Biblia Todo Logo
Bib sou entènèt

- Piblisite -




ଏଜ୍ରା 3:9 - ପବିତ୍ର ବାଇବଲ

9 ସେତେବେଳେ ଯୋଶୂୟ, ତାହାର ପୁତ୍ର ଓ ଭାତୃଗଣ, କ‌‌‌‌‌ଦ୍‌‌‌‌‌ମୀୟେଲ ଓ ତା'ର ପୁତ୍ରଗଣ ଯିହୁଦାର ପୁତ୍ରଗଣ ପରମେଶ୍ୱରଙ୍କ ମନ୍ଦିରରେ କର୍ମକାରୀମାନଙ୍କ ତତ୍ତ୍ୱାବଧାରଣରେ ଭାରପ୍ରାପ୍ତ ହେବା ପାଇଁ ଏକତ୍ର ଠିଆ ହେଲେ। ହେନାଦଦର ପୁତ୍ରଗଣ ସେମାନଙ୍କର ପୁତ୍ର ଓ ଭାତୃଗଣ ଏ ସମସ୍ତେ ଲେବୀୟ ଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 ସେତେବେଳେ ଯେଶୂୟ ତାହାର ପୁତ୍ର ଓ ଭ୍ରାତୃଗଣ, କଦ୍ମୀୟେଲ ଓ ତାହାର ପୁତ୍ରଗଣ, ଯିହୁଦାର ପୁତ୍ରଗଣ, ପରମେଶ୍ଵରଙ୍କ ଗୃହରେ କର୍ମକାରୀମାନଙ୍କ ତତ୍ତ୍ଵାବଧାରଣର ଭାର ପ୍ରାପ୍ତ ହେବା ନିମନ୍ତେ ଏକତ୍ର ଠିଆ ହେଲେ; ହେନାଦଦର ପୁତ୍ରଗଣ, ସେମାନଙ୍କ ପୁତ୍ର ଓ ଭ୍ରାତୃଗଣ (ତଦ୍ରୂପ କଲେ), ଏମାନେ ଲେବୀୟ ଲୋକ।

Gade chapit la Kopi

ଓଡିଆ ବାଇବେଲ

9 ସେତେବେଳେ ଯେଶୂୟ ତାହାର ପୁତ୍ର ଓ ଭ୍ରାତୃଗଣ, କଦ୍‍ମୀୟେଲ ଓ ତାହାର ପୁତ୍ରଗଣ, ଯିହୁଦାର ପୁତ୍ରଗଣ, ପରମେଶ୍ୱରଙ୍କ ଗୃହରେ କର୍ମକାରୀମାନଙ୍କ ତତ୍ତ୍ୱାବଧାରଣର ଭାର ପ୍ରାପ୍ତ ହେବା ନିମନ୍ତେ ଏକତ୍ର ଠିଆ ହେଲେ; ହେନାଦଦର ପୁତ୍ରଗଣ, ସେମାନଙ୍କ ପୁତ୍ର ଓ ଭ୍ରାତୃଗଣ (ତଦ୍ରୂପ କଲେ), ଏମାନେ ଲେବୀୟ ଲୋକ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ସେତେବେଳେ ଯେଶୂୟ ତାହାର ପୁତ୍ର ଓ ଭ୍ରାତୃଗଣ, କଦ୍‍ମୀୟେଲ ଓ ତାହାର ପୁତ୍ରଗଣ, ଯିହୁଦାର ପୁତ୍ରଗଣ, ପରମେଶ୍ୱରଙ୍କ ଗୃହରେ କର୍ମକାରୀମାନଙ୍କ ତତ୍ତ୍ୱାବଧାରଣର ଭାର ପ୍ରାପ୍ତ ହେବା ନିମନ୍ତେ ଏକତ୍ର ଠିଆ ହେଲେ; ହେନାଦଦର ପୁତ୍ରଗଣ, ସେମାନଙ୍କ ପୁତ୍ର ଓ ଭ୍ରାତୃଗଣ (ତଦ୍ରୂପ କଲେ), ଏମାନେ ଲେବୀୟ ଲୋକ।

Gade chapit la Kopi




ଏଜ୍ରା 3:9
6 Referans Kwoze  

ଲେବୀୟ ପରିବାରବର୍ଗରୁ ହୋଦବିୟର ପରିବାର ମଧ୍ୟରୁ ଯେଶୂୟ ଓ କ‌‌‌‌‌ଦ୍‌‌‌‌‌ମୀୟେଲର ବଂଶଧର 74 ଜଣ।


କ‌‌‌‌‌ଦ୍‌‌‌‌‌ମୀୟେଲଙ୍କ ଦ୍ୱାରା ହେଦବାର ମାଧ୍ୟମରେ ଯେଶୂୟ ପରିବାରବର୍ଗରୁ ଆସିଥିବା ଲେବୀୟମାନଙ୍କର ସଂଖ୍ୟା 74 ଜଣ।


ଏହା ପରେ ଦ୍ୱିତୀୟ ବର୍ଷର ଦ୍ୱିତୀୟ ମାସରେ ପରମେଶ୍ୱରଙ୍କ ଯିରୁଶାଲମସ୍ଥିତ ମନ୍ଦିରରେ ଶ‌‌‌‌ଲ୍‌‌‌‌‌‌‌ଟୀୟେଲର ପୁତ୍ର ସରୁବ୍ବାବିଲ, ଯୋଷାଦକର ପୁତ୍ର ଯେଶୂୟ ଓ ସେମାନଙ୍କର ଅବଶିଷ୍ଟ ଯାଜକ ଓ ଲେବୀୟ ଭାତୃଗଣ, ବନ୍ଦୀ ଦଶାରୁ ଯିରୁଶାଲମକୁ ଆଗତ ଲୋକମାନେ ସଦାପ୍ରଭୁଙ୍କ ମନ୍ଦିର କାର୍ଯ୍ୟରେ ତତ୍ତ୍ୱାବଧାରଣ ନିମନ୍ତେ କୋଡ଼ିଏ ବର୍ଷ ଓ ତତୋଧିକ ବୟସ୍କ ଲେବୀୟମାନଙ୍କୁ ନିଯୁକ୍ତ କଲେ।


ଦାଉଦ କହିଲେ, “24,000 ଲେବୀୟ ସଦାପ୍ରଭୁଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟ ତଦାରଖ କରିବେ। 6,000 ଲେବୀୟ ପୋଲିସ୍ ଓ ବିଗ୍ଭରକର୍ତ୍ତା ହେବେ।


ଲୋକମାନେ ଅତି ବିଶ୍ୱସ୍ତଭାବରେ କାର୍ଯ୍ୟ କରୁଥିଲେ। ସେମାନଙ୍କର ତଦାରଖକାରୀମାନେ ଥିଲେ ଯହତ୍ ଓ ଓବଦିୟ। ଯହତ୍ ଓ ଓବଦିୟ ଲେବୀୟ ଓ ମରାରିଙ୍କ ବଂଶଧର ଥିଲେ। ଅନ୍ୟ ତଦାରଖକାରୀମାନେ ଥିଲେ ଜିଖରିୟ ଓ ମଶୁଲ୍ଲମ୍। ସେମାନେ କହାତ୍ ବଂଶର ଥିଲେ। ଯେଉଁ ଲେବୀୟମାନେ ବାଦ୍ୟଯନ୍ତ୍ର ସବୁ ବଜାଇବାରେ ନିପୁଣ ଥିଲେ, ସେହିମାନେ ମଧ୍ୟ ଶ୍ରମିକ ଓ ଅନ୍ୟ କାର୍ଯ୍ୟକାରୀମାନଙ୍କର କାର୍ଯ୍ୟ ତଦାରଖ କଲେ। କିଛି ଲେବୀୟ ସଚିବ ଓ କାର୍ଯ୍ୟାଧିକାରୀ ଦ୍ୱାରପାଳରୂପେ କାର୍ଯ୍ୟ କଲେ।


ତା'ପରକୁ ହେନାଦଦର ପୁତ୍ର ବେନ୍ନୁୟୀ ଅସରିୟର ଗୃହଠାରୁ ପ୍ରାଚୀର ବାଙ୍କ ଓ କୋଣ ପର୍ଯ୍ୟନ୍ତ ଅନ୍ୟ ଏକ ଅଂଶର ଜୀର୍ଣ୍ଣ ପ୍ରାଚୀର ଗଠନ କଲେ।


Swiv nou:

Piblisite


Piblisite