ଏଜ୍ରା 7:5 - ପବିତ୍ର ବାଇବଲ5 ବୁକ୍କି ଅବୀଶୂୟର ପୁତ୍ର ଥିଲା। ଅବୀଶୂୟ ପୀନହସ୍ର ପୁତ୍ର ଥିଲା। ପୀନହସ୍ ଇଲିୟାସର ପୁତ୍ର ଥିଲା। ଇଲିୟାସର ପ୍ରଧାନ ଯାଜକ ହାରୋଣଙ୍କର ପୁତ୍ର ଥିଲା। ଏଜ୍ରା ବାବିଲରୁ ଯିରୁଶାଲମକୁ ଆସିଲେ। ଏଜ୍ରା ଜଣେ ଶିକ୍ଷକ ଥିଲେ। ସେ ମୋଶାଙ୍କର ବ୍ୟବସ୍ଥା ଖୁବ୍ ଭଲ ରୂପେ ଜାଣିଥିଲେ। ମୋଶାଙ୍କର ବ୍ୟବସ୍ଥା ସଦାପ୍ରଭୁ, ଇସ୍ରାଏଲର ପରମେଶ୍ୱରଙ୍କ ଦ୍ୱାରା ଦିଆଯାଇଥିଲା। ରାଜା ଅର୍ତ୍ତକ୍ଷସ୍ତ ଏଜ୍ରାଙ୍କୁ ସବୁ ଦେଲେ ଯାହା ସେ ମାଗିଲେ। କାରଣ ସଦାପ୍ରଭୁ ଏଜ୍ରାଙ୍କ ସହିତ ଥିଲେ। Gade chapit laପବିତ୍ର ବାଇବଲ (Re-edited) - (BSI)5 ବୁକ୍କି ଅବୀଶୂୟର ସନ୍ତାନ, ଅବୀଶୂୟ ପୀନହସ୍ର ସନ୍ତାନ, ପୀନହସ୍ ଇଲୀୟାସରର ସନ୍ତାନ, ଇଲିୟାସର ପ୍ରଧାନ ଯାଜକ ହାରୋଣଙ୍କର ପୁତ୍ର; Gade chapit laଓଡିଆ ବାଇବେଲ5 ବୁକ୍କି ଅବୀଶୂୟର ସନ୍ତାନ, ଅବୀଶୂୟ ପୀନହସ୍ର ସନ୍ତାନ, ପୀନହସ ଇଲୀୟାସରର ସନ୍ତାନ, ଇଲିୟାସର ପ୍ରଧାନ ଯାଜକ ହାରୋଣଙ୍କର ପୁତ୍ର। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT5 ବୁକ୍କି ଅବୀଶୂୟର ସନ୍ତାନ, ଅବୀଶୂୟ ପୀନହସ୍ର ସନ୍ତାନ, ପୀନହସ୍ ଇଲୀୟାସରର ସନ୍ତାନ, ଇଲିୟାସର ପ୍ରଧାନ ଯାଜକ ହାରୋଣଙ୍କର ପୁତ୍ର। Gade chapit la |
“ଅମରିୟ ପ୍ରଧାନ ଯାଜକ ଅଟନ୍ତି। ସଦାପ୍ରଭୁଙ୍କ ସମ୍ପର୍କୀତ ସମସ୍ତ ବିଷୟରେ ସେ ତୁମ୍ଭମାନଙ୍କର ମାଲିକ ହେବେ। ଆଉ ରାଜାଙ୍କ ସମ୍ପର୍କୀତ ସମସ୍ତ ବିଷୟରେ ସବଦିୟ ତୁମ୍ଭମାନଙ୍କର ମାଲିକ ହେବେ। ସବଦିୟଙ୍କ ପିତାଙ୍କର ନାମ ଇଶ୍ମାୟେଲ ଅଟେ। ସବଦିୟ ଯିହୁଦା ଗୋଷ୍ଠୀର ଜଣେ ନେତା ଅଟନ୍ତି। ଆହୁରି ମଧ୍ୟ, ଲେବୀୟମାନେ ତୁମ୍ଭମାନଙ୍କୁ ସାହାଯ୍ୟ କରିବେ ଯାହା ତୁମ୍ଭର ଦରକାର। ତୁମ୍ଭେମାନେ ସମସ୍ତ କାର୍ଯ୍ୟ ସାହସର ସହିତ କର। ଯେଉଁମାନେ ଯଥାର୍ଥ କର୍ମ କରନ୍ତି, ସଦାପ୍ରଭୁ ସେମାନଙ୍କର ସହିତ ରହନ୍ତି।”
ସେଠାରେ ଜଣେ ଯାଜକ ଥିଲେ ତାଙ୍କର ନାମ ଥିଲା ପୀନହସ୍। ସେ ଇଲିୟାସରର ବଂଶଧର ଥିଲେ। ଇଲିୟାସର ଥିଲା ହାରୋଣଙ୍କର ପୁତ୍ର। ଇସ୍ରାଏଲର ଲୋକମାନେ ପଗ୍ଭରିଲେ, “ବିନ୍ୟାମୀନର ଲୋକମାନେ ଆମ୍ଭର ସମ୍ପର୍କୀୟ। ଆମ୍ଭର ତାଙ୍କ ସହିତ ଯୁଦ୍ଧ କରିବା ଉଚିତ୍ ନା ଯୁଦ୍ଧ ବନ୍ଦ କରିବା ଉଚିତ୍?” ସଦାପ୍ରଭୁ କହିଲେ, “ଆସନ୍ତା କାଲି ଯାଅ ଓ ସେମାନଙ୍କୁ ପରାସ୍ତ କର। ସେମାନଙ୍କୁ ପରାସ୍ତ କରିବା ପାଇଁ ମୁଁ ତୁମ୍ଭମାନଙ୍କୁ ସହାୟ ହେବି।”
ମୋଶା ହାରୋଣଙ୍କୁ ଓ ତାଙ୍କର ପୁତ୍ର ଇଲୀୟାସର ଓ ଈଥାମରଙ୍କୁ କହିଲେ, “ତୁମ୍ଭମାନଙ୍କ ବସ୍ତ୍ର ଚିର ନାହିଁ କି କେଶ ମୁକୁଳା କର ନାହିଁ, ତୁମ୍ଭେମାନେ ତୁମ୍ଭମାନଙ୍କର ଦୁଃଖ ପ୍ରକାଶ କର ନାହିଁ। ତୁମ୍ଭେ ମୁଁ ଆଦେଶ ଦେବାଭଳି କାର୍ଯ୍ୟ କର ଓ ତୁମ୍ଭେମାନେ ମୃତ୍ୟୁବରଣ କରିବ ନାହିଁ ଏବଂ ପରମେଶ୍ୱର ସମଗ୍ର ମଣ୍ଡଳୀ ଉପରେ ରାଗିବେ ନାହିଁ। ମାତ୍ର ସଦାପ୍ରଭୁ ଯେଉଁ ଅଗ୍ନିଦାହ ପ୍ରଜ୍ୱଳିତ କରିଅଛନ୍ତି, ସେଥିପାଇଁ ତୁମ୍ଭ ଭାତୃବର୍ଗଙ୍କ ପାଇଁ ସମସ୍ତ ଇସ୍ରାଏଲ ବଂଶ ରୋଦନ କରନ୍ତୁ।