Biblia Todo Logo
Bib sou entènèt

- Piblisite -




ଏଜ୍ରା 2:70 - ପବିତ୍ର ବାଇବଲ

70 ଯାଜକମାନେ ଓ ଲେବୀୟମାନେ ଲୋକମାନଙ୍କ ମଧ୍ୟରୁ କେତେକ ଏବଂ ଗାୟକମାନେ, ଦ୍ୱାରପାଳକମାନେ, ନଥୀନୀୟମାନେ ନିଜ ନିଜ ନଗରରେ ଓ ସମଗ୍ର ଇସ୍ରାଏଲ ନିଜ ନିଜ ନଗରରେ ବାସ କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

70 ପୁଣି, ଯାଜକମାନେ ଓ ଲେବୀୟମାନେ ଓ ଲୋକମାନଙ୍କ ମଧ୍ୟରୁ କେତେକ, ପୁଣି ଗାୟକମାନେ ଓ ଦ୍ଵାରପାଳମାନେ ଓ ନଥୀନୀୟମାନେ ଆପଣା ଆପଣା ନଗରରେ ଓ ସମଗ୍ର ଇସ୍ରାଏଲ ଆପଣା ଆପଣା ନଗରରେ ବାସ କଲେ।

Gade chapit la Kopi

ଓଡିଆ ବାଇବେଲ

70 ପୁଣି, ଯାଜକମାନେ ଓ ଲେବୀୟମାନେ ଓ ଲୋକମାନଙ୍କ ମଧ୍ୟରୁ କେତେକ, ପୁଣି ଗାୟକମାନେ ଓ ଦ୍ୱାରପାଳମାନେ ଓ ନଥୀନୀୟମାନେ ଆପଣା ଆପଣା ନଗରରେ ଓ ସମଗ୍ର ଇସ୍ରାଏଲ ଆପଣା ଆପଣା ନଗରରେ ବାସ କଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

70 ପୁଣି, ଯାଜକମାନେ ଓ ଲେବୀୟମାନେ ଓ ଲୋକମାନଙ୍କ ମଧ୍ୟରୁ କେତେକ, ପୁଣି ଗାୟକମାନେ ଓ ଦ୍ୱାରପାଳମାନେ ଓ ନଥୀନୀୟମାନେ ଆପଣା ଆପଣା ନଗରରେ ଓ ସମଗ୍ର ଇସ୍ରାଏଲ ଆପଣା ଆପଣା ନଗରରେ ବାସ କଲେ।

Gade chapit la Kopi




ଏଜ୍ରା 2:70
7 Referans Kwoze  

ଏହା ପରେ ଯାଜକମାନେ, ଲେବୀୟମାନେ, ଦ୍ୱାରପାଳମାନେ, ଗାୟକମାନେ ଓ ମନ୍ଦିରର ସେବକମାନେ ଓ ସମଗ୍ର ଇସ୍ରାଏଲୀୟ ନିଜ ନିଜ ନଗରରେ ବାସ କଲେ। ଏଣୁ ସପ୍ତମ ମାସରେ ସମସ୍ତ ଇସ୍ରାଏଲୀୟମାନେ ନିଜ ନିଜ ନଗରରେ ଥିଲେ।


ଯେତେବେଳେ ଶାଉଲ ରାଜା ଥିଲେ, ତୁମ୍ଭେ ଆମ୍ଭମାନଙ୍କର ନେତୃତ୍ୱ ନେଇ ଇସ୍ରାଏଲକୁ ଆଣିଲ। ସଦାପ୍ରଭୁ ତୁମ୍ଭକୁ କହିଲେ, ‘ଦାଉଦ, ତୁମ୍ଭେ ଆମ୍ଭର ଲୋକମାନଙ୍କର ମୁଖ୍ୟ ହେବ।’”


ଯେଉଁମାନେ ପ୍ରଥମେ ଫେରି ଆସି ସେମାନଙ୍କର ଅଧିକାରରେ ସେଠାରେ ସେମାନଙ୍କର ନଗରରେ ବାସ କଲେ, ସେଥିମଧ୍ୟରୁ କେତେକ ଇସ୍ରାଏଲୀୟ, ଯାଜକଗଣ, ଲେବୀୟଗଣ ଓ ସେବକଗଣ ଥିଲେ।


ତେଣୁ ଏହି କୁଷ୍ଠୀମାନେ ଆସି ନଗରର ଦ୍ୱାରୀକୁ ଡାକିଲେ। ସେମାନଙ୍କୁ ଜଣାଇ କହିଲେ, “ଆମ୍ଭେମାନେ ଅରାମୀୟ ଛାଉଣିକୁ ଯାଇଥିଲୁ ଏବଂ ସେଠାରେ କାହାକୁ ପାଇଲୁ ନାହିଁ। ଆମ୍ଭେ କୌଣସି ବ୍ୟକ୍ତି ବିଷୟରେ ଶୁଣିଲୁ ନାହିଁ। କୌଣସି ମଣିଷ ନ ଥିଲେ, କାହାରି ଶବ୍ଦ ଶୁଣିଲୁ ନାହିଁ। ଅଶ୍ୱ ଗର୍ଦ୍ଦଭ ସେଠାରେ ବନ୍ଧା ହୋଇ ରହିଛନ୍ତି ଓ ତମ୍ବୁଗୁଡ଼ିକ ସେହିପରି ଅଛି।”


ପ୍ରଦେଶର ଏହି ଲୋକମାନେ ଯୁଦ୍ଧ ବନ୍ଦୀରୁ ମୁକ୍ତିପାଇ ଫେରି ଆସିଲେ। ଅତୀତରେ ବାବିଲର ରାଜା ନବୂଖ‌ଦ୍‌ନିତ୍ସର ବନ୍ଦୀ ଭାବରେ ବାବିଲୋନକୁ ନେଇଯାଇଥିଲେ। ସେହି ଲୋକମାନେ ଯିରୁଶାଲମ ଓ ଯିହୁଦାକୁ ଫେରି ଆସିଲେ। ପ୍ରତ୍ୟେକ ଲୋକ ସେମାନଙ୍କର ନିଜ ନିଜ ସହରକୁ ଫେରି ଆସିଲେ।


Swiv nou:

Piblisite


Piblisite