Biblia Todo Logo
Bib sou entènèt

- Piblisite -




ଏଜ୍ରା 1:5 - ପବିତ୍ର ବାଇବଲ

5 ଯିହୁଦା ଏବଂ ବିନ୍ୟାମୀନ ପରିବାରବର୍ଗର ମୁଖିଆମାନେ, ଯାଜକଗଣ ଓ ଲେବୀୟମାନେ ଯିରୁଶାଲମକୁ ଯିବା ପାଇଁ ପ୍ରସ୍ତୁତ ହେଲେ। ସେମାନେ ସେଠାକୁ ସଦାପ୍ରଭୁଙ୍କର ମନ୍ଦିର ନିର୍ମାଣ କରିବା ପାଇଁ ଗଲେ। ପରମେଶ୍ୱର ଯେଉଁମାନଙ୍କ ମନରେ ପ୍ରବୃତ୍ତ ଦେଇଥିଲେ, ସେମାନଙ୍କ ସହିତ ପ୍ରତ୍ୟେକ ଲୋକ ଯିବା ପାଇଁ ପ୍ରସ୍ତୁତ ହେଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ସେତେବେଳେ ଯିହୁଦାର ଓ ବିନ୍ୟାମୀନର ପିତୃବଂଶୀୟ ପ୍ରଧାନମାନେ, ଆଉ ଯାଜକମାନେ ଓ ଲେବୀୟମାନେ, ଅର୍ଥାତ୍, ସଦାପ୍ରଭୁଙ୍କ ଯିରୂଶାଲମସ୍ଥ ଗୃହ ନିର୍ମାଣାର୍ଥେ ଯାତ୍ରା କରିବା ପାଇଁ ପରମେଶ୍ଵର ଯେଉଁ ସମସ୍ତଙ୍କ ମନରେ ପ୍ରବୃତ୍ତି ଦେଲେ, ସେମାନେ ଉଠିଲେ।

Gade chapit la Kopi

ଓଡିଆ ବାଇବେଲ

5 ସେତେବେଳେ ଯିହୁଦାର ଓ ବିନ୍ୟାମୀନ୍‍ର ପିତୃବଂଶୀୟ ପ୍ରଧାନମାନେ, ଆଉ ଯାଜକମାନେ ଓ ଲେବୀୟମାନେ, ଅର୍ଥାତ୍‍, ସଦାପ୍ରଭୁଙ୍କ ଯିରୂଶାଲମସ୍ଥ ଗୃହ ନିର୍ମାଣାର୍ଥେ ଯାତ୍ରା କରିବା ପାଇଁ ପରମେଶ୍ୱର ଯେଉଁ ସମସ୍ତଙ୍କ ମନକୁ ଉଦ୍ଦୀପିତ କଲେ, ସେମାନେ ଉଠିଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ସେତେବେଳେ ଯିହୁଦାର ଓ ବିନ୍ୟାମୀନ୍‍ର ପିତୃବଂଶୀୟ ପ୍ରଧାନମାନେ, ଆଉ ଯାଜକମାନେ ଓ ଲେବୀୟମାନେ, ଅର୍ଥାତ୍‍, ସଦାପ୍ରଭୁଙ୍କ ଯିରୂଶାଲମସ୍ଥ ଗୃହ ନିର୍ମାଣାର୍ଥେ ଯାତ୍ରା କରିବା ପାଇଁ ପରମେଶ୍ୱର ଯେଉଁ ସମସ୍ତଙ୍କ ମନକୁ ଉଦ୍ଦୀପିତ କଲେ, ସେମାନେ ଉଠିଲେ।

Gade chapit la Kopi




ଏଜ୍ରା 1:5
11 Referans Kwoze  

ପ୍ରଥମ ବର୍ଷରେ କୋରସ୍ ପାରସ୍ୟର ରାଜା ଥିଲେ। ସଦାପ୍ରଭୁ ତାଙ୍କୁ ଏକ ଘୋଷଣା ପତ୍ର ଲେଖିବା ପାଇଁ ଉତ୍ସାହିତ କରିଥିଲେ ଓ ଉକ୍ତ ଘୋଷଣାନାମାକୁ ତାଙ୍କ ରାଜ୍ୟର ଗ୍ଭରିଆଡ଼େ ପଢ଼ି ଶୁଣାଇ ଥିଲେ। ଯିରିମିୟଙ୍କ ଦ୍ୱାରା କୁହାଯାଇଥିବା ସଦାପ୍ରଭୁଙ୍କର ବାକ୍ୟ ପୂରଣ କରିବାକୁ ଏହା ହୋଇଥିଲା। ସେହି ଘୋଷଣାନାମାଟି ଏହିପରି ଥିଲା।


ପରମେଶ୍ୱର ତୁମ୍ଭ ମଧ୍ୟରେ କାର୍ଯ୍ୟ କରୁଛନ୍ତି। ତାହାଙ୍କୁ ସନ୍ତୁଷ୍ଟ କଲା ଭଳି କାର୍ଯ୍ୟ କରିବା ନିମନ୍ତେ ସେ ତୁମ୍ଭକୁ ଇଚ୍ଛାଶକ୍ତି ଦିଅନ୍ତି ଓ ତାହା ସାଧନ କରିବାକୁ ଶକ୍ତି ମଧ୍ୟ ଦିଅନ୍ତି।


ମୁଁ ପରମେଶ୍ୱରଙ୍କୁ ଧନ୍ୟବାଦ ଜଣାଉଛି ଯେ ତୀତସଙ୍କ ମନରେ ମୋ’ ଭଳି ତୁମ୍ଭମାନଙ୍କ ପ୍ରତି ପ୍ରେମ ଭାବ ରହିଛି।


ଏହା ପରେ ରାତ୍ରି ସମୟରେ କିଛି ଲୋକଙ୍କ ସହିତ ବୁଲିବାକୁ ଗଲି। ପରମେଶ୍ୱର ଯିରୁଶାଲମ ପାଇଁ ଯାହା କରିବାକୁ ମୋତେ ପ୍ରେରଣା ଦେଇଥିଲେ, ତାହା ମୁଁ କାହାରିଠାରେ ପ୍ରକାଶ କଲି ନାହିଁ। ମୁଁ ଯେଉଁ ଘୋଡ଼ାରେ ଚଢ଼ିଥିଲି ସେହି ଘୋଡ଼ାକୁ ଛାଡ଼ି ଦେଲେ ମୋ’ ନିକଟରେ ଆଉ ଘୋଡ଼ା ନ ଥିଲା।


କୋରସ୍ ପାରସ୍ୟର ରାଜା ହୋଇଥିବାର ପ୍ରଥମ ବର୍ଷରେ, ସଦାପ୍ରଭୁ କୋର‌ସଙ୍କ ଦ୍ୱାରା ଏକ ବିଶେଷ ଘୋଷଣା କରାଇଲେ। ସଦାପ୍ରଭୁ ଯିରିମିୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ଦ୍ୱାରା ଯେଉଁ ଶପଥ କରିଥିଲେ, ତାହା ଯେପରି ପ୍ରକୃତରେ ଘଟିବ, ସେଥିନିମନ୍ତେ ସେ ଏହିପରି କଲେ। କୋରସ୍ ତାଙ୍କ ରାଜ୍ୟର ପ୍ରତ୍ୟେକ ସ୍ଥାନକୁ ବାର୍ତ୍ତାବାହକମାନଙ୍କୁ ପଠାଇଲେ। ସେମାନେ ଏହି ବାର୍ତ୍ତା ବହନ କରୁଥିଲେ।


ମୋର ପ୍ରିୟ ବନ୍ଧୁ, ମନ୍ଦ ବିଷୟକୁ ଅନୁସରଣ କର ନାହିଁ, କିନ୍ତୁ ଉତ୍ତମ ବିଷୟର ଅନୁଗାମୀ ହୁଅ। ଉତ୍ତମ କାର୍ଯ୍ୟ କରୁଥିବା ବ୍ୟକ୍ତି ପରମେଶ୍ୱରଙ୍କ ପାଖରୁ ଆସିଥାଏ। କିନ୍ତୁ ମନ୍ଦ କାର୍ଯ୍ୟ କରୁଥିବା ବ୍ୟକ୍ତି ପରମେଶ୍ୱରଙ୍କୁ କେବେ ଦେଖି ନାହିଁ।


ମନୁଷ୍ୟ କଳ୍ପନା କରେ। କିନ୍ତୁ ନିର୍ଣ୍ଣୟ ସଦାପ୍ରଭୁଙ୍କ ପାଖରୁ ଆସେ।


“ପାରସ୍ୟର ରାଜା କୋରସ୍ ଏହିପରି କହିଛନ୍ତି: ସଦାପ୍ରଭୁ, ସ୍ୱର୍ଗର ପରମେଶ୍ୱର, ପୃଥିବୀର ସମସ୍ତ ରାଜ୍ୟ ମୋତେ ପ୍ରଦାନ କରିଛନ୍ତି। ଏବଂ ସଦାପ୍ରଭୁ ମୋତେ ଯିହୁଦା ରାଜ୍ୟର ଯିରୁଶାଲମଠାରେ ତାହାଙ୍କ ପାଇଁ ଏକ ମନ୍ଦିର ନିର୍ମାଣ କରିବା ପାଇଁ ନିରୂପଣ କରିଛନ୍ତି।


ଆଉ ଯେକୌଣସି ଲୋକ ଅନ୍ୟଠାରେ ବାସ କରୁଛନ୍ତି, ସେହି ସ୍ଥାନର ଲୋକମାନେ ଯିରୁଶାଲମସ୍ଥ ପରମେଶ୍ୱରଙ୍କ ମନ୍ଦିର ନିମନ୍ତେ ସ୍ୱଇଚ୍ଛାରେ ଦତ୍ତ ନୈବେଦ୍ୟ ଛଡ଼ା ରୂପା, ସୁନା, ନାନାଦ୍ରବ୍ୟ ଓ ପଶୁ ଦିଅନ୍ତି।”


ତା'ପରେ ସଦାପ୍ରଭୁ ତାଙ୍କର ନିର୍ମାଣ ବିଷୟରେ ଲୋକମାନଙ୍କୁ ଉତ୍ତେଜିତ କଲେ। ଯିହୁଦାର ଶାସକ ଶ‌‌ଲ୍‌‌ଟିୟେଲଙ୍କ ପୁତ୍ର ଯିରୁବ୍ବାବିଲଙ୍କୁ ଓ ମହାଯାଜକ ଯିହୋଷାଦକଙ୍କ ପୁତ୍ର ଯିହୋଶୂୟଙ୍କୁ ମଧ୍ୟ ସଦାପ୍ରଭୁ ଉତ୍ତେଜିତ କଲେ। ତାଙ୍କର ମନ୍ଦିର ନିର୍ମାଣ କରିବା ବିଷୟରେ ସଦାପ୍ରଭୁ ସବୁ ଲୋକଙ୍କୁ ଉତ୍ତେଜିତ କଲେ। ସେମାନେ ସର୍ବଶକ୍ତିମାନ ସଦାପ୍ରଭୁଙ୍କ ମନ୍ଦିର ନିର୍ମାଣ କାମ ଆରମ୍ଭ କଲେ।


Swiv nou:

Piblisite


Piblisite