ଏଜ୍ରା 3:13 - ପବିତ୍ର ବାଇବଲ13 ତହିଁରେ ଲୋକମାନେ ଆନନ୍ଦଧ୍ୱନିର ଓ ଜନତାର କ୍ରନ୍ଦନ ଶବ୍ଦର ବାରଣ କରି ପାରିଲେ ନାହିଁ। ତେଣୁ ଲୋକମାନେ ଉଚ୍ଚ ସ୍ୱରରେ ମହାଧ୍ୱନି କଲେ। ଆଉ ତହିଁର ଶବ୍ଦ ବହୁ ଦୂରକୁ ଶୁଣାଗଲା। Gade chapit laପବିତ୍ର ବାଇବଲ (Re-edited) - (BSI)13 ତହିଁରେ ଲୋକମାନେ ଆନନ୍ଦଧ୍ଵନିର ଓ ଜନତାର କ୍ରନ୍ଦନଶଦ୍ଦର ପ୍ରଭେଦ କରି ପାରିଲେ ନାହିଁ; ଯେଣୁ ଲୋକମାନେ ଉଚ୍ଚୈଃସ୍ଵରରେ ମହାଧ୍ଵନି କଲେ, ଆଉ ତହିଁର ଶଦ୍ଦ ଅତି ଦୂରକୁ ଶୁଣାଗଲା। Gade chapit laଓଡିଆ ବାଇବେଲ13 ତହିଁରେ ଲୋକମାନେ ଆନନ୍ଦ ଧ୍ୱନିର ଓ ଜନତାର କ୍ରନ୍ଦନ ଶବ୍ଦର ପ୍ରଭେଦ କରି ପାରିଲେ ନାହିଁ; ଯେଣୁ ଲୋକମାନେ ଉଚ୍ଚୈଃସ୍ୱରରେ ମହାଧ୍ୱନି କଲେ, ଆଉ ତହିଁର ଶବ୍ଦ ଅତି ଦୂରକୁ ଶୁଣାଗଲା। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT13 ତହିଁରେ ଲୋକମାନେ ଆନନ୍ଦ ଧ୍ୱନିର ଓ ଜନତାର କ୍ରନ୍ଦନ ଶବ୍ଦର ପ୍ରଭେଦ କରି ପାରିଲେ ନାହିଁ; ଯେଣୁ ଲୋକମାନେ ଉଚ୍ଚସ୍ୱରରେ ମହାଧ୍ୱନି କଲେ, ଆଉ ତହିଁର ଶବ୍ଦ ଅତି ଦୂରକୁ ଶୁଣାଗଲା। Gade chapit la |
ସଦାପ୍ରଭୁ କହନ୍ତି, ଏଠାରେ ତୁମ୍ଭେମାନେ ଆନନ୍ଦ ଧ୍ୱନି ଓ ହର୍ଷନାଦ, ବର କନ୍ୟାଙ୍କର ହର୍ଷଧ୍ୱନି, ସଦାପ୍ରଭୁଙ୍କର ପ୍ରଶଂସା ଗାନର କୋଳାହଳ ପାଇବ। ସେମାନେ କହିବେ, ‘ସଦାପ୍ରଭୁ ମଙ୍ଗଳମୟ ଓ ତାଙ୍କର କରୁଣା ସଦାକାଳ ସ୍ଥାୟୀ।’ ତେଣୁ ତାଙ୍କର ଧନ୍ୟବାଦ କର। ପୁଣି ସଦାପ୍ରଭୁଙ୍କ ଗୃହକୁ ଧନ୍ୟବାଦସ୍ୱରୂପ ବଳି ଆଣିବାର ଶବ୍ଦ ଶୁଣାଯିବ। ଏହା ହେବ କାରଣ ଆମ୍ଭେ ଆପଣା ଲୋକମାନଙ୍କର ଭାଗ୍ୟ ପରିବର୍ତ୍ତନ କରିବା। ସେଥିପାଇଁ ସବୁକିଛି ପୂର୍ବରୁ ଯେପରି ଥିଲା, ସେପରି ହୋଇଯିବ।”
ବହୁତ ଲୋକ ସେହି ଅଞ୍ଚଳରେ ବାସ କରୁଥିଲେ ଯେଉଁମାନେ କି ଯିହୁଦା ଓ ବିନ୍ୟାମୀନମାନଙ୍କୁ ବିରୋଧ କରୁଥିଲେ। ସେମାନେ ଶୁଣିବାକୁ ପାଇଲେ ଯେ ନିର୍ବାସିତ ସନ୍ତାନଗଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଏକ ମନ୍ଦିର ନିର୍ମାଣ କରୁଛନ୍ତି। ତେଣୁ ସେହି ଶତ୍ରୁମାନେ ସରୁବ୍ବାବିଲ ଓ ପିତୃବଂଶ ପ୍ରଧାନବର୍ଗମାନଙ୍କ ନିକଟକୁ ଆସିଲେ ଏବଂ ସେମାନଙ୍କୁ କହିଲେ, “ଆମ୍ଭମାନଙ୍କୁ ତୁମ୍ଭମାନଙ୍କ ସହିତ ନିର୍ମାଣ କରିବାକୁ ଦିଅ। କାରଣ ଆମ୍ଭେମାନେ ତୁମ୍ଭ ପରି ଅଟୁ। ଆମ୍ଭେମାନେ ତୁମ୍ଭମାନଙ୍କର ପରମେଶ୍ୱରଙ୍କୁ ପ୍ରାର୍ଥନା କରୁ। ଏବଂ ସେହି ସମୟରୁ ଅଶୂରୀୟ ରାଜା ଏସର-ହଦ୍ଦୋନ୍, ଯେ ଆମ୍ଭମାନଙ୍କୁ ଏଠାକୁ ଆଣିଛନ୍ତି, ଆମ୍ଭେମାନେ ତାଙ୍କୁ ବଳିଦାନ କରୁଅଛୁ।”