାଇଲି ନାହିଁ।


ଏହା ପରେ ମୁଁ ସେମାନଙ୍କୁ କାସିଫିଆ ନାମକ ଏକ ସ୍ଥାନର ପ୍ରଧାନଲୋକ ଇଦ୍ଦୋ ନିକଟକୁ ପଠାଇଲି। ଏବଂ ଆମ୍ଭମାନଙ୍କ ପରମେଶ୍ୱରଙ୍କ ମନ୍ଦିର ନିମନ୍ତେ ଆମ୍ଭମାନଙ୍କ ନିକଟକୁ ପରିଗ୍ଭରକମାନଙ୍କୁ ଆଣିବା ପାଇଁ କାସିଫିଆ ସ୍ଥାନସ୍ଥ ଇଦ୍ଦୋକୁ ଓ ତା'ର ଭାତୃଗଣ ନଥୀନୀୟମାନଙ୍କୁ କହିବାକୁ ସେମାନଙ୍କୁ ଆଦେଶ ଦେଲି।


Swiv nou:

Piblisite


Piblisite