Biblia Todo Logo
Bib sou entènèt

- Piblisite -




ଏଜ୍ରା 3:4 - ପବିତ୍ର ବାଇବଲ

4 ଏହା ପରେ ସେମାନେ ପତ୍ରକୁଟୀର ପର୍ବ ପାଳନ କଲେ। ସେମାନେ ପ୍ରତିଦିନର ବ୍ୟବସ୍ଥାରେ ଲେଖାଯାଇଥିବା ପ୍ରତ୍ୟେକ ଦିନର ଆବଶ୍ୟକ ସଂଖ୍ୟା ଅନୁସାରେ ସେମାନେ ହୋମବଳି ଉତ୍ସର୍ଗ କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 ଅନନ୍ତର ସେମାନେ ଲିଖନାନୁସାରେ ପତ୍ରକୁଟୀର ପର୍ବ ପାଳନ କଲେ ଓ ପ୍ରତି ଦିନର କର୍ତ୍ତବ୍ୟତାର ପ୍ରୟୋଜନାନୁସାରେ ବିଧିମତେ ସଂଖ୍ୟାନୁଯାୟୀ ପ୍ରାତ୍ୟହିକ ହୋମବଳି ଉତ୍ସର୍ଗ କଲେ;

Gade chapit la Kopi

ଓଡିଆ ବାଇବେଲ

4 ଏଥିଉତ୍ତାରେ ସେମାନେ ଲିଖନାନୁସାରେ ପତ୍ରକୁଟୀର ପର୍ବ ପାଳନ କଲେ ଓ ପ୍ରତି ଦିନର କର୍ତ୍ତବ୍ୟତାର ପ୍ରୟୋଜନାନୁସାରେ ବିଧିମତେ ସଂଖ୍ୟାନୁସାରେ ପ୍ରାତ୍ୟହିକ ହୋମବଳି ଉତ୍ସର୍ଗ କଲେ;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ଏଥିଉତ୍ତାରେ ସେମାନେ ଲିଖନାନୁସାରେ ପତ୍ରକୁଟୀର ପର୍ବ ପାଳନ କଲେ ଓ ପ୍ରତିଦିନର କର୍ତ୍ତବ୍ୟତାର ପ୍ରୟୋଜନାନୁସାରେ ବିଧିମତେ ସଂଖ୍ୟାନୁସାରେ ପ୍ରାତ୍ୟହିକ ହୋମବଳି ଉତ୍ସର୍ଗ କଲେ;

Gade chapit la Kopi




ଏଜ୍ରା 3:4
14 Referans Kwoze  

“ପ୍ରଥମ ଫସଲର ଫଳ ସଂଗ୍ରହ ଉତ୍ସବ ହେଉଛି ଦ୍ୱିତୀୟ ଉତ୍ସବ। ତୁମ୍ଭେମାନେ ଏହାକୁ ଗ୍ରୀଷ୍ମ ସମୟର ଆରମ୍ଭରେ ପାଳନ କରିବ। “ଏବଂ ତୃତୀୟ ଉତ୍ସବଟି ହେଉଛି ସଂଗ୍ରହର ଉତ୍ସବ। ଏହି ଉତ୍ସବଟି ବର୍ଷ ଶେଷରେ ଫଳ ସଂଗ୍ରହ କଲାବେଳେ ପାଳନ କରିବ।


ପର୍ବର ଶେଷ ଦିନ ଆସିଲା। ସେହି ପ୍ରଧାନ ଦିନରେ ଯୀଶୁ ଠିଆ ହୋଇ ଉଚ୍ଚ ସ୍ୱରରେ କହିଲେ, “ଯଦି କୌଣସି ଲୋକ ତୃଷାର୍ତ୍ତ, ତେବେ ସେ ମୋ’ ନିକଟକୁ ଆସି ପାନକରୁ।


ଯିହୂଦୀମାନଙ୍କର ବାର୍ଷିକ କୁଟୀରବାସ ପର୍ବର ସମୟ ଆସିଲା।


ଏହା ପରେ ଯିହୋୟାଖୀନ୍ ବାବିଲର ରାଜାମାନଙ୍କଠାରୁ ପ୍ରତିଦିନ ସୁବିଧା ପାଇଲେ। ଏହା ତାଙ୍କର ମୃତ୍ୟୁ ପର୍ଯ୍ୟନ୍ତ ଦିଆଗଲା।


“ପ୍ରତ୍ୟେକ ଦିନ ସେହି ଯଜ୍ଞବେଦି ଉପରେ ତୁମ୍ଭେ ନୈବେଦ୍ୟ ଉତ୍ସର୍ଗ କରିବ। ଏହି ବଳି ପାଇଁ ମେଷଶାବକ ଏକ ବର୍ଷୀୟ ହେବ ଏବଂ ପ୍ରତ୍ୟେକ ଦିନ ଏହା ଦୁଇଟି ବଳି ହେବ।


କ୍ରୀତଦାସମାନଙ୍କର ମୁନିବମାନେ ସେମାନଙ୍କର କାର୍ଯ୍ୟକୁ କଠିନ କରାଇଲେ ଏବଂ ସେମାନଙ୍କୁ ବାଧ୍ୟ କରାଇଲେ କଠିନ ପରିଶ୍ରମ କରିବା ପାଇଁ ଏବଂ ପୂର୍ବପରି ଇଟା ନିର୍ମାଣ କରିବା ପାଇଁ।


ଏହା ପରେ, ଦାଉଦ ଆସଫ ଓ ତାଙ୍କର ଭ୍ରାତାମାନଙ୍କୁ ନିୟମସିନ୍ଦୁକ ସମ୍ମୁଖରେ ଛାଡ଼ି ଗ୍ଭଲିଗଲେ। ଦାଉଦ ସେମାନଙ୍କୁ ପ୍ରତିଦିନ ତାହା ସମ୍ମୁଖରେ ସେବାକାର୍ଯ୍ୟ କରିବା ନିମନ୍ତେ ଛାଡ଼ି ଗଲେ।


ଏହି ବ୍ୟକ୍ତିଗଣ ଲେବୀୟ ବଂଶର ଇତିହାସରେ ନାମ ଲେଖାଥିବା ତିରିଶ୍ ବର୍ଷୀୟଠାରୁ ଅଧିକ ବୟସ୍କ ପୁରୁଷଙ୍କ ଦ୍ୱାରା ସଂଗୃହୀତ ବସ୍ତୁଗୁଡ଼ିକ ଦେଉଥିଲେ। ଏହି ସମସ୍ତ ପୁରୁଷମାନଙ୍କୁ ପ୍ରତ୍ୟହ ସେବାକାର୍ଯ୍ୟ କରିବା ନିମନ୍ତେ ସଦାପ୍ରଭୁଙ୍କ ମନ୍ଦିରରେ ପ୍ରବେଶ କରିବାକୁ ପଡ଼ୁଥିଲା, ପ୍ରତ୍ୟେକ ଦଳରେ ଲେବୀୟମାନଙ୍କର ସେମାନଙ୍କର ନିଜ ଦାୟିତ୍ୱ ରହିଥିଲା।


ପୁଣି ସଦାପ୍ରଭୁ ମୋଶାଙ୍କୁ କହିଲେ,


“ତୁମ୍ଭେମାନେ ତୁମ୍ଭମାନଙ୍କର ପର୍ବଦିନରେ ସଦାପ୍ରଭୁଙ୍କୁ ଏହିସବୁ ବଳିଦାନ ଦିଅ। ତୁମ୍ଭମାନଙ୍କ ହୋମବଳି ତୁମ୍ଭମାନଙ୍କ ଶସ୍ୟ ନୈବେଦ୍ୟ, ତୁମ୍ଭମାନଙ୍କ ପେୟନୈବେଦ୍ୟ ଓ ତୁମ୍ଭମାନଙ୍କ ମଙ୍ଗଳାର୍ଥକ ବଳି। ତୁମ୍ଭମାନଙ୍କ ସଂଯୋଗ ବିଶେଷ ପ୍ରତିଜ୍ଞା ନୈବେଦ୍ୟ ଓ ସ୍ୱେଚ୍ଛାମୂଳକ ନୈବେଦ୍ୟ ଉତ୍ସର୍ଗ କର।”


Swiv nou:

Piblisite


Piblisite