Biblia Todo Logo
Bib sou entènèt

- Piblisite -




ଏଜ୍ରା 6:5 - ପବିତ୍ର ବାଇବଲ

5 ପରମେଶ୍ୱରଙ୍କ ମନ୍ଦିରର ଯେଉଁସବୁ ସୁନା ଓ ରୂପାପାତ୍ର ନବୂଖ‌ଦ୍‌ନିତ୍ସର ଯିରୁଶାଲମସ୍ଥ ମନ୍ଦିରରୁ ନେଇ ବାବିଲକୁ ଆଣିଥିଲା, ତାହା ସବୁ ଫେରାଇ ଦିଆଯାଉ। ଏବଂ ପ୍ରତ୍ୟେକ ପାତ୍ର ପୁନର୍ବାର ଯିରୁଶାଲମସ୍ଥ ମନ୍ଦିରର ନିଜ ନିଜ ସ୍ଥାନକୁ ଅଣାଯାଉ। ଆଉ ତୁମ୍ଭେ ପରମେଶ୍ୱରଙ୍କ ମନ୍ଦିରରେ ତାହା ସବୁ ରଖ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ଆହୁରି, ପରମେଶ୍ଵରଙ୍କ ଗୃହର ଯେସକଳ ସୁନା ଓ ରୂପାର ପାତ୍ର ନବୁଖଦ୍ନିତ୍ସର ଯିରୂଶାଲମସ୍ଥ ମନ୍ଦିରରୁ ନେଇ ବାବିଲକୁ ଆଣିଥିଲା, ତାହାସବୁ ଫେରାଇ ଦିଆଯାଉ, ପୁଣି ପ୍ରତ୍ୟେକ ପାତ୍ର ପୁନର୍ବାର ଯିରୂଶାଲମସ୍ଥ ମନ୍ଦିରର ସ୍ଵ ସ୍ଵ ସ୍ଥାନକୁ ଅଣାଯାଉ, ଆଉ ତୁମ୍ଭେ ପରମେଶ୍ଵରଙ୍କ ଗୃହରେ ତାହାସବୁ ରଖ।

Gade chapit la Kopi

ଓଡିଆ ବାଇବେଲ

5 ଆହୁରି, ପରମେଶ୍ୱରଙ୍କ ଗୃହର ଯେସକଳ ସୁନା ଓ ରୂପାର ପାତ୍ର ନବୂଖଦ୍‍ନିତ୍ସର ଯିରୂଶାଲମସ୍ଥ ମନ୍ଦିରରୁ ନେଇ ବାବିଲକୁ ଆଣିଥିଲା, ତାହାସବୁ ଫେରାଇ ଦିଆଯାଉ, ପୁଣି ପ୍ରତ୍ୟେକ ପାତ୍ର ପୁନର୍ବାର ଯିରୂଶାଲମସ୍ଥ ମନ୍ଦିରର ସ୍ୱ ସ୍ୱ ସ୍ଥାନକୁ ଅଣାଯାଉ, ଆଉ ତୁମ୍ଭେ ପରମେଶ୍ୱରଙ୍କ ଗୃହରେ ତାହାସବୁ ରଖ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ଆହୁରି, ପରମେଶ୍ୱରଙ୍କ ଗୃହର ଯେସକଳ ସୁନା ଓ ରୂପାର ପାତ୍ର ନବୂଖଦ୍‍ନିତ୍ସର ଯିରୂଶାଲମସ୍ଥ ମନ୍ଦିରରୁ ନେଇ ବାବିଲକୁ ଆଣିଥିଲା, ତାହାସବୁ ଫେରାଇ ଦିଆଯାଉ, ପୁଣି ପ୍ରତ୍ୟେକ ପାତ୍ର ପୁନର୍ବାର ଯିରୂଶାଲମସ୍ଥ ମନ୍ଦିରର ସ୍ୱ ସ୍ୱ ସ୍ଥାନକୁ ଅଣାଯାଉ, ଆଉ ତୁମ୍ଭେ ପରମେଶ୍ୱରଙ୍କ ଗୃହରେ ତାହାସବୁ ରଖ।”

Gade chapit la Kopi




ଏଜ୍ରା 6:5
12 Referans Kwoze  

ବେ‌‌ଲ୍‌‌‌‌ଶତ୍ସର ଦ୍ରାକ୍ଷାରସ ପାନ କରୁଥିବା ବେଳେ ତାଙ୍କର ପିତା ନବୂଖ‌ଦ୍‌ନିତ୍ସର। ଯିରୁଶାଲମସ୍ଥ ମନ୍ଦିରରୁ ଅପହରଣ କରି ଆଣିଥିବା ସୁନା ଓ ରୂପାରେ ପାତ୍ରଗୁଡ଼ିକୁ ଆଣିବାକୁ ତାଙ୍କ ଲୋକମାନଙ୍କୁ ଆଦେଶ କଲେ। ସେ ଗ୍ଭହୁଁଥିଲେ ସେଥିରେ ସେ, ତାଙ୍କର ଅମାତ୍ୟଗଣ, ତାଙ୍କର ପତ୍ନୀଗଣ ଓ ଉପପତ୍ନୀଗଣ ଯେପରି ପାନ କରିବେ।


ଆହୁରି ନବୂଖ‌ଦ୍‌ନିତ୍ସର ପରମେଶ୍ୱରଙ୍କ ମନ୍ଦିରର ଯେଉଁସବୁ ସ୍ୱର୍ଣ୍ଣ ଓ ରୌପ୍ୟ ପାତ୍ର ଯିରୁଶାଲମସ୍ଥ ମନ୍ଦିରରୁ ନେଇ ବାବିଲସ୍ଥ ମନ୍ଦିରକୁ ଆଣିଲା, ତାହା ସବୁ କରୋସ୍ ରାଜା ବାବିଲସ୍ଥ ମନ୍ଦିରରୁ ବାହାରକରି ଦେଲେ। ପୁଣି ସେସବୁ ଶେଶବସର ନାମକ ତାଙ୍କ ଦ୍ୱାରା ନିଯୁକ୍ତ ଶାସନକର୍ତ୍ତା ହସ୍ତରେ ସମର୍ପିତ କଲେ।


ତା'ପରେ ମୁଁ, ଯିରିମିୟ ଓ ସମସ୍ତ ଯାଜକମାନଙ୍କୁ ଏହା କହିଲି, “ସଦାପ୍ରଭୁ ଏହି କଥା କହନ୍ତି। ଦେଖ, ତୁମ୍ଭମାନଙ୍କର ଭବିଷ୍ୟ‌ଦ୍‌ବକ୍ତାଗଣ ଓ ଯାଜକଗଣ ତୁମ୍ଭମାନଙ୍କ ନିକଟରେ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କରି କହନ୍ତି ଯେ, ‘ସଦାପ୍ରଭୁଙ୍କ ମନ୍ଦିରର ସମସ୍ତ ବାସନକୁସନ ଶୀଘ୍ର ବାବିଲରୁ ଅଣାଯିବ। କିନ୍ତୁ ତୁମ୍ଭେମାନେ ସେମାନଙ୍କ କଥାରେ ଧ୍ୟାନ ଦିଅ ନାହିଁ, କାରଣ ସେମାନେ ତୁମ୍ଭମାନଙ୍କ ନିକଟରେ ମିଥ୍ୟା ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କରନ୍ତି।


ପୁଣି ପ୍ରହରୀମାନଙ୍କର ସେନାପତି ଛୋଟ ତାଟିଆ, କରେଇ, ବେଦି ଉପରେ ସିଞ୍ଚନ ପାଇଁ ବ୍ୟବହୃତ ହେଉଥିବା ପାତ୍ର, କେଟଲି, ଦୀପରୁଖା ଏବଂ ପେୟନୈବେଦ୍ୟ ଉତ୍ସର୍ଗ ପାଇଁ ବ୍ୟବହୃତ ହେଉଥିବା ପାତ୍ରସବୁ ନେଇଗଲେ। ଖାଣ୍ଟିସୁନା ଓ ରୂପାରେ ନିର୍ମିତ ହୋଇଥିବା ସବୁକିଛି ପ୍ରହରୀ କପ୍ତାନ ନେଲେ।


ବସନ୍ତ ଋତୁରେ, ରାଜା ନବୂଖ‌ଦ୍‌ନିତ୍ସର ଯିହୋୟାଖୀ‌ନଙ୍କୁ ଆଣିବା ନିମନ୍ତେ କେତେକ ଭୃତ୍ୟଙ୍କୁ ପଠାଇଲେ। ସେମାନେ ଯିହୋୟାଖୀନ୍ ଓ ସଦାପ୍ରଭୁଙ୍କ ମନ୍ଦିରରୁ ବହୁମୂଲ୍ୟ ଧନ ସମ୍ପତ୍ତିରୁ କିଛି ବାବିଲକୁ ନେଇଗଲେ। ନବୂଖ‌ଦ୍‌ନିତ୍ସରର ସିଦିକିୟଙ୍କୁ ଯିହୁଦା ଓ ଯିରୁଶାଲମର ନୂତନ ରାଜା ରୂପେ ମନୋନୀତ କଲେ। ସିଦିକିୟ ଯିହୋୟାଖୀ‌ନଙ୍କର ଜଣେ ଆତ୍ମୀୟ ଥିଲେ।


ନବୂଖ‌ଦ୍‌ନିତ୍ସର ରାଜପ୍ରାସାଦରୁ ଏବଂ ଯିରୁଶାଲମର ସଦାପ୍ରଭୁଙ୍କ ମନ୍ଦିରରୁ ସମସ୍ତ ଧନ ନେଇଗଲେ। ସେ ରାଜା ଶଲୋମନଙ୍କ ଦ୍ୱାରା ତିଆରି ସଦାପ୍ରଭୁଙ୍କ ମନ୍ଦିରର ସ୍ୱର୍ଣ୍ଣମୟ ପାତ୍ରଗୁଡ଼ିକୁ ଖଣ୍ତ ଖଣ୍ତ କରି କାଟି ପକାଇଲେ। ଏସବୁ ସଦାପ୍ରଭୁଙ୍କ ବାକ୍ୟାନୁସାରେ ଘଟିଲା।


ବର୍ତ୍ତମାନ ସଦାପ୍ରଭୁ ଯିହୋୟାକୀମ୍‌‌‌କୁ ପରାସ୍ତ କରିବା ପାଇଁ ନବୂଖ‌ଦ୍‌ନିତ୍ସରଙ୍କୁ ଅନୁମତି ଦେଲେ ଏବଂ ସେ କିଛି ପାତ୍ର ପରମେଶ୍ୱରଙ୍କ ମନ୍ଦିରରୁ ନେଇଗଲେ। ସେ ଶିନିୟର ଭୂମିକୁ ସବୁଗୁଡ଼ିକୁ ବହନ କରି ନେଲେ ଏବଂ ଆରଣା ଦେବତାମାନଙ୍କ ମନ୍ଦିର ଭଣ୍ତାରଗୃହରେ ସେସବୁ ରଖି ଦେଲେ।


ନବୂଖ‌ଦ୍‌ନିତ୍ସର ପରମେଶ୍ୱରଙ୍କ ମନ୍ଦିରରୁ ସବୁ ପଦାର୍ଥ ବାବିଲକୁ ବୋହି ନେଇଗଲେ। ସେ ମନ୍ଦିରରୁ, ରାଜାଙ୍କ ନିକଟରୁ ଓ ରାଜାଙ୍କ ପଦାଧିକାରୀମାନଙ୍କଠାରୁ ବହୁମୂଲ୍ୟ ବସ୍ତୁ ସବୁ ନେଇଗଲେ।


Swiv nou:

Piblisite


Piblisite