Biblia Todo Logo
Bib sou entènèt

- Piblisite -




ଏଜ୍ରା 6:12 - ପବିତ୍ର ବାଇବଲ

12 ଆଉ ଯେଉଁ ରାଜାମାନେ ଓ ଗୋଷ୍ଠୀୟମାନେ ପରମେଶ୍ୱରଙ୍କ ଯିରୁଶାଲମସ୍ଥ ଏହି ମନ୍ଦିର ବିନାଶ କରିବା ଅଭିପ୍ରାୟରେ ଉକ୍ତ ବାକ୍ୟକୁ ଅନ୍ୟଥା କରିବାକୁ ହସ୍ତକ୍ଷେପ କରିବେ, ସେ ସମସ୍ତଙ୍କୁ ଯିରୁଶାଲମରେ ସୁନାମ ସ୍ଥାପନକାରୀ ପରମେଶ୍ୱର ଉଚ୍ଛିନ୍ନ କରିବେ। ମୁଁ ଦାରିୟାବସ୍ ଏହି ଆଜ୍ଞା ଦେଇଅଛି, ଏହା ଅତି ଯତ୍ନପୂର୍ବକ କରାଯାଉ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

12 ଆଉ, ଯେ ଯେ ରାଜା ଓ ଗୋଷ୍ଠୀୟମାନେ ପରମେଶ୍ଵରଙ୍କ ଯିରୂଶାଲମସ୍ଥ ଏହି ଗୃହ ବିନାଶ କରିବା ଅଭିପ୍ରାୟରେ ଉକ୍ତ ବାକ୍ୟ ଅନ୍ୟଥା କରିବାକୁ ହସ୍ତକ୍ଷେପ କରିବେ, ସେସମସ୍ତଙ୍କୁ ଯିରୂଶାଲମରେ ସ୍ଵନାମ-ସ୍ଥାପନକାରୀ ପରମେଶ୍ଵର ଉଚ୍ଛିନ୍ନ କରନ୍ତୁ। ମୁଁ ଦାରୀୟାବସ ଏହି ଆଜ୍ଞା ଦେଇଅଛି; ଏହା ଅତି ଯନିପୂର୍ବକ କରାଯାଉ।

Gade chapit la Kopi

ଓଡିଆ ବାଇବେଲ

12 ଆଉ, ଯେଉଁ ଯେଉଁ ରାଜା ଓ ଗୋଷ୍ଠୀୟମାନେ ପରମେଶ୍ୱରଙ୍କ ଯିରୂଶାଲମସ୍ଥ ଏହି ଗୃହ ବିନାଶ କରିବା ଅଭିପ୍ରାୟରେ ଉକ୍ତ ବାକ୍ୟ ଅନ୍ୟଥା କରିବାକୁ ହସ୍ତକ୍ଷେପ କରିବେ, ସେସମସ୍ତଙ୍କୁ ଯିରୂଶାଲମରେ ସ୍ୱନାମ-ସ୍ଥାପନକାରୀ ପରମେଶ୍ୱର ଉଚ୍ଛିନ୍ନ କରନ୍ତୁ।’ ମୁଁ ଦାରୀୟାବସ ଏହି ଆଜ୍ଞା ଦେଇଅଛି; ଏହା ଅତି ଯତ୍ନପୂର୍ବକ କରାଯାଉ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ଆଉ, ଯେଉଁ ଯେଉଁ ରାଜା ଓ ଗୋଷ୍ଠୀୟମାନେ ପରମେଶ୍ୱରଙ୍କ ଯିରୂଶାଲମସ୍ଥ ଏହି ଗୃହ ବିନାଶ କରିବା ଅଭିପ୍ରାୟରେ ଉକ୍ତ ବାକ୍ୟ ଅନ୍ୟଥା କରିବାକୁ ହସ୍ତକ୍ଷେପ କରିବେ, ସେସମସ୍ତଙ୍କୁ ଯିରୂଶାଲମରେ ସ୍ୱନାମ-ସ୍ଥାପନକାରୀ ପରମେଶ୍ୱର ଉଚ୍ଛିନ୍ନ କରନ୍ତୁ। ମୁଁ ଦାରୀୟାବସ ଏହି ଆଜ୍ଞା ଦେଇଅଛି; ଏହା ଅତି ଯତ୍ନପୂର୍ବକ କରାଯାଉ।”

Gade chapit la Kopi




ଏଜ୍ରା 6:12
24 Referans Kwoze  

ସଦାପ୍ରଭୁ ତାଙ୍କୁ କହିଲେ, “ତୁମ୍ଭେ ଆମ୍ଭକୁ ଆଗ୍ରହ ଭାବରେ ଯେଉଁ ପ୍ରାର୍ଥନା ଓ ବିନତି କରିଅଛ, ତାହା ଆମ୍ଭେ ଶୁଣିଅଛୁ। ଆମ୍ଭ ନାମକୁ ସଦାକାଳ ସମ୍ମାନ କରିବା ନିମନ୍ତେ ତୁମ୍ଭେ ଏହି ଯେଉଁ ମନ୍ଦିର ନିର୍ମାଣ କରିଅଛ, ତାହା ଆମ୍ଭେ ପବିତ୍ର କଲୁ, ଆମ୍ଭେ ତୁମ୍ଭକୁ କଥା ଦେଇଅଛୁ ଯେ, ଆମ୍ଭର ଧ୍ୟାନ ଓ ପ୍ରେମ ମନ୍ଦିର ପ୍ରତି ରହିବ।


ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ସମସ୍ତ ଗୋଷ୍ଠୀ ମଧ୍ୟରୁ ଏକ ସ୍ଥାନ ମନୋନୀତ କରିବେ, ଯେଉଁଠାରେ ତାଙ୍କର ନାମ ଉପାସନା ହେବା ଉଚିତ୍। ତୁମ୍ଭର ସେଠାକୁ ଯିବା ଉଚିତ୍ ଏବଂ ତାଙ୍କୁ ଖୋଜିବା ଉଚିତ୍।


ସେତେବେଳେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଆପଣା ନାମ ବାସ କରିବା ପାଇଁ ଯେଉଁ ସ୍ଥାନ ନିରୂପିତ କରିବେ ସେହି ସ୍ଥାନକୁ ତୁମ୍ଭେମାନେ ମୋର ଆଜ୍ଞା ଅନୁସାରେ ନିଜ ନିଜ ହୋମ ନୈବେଦ୍ୟ ଓ ନିଜ ନିଜ ବଳିଦାନ, ନିଜ ଆୟର ଦଶମାଂଶ ଓ ନିଜ ନିଜ ହସ୍ତର ଉତ୍ତଳନୀୟ ଉପହାର ଓ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମନାସିଲାର ତୁମ୍ଭମାନଙ୍କର ସକଳ ମନୋନୀତ ମାନତ ଆଣିବ।


“ତୁମ୍ଭେମାନେ ମାଟିରେ ଏକ ସ୍ୱତନ୍ତ୍ର ଯଜ୍ଞବେଦି ମୋ’ ପାଇଁ ନିର୍ମାଣ କରିବ ଏବଂ ତୁମ୍ଭମାନଙ୍କ ମେଷ ଓ ଗୋରୁଗାଈରୁ ସେଠାରେ ହୋମବଳି, ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରିବ। ମୁଁ ତୁମ୍ଭମାନଙ୍କୁ ସବୁଠାରେ ଆଶୀର୍ବାଦ କରିବା ପାଇଁ ଆସିବି ଯେଉଁଠାରେ ତୁମ୍ଭେମାନେ ମୋତେ ସ୍ମରଣ କରିବ।


ଶାଉଲ କହିଲେ, “ପ୍ରଭୁ, ତୁମ୍ଭେ କିଏ?” ସେ କହିଲେ, “ମୁଁ ଯୀଶୁ, ଯାହାଙ୍କୁ ତୁମ୍ଭେ ତାଡ଼ନା କରୁଛ।


ତୁମ୍ଭେ ଲଜ୍ଜିତ ହେବ ଓ ଚିରଦିନ ପାଇଁ ଧ୍ୱଂସ ହେବ। କାରଣ, ତୁମ୍ଭେ ତୁମ୍ଭର ଭାଇ ଯାକୁବ ପ୍ରତି ଅତି ନିଷ୍ଠୁର ଥିଲ।


କାରଣ ଯେଉଁ ଦେଶ ଓ ରାଜା ତୁମ୍ଭର ସେବା କରିବ ନାହିଁ, ସେ ବିନଷ୍ଟ ହେବ। ସେହି ଦେଶଗୁଡ଼ିକ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ ପ୍ରାପ୍ତ ହେବେ।


ତୁମ୍ଭେ କୌଣସି କାର୍ଯ୍ୟ କର, ତାହା ଆପଣା ସମସ୍ତ ଶକ୍ତି ସହିତ କର। କାରଣ ତୁମ୍ଭେ ଯେଉଁ କବରକୁ ଯାଉଅଛ, ସେଠାରେ କିଛି କାର୍ଯ୍ୟ, ଯୋଜନା, ବୁଦ୍ଧି, ଜ୍ଞାନ ନାହିଁ।


ହେ ପରମେଶ୍ୱର, ସେମାନଙ୍କୁ ଶାସ୍ତି ଦିଅ। ସେମାନେ ବାନ୍ଧିଥିବା ଫାଶରେ ସେମାନଙ୍କୁ ପକାଇ ଦିଅ। ସେମାନେ ତୁମ୍ଭର ବିରୁଦ୍ଧାଚରଣ କରିଛନ୍ତି, ତେଣୁ ସେମାନଙ୍କର ଅନେକ ଅପରାଧ ପାଇଁ ସେମାନଙ୍କୁ ଶାସ୍ତି ବିଧାନ କର।


ତହିଁରେ ଦ୍ରୁତଗାମୀ ରାଜକୀୟ ଅଶ୍ୱାରୁଢ଼ ଦୂତମାନେ ରାଜାଙ୍କ ଆଜ୍ଞାରେ ଶୀଘ୍ର ଗ୍ଭଲିଗଲେ, ଏବଂ ଏହା ଶୂଶନ୍ ରାଜଧାନୀରେ ସେହି ଆଜ୍ଞା ପ୍ରକାଶିତ ହେଲା।


ଆମ୍ଭେ ଏହି ମନ୍ଦିରକୁ ମନୋନୀତ କରୁଅଛୁ ଏବଂ ଆମ୍ଭ ନାମ ଯେପରି ଚିରକାଳ ନିମନ୍ତେ ଏହି ସ୍ଥାନରେ ରହିବ, ସେଥିନିମନ୍ତେ ଆମ୍ଭେ ଏହାକୁ ପବିତ୍ର କରିଅଛୁ। ହଁ, ଆମ୍ଭ ଚକ୍ଷୁ ଓ ହୃଦୟ ଏହି ମନ୍ଦିରରେ ସଦାସର୍ବଦା ରହିବ।


ତୁମ୍ଭେ ନିସ୍ତାରପର୍ବୀୟ ନୈବେଦ୍ୟ ପାଇଁ ଗୋମେଷାଦି ପଲରୁ ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କୁ ଦେବ, ଯେଉଁଠାରେ ସେ ତାଙ୍କର ନାମ ସ୍ଥାପନ ପାଇଁ ପସନ୍ଦ କରିଛନ୍ତି।


ତହିଁରେ ଦାରିୟାବସ୍ ରାଜା ଏହି ଆଜ୍ଞା ପଠାଇବାରୁ ତତ୍ତନୟ, ନଦୀ ସେପାରିସ୍ଥ ଦେଶାଧ୍ୟକ୍ଷ ଓ ଶଥର ବୋଷଣୟ ଓ ସେମାନଙ୍କ ସଙ୍ଗୀଗଣ ଅତି ଯତ୍ନପୂର୍ବକ କର୍ମମାନ କଲେ।


ଏଥିରେ ହାଗୟ ଭବିଷ୍ୟ‌ଦ୍‌ବକ୍ତାର ଓ ଇଦ୍ଦୋର ପୁତ୍ର ଜିଖରିୟର ଭବିଷ୍ୟ‌ଦ୍‌ବାକ୍ୟ ସହକାରେ ଯିହୁଦୀୟ ପ୍ରାଚୀନବର୍ଗ ମନ୍ଦିର ନିର୍ମାଣ କଲେ ଓ କୃତକାର୍ଯ୍ୟ ହେଲେ। ଆଉ ସେମାନେ ଇସ୍ରାଏଲର ପରମେଶ୍ୱରଙ୍କ ଆଜ୍ଞା ଅନୁସାରେ ଓ ପାରସ୍ୟ ରାଜା କୋରସ୍ ଓ ଦାରିୟାବସ ଓ ଅର୍ତ୍ତକ୍ଷସ୍ତର ଆଜ୍ଞା ଅନୁସାରେ ନିର୍ମାଣ କରି ସମାପ୍ତ କଲେ।


ମୁଁ ଏବଂ ମୋର ଉପଦେଷ୍ଟାମାନେ ତୁମ୍ଭକୁ ଯେଉଁ ସୁନା ଓ ରୂପା ଇସ୍ରାଏଲର ପରମେଶ୍ୱରଙ୍କୁ ଦେଇଅଛୁ। ପରମେଶ୍ୱର ଯିରୁଶାଲମରେ ବାସ କରନ୍ତି। ତୁମ୍ଭେ ନିଶ୍ଚିତ ଏହି ସୁନା ଓ ରୂପା ତୁମ୍ଭମାନଙ୍କ ସହିତ ନେବ।


ଯଦି କୌଣସି ଲୋକ ତୁମ୍ଭ ପରମେଶ୍ୱରଙ୍କ ବ୍ୟବସ୍ଥା ନ ମାନିବ, ରାଜାଙ୍କର ବ୍ୟବସ୍ଥା ନ ମାନିବ, ସେମାନେ ନିଶ୍ଚିତରେ ଦଣ୍ତିତ ହେବେ। ତାହାର ଏହି ଦଣ୍ତ ତା'ର ଦୋଷ ଉପରେ ନିର୍ଭର କରେ। ତାହା ମୃତ୍ୟୁଦଣ୍ତ ହୋଇପାରେ, ନିର୍ବାସିତ ହୋଇପାରେ, ତାକୁ ଅର୍ଥଦଣ୍ତ ହୋଇପାରେ ବା ବନ୍ଦୀତ୍ୱ ଦଣ୍ତ ଦିଆଯାଇ ପାରେ।


ଏଣୁ ତୁମ୍ଭେ ଏହି ମୁଦ୍ରା ଦ୍ୱାରା ବୃଷ, ଅଣ୍ତିରା ମେଷ, ମେଷଶାବକ ଓ ତହିଁ ସଙ୍ଗେ ନିରୂପିତ ଶସ୍ୟ ଓ ପେୟନୈବେଦ୍ୟ କ୍ରୟ କରି ତୁମ୍ଭମାନଙ୍କ ପରମେଶ୍ୱରଙ୍କ ଯିରୁଶାଲମସ୍ଥିତ ମନ୍ଦିରର ଯଜ୍ଞବେଦି ଉପରେ ଉତ୍ସର୍ଗ କରିବ।


Swiv nou:

Piblisite


Piblisite