Biblia Todo Logo
Bib sou entènèt

- Piblisite -




ଏଜ୍ରା 1:7 - ପବିତ୍ର ବାଇବଲ

7 ଆଉ ନବୂଖ‌ଦ୍‌ନିତ୍ସର ସଦାପ୍ରଭୁଙ୍କ ମନ୍ଦିରର ଯେ ସକଳ ପାତ୍ର ଯିରୁଶାଲମରୁ ଆଣି ଆପଣା ମିଥ୍ୟା ଦେବତାଗଣଙ୍କ ମନ୍ଦିରରେ ରଖିଥିଲା, କୋରସ୍ ରାଜା ତାହା ସବୁ ବାହାର କରି ଆଣିଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

7 ଆଉ, ନବୁଖଦ୍ନିତ୍ସର ସଦାପ୍ରଭୁଙ୍କ ଗୃହର ଯେସକଳ ପାତ୍ର ଯିରୂଶାଲମରୁ ଆଣି ଆପଣା ଦେବମନ୍ଦିରରେ ରଖିଥିଲା, କୋରସ୍ ରାଜା ତାହାସବୁ ବାହାର କରି ଆଣିଲା।

Gade chapit la Kopi

ଓଡିଆ ବାଇବେଲ

7 ଆଉ, ନବୂଖଦ୍‍ନିତ୍ସର ସଦାପ୍ରଭୁଙ୍କ ଗୃହର ଯେସକଳ ପାତ୍ର ଯିରୂଶାଲମରୁ ଆଣି ଆପଣା ଦେବ ମନ୍ଦିରରେ ରଖିଥିଲା, କୋରସ୍‍ ରାଜା ତାହାସବୁ ବାହାର କରି ଆଣିଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 ଆଉ, ନବୂଖଦ୍‍ନିତ୍ସର ସଦାପ୍ରଭୁଙ୍କ ଗୃହର ଯେସକଳ ପାତ୍ର ଯିରୂଶାଲମରୁ ଆଣି ଆପଣା ଦେବ ମନ୍ଦିରରେ ରଖିଥିଲା, କୋରସ୍‍ ରାଜା ତାହାସବୁ ବାହାର କରି ଆଣିଲା।

Gade chapit la Kopi




ଏଜ୍ରା 1:7
13 Referans Kwoze  

ନବୂଖ‌ଦ୍‌ନିତ୍ସର ସଦାପ୍ରଭୁଙ୍କ ମନ୍ଦିରରୁ କେତେକ ଦ୍ରବ୍ୟ ନେଇଗଲେ। ସେ ସେହି ବସ୍ତୁଗୁଡ଼ିକୁ ବାବିଲକୁ ନେଇଗଲେ ଓ ସେଗୁଡ଼ିକୁ ନେଇ ନିଜ ଗୃହରେ ରଖିଲେ।


ପରମେଶ୍ୱରଙ୍କ ମନ୍ଦିରର ଯେଉଁସବୁ ସୁନା ଓ ରୂପାପାତ୍ର ନବୂଖ‌ଦ୍‌ନିତ୍ସର ଯିରୁଶାଲମସ୍ଥ ମନ୍ଦିରରୁ ନେଇ ବାବିଲକୁ ଆଣିଥିଲା, ତାହା ସବୁ ଫେରାଇ ଦିଆଯାଉ। ଏବଂ ପ୍ରତ୍ୟେକ ପାତ୍ର ପୁନର୍ବାର ଯିରୁଶାଲମସ୍ଥ ମନ୍ଦିରର ନିଜ ନିଜ ସ୍ଥାନକୁ ଅଣାଯାଉ। ଆଉ ତୁମ୍ଭେ ପରମେଶ୍ୱରଙ୍କ ମନ୍ଦିରରେ ତାହା ସବୁ ରଖ।


ଆହୁରି ନବୂଖ‌ଦ୍‌ନିତ୍ସର ପରମେଶ୍ୱରଙ୍କ ମନ୍ଦିରର ଯେଉଁସବୁ ସ୍ୱର୍ଣ୍ଣ ଓ ରୌପ୍ୟ ପାତ୍ର ଯିରୁଶାଲମସ୍ଥ ମନ୍ଦିରରୁ ନେଇ ବାବିଲସ୍ଥ ମନ୍ଦିରକୁ ଆଣିଲା, ତାହା ସବୁ କରୋସ୍ ରାଜା ବାବିଲସ୍ଥ ମନ୍ଦିରରୁ ବାହାରକରି ଦେଲେ। ପୁଣି ସେସବୁ ଶେଶବସର ନାମକ ତାଙ୍କ ଦ୍ୱାରା ନିଯୁକ୍ତ ଶାସନକର୍ତ୍ତା ହସ୍ତରେ ସମର୍ପିତ କଲେ।


ନବୂଖ‌ଦ୍‌ନିତ୍ସର ରାଜପ୍ରାସାଦରୁ ଏବଂ ଯିରୁଶାଲମର ସଦାପ୍ରଭୁଙ୍କ ମନ୍ଦିରରୁ ସମସ୍ତ ଧନ ନେଇଗଲେ। ସେ ରାଜା ଶଲୋମନଙ୍କ ଦ୍ୱାରା ତିଆରି ସଦାପ୍ରଭୁଙ୍କ ମନ୍ଦିରର ସ୍ୱର୍ଣ୍ଣମୟ ପାତ୍ରଗୁଡ଼ିକୁ ଖଣ୍ତ ଖଣ୍ତ କରି କାଟି ପକାଇଲେ। ଏସବୁ ସଦାପ୍ରଭୁଙ୍କ ବାକ୍ୟାନୁସାରେ ଘଟିଲା।


ବସନ୍ତ ଋତୁରେ, ରାଜା ନବୂଖ‌ଦ୍‌ନିତ୍ସର ଯିହୋୟାଖୀ‌ନଙ୍କୁ ଆଣିବା ନିମନ୍ତେ କେତେକ ଭୃତ୍ୟଙ୍କୁ ପଠାଇଲେ। ସେମାନେ ଯିହୋୟାଖୀନ୍ ଓ ସଦାପ୍ରଭୁଙ୍କ ମନ୍ଦିରରୁ ବହୁମୂଲ୍ୟ ଧନ ସମ୍ପତ୍ତିରୁ କିଛି ବାବିଲକୁ ନେଇଗଲେ। ନବୂଖ‌ଦ୍‌ନିତ୍ସରର ସିଦିକିୟଙ୍କୁ ଯିହୁଦା ଓ ଯିରୁଶାଲମର ନୂତନ ରାଜା ରୂପେ ମନୋନୀତ କଲେ। ସିଦିକିୟ ଯିହୋୟାଖୀ‌ନଙ୍କର ଜଣେ ଆତ୍ମୀୟ ଥିଲେ।


ଆପଣ ନମ୍ର ହେବା ପରିବର୍ତ୍ତେ ସ୍ୱର୍ଗସ୍ଥ ସଦାପ୍ରଭୁଙ୍କ ବିରୁଦ୍ଧରେ ନିଜକୁ ଉନ୍ନତ କରିଅଛନ୍ତି। ସଦାପ୍ରଭୁଙ୍କ ମନ୍ଦିରର ସୁବର୍ଣ୍ଣ ଓ ରୌପ୍ୟ ପାତ୍ରରେ ଆପଣ, ଆପଣଙ୍କ ଅମାତ୍ୟଗଣ ଆପଣଙ୍କର ପତ୍ନୀଗଣ ଓ ଆପଣଙ୍କ ଉପପତ୍ନୀଗଣ ଦ୍ରାକ୍ଷାରସ ପାନ କରିଅଛନ୍ତି। ପୁଣି ସୁନା, ରୂପା, ପିତ୍ତଳ, ଲୌହ, କାଠ ଓ ପଥର ନିର୍ମିତ ପ୍ରତିମାରେ ଦେବଗଣ, ଯେଉଁମାନେ କି ଦେଖନ୍ତି ନାହିଁ, ଜାଣନ୍ତି ନାହିଁ କି ଶୁଣନ୍ତି ନାହିଁ! ସେମାନଙ୍କର ପ୍ରଶଂସା ଆପଣ କରିଅଛନ୍ତି। ଆଉ ଆପଣଙ୍କର ଜୀବନ ଯାହାଙ୍କର ହସ୍ତଗତ ଓ ଆପଣଙ୍କର ସକଳ ପଥ ଯାହାଙ୍କର ଅଧୀନ, ଆପଣ ସେହି ପରମେଶ୍ୱରଙ୍କର ଗୌରବ କରି ନାହାନ୍ତି।


ବର୍ତ୍ତମାନ ସଦାପ୍ରଭୁ ଯିହୋୟାକୀମ୍‌‌‌କୁ ପରାସ୍ତ କରିବା ପାଇଁ ନବୂଖ‌ଦ୍‌ନିତ୍ସରଙ୍କୁ ଅନୁମତି ଦେଲେ ଏବଂ ସେ କିଛି ପାତ୍ର ପରମେଶ୍ୱରଙ୍କ ମନ୍ଦିରରୁ ନେଇଗଲେ। ସେ ଶିନିୟର ଭୂମିକୁ ସବୁଗୁଡ଼ିକୁ ବହନ କରି ନେଲେ ଏବଂ ଆରଣା ଦେବତାମାନଙ୍କ ମନ୍ଦିର ଭଣ୍ତାରଗୃହରେ ସେସବୁ ରଖି ଦେଲେ।


ନବୂଖ‌ଦ୍‌ନିତ୍ସର ପରମେଶ୍ୱରଙ୍କ ମନ୍ଦିରରୁ ସବୁ ପଦାର୍ଥ ବାବିଲକୁ ବୋହି ନେଇଗଲେ। ସେ ମନ୍ଦିରରୁ, ରାଜାଙ୍କ ନିକଟରୁ ଓ ରାଜାଙ୍କ ପଦାଧିକାରୀମାନଙ୍କଠାରୁ ବହୁମୂଲ୍ୟ ବସ୍ତୁ ସବୁ ନେଇଗଲେ।


ତା'ପରେ ଆମ୍ଭେ ବାବିଲର ‌ବା‌ଲ୍‌ଦେବଠାରୁ ପ୍ରତିଶୋଧ ନେବା ଓ ଯାହା ସେ ଗିଳିଅଛି, ଆମ୍ଭେ ତା'ର ମୁଖରୁ ତାହା ବାହାର କରିବା। ଗୋଷ୍ଠୀ ଏହା ପାଇଁ ଆଉ ନିର୍ଝର ହେବ ନାହିଁ। ଏବଂ ବାବିଲର ପ୍ରାଚୀର ପଡ଼ିଯିବ।


Swiv nou:

Piblisite


Piblisite