Biblia Todo Logo
Bib sou entènèt

- Piblisite -




ଏଜ୍ରା 10:3 - ପବିତ୍ର ବାଇବଲ

3 ଏବେ ଆମ୍ଭେମାନେ ଆମ୍ଭ ପ୍ରଭୁଙ୍କର ଓ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଆଜ୍ଞାରେ କମ୍ପିତ ଲୋକମାନଙ୍କର ମନ୍ତ୍ରଣାନୁସାରେ ଏହିସବୁ ସ୍ତ୍ରୀମାନଙ୍କୁ ଓ ଏମାନଙ୍କଠାରୁ ଜାତ ସନ୍ତାନମାନଙ୍କୁ ଦୂର କରିଦେବା ପାଇଁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ସହିତ ଚୁକ୍ତି କରିବା ଏବଂ ଏହା ପରମେଶ୍ୱରଙ୍କ ବ୍ୟବସ୍ଥାନୁସାରେ କରାଯାଉ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ଏହେତୁ ଆମ୍ଭେମାନେ ଏବେ ଆମ୍ଭ ପ୍ରଭୁଙ୍କର ଓ ଆମ୍ଭମାନଙ୍କ ପରମେଶ୍ଵରଙ୍କ ଆଜ୍ଞାରେ କମ୍ପିତ ଲୋକମାନଙ୍କର ମନ୍ତ୍ରଣାନୁସାରେ ଏହି ସକଳ ଭାର୍ଯ୍ୟା ଓ ଏମାନଙ୍କଠାରୁ ଜାତ ସମସ୍ତଙ୍କୁ ଦୂର କରି ଦେବା ପାଇଁ ଆମ୍ଭମାନଙ୍କ ପରମେଶ୍ଵରଙ୍କ ସହିତ ନିୟମ କରୁ; ଆଉ, ଏହା ବ୍ୟବସ୍ଥାନୁସାରେ କରାଯାଉ।

Gade chapit la Kopi

ଓଡିଆ ବାଇବେଲ

3 ଏହେତୁ ଆମ୍ଭେମାନେ ଏବେ ଆମ୍ଭ ପ୍ରଭୁଙ୍କର ଓ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଆଜ୍ଞାରେ କମ୍ପିତ ଲୋକମାନଙ୍କର ମନ୍ତ୍ରଣାନୁସାରେ ଏହି ସକଳ ଭାର୍ଯ୍ୟା ଓ ଏମାନଙ୍କଠାରୁ ଜାତ ସମସ୍ତଙ୍କୁ ଦୂର କରି ଦେବା ପାଇଁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ସହିତ ନିୟମ କରୁ; ଆଉ, ଏହା ବ୍ୟବସ୍ଥାନୁସାରେ କରାଯାଉ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ଏହେତୁ ଆମ୍ଭେମାନେ ଏବେ ଆମ୍ଭ ପ୍ରଭୁଙ୍କର ଓ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଆଜ୍ଞାରେ କମ୍ପିତ ଲୋକମାନଙ୍କର ମନ୍ତ୍ରଣାନୁସାରେ ଏହି ସକଳ ଭାର୍ଯ୍ୟା ଓ ଏମାନଙ୍କଠାରୁ ଜାତ ସମସ୍ତଙ୍କୁ ଦୂର କରିଦେବା ପାଇଁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ସହିତ ନିୟମ କରୁ; ଆଉ, ଏହା ବ୍ୟବସ୍ଥାନୁସାରେ କରାଯାଉ।

Gade chapit la Kopi




ଏଜ୍ରା 10:3
25 Referans Kwoze  

ସେତେବେଳେ ନିର୍ବାସିତ ଲୋକମାନଙ୍କର ଅପରାଧ ପାଇଁ ଇସ୍ରାଏଲର ପରମେଶ୍ୱରଙ୍କ ବ୍ୟବସ୍ଥାରେ କମ୍ପିତ ପ୍ରତ୍ୟେକ ଲୋକ ମୋର ନିକଟରେ ଏକତ୍ରିତ ହେଲେ। ମୁଁ ସନ୍ଧ୍ୟାକାଳୀନ ବଳିଦାନ ସମୟ ପର୍ଯ୍ୟନ୍ତ ଓ ମୋ’ ଗ୍ଭରିପଟେ ସେମାନେ ଏକତ୍ରିତ ହେବା ପର୍ଯ୍ୟନ୍ତ ଆଘାତ ପାଇ ବସିଲି।


ତୁମ୍ଭ ପ୍ରତି ଭୟ ଯୋଗୁଁ ମୁଁ ଥରେ। ମୁଁ ତୁମ୍ଭର ବ୍ୟବସ୍ଥାକୁ ଭୟ କରେ ଓ ସମ୍ମାନ କରେ।


ମୁଁ ମୋ’ ଜୀବନକୁ ଯତ୍ନ ସହକାରେ ଅନୁଶୀଳନ କଲି। ଏବଂ ମୁଁ ତୁମ୍ଭର ନିୟମକୁ ପୁଣି ଫେରିଲି।


“ତଥାପି ଏସବୁ ଘଟିଲେ ହେଁ ଆମ୍ଭେମାନେ ଏକ ନିଶ୍ଚିତ ନିୟମ କରି ତାହା ଲେଖିଅଛୁ। ଆଉ ଆମ୍ଭମାନଙ୍କର ଅଧିପତିମାନେ, ଆମ୍ଭମାନଙ୍କ ଲେବୀୟମାନେ ଓ ଆମ୍ଭମାନଙ୍କ ଯାଜକମାନେ ତାହା ମୋହରାଙ୍କିତ କରୁଅଛନ୍ତି।’’


ରାଜା କହିଲେ, “ଯାଅ, ମୋ’ ତରଫରୁ ଓ ଯିହୁଦା ଏବଂ ଇସ୍ରାଏଲର ଅବଶିଷ୍ଟ ଲୋକଙ୍କ ତରଫରୁ ସଦାପ୍ରଭୁଙ୍କୁ ପଗ୍ଭର। ଯେଉଁ ପୁସ୍ତକ ମିଳିଅଛି, ସେଥିରେ ଥିବା ବାକ୍ୟ ସମ୍ବନ୍ଧରେ ସଦାପ୍ରଭୁଙ୍କୁ ପଗ୍ଭର। ସଦାପ୍ରଭୁ ଆମ୍ଭମାନଙ୍କ ପ୍ରତି ଅତ୍ୟନ୍ତ କ୍ରୋଧ କରିଅଛନ୍ତି, କାରଣ ଆମ୍ଭମାନଙ୍କର ପୂର୍ବପୁରୁଷମାନେ ସଦାପ୍ରଭୁଙ୍କ ବାକ୍ୟ ମାନିଲେ ନାହିଁ। ଏହି ପୁସ୍ତକରେ ଯେଉଁସବୁ ବିଷୟ ଉଲ୍ଲେଖ ହୋଇଅଛି, ତାହା ସେମାନେ କଲେ ନାହିଁ।”


ତୁମ୍ଭେମାନେ ସମସ୍ତେ ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କଠାରେ ଚୁକ୍ତି କରିବା ପାଇଁ ଏଠାରେ ଛିଡ଼ା ହୋଇଛ। ସଦାପ୍ରଭୁ ତୁମ୍ଭମାନଙ୍କ ସହିତ ଆଜି ଏହି ଚୁକ୍ତି କରୁଛନ୍ତି।


ତା'ପରେ ସଦାପ୍ରଭୁ ତାଙ୍କୁ କହିଲେ, “ତୁମ୍ଭେ ଯିରୁଶାଲମ ନଗର ମଧ୍ୟଦେଇ ଯାଅ ଓ ସହରରେ ଘଟିଥିବା ଘୃଣ୍ୟ କୃତ କର୍ମ ପାଇଁ ଅନୁତପ୍ତ ଓ ଦୁଃଖ କରୁଥିବା ଲୋକମାନଙ୍କ ମଥାରେ ଦାଗ ଦିଅ।”


ପୁଣି ସଦାପ୍ରଭୁ କୁହନ୍ତି ଆମ୍ଭେ ସମସ୍ତ ପଦାର୍ଥ ନିର୍ମାଣ କରିଅଛୁ। ତେଣୁ ଏ ସମସ୍ତର ଅଧିକାରୀ ଆମ୍ଭେ ଅଟୁ।” ମାତ୍ର “ଯେଉଁମାନେ ଦୁଃଖୀ ଓ ଚୂର୍ଣ୍ଣମନା ଓ ଯେ ଆମ୍ଭ ବାକ୍ୟରେ ଥରହର ହୁଏ, ତାହା ପ୍ରତି ଆମ୍ଭେ ଦୃଷ୍ଟି ଦେବା।


ତୁମ୍ଭେମାନେ ଚୁକ୍ତି ଅନୁସାରେ ପ୍ରଭୁଙ୍କ ଶିକ୍ଷାସମୂହକୁ ଅନୁସରଣ କର। ତୁମ୍ଭେମାନେ ଯଦି ସେ ଆଦେଶକୁ ଅନୁସରଣ ନ କରିବ ତେବେ ତୁମ୍ଭେମାନେ ଭୁଲ୍ ପଥରେ ଯିବ। ସେହି ଭୁଲ ଆଦେଶ ଆଗତ ଭବିଷ୍ୟତ କହୁଥିବା ବ୍ୟକ୍ତି ଗୁଣିଆମାନଙ୍କଠାରୁ ଆସିଛି। ସେ ଆଦେଶ ନିରର୍ଥକ। ତୁମ୍ଭେମାନେ ତାହା ଅନୁସରଣ କଲେ କିଛି ଲାଭ ତୁମ୍ଭମାନଙ୍କର ହେବ ନାହିଁ।


ସେମାନେ ମୋଶାଙ୍କର ବ୍ୟବସ୍ଥା ପୁସ୍ତକ ପଢ଼ିଲେ ଏବଂ ତାଙ୍କର ନିର୍ଦ୍ଦେଶ ସବୁ ପାଇଲେ। ସଦାପ୍ରଭୁ ମୋଶାଙ୍କ ମାଧ୍ୟମରେ ତାଙ୍କର ନିର୍ଦ୍ଦେଶ ଜଣାଇଥିଲେ। ବର୍ଷର ସପ୍ତମ ମାସରେ ଇସ୍ରାଏଲୀୟ ବାସୀମାନେ କ୍ଷଣସ୍ଥାୟୀ କୁଟୀରପର୍ବ ପାଳନ କରିବା ଉଚିତ୍।


ଏସମସ୍ତ ଲୋକମାନେ ଅଣଇସ୍ରାଏଲୀୟ ସ୍ତ୍ରୀମାନଙ୍କୁ ବିବାହ କରିଥିଲେ। ଆଉ ସେମାନେ ସେମାନଙ୍କର ବିଦେଶୀନି ସ୍ତ୍ରୀମାନଙ୍କୁ ସେମାନଙ୍କର ସନ୍ତାନମାନଙ୍କ ସହିତ ପଠେଇ ଦେଲେ।


ଯେତେବେଳେ ତୁମ୍ଭେମାନେ ଏହି ସ୍ଥାନ ବିଷୟରେ ଓ ଏଠାରେ ବାସ କରୁଥିବା ଲୋକମାନଙ୍କ ବିଷୟରେ ପରମେଶ୍ୱରଙ୍କର ବାର୍ତ୍ତା ଶୁଣିଲ, ତୁମ୍ଭେମାନେ ଦୁଃଖ କଲ, ପରମେଶ୍ୱରଙ୍କ ଆଗରେ ନିଜକୁ ନମ୍ର କଲ ଏବଂ ଦୁଃଖରେ ନିଜର ବସ୍ତ୍ରକୁ ଚିରି ପକାଇଲ। ଆମ୍ଭେ ତାହା ଦେଖିଲୁ, ସଦାପ୍ରଭୁ କହନ୍ତି।


ଆହୁରି ମଧ୍ୟ ଯିହୁଦାରେ ପରମେଶ୍ୱରଙ୍କ ଶକ୍ତି ଲୋକମାନଙ୍କୁ ଏକତ୍ରିତ କଲା, ଯେପରି ସେମାନେ ରାଜା ଓ ତାଙ୍କ ପଦାଧିକାରୀମାନଙ୍କର ବାଧ୍ୟ ହୋଇପାରନ୍ତି। ଏହି ପ୍ରକାରେ, ସେମାନେ ସଦାପ୍ରଭୁଙ୍କ ବାକ୍ୟର ବାଧ୍ୟ ହେଲେ।


ତେଣୁ ବର୍ତ୍ତମାନ ମୁଁ ହିଜକିୟ, ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱରଙ୍କ ସହିତ ଏକ ନିୟମ କରିବାକୁ ମନସ୍ଥ କରିଅଛି। ତେବେ ସେ ଆମ୍ଭମାନଙ୍କ ଉପରେ ଆଉ କ୍ରୋଧ କରିବେ ନାହିଁ।


ତା'ପରେ ଯିହୋୟାଦା ସଦାପ୍ରଭୁ, ରାଜା ଓ ଲୋକମାନଙ୍କ ମଧ୍ୟରେ ଏକ ଚୁକ୍ତି କଲେ। ଏହି ଚୁକ୍ତି ଅନୁସାରେ ରାଜା ଓ ଲୋକମାନେ ସଦାପ୍ରଭୁଙ୍କର ଲୋକ ହେଲେ। ପୁଣି ଯିହୋୟାଦା ରାଜା ଓ ଲୋକମାନଙ୍କ ପାଇଁ ଏକ ଚୁକ୍ତି କରି କହିଲେ ଯେ, ରାଜା ଲୋକମାନଙ୍କ ପାଇଁ ଯାହା କରିବେ ଓ ଲୋକମାନେ ରାଜାଙ୍କୁ ମାନିବେ ଓ ତାଙ୍କ ଅନୁଗାମୀ ହେବେ।


ଏହିପରି ଭାବରେ ସେମାନେ ଗି‌ଲ୍‌ଗଲ୍ ନିକଟସ୍ଥ ଯିହୋଶୂୟଙ୍କ ଛାଉଣିକୁ ଯାଇ ଇସ୍ରାଏଲୀୟ ଲୋକମାନଙ୍କୁ କହିଲେ, “ଆମ୍ଭେମାନେ ଦୂରଦେଶରୁ ଆସିଛୁ, ତେଣୁ ତୁମ୍ଭେମାନେ ଆମ୍ଭମାନଙ୍କ ସହିତ ଚୁକ୍ତି କର।”


ତେଣୁ ଯିହୁଦା ଓ ବିନ୍ୟାମିନର ସମଗ୍ର ଲୋକ ତିନି ଦିନ ମଧ୍ୟରେ ଯିରୁଶାଲମରେ ଏକତ୍ରିତ ହେଲେ। ସେହି ଦିନ ନବମ ମାସର ବିଂଶତିତମ ଦିନ ଥିଲା। ଆଉ ସମସ୍ତ ଲୋକେ ପରମେଶ୍ୱରଙ୍କ ଗୃହର ସମ୍ମୁଖସ୍ଥ ଛକରେ ବସି ଉକ୍ତ ବିଷୟ ଓ ମହାବୃଷ୍ଟି ସକାଶୁ କମ୍ପିତ ହୋଉଥିଲେ।


ଏଣୁ ତୁମ୍ଭେ ତୁମ୍ଭର ପିତୃଗଣର ପରମେଶ୍ୱର ସଦାପ୍ରଭୁଙ୍କ ନିକଟରେ ପ୍ରକାଶ କର। ତାଙ୍କର ତୁଷ୍ଟିଜନକ କାର୍ଯ୍ୟ କର। ଦେଶସ୍ଥ ଅନ୍ୟ ଗୋଷ୍ଠୀୟମାନଙ୍କଠାରୁ ଓ ଅନ୍ୟ ଦେଶୀୟା ସ୍ତ୍ରୀମାନଙ୍କଠାରୁ ଆପଣାମାନଙ୍କୁ ପୃଥକ କର।”


ଏହି ଚୁକ୍ତି ପତ୍ରଗୁଡ଼ିକ ଏହିସବୁ ଅଧିକାରୀଙ୍କ ମୋହରରେ ସ୍ୱାକ୍ଷରିତ ହୋଇଥିଲା। ଯଥା: ରାଜ୍ୟପାଳ ନିହିମିୟା ହଖଲିୟଙ୍କ ପୁତ୍ର। ସିଦିକିୟ,


Swiv nou:

Piblisite


Piblisite