Biblia Todo Logo
Bib sou entènèt

- Piblisite -




ଏଜ୍ରା 3:3 - ପବିତ୍ର ବାଇବଲ

3 ସେହି ଲୋକମାନେ ଅନ୍ୟ ଦେଶୀୟ ଲୋକମାନଙ୍କୁ ଭୟ କରୁଥିଲେ ଯେଉଁମାନେ ସେମାନଙ୍କ ନିକଟରେ ବାସ କରୁଥିଲେ। କିନ୍ତୁ ତାହା ସେମାନଙ୍କୁ ଏହା କରିବାରୁ ନିବୃତ୍ତ କରିପାରି ନ ଥିଲା। ସେମାନେ ସେହି ପୁରୁଣା ଯଜ୍ଞବେଦି ଆଧାର ଉପରେ ନୂତନ ଯଜ୍ଞବେଦି ନିର୍ମାଣ କଲେ। ସେମାନେ ସକାଳେ ଓ ସନ୍ଧ୍ୟା ସମୟରେ ସଦାପ୍ରଭୁଙ୍କର ଉଦ୍ଦେଶ୍ୟରେ ହୋମବଳି ଉତ୍ସର୍ଗ କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ପୁଣି, ସେମାନେ ନାନା ଦେଶୀୟ ଲୋକମାନଙ୍କ ସକାଶୁ ଭୀତ ହେବାରୁ ଯଜ୍ଞବେଦିକି ତହିଁର ବଇଠି ଉପରେ ସ୍ଥାପନ କଲେ; ଆଉ, ତହିଁ ଉପରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି, ଅର୍ଥାତ୍, ପ୍ରଭାତୀୟ ଓ ସନ୍ଧ୍ୟାକାଳୀୟ ହୋମବଳି ଉତ୍ସର୍ଗ କଲେ।

Gade chapit la Kopi

ଓଡିଆ ବାଇବେଲ

3 ପୁଣି, ସେମାନେ ନାନା ଦେଶୀୟ ଲୋକମାନଙ୍କ ସକାଶୁ ଭୀତ ହେବାରୁ ଯଜ୍ଞବେଦିକୁ ତହିଁର ଭିତ୍ତିମୂଳ ଉପରେ ସ୍ଥାପନ କଲେ; ଆଉ, ତହିଁ ଉପରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି, ଅର୍ଥାତ୍‍, ପ୍ରଭାତୀୟ ଓ ସନ୍ଧ୍ୟାକାଳୀନ ହୋମବଳି ଉତ୍ସର୍ଗ କଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ପୁଣି, ସେମାନେ ନାନା ଦେଶୀୟ ଲୋକମାନଙ୍କ ସକାଶୁ ଭୀତ ହେବାରୁ ଯଜ୍ଞବେଦିକୁ ତହିଁର ଭିତ୍ତିମୂଳ ଉପରେ ସ୍ଥାପନ କଲେ; ଆଉ, ତହିଁ ଉପରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି, ଅର୍ଥାତ୍‍, ପ୍ରଭାତୀୟ ଓ ସନ୍ଧ୍ୟାକାଳୀନ ହୋମବଳି ଉତ୍ସର୍ଗ କଲେ।

Gade chapit la Kopi




ଏଜ୍ରା 3:3
11 Referans Kwoze  

ତେଣୁ ଏହି ଭୂମିରେ ବାସ କରୁଥିବା ଲୋକମାନେ, ସେମାନେ ଯିହୁଦାର ଲୋକମାନଙ୍କୁ ମନ୍ଦିର ନିର୍ମାଣ କରିବା ପାଇଁ ନିରୁତ୍ସାହିତ ଓ ଭୟଭୀତ କଲେ।


ଶଲୋମନ ଏକ ଯଜ୍ଞବେଦି ନିର୍ମାଣ ନିମନ୍ତେ ପିତ୍ତଳ ବ୍ୟବହାର କଲେ। ସେହି ପିତ୍ତଳର ବେଦିଟି କୋଡ଼ିଏ ହାତ ଲମ୍ବା, କୋଡ଼ିଏ ହାତ ଚଉଡ଼ା ଏବଂ ଦଶ ହାତ ଉଚ୍ଚତା ବିଶିଷ୍ଟ ଥିଲା।


ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ସାଦୋକ୍ ଓ ଅନ୍ୟ ଯାଜକମାନେ ଯଜ୍ଞବେଦି ଉପରେ ହୋମବଳି ଉତ୍ସର୍ଗ କରୁଥିଲେ। ସଦାପ୍ରଭୁ ଇସ୍ରାଏଲକୁ ଦେଇଥିବା ସଦାପ୍ରଭୁଙ୍କ ନିୟମରେ ଲିଖିତ ବିଧିକୁ ପାଳନ କରି ସେମାନେ ଏହିପରି କରୁଥିଲେ।


ସେ ତାହାକୁ କହିଲେ, “ଏହିସବୁ ପାତ୍ର ନେଇ ଯିରୁଶାଲମସ୍ଥ ମନ୍ଦିରରେ ରଖ ଓ ପରମେଶ୍ୱରଙ୍କ ମନ୍ଦିର ସ୍ୱସ୍ଥାନରେ ନିର୍ମିତ ହେଉ।”


ଯଜ୍ଞବେଦିର ଅଗ୍ନିସ୍ଥାନର ଦୈର୍ଘ୍ୟ ବାର ହାତ ଓ ପ୍ରସ୍ଥ ବାର ହାତ ଓ ତାହା ସମ୍ପୂର୍ଣ୍ଣ ବର୍ଗାକାର।


Swiv nou:

Piblisite


Piblisite