Biblia Todo Logo
Bib sou entènèt

- Piblisite -




ଏଜ୍ରା 4:4 - ପବିତ୍ର ବାଇବଲ

4 ତେଣୁ ଏହି ଭୂମିରେ ବାସ କରୁଥିବା ଲୋକମାନେ, ସେମାନେ ଯିହୁଦାର ଲୋକମାନଙ୍କୁ ମନ୍ଦିର ନିର୍ମାଣ କରିବା ପାଇଁ ନିରୁତ୍ସାହିତ ଓ ଭୟଭୀତ କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 ତହିଁରେ ଦେଶସ୍ଥ ଲୋକମାନେ ଯିହୁଦାର ଲୋକମାନଙ୍କ ହସ୍ତ ଦୁର୍ବଳ କରିବାକୁ ଓ ନିର୍ମାଣ କାର୍ଯ୍ୟରେ ସେମାନଙ୍କୁ କ୍ଳେଶ ଦେବାକୁ ଲାଗିଲେ,

Gade chapit la Kopi

ଓଡିଆ ବାଇବେଲ

4 ତହିଁରେ ଦେଶସ୍ଥ ଲୋକମାନେ ଯିହୁଦାର ଲୋକମାନଙ୍କ ହସ୍ତ ଦୁର୍ବଳ କରିବାକୁ ଓ ନିର୍ମାଣ କାର୍ଯ୍ୟରେ ସେମାନଙ୍କୁ କ୍ଳେଶ ଦେବାକୁ ଲାଗିଲେ,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ତହିଁରେ ଦେଶସ୍ଥ ଲୋକମାନେ ଯିହୁଦାର ଲୋକମାନଙ୍କ ହସ୍ତ ଦୁର୍ବଳ କରିବାକୁ ଓ ନିର୍ମାଣ କାର୍ଯ୍ୟରେ ସେମାନଙ୍କୁ କ୍ଳେଶ ଦେବାକୁ ଲାଗିଲେ,

Gade chapit la Kopi




ଏଜ୍ରା 4:4
11 Referans Kwoze  

ସେହି ଲୋକମାନେ ଅନ୍ୟ ଦେଶୀୟ ଲୋକମାନଙ୍କୁ ଭୟ କରୁଥିଲେ ଯେଉଁମାନେ ସେମାନଙ୍କ ନିକଟରେ ବାସ କରୁଥିଲେ। କିନ୍ତୁ ତାହା ସେମାନଙ୍କୁ ଏହା କରିବାରୁ ନିବୃତ୍ତ କରିପାରି ନ ଥିଲା। ସେମାନେ ସେହି ପୁରୁଣା ଯଜ୍ଞବେଦି ଆଧାର ଉପରେ ନୂତନ ଯଜ୍ଞବେଦି ନିର୍ମାଣ କଲେ। ସେମାନେ ସକାଳେ ଓ ସନ୍ଧ୍ୟା ସମୟରେ ସଦାପ୍ରଭୁଙ୍କର ଉଦ୍ଦେଶ୍ୟରେ ହୋମବଳି ଉତ୍ସର୍ଗ କଲେ।


ତେଣୁ ସେହି ଅଧିପତିଗଣ ରାଜାଙ୍କୁ କହିଲେ, “ଆମ୍ଭେମାନେ ଅନୁରୋଧ କରୁଅଛୁ, ଏହି ଯିରିମିୟକୁ ମୃତ୍ୟୁଦଣ୍ଡ ହେଉ। କାରଣ ସେ ଏହି ନଗରର ଅବଶିଷ୍ଟ ଯୋଦ୍ଧାମାନଙ୍କୁ ଏହି ପ୍ରକାର କଥା କହି ନିରୁତ୍ସାହିତ କରୁଅଛି। ପୁଣି ସେ ଏହି ଲୋକମାନଙ୍କର ମଙ୍ଗଳ ଗ୍ଭହୁଁ ନାହିଁ, ବରଂ ସେମାନଙ୍କର ଅମଙ୍ଗଳ ଗ୍ଭହୁଁଛି।”


ଏହି ଚିନ୍ତାକରି ସେମାନେ ଆମ୍ଭକୁ ଭୟଭୀତ କଲେ, ସେମାନଙ୍କ ହସ୍ତ ଦୁର୍ବଳ ହେବ ଓ “ପ୍ରାଚୀର କାର୍ଯ୍ୟ ଶେଷ ହେବ ନାହିଁ।” ତେଣୁ ମୁଁ ପ୍ରାର୍ଥନା କରି କହିଲି, “ହେ ମୋର ପରମେଶ୍ୱର, ମୋତେ ସବଳ କର।”


ପୁଣି ଆମ୍ଭମାନଙ୍କ ବିଷକ୍ଷମାନେ କହିଲେ, ‘ଆମ୍ଭେମାନେ ସେମାନଙ୍କ ମଧ୍ୟରେ ଉପସ୍ଥିତ ହୋଇ ସେମାନଙ୍କୁ ବଧ ଓ ସେମାନଙ୍କ କାର୍ଯ୍ୟ ବନ୍ଦ କରିବା ପର୍ଯ୍ୟନ୍ତ ସେମାନେ ଜାଣିବେ ନାହିଁ ଅବା ଦେଖିବେ ନାହିଁ।’”


ଶାଉଲର ପୁତ୍ର ଈ‌ଶ୍‌ବୋତ୍ ଶୁଣିବାକୁ ପାଇଲେ ଯେ ଅ‌‌ବ୍‌‌ନର‌ ହିବ୍ରୋଣରେ ମୃତ୍ୟୁବରଣ କରିଛି। ଈ‌ଶ୍‌ବୋତ୍ ଓ ତାଙ୍କର ସମସ୍ତ ଲୋକ ଭୟଭୀତ ହୋଇପଡ଼ିଲେ।


ସେମାନଙ୍କ ଅଭିପ୍ରାୟ ଦୁର୍ବଳ କରିବା ପାଇଁ ପାରସ୍ୟ ରାଜା କୋରସର ଯାବଜ୍ଜୀବନ ଓ ପାରସ୍ୟ ରାଜା ଦାରିୟାବସର ଅଧିକାର ପର୍ଯ୍ୟନ୍ତ ସେମାନଙ୍କ ପ୍ରତିକୂଳରେ ମନ୍ତ୍ରଣାକାରିମାନଙ୍କୁ ବେତନ ଦେଇ ରଖିଲେ।


ସେ ଆପଣା ଭାତୃଗଣ ଓ ଶମରୀୟ ସୈନ୍ୟଦଳ ସାକ୍ଷାତରେ ଏହି କଥା କହିଲା, “ଏହି ଦୁର୍ବଳ ଯିହୁଦୀମାନେ କ’ଣ କରୁଛନ୍ତି? ସେମାନେ କ’ଣ ଗଡ଼ ବନ୍ଦ କରି ରହିବେ? ସେମାନେ କାହିଁକି ବଳିଦାନ କରିବେ? ସେମାନେ କ’ଣ ଦିନକରେ ସମାପ୍ତ କରିବେ? ସେମାନେ କ’ଣ ପୋଡ଼ା ପ୍ରାଚୀରର ଗଦାରୁ ବ୍ୟବହାର୍ଯ୍ୟ ପଥର ବାଛି ପାରିବେ?”


ମାତ୍ର ପାରସ୍ୟ ରାଜ୍ୟର ରାଜକୁମାର ଏକୋଇଶ ଦିନ ପର୍ଯ୍ୟନ୍ତ ଆମ୍ଭକୁ ବାଧା ଦେଲା, ଆଉ ଦୂତମାନଙ୍କ ମଧ୍ୟରେ ପ୍ରଧାନ ମୀଖାୟେଲ ମୋତେ ସାହାଯ୍ୟ କରିବାକୁ ଆସିଲେ। କାରଣ ପାରସ୍ୟର ରାଜକୁମାର ମୋତେ ପଛରୁ ଟାଣି ଧରିଥିଲା।


ତେଣୁ ସେ କହିଲେ, “ହେ ଦାନିୟେଲ, ଆମ୍ଭେ ତୁମ୍ଭ ନିକଟକୁ କାହିଁକି ଆସିଅଛୁ ତୁମ୍ଭେ ଜାଣକି? ଏବେ ଆମ୍ଭେ ପାରସ୍ୟର ଅଧିପତି ସଙ୍ଗେ ଯୁଦ୍ଧ କରିବାକୁ ଫେରିଯିବା। ଆଉ ଆମ୍ଭେ ଗଲାପରେ ଗ୍ରୀ‌‌ସ୍‌‌ର ଅଧିପତି ଆସିବ।


Swiv nou:

Piblisite


Piblisite