Biblia Todo Logo
Bib sou entènèt

- Piblisite -




ଏଜ୍ରା 8:15 - ପବିତ୍ର ବାଇବଲ

15 ମୁଁ ଏହି ଲୋକମାନଙ୍କୁ ଅହବା ଆଡ଼କୁ ପ୍ରବାହିତ ନଦୀ ନିକଟରେ ଏକତ୍ର କଲି। ସେଠାରେ ଆମ୍ଭେମାନେ ଛାଉଣି କରି ତିନି ଦିନ ରହିଲୁ। ମୁଁ ଲୋକମାନଙ୍କ ମଧ୍ୟରେ ଓ ଯାଜକମାନଙ୍କ ମଧ୍ୟରେ ଖୋଜିଲି କିନ୍ତୁ ଲେବୀର କୌଣସି ପୁତ୍ରକୁ ପାଇଲି ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

15 ପୁଣି, ମୁଁ ଏମାନଙ୍କୁ ଅହବାଗାମିନୀ ନଦୀ ନିକଟରେ ଏକତ୍ର କଲି; ଆଉ, ସେଠାରେ ଆମ୍ଭେମାନେ ଛାଉଣି କରି ତିନି ଦିନ ରହିଲୁ; ଏଥିରେ ମୁଁ ଲୋକମାନଙ୍କୁ ଓ ଯାଜକମାନଙ୍କୁ ନିରୀକ୍ଷଣ କରି ଲେବୀର ସନ୍ତାନଗଣ ମଧ୍ୟରୁ କାହାକୁ ପାଇଲି ନାହିଁ।

Gade chapit la Kopi

ଓଡିଆ ବାଇବେଲ

15 ପୁଣି, ମୁଁ ଏମାନଙ୍କୁ ଅହବାଗାମିନୀ ନଦୀ ନିକଟରେ ଏକତ୍ର କଲି; ଆଉ, ସେଠାରେ ଆମ୍ଭେମାନେ ଛାଉଣି କରି ତିନି ଦିନ ରହିଲୁ; ଏଥିରେ ମୁଁ ଲୋକମାନଙ୍କୁ ଓ ଯାଜକମାନଙ୍କୁ ନିରୀକ୍ଷଣ କରି ଲେବୀର ସନ୍ତାନଗଣ ମଧ୍ୟରୁ କାହାକୁ ପାଇଲି ନାହିଁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

15 ପୁଣି, ମୁଁ ଏମାନଙ୍କୁ ଅହବାଗାମିନୀ ନଦୀ ନିକଟରେ ଏକତ୍ର କଲି; ଆଉ, ସେଠାରେ ଆମ୍ଭେମାନେ ଛାଉଣି କରି ତିନି ଦିନ ରହିଲୁ; ଏଥିରେ ମୁଁ ଲୋକମାନଙ୍କୁ ଓ ଯାଜକମାନଙ୍କୁ ନିରୀକ୍ଷଣ କରି ଲେବୀର ସନ୍ତାନଗଣ ମଧ୍ୟରୁ କାହାକୁ ପାଇଲି ନାହିଁ।

Gade chapit la Kopi




ଏଜ୍ରା 8:15
12 Referans Kwoze  

ଏହା ପରେ ଆମ୍ଭେମାନେ ଯିରୁଶାଲମକୁ ଯାତ୍ରା କରିବା ନିମନ୍ତେ ପ୍ରଥମ ମାସର ଦ୍ୱାଦଶ ଦିନ ଅହବା ନଦୀ ନିକଟକୁ ପ୍ରସ୍ଥାନ କଲୁ। ଆମ୍ଭମାନଙ୍କ ପରମେଶ୍ୱରଙ୍କ ହସ୍ତ ଆମ୍ଭମାନଙ୍କର ସହାୟ ହେଲା। ଆଉ ପଥ ମଧ୍ୟରେ ଶତ୍ରୁ ଓ ଓଗାଳି ବସିବା ଲୋକମାନଙ୍କ ହସ୍ତରୁ ସେ ଆମ୍ଭକୁ ଉଦ୍ଧାର କଲେ।


ଏହା ପରେ ଆମ୍ଭମାନଙ୍କ ନିମନ୍ତେ, ଆମ୍ଭମାନଙ୍କ ସନ୍ତାନମାନଙ୍କ ନିମନ୍ତେ, ଆମ୍ଭମାନଙ୍କର ସମସ୍ତ ସାମଗ୍ରୀ ନିମନ୍ତେ ଓ ସକଳ ସମ୍ପତ୍ତି ପାଇଁ ସରଳ ପଥ ପ୍ରାର୍ଥନା କରିବା ଅଭିପ୍ରାୟରେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ସାକ୍ଷାତରେ ଆପଣାମାନଙ୍କୁ ନମ୍ର କରିବା ପାଇଁ ମୁଁ ଅହିବା ନଦୀ ନିକଟରେ ଉପବାସ ଘୋଷଣା କଲି।


ଅର୍ତ୍ତକ୍ଷସ୍ତ ରାଜାର ସପ୍ତମ ବର୍ଷରେ ଇସ୍ରାଏଲ ସନ୍ତାନମାନଙ୍କର ଓ ଯାଜକମାନଙ୍କର ଓ ଲେବୀୟମାନଙ୍କର କେତେକ ଜଣ ପୁଣି ଗାୟକମାନେ ଓ ଦ୍ୱାରପାଳମାନେ ଓ ନଥୀନୀୟମାନେ ଯିରୁଶାଲମକୁ ଗଲେ।


ତେବେ ମୁଁ ତେଲ-ଆବୀବକୁ, କବାର ନଦୀ ତୀର ନିବାସୀ ନିର୍ବାସିତ ଲୋକମାନଙ୍କ ନିକଟକୁ ଆସିଲି। ସେମାନେ ଯେଉଁ ସ୍ଥାନରେ ବାସ କରୁଥିଲେ, ସେ ସ୍ଥାନରେ ସେମାନଙ୍କ ମଧ୍ୟରେ ବିବ୍ରତ ଓ ନୀରବରେ ସାତ ଦିନ ବସି ରହିଲି।


ଆମ୍ଭେମାନେ ବାବିଲୀୟ ନଦୀ ନିକଟରେ ସିୟୋନକୁ ସ୍ମରଣ କଲାବେଳେ ସେଠାରେ ବସି ରୋଦନ କଲୁ।


ପୀନହ‌ସ୍‌ର ବଂଶଧରମାନଙ୍କ ମଧ୍ୟରୁ ଗେର୍ଶୋମ, ଈଥାମରର ବଂଶଧରମାନଙ୍କ ମଧ୍ୟରୁ ଦାନିୟେଲ। ଦାଉଦଙ୍କ ବଂଶଧରମାନଙ୍କ ମଧ୍ୟରୁ ହଟୂଶ୍।


ବିଶ୍ରାମବାର ଦିନ ଆମ୍ଭେ ନଗରଦ୍ୱାର ବାହାରେ ନଦୀ କୂଳ ଆଡ଼େ ଗଲୁ। ଆମ୍ଭେ ଭାବିଥିଲୁ ଯେ, ସେଠାରେ ପ୍ରାର୍ଥନା କରିବା ପାଇଁ ଗୋଟିଏ ସ୍ଥାନ ଥିବ। ଆମ୍ଭେ ସେଠାରେ ବସିଲୁ ଓ ସେଠାରେ ଏକତ୍ରିତ ହୋଇଥିବା ସ୍ତ୍ରୀମାନଙ୍କ ସହିତ କଥା ହେଲୁ।


ମୁଁ ବୂଷିର ପୁତ୍ର ଯାଜକ ଯିହିଜିକଲ। କବାର ନଦୀ କୂଳରେ ମୁଁ ନିର୍ବାସିତ ଥିଲା ବେଳେ ଆକାଶ ଖୋଲିଗଲା ଏବଂ ତିରିଶତମ ବର୍ଷର ଚତୁର୍ଥ ମାସର ପଞ୍ଚମ ଦିନରେ ବାବିଲରେ ମୁଁ ପରମେଶ୍ୱରଙ୍କ ଦର୍ଶନ ପାଇଲି। ରାଜା ଯିହୋୟାଖୀ‌ନ୍‌ର ନିର୍ବାସିତ ହେବାର ପଞ୍ଚମ ବର୍ଷର ମାସର ପଞ୍ଚମ ଦିନରେ ଯାଜକ ଯିହିଜିକଲ ନିକଟକୁ ସଦାପ୍ରଭୁଙ୍କର ବାକ୍ୟ ଆସିଥିଲା। ଏବଂ ସେହିଠାରେ ସଦାପ୍ରଭୁଙ୍କର ଶକ୍ତି ତାଙ୍କ ଉପରକୁ ଆସିଲା।


ଆହୁରି ଯାଜକମାନଙ୍କର, ଲେବୀୟମାନଙ୍କର, ଗାୟକମାନଙ୍କର, ଦ୍ୱାରପାଳମାନଙ୍କର ନଥୀନୀୟମାନଙ୍କର ଓ ପରମେଶ୍ୱରଙ୍କ ଏହି ମନ୍ଦିରର ସେବକମାନଙ୍କର କାହାରି ଉପରେ କର, ରାଜସ୍ୱ ବା ମାସୁଲ ବସାଇବା ବ୍ୟବସ୍ଥା ବିରୁଦ୍ଧ ହେବ ବୋଲି ଆମ୍ଭେମାନେ ତୁମ୍ଭକୁ ଜଣାଉ ଅଛୁ।


ଆଉ ବି‌ଗ୍‌ବୟ ବଂଶଧରମାନଙ୍କ ମଧ୍ୟରୁ ଊଥୟ ଓ ସବୂଦ୍ ଓ ସେମାନଙ୍କ ସଙ୍ଗେ 70 ପୁରୁଷ।


ତେଣୁ ମୁଁ ଇଲୀୟେଷର, ଅରୀୟେଲ, ଶମୟିୟ, ଇ‌‌‌‌ଲ୍‌‌‌‌‌‌‌ନାଥନ, ଯାରିବ୍, ଇ‌‌‌‌ଲ୍‌‌‌‌‌‌‌ନାଥନ, ନାଥନ, ଜିଖରିୟ ଓ ମଶୁଲ୍ଲମ୍ ଏହି ପ୍ରଧାନ ଲୋକମାନଙ୍କୁ ମଧ୍ୟ ଯୋୟାରୀବ ଓ ଇ‌‌‌‌ଲ୍‌‌‌‌‌‌‌ନାଥନ ଶିକ୍ଷକମାନଙ୍କୁ ଡାକିବାକୁ ଲୋକ ପଠାଇଲି।


ପୁଣି ସେ ରାଜାର ଓ ତାଙ୍କର ମନ୍ତ୍ରୀଗଣର ଓ ରାଜାଙ୍କର ପରାକ୍ରାନ୍ତ ଅଧିପତି ସମସ୍ତଙ୍କ ସାକ୍ଷାତରେ ମୋ’ ପ୍ରତି ଅଧିକ ଦୟା ପ୍ରକାଶ କରିଅଛନ୍ତି। ମୁଁ ଶକ୍ତିଶାଳୀ ହେଲି କାରଣ ସଦାପ୍ରଭୁ ପରମେଶ୍ୱରଙ୍କର ହସ୍ତ ମୋ’ ଉପରେ ଥିଲା। ଏହି ପ୍ରକାରେ ମୁଁ ଇସ୍ରାଏଲର ଲୋକମାନଙ୍କର ମୁଖ୍ୟମାନଙ୍କୁ ମୋ’ ସହିତ ଯିବା ପାଇଁ ଏକତ୍ରିତ କଲି।


Swiv nou:

Piblisite


Piblisite