Biblia Todo Logo
Bib sou entènèt

- Piblisite -




ଏଜ୍ରା 10:14 - ପବିତ୍ର ବାଇବଲ

14 ଏଣୁ ସମଗ୍ର ସମାଜ ନିମନ୍ତେ ଆମ୍ଭମାନଙ୍କ ଅଧିପତିମାନେ ନିଯୁକ୍ତ ହୁଅନ୍ତୁ। ଯେଉଁ ଲୋକମାନେ ଅଣଇସ୍ରାଏଲୀୟ ସ୍ତ୍ରୀମାନଙ୍କୁ ବିବାହ କରିଛନ୍ତି, ସେମାନେ ସମସ୍ତେ ନିରୂପିତ ସମୟରେ ଆସନ୍ତୁ ଓ ସେମାନଙ୍କ ସଙ୍ଗେ ପ୍ରତ୍ୟେକ ନଗରର ପ୍ରାଚୀନଗଣ ଓ ବିଗ୍ଭରକର୍ତ୍ତାଗଣ ଆସନ୍ତୁ। ଆମ୍ଭ ପରମେଶ୍ୱରଙ୍କର କ୍ରୋଧ ଯେପର୍ଯ୍ୟନ୍ତ ଅତିକ୍ରମ ନ ହୋଇଛି ଏହି କାରଣ ଯୋଗୁଁ ଏହି ବିଷୟ ଗ୍ରହଣୀୟ ହେବ ନାହିଁ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

14 ଏହେତୁ ସମଗ୍ର ସମାଜ ନିମନ୍ତେ ଆମ୍ଭମାନଙ୍କ ଅଧିପତିମାନେ ନିଯୁକ୍ତ ହେଉନ୍ତୁ, ପୁଣି ଆମ୍ଭମାନଙ୍କ ପରମେଶ୍ଵରଙ୍କ ପ୍ରଚଣ୍ତ କୋପ ଆମ୍ଭମାନଙ୍କଠାରୁ ନିବୃତ୍ତ ହେବା ପର୍ଯ୍ୟନ୍ତ ଓ ଏବିଷୟର ନିଷ୍ପତ୍ତି ହେବା ପର୍ଯ୍ୟନ୍ତ ଆମ୍ଭମାନଙ୍କ ନଗରସ୍ଥ ଯେଉଁ ଲୋକମାନେ ଅନ୍ୟ ଦେଶୀୟା ସ୍ତ୍ରୀମାନଙ୍କୁ ବିବାହ କରିଅଛନ୍ତି, ସେସମସ୍ତେ ନିରୂପିତ ସମୟରେ ଆସନ୍ତୁ ଓ ସେମାନଙ୍କ ସଙ୍ଗେ ପ୍ରତ୍ୟେକ ନଗରର ପ୍ରାଚୀନଗଣ ଓ ବିଚାରକର୍ତ୍ତୃଗଣ ଆସନ୍ତୁ।

Gade chapit la Kopi

ଓଡିଆ ବାଇବେଲ

14 ଏହେତୁ ସମଗ୍ର ସମାଜ ନିମନ୍ତେ ଆମ୍ଭମାନଙ୍କ ଅଧିପତିମାନେ ନିଯୁକ୍ତ ହେଉନ୍ତୁ, ପୁଣି ଆମ୍ଭମାନଙ୍କ ପରମେଶ୍ୱରଙ୍କ ପ୍ରଚଣ୍ଡ କୋପ ଆମ୍ଭମାନଙ୍କଠାରୁ ନିବୃତ୍ତ ହେବା ପର୍ଯ୍ୟନ୍ତ ଓ ଏବିଷୟର ନିଷ୍ପତ୍ତି ହେବା ପର୍ଯ୍ୟନ୍ତ ଆମ୍ଭମାନଙ୍କ ନଗରସ୍ଥ ଯେଉଁ ଲୋକମାନେ ଅନ୍ୟ ଦେଶୀୟା ସ୍ତ୍ରୀମାନଙ୍କୁ ବିବାହ କରିଅଛନ୍ତି, ସେସମସ୍ତେ ନିରୂପିତ ସମୟରେ ଆସନ୍ତୁ ଓ ସେମାନଙ୍କ ସଙ୍ଗେ ପ୍ରତ୍ୟେକ ନଗରର ପ୍ରାଚୀନଗଣ ଓ ବିଚାରକର୍ତ୍ତୃଗଣ ଆସନ୍ତୁ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

14 ଏହେତୁ ସମଗ୍ର ସମାଜ ନିମନ୍ତେ ଆମ୍ଭମାନଙ୍କ ଅଧିପତିମାନେ ନିଯୁକ୍ତ ହେଉନ୍ତୁ, ପୁଣି ଆମ୍ଭମାନଙ୍କ ପରମେଶ୍ୱରଙ୍କ ପ୍ରଚଣ୍ଡ କୋପ ଆମ୍ଭମାନଙ୍କଠାରୁ ନିବୃତ୍ତ ହେବା ପର୍ଯ୍ୟନ୍ତ ଓ ଏହି ବିଷୟର ନିଷ୍ପତ୍ତି ହେବା ପର୍ଯ୍ୟନ୍ତ ଆମ୍ଭମାନଙ୍କ ନଗରସ୍ଥ ଯେଉଁ ଲୋକମାନେ ଅନ୍ୟ ଦେଶୀୟା ସ୍ତ୍ରୀମାନଙ୍କୁ ବିବାହ କରିଅଛନ୍ତି, ସେସମସ୍ତେ ନିରୂପିତ ସମୟରେ ଆସନ୍ତୁ ଓ ସେମାନଙ୍କ ସଙ୍ଗେ ପ୍ରତ୍ୟେକ ନଗରର ପ୍ରାଚୀନଗଣ ଓ ବିଚାରକର୍ତ୍ତୃଗଣ ଆସନ୍ତୁ।”

Gade chapit la Kopi




ଏଜ୍ରା 10:14
14 Referans Kwoze  

ତୁମ୍ଭମାନଙ୍କ ପୂର୍ବପୁରୁଷଙ୍କ ପରି ଦାମ୍ଭିକ ହୁଅ ନାହିଁ। କିନ୍ତୁ ଇଚ୍ଛୁକ ହୃଦୟର ସହିତ ସଦାପ୍ରଭୁଙ୍କର ଆଜ୍ଞାକାରୀ ହୁଅ। ସେହି ପବିତ୍ର ସ୍ଥାନକୁ ଆସ। ସଦାପ୍ରଭୁ ତାଙ୍କ ପବିତ୍ର ସ୍ଥାନକୁ ଚିରଦିନ ନିମନ୍ତେ ପବିତ୍ର କରିଛନ୍ତି। ତୁମ୍ଭମାନଙ୍କ ସଦାପ୍ରଭୁ ପରମେଶ୍ୱରଙ୍କର ସେବା କର। ତେବେ ସଦାପ୍ରଭୁଙ୍କର କ୍ରୋଧ ତୁମ୍ଭମାନଙ୍କଠାରୁ ନିବୃତ୍ତ ହେବ।


ତେଣୁ ବର୍ତ୍ତମାନ ମୁଁ ହିଜକିୟ, ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱରଙ୍କ ସହିତ ଏକ ନିୟମ କରିବାକୁ ମନସ୍ଥ କରିଅଛି। ତେବେ ସେ ଆମ୍ଭମାନଙ୍କ ଉପରେ ଆଉ କ୍ରୋଧ କରିବେ ନାହିଁ।


ସଦାପ୍ରଭୁ ମୋଶାଙ୍କୁ କହିଲେ, “ଲୋକମାନଙ୍କର ସମସ୍ତ ନେତୃବର୍ଗଙ୍କୁ ହତ୍ୟା କର ଏବଂ ସର୍ବସାଧାରଣ ସମ୍ମୁଖରେ ସେମାନଙ୍କୁ ଖରାରେ ଟାଙ୍ଗି ଦିଅ। ତେବେ ସଦାପ୍ରଭୁଙ୍କର କ୍ରୋଧ ଇସ୍ରାଏଲମାନଙ୍କଠାରୁ ଦୂରେଇ ଯିବ।”


ସେହି ସମୟରେ ତୁମ୍ଭେ କହିବ, ହେ ସଦାପ୍ରଭୋ, “ମୁଁ ତୁମ୍ଭର ପ୍ରଶଂସା କରୁଛି। ତୁମ୍ଭେ ଆମ୍ଭ ଉପରେ କ୍ରୋଧାନ୍ୱିତ ଥିଲ, ମାତ୍ର ବର୍ତ୍ତମାନ ତୁମ୍ଭର କ୍ରୋଧ ନିବୃତ୍ତ ହୋଇଅଛି, ତୁମ୍ଭେ ତୁମ୍ଭର ପ୍ରେମ ଆମ୍ଭକୁ ଦେଖାଇଅଛ।


କିନ୍ତୁ ପରମେଶ୍ୱର ସ୍ନେହଶୀଳ ଥିଲେ ଓ ସେମାନଙ୍କର ପାପଗୁଡ଼ିକ କ୍ଷମା କଲେ, ସେମାନଙ୍କୁ ଧ୍ୱଂସ କଲେ ନାହିଁ। ପରମେଶ୍ୱର ତାଙ୍କର କ୍ରୋଧକୁ ଅନେକ ଥର ସ୍ଥଗିତ ରଖିଲେ। ସେ ନିଜକୁ ବହୁତ କ୍ରୋଧ ହେବାରେ ନିୟନ୍ତ୍ରଣ କରି ନ ଥିଲେ।


ଆଖ‌ନ୍‌କୁ ପୋଡ଼ି ସାରିବା ପରେ ତାହାକୁ ପଥରରେ ପୋତି ଦେଲେ, ସେହି ପଥର ଗଦା ଆଜି ପର୍ଯ୍ୟନ୍ତ ସେଠାରେ ଅଛି। ଯେହେତୁ ସଦାପ୍ରଭୁ ଆଖ‌ନ୍‌କୁ ସେଠାରେ ଏପରି ଦୁଃଖ ଦେଲେ, ସେଥିପାଇଁ ସେହି ସ୍ଥାନ ଆଜି ପର୍ଯ୍ୟନ୍ତ ଆଖୋର ଉପତ୍ୟକା ନାମରେ ପରିଚିତ। ଏହା ପରେ ସଦାପ୍ରଭୁ ଇସ୍ରାଏଲବାସୀଙ୍କ ଉପରୁ କ୍ରୋଧରୁ ନିବୃତ୍ତ ହୋଇ ଶାନ୍ତ ହେଲେ।


ତୁମ୍ଭେ ଲେବୀ ପରିବାରବର୍ଗର ଯାଜକମାନଙ୍କ ପାଖକୁ ଓ ବିଗ୍ଭରକର୍ତ୍ତା ନିକଟକୁ ଯିବା ଉଚିତ୍, ଯେଉଁମାନେ ସେସମୟରେ ଉପସ୍ଥିତ ଥିଲେ। ଆଉ ତୁମ୍ଭେମାନେ ବୁଝିବ ତହିଁରେ ସେମାନେ ତୁମ୍ଭକୁ ବିଗ୍ଭରର ନିଷ୍ପତ୍ତି ଜଣାଇବେ।


ସେହି ଦ୍ରବ୍ୟରୁ ଯାହା ଧ୍ୱଂସ ହେବା ଉଚିତ୍, ତୁମ୍ଭେମାନେ କିଛି ସଂଗ୍ରହ କରିବା ଉଚିତ୍ ନୁହଁ। ଏଥିରେ ସଦାପ୍ରଭୁ ଆପଣା ପ୍ରଚଣ୍ତ କ୍ରୋଧରୁ ଫେରିବେ ଓ ତୁମ୍ଭ ପ୍ରତି କରୁଣା କରିବେ ଏବଂ ତୁମ୍ଭର ସଂଖ୍ୟା ବଢ଼ାଇବେ। ଯେପରି ସେ ତୁମ୍ଭମାନଙ୍କର ପୂର୍ବପୁରୁଷଗଣଙ୍କୁ ପ୍ରତିଜ୍ଞା କରିଥିଲେ।


କିନ୍ତୁ ମନଃଶି ଯେଉଁସବୁ ବିରକ୍ତିଜନକ କ୍ରିୟାଦ୍ୱାରା ସଦାପ୍ରଭୁଙ୍କୁ କ୍ରୋଧାନ୍ୱିତ କରିଥିଲେ, ସେଥି ସକାଶେ ଯିହୁଦା ପ୍ରତିକୂଳରେ ତାଙ୍କର ଯେଉଁ କ୍ରୋଧ ପ୍ରଜ୍ୱଳିତ ହୋଇଥିଲା, ସଦାପ୍ରଭୁ ସେହି ପ୍ରଚଣ୍ତ ମହାକୋପରୁ ବିରତ ହେଲେ ନାହିଁ।


ବର୍ତ୍ତମାନ ମୋର କଥା ଶୁଣ, ତୁମ୍ଭେମାନେ ତୁମ୍ଭମାନଙ୍କର ଯେଉଁ ଭ୍ରାତା ଓ ଭଗ୍ନୀମାନଙ୍କୁ ବନ୍ଦୀ କରି ଆଣିଅଛ, ସେମାନଙ୍କୁ ପଠାଇ ଦିଅ। ଏହିପରି କର, କାରଣ ସଦାପ୍ରଭୁ ତୁମ୍ଭମାନଙ୍କର ବିରୁଦ୍ଧରେ ଭୟଙ୍କର କ୍ରୋଧ କରିଛନ୍ତି।”


କିନ୍ତୁ ଏଠାରେ ବହୁତ ଲୋକ ଅଛନ୍ତି ଏବଂ ଏହା ବର୍ତ୍ତମାନ ବୃଷ୍ଟିର ସମୟ। ଆଉ ଆମ୍ଭେମାନେ ବାହାରେ ଠିଆ ହେବା ଅସମ୍ଭବ। ଏବଂ ଏହା ଅଳ୍ପ ଦିନର କାର୍ଯ୍ୟ ନୁହେଁ, ଯେହେତୁ ଏହି ବିଷୟରେ ଆମ୍ଭେମାନେ ମହା ଅପରାଧ କରିଅଛୁ।


ଏହି କଥା ବିରୁଦ୍ଧରେ କେବଳ ଆସାହେଲର ପୁତ୍ର ଯୋନାଥନ ଓ ତି‌କ୍‌ବର ପୁତ୍ର ଯହସିୟ ଉଠିଲେ। ଆଉ ମସୁଲମ୍ ଓ ଲେବୀୟ ଶବ୍ଦଥୟ ସେମାନଙ୍କର ସାହାଯ୍ୟ କଲେ।


Swiv nou:

Piblisite


Piblisite