Biblia Todo Logo
Bib sou entènèt

- Piblisite -




ଏଜ୍ରା 7:10 - ପବିତ୍ର ବାଇବଲ

10 ଏଜ୍ରା ସଦାପ୍ରଭୁଙ୍କ ବ୍ୟବସ୍ଥା ଅନୁସନ୍ଧାନ ଓ ପାଳନ କରିବାରୁ ପୁଣି ଇସ୍ରାଏଲ ମଧ୍ୟରେ ବ୍ୟବସ୍ଥା ଓ ଆଜ୍ଞା ଶିକ୍ଷା ଦେବାକୁ ଆପଣାକୁ ବିନିଯୋଗ କରିଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 ଯେଣୁ ଏଜ୍ରା ସଦାପ୍ରଭୁଙ୍କ ବ୍ୟବସ୍ଥା ଅନୁସନ୍ଧାନ ଓ ପାଳନ କରିବାକୁ, ପୁଣି ଇସ୍ରାଏଲ ମଧ୍ୟରେ ବିଧି ଓ ଶାସନ ଶିକ୍ଷା ଦେବାକୁ ଆପଣା ମନ ନିବେଶ କରିଥିଲା।

Gade chapit la Kopi

ଓଡିଆ ବାଇବେଲ

10 ଯେଣୁ ଏଜ୍ରା ସଦାପ୍ରଭୁଙ୍କ ବ୍ୟବସ୍ଥା ଅନୁସନ୍ଧାନ ଓ ପାଳନ କରିବାକୁ, ପୁଣି ଇସ୍ରାଏଲ ମଧ୍ୟରେ ବିଧି ଓ ଶାସନ ଶିକ୍ଷା ଦେବାକୁ ଆପଣା ମନ ନିବେଶ କରିଥିଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ଯେଣୁ ଏଜ୍ରା ସଦାପ୍ରଭୁଙ୍କ ବ୍ୟବସ୍ଥା ଅନୁସନ୍ଧାନ ଓ ପାଳନ କରିବାକୁ, ପୁଣି ଇସ୍ରାଏଲ ମଧ୍ୟରେ ବିଧି ଓ ଶାସନ ଶିକ୍ଷା ଦେବାକୁ ଆପଣା ମନ ନିବେଶ କରିଥିଲେ।

Gade chapit la Kopi




ଏଜ୍ରା 7:10
30 Referans Kwoze  

ଲୋକମାନଙ୍କୁ ସୁସମାଗ୍ଭର ପ୍ରଗ୍ଭର କର। ସବୁବେଳେ ପ୍ରସ୍ତୁତ ରୁହ। ଲୋକମାନଙ୍କୁ କୁହ ଯେ ସେମାନେ କ’ଣ କରିବା ଉଚିତ୍, ସେମାନେ ଭୁଲ୍ କଲାବେଳେ ସେମାନଙ୍କୁ ଅନୁଯୋଗ କର ଓ ସେମାନଙ୍କୁ ଉତ୍ସାହ ଦିଅ। ଅତି ଧୈର୍ଯ୍ୟ ସହକାରେ ଓ ଯତ୍ନପୂର୍ବକ ଶିକ୍ଷା ଦ୍ୱାରା ଏହି ସମସ୍ତ ବିଷୟ କର।


“ତେଣୁ ଯେଉଁ ଲୋକ ମୋର ଏହି କଥାଗୁଡ଼ିକ ଶୁଣେ, ଏବଂ ତାହା ମାନି ଚଳେ, ସେ ଲୋକ ପଥର ଉପରେ ଘର ତୋଳିଥିବା ଗୋଟିଏ ବୁଦ୍ଧିମାନ ବ୍ୟକ୍ତିଭଳି।


ଜଣେ ଯାଜକ ପରମେଶ୍ୱରଙ୍କ ଶିକ୍ଷାସମୂହ ଜାଣିବା ଉଚିତ୍। ଲୋକମାନେ ଯାଜକମାନଙ୍କ ନିକଟକୁ ଯାଇ ପରମେଶ୍ୱରଙ୍କ ଶିକ୍ଷାସମୂହ ଗ୍ରହଣ କରିବା ଉଚିତ୍। କାରଣ ଜଣେ ଯାଜକ ସର୍ବଶକ୍ତିମାନ୍ ସଦାପ୍ରଭୁଙ୍କର ଦୂତ ଅଟେ।


ଯଦି ତୁମ୍ଭେ ଏହା ସବୁ ଜାଣ ତେବେ ତୁମ୍ଭେ ଏହି କାର୍ଯ୍ୟ କରି ଖୁସୀ ହେବ।


ଉତ୍ତମ ବ୍ୟକ୍ତି ସଦାପ୍ରଭୁଙ୍କ ପ୍ରତ୍ୟେକ ବ୍ୟବସ୍ଥାକୁ ଶ୍ରଦ୍ଧାରେ ଗ୍ରହଣ କରେ ଓ ଦିନରାତି ସଦାପ୍ରଭୁଙ୍କ ବ୍ୟବସ୍ଥା ଧ୍ୟାନ କରୁଥାଏ।


ହେ ଏଜ୍ରା, ତୁମ୍ଭ ପରମେଶ୍ୱରଙ୍କ ବିଷୟକ ଯେଉଁଜ୍ଞାନ ତୁମ୍ଭ ହସ୍ତରେ ଅଛି, ତଦନୁସାରେ ନଦୀ ସେପାରିସ୍ଥ ସମସ୍ତ ଲୋକଙ୍କର ବିଗ୍ଭରାର୍ଥେ ଯେଉଁମାନେ ତୁମ୍ଭ ପରମେଶ୍ୱରଙ୍କ ବ୍ୟବସ୍ଥା ଜାଣନ୍ତି, ଏପରି ଶାସନକର୍ତ୍ତା ଓ ବିଗ୍ଭରକର୍ତ୍ତାମାନଙ୍କୁ ତୁମ୍ଭେ ନିଯୁକ୍ତି କର। ଆଉ ଯେ ତାହା ନ ଜାଣେ ତାହାକୁ ତୁମ୍ଭେ ଶିକ୍ଷା ଦିଅ।


ପରମେଶ୍ୱରଙ୍କର ଶିକ୍ଷାଗୁଡ଼ିକ ପାରଦର୍ଶୀ। ସେଗୁଡ଼ିକ ଲୋକମାନଙ୍କୁ ବଳଶାଳୀ କରେ। ସଦାପ୍ରଭୁଙ୍କର ବ୍ୟବସ୍ଥାକୁ ବିଶ୍ୱାସ କରାଯାଇପାରେ। ଏହା ମୂର୍ଖମାନଙ୍କୁ ଜ୍ଞାନୀ କରେ।


ସେମାନେ ଯାକୁବଙ୍କୁ ତୁମ୍ଭର ଶିକ୍ଷା ଓ ଇସ୍ରାଏଲରେ ତୁମ୍ଭର ବ୍ୟବସ୍ଥା ଶିଖାଇବେ। ସେମାନେ ତୁମ୍ଭ ସମ୍ମୁଖରେ ଧୂପକାଠି ଓ ତୁମ୍ଭ ଯଜ୍ଞବେଦି ଉପରେ ହୋମବଳି ରଖିବେ।


ହେ ସଦାପ୍ରଭୁ, ତୁମ୍ଭେ ଆମ୍ଭମାନଙ୍କର ପୂର୍ବପୁରୁଷ ଅବ୍ରହାମ, ଇ‌ସ୍‌ହାକ ଓ ଇସ୍ରାଏଲଙ୍କର ପରମେଶ୍ୱର ଅଟ। ଅନୁଗ୍ରହ କରି ଯଥାର୍ଥ ବିଷୟ ଯୋଜନା କରିବାକୁ ତୁମ୍ଭର ଲୋକମାନଙ୍କୁ ସାହାଯ୍ୟ କର। ତୁମ୍ଭ ପ୍ରତି ଅନୁଗତ ଓ ବିଶ୍ୱସ୍ତ ହେବା ନିମନ୍ତେ ସେମାନଙ୍କୁ ସାହାଯ୍ୟ କର।


ହେ ସଦାପ୍ରଭୁ, ତୁମ୍ଭେ ସେହି ନିରୀହ ଲୋକମାନଙ୍କର ଡାକ ଶୁଣିଛ ବା ସେମାନେ ଯାହା ଗ୍ଭହୁଁଛନ୍ତି ଜାଣିପାରୁଛ। ସେମାନଙ୍କର ପ୍ରାର୍ଥନା ଶୁଣ ଓ ସେମାନେ ଯାହା ଗ୍ଭହୁଁଛନ୍ତି ତାହା ପ୍ରଦାନ କର।


ଏହି ଏଜ୍ରା ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁଙ୍କ ପ୍ରଦତ୍ତ ମୋଶା ବ୍ୟବସ୍ଥାରେ ନିପୁଣ ଅଧ୍ୟାପକ ଥିଲା। ସେ ଯାହା ମାଗୁଥିଲା ରାଜା ତାକୁ ତାହା ପ୍ରଦାନ କରୁଥିଲେ। କାରଣ ସଦାପ୍ରଭୁ ତା'ର ପରମେଶ୍ୱରଙ୍କ ହସ୍ତ ତା’ ଉପରେ ଥିଲା।


ପ୍ରକୃତ ଶିକ୍ଷା (ଉପଦେଶ) ର ଅନୁସରଣ କରିବା ପାଇଁ ତୁମ୍ଭେ ଲୋକଙ୍କୁ କହିବା କଥା।


ତେଣୁ ମୁଁ ମୁକ୍ତ ହେବି, କାରଣ ମୁଁ ତୁମ୍ଭର ନିର୍ଦ୍ଦେଶସବୁ ଅନୁସରଣ କରିବାକୁ ଚେଷ୍ଟା କରେ।


ମୋର ହୃଦୟ ସ୍ଥିର ଅଟେ। ପରମେଶ୍ୱର, ମୋର ହୃଦୟ ସ୍ଥିର ଅଟେ। ମୁଁ ତାଙ୍କର ପ୍ରଶଂସା ଓ ଗାନ କରିବି।


ସଦାପ୍ରଭୁଙ୍କ ସେବାକାର୍ଯ୍ୟ କିପରି କରିବାକୁ ହେବ, ଏହା ଯେଉଁ ଲେବୀୟମାନେ ଜାଣିଥିଲେ, ସେମାନଙ୍କୁ ରାଜା ହିଜକିୟ ଉତ୍ସାହିତ କଲେ। ଲୋକମାନେ ସାତ ଦିନ ପର୍ଯ୍ୟନ୍ତ ଉତ୍ସବ ପାଳନ କଲେ ଓ ବଳି ଉତ୍ସର୍ଗ କଲେ। ସେମାନେ ସେମାନଙ୍କ ପୂର୍ବପୁରୁଷମାନଙ୍କର ସଦାପ୍ରଭୁ ପରମେଶ୍ୱରଙ୍କର ଧନ୍ୟବାଦ ଓ ପ୍ରଶଂସା କଲେ।


କିନ୍ତୁ ତୁମ୍ଭେ ଜୀବନରେ କେତେକ ଉତ୍ତମ ବିଷୟ କରିଅଛ। ତୁମ୍ଭେ ଏହି ଦେଶରୁ ଆଶେରା ସ୍ତମ୍ଭଗୁଡ଼ିକୁ ଧ୍ୱଂସ କରି ଦେଇଅଛ ଓ ତୁମ୍ଭେ ପରମେଶ୍ୱରଙ୍କର ଅନୁଗମନ କରିବା ନିମନ୍ତେ ତୁମ୍ଭ ଅନ୍ତରରେ ସିଦ୍ଧାନ୍ତ ନେଇଅଛ।”


ରିହବିୟାମ୍ ମନ୍ଦକର୍ମ କଲେ, କାରଣ ସେ ତାଙ୍କ ହୃଦୟରେ ସଦାପ୍ରଭୁଙ୍କର ବାଧ୍ୟ ହେବା ନିମନ୍ତେ ସିଦ୍ଧାନ୍ତ ନେଇ ନ ଥିଲେ।


ତା'ପରେ ଶାମୁୟେଲ ଇସ୍ରାଏଲୀୟମାନଙ୍କୁ କହିଲେ, “ପ୍ରକୃତରେ ତୁମ୍ଭେମାନେ ଯଦି ହୃଦୟର ସହିତ ସଦାପ୍ରଭୁଙ୍କ ପାଖକୁ ପ୍ରତ୍ୟାବର୍ତ୍ତନ କରିଛ, ତେବେ ତୁମ୍ଭେମାନେ ବିଦେଶୀ ପ୍ରତିମାଗୁଡ଼ିକୁ ଓ ଅଷ୍ଟାରୋତ ପ୍ରତିମା ଫିଙ୍ଗିଦିଅ। ତୁମ୍ଭେମାନେ ସଦାପ୍ରଭୁଙ୍କ ନିକଟରେ ସମର୍ପଣ କର ଓ କେବଳ ତାଙ୍କୁ ହିଁ ସେବା କର। ସଦାପ୍ରଭୁ ତୁମ୍ଭମାନଙ୍କୁ ପଲେଷ୍ଟୀୟମାନଙ୍କଠାରୁ ରକ୍ଷା କରିବେ।”


ଲୋକମାନଙ୍କୁ ଏହି କଥାଗୁଡ଼ିକ କୁହ। ତୁମ୍ଭର ପୂର୍ଣ୍ଣ କ୍ଷମତା ରହିଛି, ତେଣୁ ଲୋକମାନଙ୍କୁ ଶକ୍ତିଶାଳୀ କରିବା ପାଇଁ ଓ ସେମାନେ ଯାହା କରୁଛନ୍ତି, ତାହା ଭୁଲ୍ ବୋଲି କହିବା ପାଇଁ ତୁମ୍ଭର କ୍ଷମତାର ବ୍ୟବହାର କର। କୌଣସି ଲୋକ ଯେପରି ତୁମ୍ଭ ସହିତ ଏଭଳି ବ୍ୟବହାର ନ କରେ, ଯାହାକି ତୁମ୍ଭକୁ ଗୁରୁତ୍ୱହୀନ କରିଦେବ।


ଅଧ୍ୟକ୍ଷ ବ୍ୟକ୍ତି ଜଣକ ଏତେ ଭଲ ହେବା ଦରକାର ଯେ ଲୋକେ ପ୍ରକୃତରେ ତାହାଙ୍କୁ ସମାଲୋଚନା କରିବାକୁ ଅସମର୍ଥ ହେବେ। ତାହାଙ୍କର ନିଶ୍ଚୟ ଗୋଟିଏ ମାତ୍ର ପତ୍ନୀ ଥିବା ଉଚିତ୍। ତାହାଙ୍କର ଆତ୍ମସଂଯମ ଥିବା ଦରକାର ଓ ସେ ବୁଦ୍ଧିମାନ ହେବା ଦରକାର। ସେ ଅନ୍ୟମାନଙ୍କ ଦ୍ୱାରା ସମ୍ମାନ ପାଉଥିବା ଦରକାର। ନିଜ ଘରେ ସ୍ୱାଗତ କରି ଲୋକମାନଙ୍କୁ ସେ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ଥିବା ଦରକାର। ସେ ଜଣେ ଭଲ ଶିକ୍ଷାଦାତା ହୋଇଥିବା ଦରକାର।


ହେ ଥିୟଫିଲ, ମୁଁ ମୋର ପ୍ରଥମ ପୁସ୍ତକରେ ଯୀଶୁଙ୍କର ସମସ୍ତ କାର୍ଯ୍ୟ ଓ ଉପଦେଶଗୁଡ଼ିକ ବିଷୟରେ ଲେଖିଛି।


ପୁଣି ତୁମ୍ଭେ ଯେ ମିଶରରେ ଦାସ ଥିଲୁ, ତାହା ସ୍ମରଣ କରିବ ଓ ତୁମ୍ଭେ ଏହି ସକଳ ବିଧି ମନୋଯୋଗ କରି ପାଳନ କରିବ।


“ଯେଉଁ ଲୋକମାନେ ନିଜର ରାଜ ପୋଷାକ ଧୋଇଛନ୍ତି, ସେମାନେ ଧନ୍ୟ ହେବେ। ଜୀବନ ବୃକ୍ଷର ଫଳ ଖାଇବା ପାଇଁ ସେମାନଙ୍କର ଅଧିକାର ରହିଛି। ସେମାନେ ନଗରୀ ଭିତରକୁ ନଗରୀ ଦ୍ୱାର ଦେଇ ପ୍ରବେଶ କରି ପାରିବେ।


“ଏଣୁ ଲୋକେ ପ୍ରତ୍ୟେକ ଆଦେଶ ମାନିବା ଉଚିତ୍, ଏପରିକି ମହତ୍ତ୍ୱପୂର୍ଣ୍ଣ ଦେଖା ଯାଉ ନ ଥିବା ଛୋଟ ଆଦେଶଟିଏ ମଧ୍ୟ ମାନିବା ଉଚିତ୍। ଯେଉଁ ଲୋକ ଆଦେଶ ପାଳିବାକୁ ମନାକରେ ଓ ଅନ୍ୟ ଲୋକଙ୍କୁ ଆଦେଶ ନ ପାଳିବାକୁ ମନ୍ତ୍ରଣା ଦିଏ, ସେ ସ୍ୱର୍ଗରାଜ୍ୟରେ ଅତି ନ୍ୟୁନ ବୋଲି ଗଣିତ ହେବ କିନ୍ତୁ ଯେଉଁ ଲୋକ ସେ ବ୍ୟବସ୍ଥା ମାନେ ଓ ଅନ୍ୟକୁ ମାନି ଚଳିବାକୁ ଶିଖାଏ, ସେ ସ୍ୱର୍ଗରାଜ୍ୟରେ ମହାନ୍ ହେବ।


କିନ୍ତୁ ଆୟୁବ ତୁମ୍ଭେ ଯଥାର୍ଥରୂପେ ଅନ୍ତରର ସହିତ ପରମେଶ୍ୱରଙ୍କ ସେବା ପାଇଁ ପ୍ରସ୍ତୁତ ହେବା ଉଚିତ୍। ଏବଂ ତାଙ୍କ ଉପାସନା ପାଇଁ ତୁମ୍ଭର ଦୁଇ ହାତ ପ୍ରସାରିତ କର।


ରାଜା ଅର୍ତ୍ତକ୍ଷସ୍ତ ଏଜ୍ରା ଯାଜକକୁ ଏକ ପତ୍ର ଦେଇଥିଲେ। ଇସ୍ରାଏଲ ସମ୍ବନ୍ଧରେ ଏଜ୍ରା ସଦାପ୍ରଭୁଙ୍କର ଆଜ୍ଞାର ଲେଖକ ଓ ଶିକ୍ଷକ ଥିଲେ। ଏହା ହେଉଛି ସେହି ଚିଠିର ଅନୁଲିପି ଯାହା ଅର୍ତ୍ତକ୍ଷସ୍ତ ଏଜ୍ରାଙ୍କୁ ଦେଇଥିଲେ।


ତୁମ୍ଭର ନିୟମସବୁ ମାନିବା ପାଇଁ ମୁଁ ଆପଣା ମନକୁ ପ୍ରବର୍ତ୍ତାଇଛି, ତାହା ମୋର ପୁରସ୍କାର ହେବ।


Swiv nou:

Piblisite


Piblisite