Biblia Todo Logo
Bib sou entènèt

- Piblisite -




ଏଜ୍ରା 7:15 - ପବିତ୍ର ବାଇବଲ

15 ମୁଁ ଏବଂ ମୋର ଉପଦେଷ୍ଟାମାନେ ତୁମ୍ଭକୁ ଯେଉଁ ସୁନା ଓ ରୂପା ଇସ୍ରାଏଲର ପରମେଶ୍ୱରଙ୍କୁ ଦେଇଅଛୁ। ପରମେଶ୍ୱର ଯିରୁଶାଲମରେ ବାସ କରନ୍ତି। ତୁମ୍ଭେ ନିଶ୍ଚିତ ଏହି ସୁନା ଓ ରୂପା ତୁମ୍ଭମାନଙ୍କ ସହିତ ନେବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

15 ପୁଣି, ଯିରୂଶାଲମରେ ଯାହାଙ୍କର ଆବାସ ଅଛି, ଇସ୍ରାଏଲର ସେହି ପରମେଶ୍ଵରଙ୍କ ଉଦ୍ଦେଶ୍ୟରେ ରାଜା ଓ ତାଙ୍କ ମନ୍ତ୍ରୀଗଣର ସ୍ଵେଚ୍ଛାଦତ୍ତ ସୁନା ଓ ରୂପା,

Gade chapit la Kopi

ଓଡିଆ ବାଇବେଲ

15 ପୁଣି, ଯିରୂଶାଲମରେ ଯାହାଙ୍କର ଆବାସ ଅଛି, ଇସ୍ରାଏଲର ସେହି ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ରାଜା ଓ ତାଙ୍କ ମନ୍ତ୍ରୀଗଣର ସ୍ଵେଚ୍ଛାଦତ୍ତ ସୁନା ଓ ରୂପା,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

15 ପୁଣି, ଯିରୂଶାଲମରେ ଯାହାଙ୍କର ଆବାସ ଅଛି, ଇସ୍ରାଏଲର ସେହି ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ରାଜା ଓ ତାଙ୍କ ମନ୍ତ୍ରୀଗଣର ସ୍ଵେଚ୍ଛାଦତ୍ତ ସୁନା ଓ ରୂପା,

Gade chapit la Kopi




ଏଜ୍ରା 7:15
20 Referans Kwoze  

ଯିରୁଶାଲମବାସୀ, ସଦାପ୍ରଭୁ ସିୟୋନଠାରୁ ଧନ୍ୟ ହୁଅନ୍ତୁ। ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।


ହେ ସଦାପ୍ରଭୁ, ତୁମ୍ଭେ ବାସ କରିବା ନିମନ୍ତେ ମୁଁ ଏକ ମନ୍ଦିର ନିର୍ମାଣ କରିଅଛି। ଅନନ୍ତକାଳ ବାସ କରିବା ପାଇଁ ଏହା ତୁମ୍ଭ ନିମନ୍ତେ ଏକ ଉଚ୍ଚ ମନ୍ଦିର ସ୍ଥାନ ଅଟେ।”


ଆଉ ଯେଉଁ ରାଜାମାନେ ଓ ଗୋଷ୍ଠୀୟମାନେ ପରମେଶ୍ୱରଙ୍କ ଯିରୁଶାଲମସ୍ଥ ଏହି ମନ୍ଦିର ବିନାଶ କରିବା ଅଭିପ୍ରାୟରେ ଉକ୍ତ ବାକ୍ୟକୁ ଅନ୍ୟଥା କରିବାକୁ ହସ୍ତକ୍ଷେପ କରିବେ, ସେ ସମସ୍ତଙ୍କୁ ଯିରୁଶାଲମରେ ସୁନାମ ସ୍ଥାପନକାରୀ ପରମେଶ୍ୱର ଉଚ୍ଛିନ୍ନ କରିବେ। ମୁଁ ଦାରିୟାବସ୍ ଏହି ଆଜ୍ଞା ଦେଇଅଛି, ଏହା ଅତି ଯତ୍ନପୂର୍ବକ କରାଯାଉ।


ଲୋକମାନେ ପରମେଶ୍ୱରଙ୍କଠାରେ ମାନସିକ କରନ୍ତି, ଏବଂ ସେସବୁକୁ ପରମେଶ୍ୱରଙ୍କଠାରେ ଅର୍ପଣ କରନ୍ତି। ଲୋକମାନେ ଚତୁର୍ଦ୍ଦିଗରେ ଥିବା ଜାତିଗଣ ପରମେଶ୍ୱରଙ୍କ ନିକଟକୁ ଉପହାର ଆଣିବା ଉଚିତ୍, ଯେଉଁମାନେ କି ସମ୍ମାନ ପାଇଁ ଉପଯୁକ୍ତ ଅଟନ୍ତି।


ପରମେଶ୍ୱରଙ୍କର ମନ୍ଦିର ଶାଲେମରେ ଅବସ୍ଥିତ। ପରମେଶ୍ୱରଙ୍କର ବାସସ୍ଥାନ ସିୟୋନ ପର୍ବତରେ ଅବସ୍ଥିତ।


ତର୍ଶୀଶର ରାଜା ଓ ଅନ୍ୟ ସୁଦୂର ରାଜାଗଣ ତାଙ୍କ ପାଇଁ ଉପହାର ଆଣନ୍ତୁ। ଶିବାର ଓ ସିବାର ରାଜାଗଣ ତାଙ୍କ ପାଇଁ ଭେଟି ଆଣନ୍ତୁ।


ହେ ସଦାପ୍ରଭୁ, ମୁଁ ତୁମ୍ଭର ଉପାସନା ମନ୍ଦିରକୁ ଭଲପାଏ ଓ ତୁମ୍ଭର ଗୌରବର ତମ୍ବୁକୁ ଭଲପାଏ।


ହେ ସିୟୋନ ନିବାସୀ, ତୁମ୍ଭେ ସର୍ବଦା ପରମେଶ୍ୱରଙ୍କର ପ୍ରଶଂସା ଗାନ କର। ସେ କରିଥିବା ସମସ୍ତ ମହାନ କାର୍ଯ୍ୟ ରାଜ୍ୟମାନଙ୍କ ଆଗରେ ପ୍ରକାଶ କର।


ତହିଁରେ ତିନି ଧାଡ଼ି ବଡ଼ ବଡ଼ ପ୍ରସ୍ତରରେ ଓ ଏକ ଧାଡ଼ି ନୂତନ କଡ଼ିକାଠରେ ଗୁନ୍ଥା ଯାଉ। ଆଉ ରାଜଗୃହରୁ ତାର ବ୍ୟୟଭାର ଭରଣ କରାଯାଉ।


କିନ୍ତୁ ଆମ୍ଭେ ବର୍ତ୍ତମାନ ଯିରୁଶାଲମକୁ ଆମ୍ଭର ନାମାର୍ଥେ ଏକ ସ୍ଥାନ ରୂପେ ନିରୂପଣ କରିଅଛୁ ଏବଂ ଆମ୍ଭେ ଆମ୍ଭର ଲୋକ ଦାଉଦକୁ ଇସ୍ରାଏଲକୁ ନେତୃତ୍ୱ ଦେବା ନିମନ୍ତେ ମନୋନୀତ କରିଅଛୁ।’


ବାସ୍ତବରେ କୌଣସି ବ୍ୟକ୍ତି ଆମ୍ଭର ପରମେଶ୍ୱରଙ୍କୁ ଭିତରେ ରଖିବା ପାଇଁ ଏକ ଗୃହ ନିର୍ମାଣ କରି ପାରିବ ନାହିଁ। ଏପରିକି ସ୍ୱର୍ଗ ବା ସର୍ବୋଚ୍ଚ ସ୍ୱର୍ଗ ମଧ୍ୟ ତାଙ୍କୁ ଧାରଣ କରି ପାରିବ ନାହିଁ। ମୁଁ ମଧ୍ୟ ପରମେଶ୍ୱରଙ୍କ ନିମନ୍ତେ ଏକ ମନ୍ଦିର ନିର୍ମାଣ କରି ପାରିବି ନାହିଁ। କେବଳ ତାଙ୍କଠାରେ ନୈବେଦ୍ୟ ଉତ୍ସର୍ଗ କରିବା ପାଇଁ ଏକ ସ୍ଥାନ ନିର୍ମାଣ କରିପାରେ।


ପରିବାରର ନେତାଗଣ, ଇସ୍ରାଏଲର ବିଭିନ୍ନ ଗୋଷ୍ଠୀର ନେତାଗଣ, ସେନାପତିଗଣ, ସେନାଧ୍ୟକ୍ଷଗଣ ଓ ରାଜାଙ୍କର କାର୍ଯ୍ୟନିର୍ବାହକଗଣ ସମସ୍ତେ ପ୍ରସ୍ତୁତ ଥିଲେ ଓ ସେମାନଙ୍କର ବହୁମୂଲ୍ୟ ବସ୍ତୁସବୁ ଦେଇ ଦେଲେ।


ଏଜ୍ରା, ମୁଁ ଏବଂ ମୋର ସାତ ଜଣ ଉପଦେଷ୍ଟା ତୁମ୍ଭ ସହିତ ପଠାଉଛୁ। ତୁମ୍ଭେ ଯିହୁଦା ଓ ଯିରୁଶାଲମକୁ ଯିବା ଉଚିତ୍। ପରମେଶ୍ୱରଙ୍କର ବ୍ୟବସ୍ଥା ବିଷୟବସ୍ତୁଗୁଡ଼ିକରେ ଧ୍ୟାନ ଦେବା ଉଚିତ୍, ଯେଉଁଥିରେ ତୁମ୍ଭେ ଜଣେ ବିଜ୍ଞ ଅଟ।


ଆଉ ରାଜା ଓ ତାହାଙ୍କ ମନ୍ତ୍ରୀଗଣ ଓ ତାହାର ଅଧିପତିମାନେ ଓ ଉପସ୍ଥିତ ଇସ୍ରାଏଲ ସମସ୍ତ ଲୋକେ ଆମ୍ଭମାନଙ୍କ ପରମେଶ୍ୱରଙ୍କର ମନ୍ଦିର ନିମନ୍ତେ ଯେଉଁ ରୂପା, ସୁନା ଓ ପାତ୍ରମାନସବୁ ଉପହାର କରିଥିଲେ, ତାହା ମୁଁ ସେମାନଙ୍କୁ ତୌଲି ଦେଲି।


ସଦାପ୍ରଭୁଙ୍କ ପାଇଁ ଉପହାର ନେଇ ବହୁତ ଲୋକ ଯିରୁଶାଲମକୁ ଆସିଲେ। ସେମାନେ ଯିହୁଦାର ରାଜା ହିଜକିୟଙ୍କ ପାଇଁ ମୂଲ୍ୟବାନ୍ ସାମଗ୍ରୀ ଆଣିଲେ। ସମସ୍ତ ଦେଶର ଲୋକମାନେ ହିଜକିୟଙ୍କୁ ସମ୍ମାନ କଲେ।


ସେମାନଙ୍କର ପଡ଼ୋଶୀମାନେ ସେମାନଙ୍କୁ ରୂପା, ସୁନା, ପଶୁ ଏବଂ ଅନ୍ୟାନ୍ୟ ବହୁମୂଲ୍ୟ ଦ୍ରବ୍ୟ ସ୍ୱେଚ୍ଛାଦତ୍ତ ନୈବେଦ୍ୟ ସହିତ ଦେଲେ।


Swiv nou:

Piblisite


Piblisite