Biblia Todo Logo
Bib sou entènèt

- Piblisite -




ଏଜ୍ରା 7:12 - ପବିତ୍ର ବାଇବଲ

12 ରାଜାଧିରାଜ ଅର୍ତ୍ତକ୍ଷସ୍ତଠାରୁ, ସ୍ୱର୍ଗସ୍ଥ ପରମେଶ୍ୱରଙ୍କର ବ୍ୟବସ୍ଥା ଶିକ୍ଷକ ଓ ଯାଜକ ଏଜ୍ରାକୁ ଅଭିନନ୍ଦନ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

12 ରାଜାଧିରାଜ ଅର୍ତ୍ତକ୍ଷସ୍ତ ସ୍ଵର୍ଗସ୍ଥ ପରମେଶ୍ଵରଙ୍କ ବ୍ୟବସ୍ଥାଧ୍ୟାପକ, ସିଦ୍ଧ, ଇତ୍ୟାଦି - ଏଜ୍ରା ଯାଜକ ପ୍ରତି,

Gade chapit la Kopi

ଓଡିଆ ବାଇବେଲ

12 “ରାଜାଧିରାଜ ଅର୍ତ୍ତକ୍ଷସ୍ତ ସ୍ୱର୍ଗସ୍ଥ ପରମେଶ୍ୱରଙ୍କ ବ୍ୟବସ୍ଥାଧ୍ୟାପକ, ସିଦ୍ଧ, ଇତ୍ୟାଦି ଏଜ୍ରା ଯାଜକ ପ୍ରତି,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 “ରାଜାଧିରାଜ ଅର୍ତ୍ତକ୍ଷସ୍ତ ସ୍ୱର୍ଗସ୍ଥ ପରମେଶ୍ୱରଙ୍କ ବ୍ୟବସ୍ଥାଧ୍ୟାପକ, ସିଦ୍ଧ, ଇତ୍ୟାଦି ଏଜ୍ରା ଯାଜକ ପ୍ରତି,

Gade chapit la Kopi




ଏଜ୍ରା 7:12
15 Referans Kwoze  

ହେ ମହାରାଜ, ଆପଣ ଜଣେ ମହାନ ରାଜା। ସ୍ୱର୍ଗସ୍ଥ ପରମେଶ୍ୱର ଆପଣଙ୍କୁ ରାଜ୍ୟ, ପରାକ୍ରମ, କ୍ଷମତା ଓ ମହିମା ଦେଇଅଛନ୍ତି।


ମୋର ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, “ଆମ୍ଭେ ଉତ୍ତର ଦିଗରୁ ନବୂଖ‌ଦ୍‌ନିତ୍ସରଙ୍କୁ ସୋର ବିରୁଦ୍ଧରେ ଆଣିବା। ସେ ରାଜାଧିରାଜ ବାବିଲର ରାଜା ଅଶ୍ୱରଥ, ଅଶ୍ୱାରୋହୀ, ସମାଜ ଓ ବିପୁଳ ସୈନ୍ୟବାହିନୀ ସହ ଆସିବେ।


ଏଥିରେ ରାଜା ମନ୍ତ୍ରି ରହୂମର ଓ ଲେଖକ ଶି‌‌‌‌‌‌ମ୍‌‌‌‌‌‌ଶୟର ଓ ସେମାନଙ୍କ ଶମରିୟା ନିବାସୀ ଅନ୍ୟ ସଙ୍ଗୀମାନଙ୍କର ଆଉ ନଦୀ ସେପାରିସ୍ଥ ଦେଶୀୟ ଅନ୍ୟାନ୍ୟ ଲୋକଙ୍କର ନିକଟକୁ ଉତ୍ତର ପଠାଇଲା। ଯଥା, ତୁମ୍ଭମାନଙ୍କର ମଙ୍ଗଳ ହେଉ।


ତାହାଙ୍କ ପୋଷାକ ଓ ଜଘଂଦେଶରେ ଏହା ଲେଖାଥିଲା: ରାଜାମାନଙ୍କର ରାଜା ଓ ପ୍ରଭୁମାନଙ୍କର ପ୍ରଭୁ


ସେମାନେ ମେଷପାଳକଙ୍କ ବିରୁଦ୍ଧରେ ଯୁଦ୍ଧ କରିବେ। କିନ୍ତୁ ମେଷଶାବକ ସେମାନଙ୍କୁ ପରାସ୍ତ କରିବେ। କାରଣ ସେ ପ୍ରଭୁମାନଙ୍କର ପ୍ରଭୁ ଓ ରାଜାମାନଙ୍କର ରାଜା। ସେ ଡାକିଥିବା ଲୋକମାନଙ୍କୁ ଅର୍ଥାତ୍ ତାହାଙ୍କର ମନୋନୀତ ଓ ବିଶ୍ୱସ୍ତ ଅନୁଗାମୀମାନଙ୍କ ସହିତ ମିଶି ସେମାନଙ୍କୁ ପରାସ୍ତ କରିବେ।”


ପରମେଶ୍ୱର ଉପଯୁକ୍ତ ସମୟ ଆସିଲେ, ତାହା ସାଧନ କରିବେ। ପରମେଶ୍ୱର ଏକମାତ୍ର ପରମଧନ୍ୟ ସମ୍ରାଟ୍। ସେ ରାଜାମାନଙ୍କର ରାଜା ଓ ପ୍ରଭୁମାନଙ୍କର ପ୍ରଭୁ।


ତତ୍ପରେ ଦାନିୟେଲଙ୍କୁ ରାଜା କହିଲେ, “ମୁଁ ଜାଣେ ତୁମ୍ଭର ପରମେଶ୍ୱର ସମସ୍ତ ଈଶ୍ୱରଗଣର ପରମେଶ୍ୱର ଓ ରାଜଗଣର ସଦାପ୍ରଭୁ ଓ ଯେ ଗୁପ୍ତ ବିଷୟଗୁଡ଼ିକର ପ୍ରକାଶକୁ ଆଣନ୍ତି। କାରଣ ତୁମ୍ଭେ ମୋତେ ଏହି ନିଗୂଢ଼ କଥା ପ୍ରକାଶ କରିବାକୁ ସମର୍ଥ ଅଟ।”


ଅଶୂର ନିଜକୁ ନିଜେ କହିହୁଏ, ‘ମୋର ସମସ୍ତ ପ୍ରାଚୀନଗଣ ରାଜା ସଦୃଶ।


ଅରାମର ରାଜା ବି‌ନ୍‌ହଦଦ୍ ଆପଣାର ସମସ୍ତ ସୈନ୍ୟ ଏକତ୍ରିତ କଲେ। ପୁଣି ତାଙ୍କର ସଙ୍ଗରେ ବତିଶ୍ ଜଣ ରାଜା ଆଉ ଅଶ୍ୱଗଣ ଓ ରଥମାନ ସଙ୍ଗରେ ଥିଲେ। ପୁଣି ସେ ଯାଇ ଶମରିୟା ଅବରୋଧ କରି ତହିଁ ବିରୁଦ୍ଧରେ ଯୁଦ୍ଧ କଲେ।


ଶଲୋମନ ତି‌‌‌‌ପ୍‌‌‌‌ସହଠାରୁ ଘସା ପର୍ଯ୍ୟନ୍ତ ଫରାତ୍ ନଦୀର ପଶ୍ଚିମ ପାରିସ୍ଥିତ ସମସ୍ତ ଦେଶଗୁଡ଼ିକ ଉପରେ ଶାସନ କଲେ। ତାଙ୍କ ରାଜ୍ୟର ଚତୁର୍ଦ୍ଦିଗର ସୀମାରେ ଶାନ୍ତି ଥିଲା।


ଏହିସବୁ ଘଟଣାପରେ ପାରସ୍ୟ ରାଜା ଅର୍ତ୍ତକ୍ଷସ୍ତର ଶାସନ ସମୟରେ ସରାୟର ପୁତ୍ର ଏଜ୍ରା ବାବିଲରୁ ଯାତ୍ରା କଲେ। ଉକ୍ତ ସରାୟ ଅସରିୟର ପୁତ୍ର, ଅସରିୟ ହି‌ଲ୍‌‌‌କିୟର ପୁତ୍ର ଥିଲା।


ଏହି ଏଜ୍ରା ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁଙ୍କ ପ୍ରଦତ୍ତ ମୋଶା ବ୍ୟବସ୍ଥାରେ ନିପୁଣ ଅଧ୍ୟାପକ ଥିଲା। ସେ ଯାହା ମାଗୁଥିଲା ରାଜା ତାକୁ ତାହା ପ୍ରଦାନ କରୁଥିଲେ। କାରଣ ସଦାପ୍ରଭୁ ତା'ର ପରମେଶ୍ୱରଙ୍କ ହସ୍ତ ତା’ ଉପରେ ଥିଲା।


ରାଜା ଅର୍ତ୍ତକ୍ଷସ୍ତ ଏଜ୍ରା ଯାଜକକୁ ଏକ ପତ୍ର ଦେଇଥିଲେ। ଇସ୍ରାଏଲ ସମ୍ବନ୍ଧରେ ଏଜ୍ରା ସଦାପ୍ରଭୁଙ୍କର ଆଜ୍ଞାର ଲେଖକ ଓ ଶିକ୍ଷକ ଥିଲେ। ଏହା ହେଉଛି ସେହି ଚିଠିର ଅନୁଲିପି ଯାହା ଅର୍ତ୍ତକ୍ଷସ୍ତ ଏଜ୍ରାଙ୍କୁ ଦେଇଥିଲେ।


“ପାରସ୍ୟର ରାଜା କୋରସ୍ ଏହିପରି କହିଛନ୍ତି: ସଦାପ୍ରଭୁ, ସ୍ୱର୍ଗର ପରମେଶ୍ୱର, ପୃଥିବୀର ସମସ୍ତ ରାଜ୍ୟ ମୋତେ ପ୍ରଦାନ କରିଛନ୍ତି। ଏବଂ ସଦାପ୍ରଭୁ ମୋତେ ଯିହୁଦା ରାଜ୍ୟର ଯିରୁଶାଲମଠାରେ ତାହାଙ୍କ ପାଇଁ ଏକ ମନ୍ଦିର ନିର୍ମାଣ କରିବା ପାଇଁ ନିରୂପଣ କରିଛନ୍ତି।


Swiv nou:

Piblisite


Piblisite