Biblia Todo Logo
Bib sou entènèt

- Piblisite -




ଏଜ୍ରା 1:3 - ପବିତ୍ର ବାଇବଲ

3 ତାଙ୍କ ସମସ୍ତ ଲୋକମାନଙ୍କ ମଧ୍ୟରୁ ତୁମ୍ଭମାନଙ୍କ ଭିତରୁ ଯେକେହି ହୁଅନା, ତାର ପରମେଶ୍ୱର ତା’ ସହିତ ରୁହନ୍ତୁ। ଯିହୁଦାସ୍ଥିତ ଯିରୁଶାଲମ ପର୍ଯ୍ୟନ୍ତ ତାକୁ ଯିବାକୁ ଦିଅ ଏବଂ ତାକୁ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ମନ୍ଦିର ନିର୍ମାଣ କରିବାକୁ ଦିଅ। ସେ ହିଁ ପରମେଶ୍ୱର ଯିଏ କି ଯିରୁଶାଲମରେ ଅଛନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ତାହାଙ୍କର ସମଗ୍ର ଲୋକଙ୍କ ମଧ୍ୟରେ ତୁମ୍ଭମାନଙ୍କର ଯେକେହି ହେଉ, ତାହାର ପରମେଶ୍ଵର ତାହାର ସହବର୍ତ୍ତୀ ହେଉନ୍ତୁ ଓ ସେ ଯିହୁଦା ଦେଶସ୍ଥିତ ଯିରୂଶାଲମକୁ ଯାତ୍ରା କରି ସଦାପ୍ରଭୁ ଇସ୍ରାଏଲର ପରମେଶ୍ଵରଙ୍କ ଯିରୂଶାଲମସ୍ଥ ଗୃହ ନିର୍ମାଣ କରୁ; ସେ ପରମେଶ୍ଵର ଅଟନ୍ତି।

Gade chapit la Kopi

ଓଡିଆ ବାଇବେଲ

3 ତାହାଙ୍କର ସମଗ୍ର ଲୋକଙ୍କ ମଧ୍ୟରେ ତୁମ୍ଭମାନଙ୍କର ଯେକେହି ହେଉ, ତାହାର ପରମେଶ୍ୱର ତାହାର ସହବର୍ତ୍ତୀ ହେଉନ୍ତୁ ଓ ସେ ଯିହୁଦା ଦେଶସ୍ଥିତ ଯିରୂଶାଲମକୁ ଯାତ୍ରା କରି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ଯିରୂଶାଲମସ୍ଥ ଗୃହ ନିର୍ମାଣ କରୁ; ସେ ପରମେଶ୍ୱର ଅଟନ୍ତି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ତାହାଙ୍କର ସମଗ୍ର ଲୋକଙ୍କ ମଧ୍ୟରେ ତୁମ୍ଭମାନଙ୍କର ଯେକେହି ହେଉ, ତାହାର ପରମେଶ୍ୱର ତାହାର ସହବର୍ତ୍ତୀ ହେଉନ୍ତୁ ଓ ସେ ଯିହୁଦା ଦେଶସ୍ଥିତ ଯିରୂଶାଲମକୁ ଯାତ୍ରା କରି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ଯିରୂଶାଲମସ୍ଥ ଗୃହ ନିର୍ମାଣ କରୁ; ସେ ପରମେଶ୍ୱର ଅଟନ୍ତି।

Gade chapit la Kopi




ଏଜ୍ରା 1:3
20 Referans Kwoze  

“ମୁଁ ଆଦେଶ ଦେଲି ଯେ, ମୋର ରାଜ୍ୟସ୍ଥ ସମୁଦାୟ ପ୍ରଦେଶର ସମସ୍ତ ଲୋକମାନେ ଦାନିୟେଲଙ୍କ ପରମେଶ୍ୱରଙ୍କୁ ଭୟ ଓ ଭକ୍ତି କରିବା ଉଚିତ୍। ସେ ଜୀବିତ ପରମେଶ୍ୱର ଓ ନିତ୍ୟସ୍ଥାୟୀ ଅଟନ୍ତି। ତାଙ୍କର ରାଜ୍ୟ ଅବିନାଶୀ ଓ ତାଙ୍କର ପ୍ରଭୁତ୍ୱର ଅନ୍ତ ନାହିଁ।


ମାତ୍ର ସଦାପ୍ରଭୁ ସତ୍ୟ ପରମେଶ୍ୱର ଅଟନ୍ତି। ସେ ଜୀବନ୍ତ ପରମେଶ୍ୱର ଓ ଅନନ୍ତକାଳସ୍ଥାୟୀ ରାଜା। ଯେତେବେଳେ ସେ କୋପ କରନ୍ତି ପୃଥିବୀ କମ୍ପିତ ହୁଏ। ବିଦେଶୀ ରାଷ୍ଟ୍ର ତାଙ୍କ କ୍ରୋଧ ସହ୍ୟ କରି ପାରିବେ ନାହିଁ।


ପରମେଶ୍ୱର ଇସ୍ରାଏଲ ଲୋକମାନଙ୍କ ପାଖକୁ ତାହାଙ୍କ ସମାଗ୍ଭର ପଠାଇଥିଲେ। ସେ ମଧ୍ୟ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ତାହାଙ୍କର ଶାନ୍ତି ସୁସମାଗ୍ଭର ପଠାଇଛନ୍ତି। ସେ ସମସ୍ତଙ୍କର ପ୍ରଭୁ।


ମୁଁ ତୁମ୍ଭମାନଙ୍କୁ ଯାହାସବୁ କହିଛି, ସେ ସବୁ କଥା ପାଳନ କରିବା ପାଇଁ ଲୋକମାନଙ୍କୁ ଶିକ୍ଷା ଦିଅ। ମୁଁ ତୁମ୍ଭମାନଙ୍କ ସହିତ ସଦାସର୍ବଦା ରହିବି ବୋଲି ତୁମ୍ଭେମାନେ ଦୃଢ଼ ବିଶ୍ୱାସ ରଖ। ଜଗତର ଶେଷ ସମୟ ପର୍ଯ୍ୟନ୍ତ ମଧ୍ୟ ମୁଁ ତୁମ୍ଭ ସଙ୍ଗେ ସଙ୍ଗେ ରହିବି।”


ଆମ୍ଭେ ସଦାପ୍ରଭୁ, ଆମ୍ଭେ ଅଦ୍ୱିତୀୟ। ଆମ୍ଭ ବ୍ୟତୀତ ପରମେଶ୍ୱର କେହି ନାହାନ୍ତି। ତୁମ୍ଭେ ଆମ୍ଭକୁ ନ ଜାଣିଲେ ମଧ୍ୟ ଆମ୍ଭେ ତୁମ୍ଭକୁ ସୁଦୃଢ଼ କରିବା।


ମନେରଖ, ମୁଁ ତୁମ୍ଭକୁ ସାହସୀ ଓ ଶକ୍ତିଶାଳୀ ହେବା ପାଇଁ ନିର୍ଦ୍ଦେଶ ଦେଇଅଛି। ତେଣୁ ତୁମ୍ଭେ ଭୟଭୀତ କିଅବା ହତାଶ ହୁଅ ନାହିଁ, କାରଣ ତୁମ୍ଭେ ଯେଉଁଆଡ଼େ ଯିବ, ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭର ସଙ୍ଗୀ ହେବେ।”


ସେମାନଙ୍କର ‘ଶୈଳ’ ଆମ୍ଭମାନଙ୍କର ଦେବତାମାନଙ୍କ ତୁଲ୍ୟ ନୁହଁ। ଏବଂ ଆମ୍ଭର ଶତ୍ରୁମାନେ ଆମ୍ଭର ବିଗ୍ଭରକ।


ତତ୍ପରେ ଦାନିୟେଲଙ୍କୁ ରାଜା କହିଲେ, “ମୁଁ ଜାଣେ ତୁମ୍ଭର ପରମେଶ୍ୱର ସମସ୍ତ ଈଶ୍ୱରଗଣର ପରମେଶ୍ୱର ଓ ରାଜଗଣର ସଦାପ୍ରଭୁ ଓ ଯେ ଗୁପ୍ତ ବିଷୟଗୁଡ଼ିକର ପ୍ରକାଶକୁ ଆଣନ୍ତି। କାରଣ ତୁମ୍ଭେ ମୋତେ ଏହି ନିଗୂଢ଼ କଥା ପ୍ରକାଶ କରିବାକୁ ସମର୍ଥ ଅଟ।”


ଏହା ପରେ ସେମାନେ ଜାଣିବେ ଯେ, ଯାହାର ନାମ ଯିହୋବାଃ, ତୁମ୍ଭେ ପ୍ରକୃତରେ, ସମୁଦାୟ ଭୂମଣ୍ଡଳରେ ସର୍ବୋପରିସ୍ଥ ପରମେଶ୍ୱର ଅଟ।


ଦାଉଦ ତାଙ୍କର ପୁତ୍ର ଶଲୋମନଙ୍କୁ ଆହୁରି ମଧ୍ୟ କହିଲେ, “ବଳବାନ୍ ଓ ସାହସୀ ହୁଅ ଏବଂ ଏହି କାର୍ଯ୍ୟ ଶେଷ କର। ଭୟ କର ନାହିଁ, କାରଣ ସଦାପ୍ରଭୁ ପରମେଶ୍ୱର, ମୋର ପରମେଶ୍ୱର, ତୁମ୍ଭ ସହିତରେ ଅଛନ୍ତି। ସମସ୍ତ କାର୍ଯ୍ୟ ସମାପ୍ତ ହେବା ପର୍ଯ୍ୟନ୍ତ ସେ ତୁମ୍ଭକୁ ସାହାଯ୍ୟ କରିବେ। ସେ ତୁମ୍ଭକୁ ତ୍ୟାଗ କରିବେ ନାହିଁ। ତୁମ୍ଭେ ସଦାପ୍ରଭୁଙ୍କ ମନ୍ଦିର ନିର୍ମାଣ କରିବ।


ଏବଂ କହିଲେ, “ହେ ସଦାପ୍ରଭୁ, ଇସ୍ରାଏଲର ପରମେଶ୍ୱର, ସ୍ୱର୍ଗ କି ପୃଥିବୀରେ ତୁମ୍ଭ ତୁଲ୍ୟ ସଦାପ୍ରଭୁ କେହି ନାହାନ୍ତି। ତୁମ୍ଭେ ଇସ୍ରାଏଲର ସମସ୍ତ ଲୋକମାନଙ୍କ ସହିତ ଏକ ନିୟମ କରିଥିଲ କାରଣ ତୁମ୍ଭେ ସେମାନଙ୍କୁ ପ୍ରେମ କର। ତୁମ୍ଭେ ତୁମ୍ଭର ନିୟମ ରକ୍ଷା କରିଅଛ। ଯେଉଁମାନେ ତୁମ୍ଭକୁ ସର୍ବାନ୍ତଃକରଣରେ ଅନୁସରଣ କରନ୍ତି ତୁମ୍ଭେ ସେମାନଙ୍କ ପ୍ରତି ଦୟାଳୁ ଓ ବିଶ୍ୱସ୍ତ ହୋଇଥାଅ।


ଏହା ଦେଖି ସମଗ୍ର ଲୋକ ଭୂମିରେ ମୁଣ୍ତ ନୁଆଁଇ କହିଲେ, “ସଦାପ୍ରଭୁ ହିଁ ପରମେଶ୍ୱର, ସଦାପ୍ରଭୁ ହିଁ ପରମେଶ୍ୱର।”


ଆଉ ଯେକୌଣସି ଲୋକ ଅନ୍ୟଠାରେ ବାସ କରୁଛନ୍ତି, ସେହି ସ୍ଥାନର ଲୋକମାନେ ଯିରୁଶାଲମସ୍ଥ ପରମେଶ୍ୱରଙ୍କ ମନ୍ଦିର ନିମନ୍ତେ ସ୍ୱଇଚ୍ଛାରେ ଦତ୍ତ ନୈବେଦ୍ୟ ଛଡ଼ା ରୂପା, ସୁନା, ନାନାଦ୍ରବ୍ୟ ଓ ପଶୁ ଦିଅନ୍ତି।”


ସେହି ସମୟରେ ତତ୍ତନୟ, ନଦୀ ସେପାରିସ୍ଥ ଦେଶାଧ୍ୟକ୍ଷ ଓ ଶଥର ବୋଷଣୟ ଓ ସେମାନଙ୍କ ସଙ୍ଗୀମାନେ ଆସି ସେମାନଙ୍କୁ ପଗ୍ଭରିଲେ, “ଏହି ମନ୍ଦିର ନିର୍ମାଣ କରିବାକୁ, ଏହି ପ୍ରାଚୀର ସମାପ୍ତ କରିବାକୁ କିଏ ତୁମ୍ଭମାନଙ୍କୁ ଆଜ୍ଞା ଦେଲା।”


“ହେ ସର୍ବଶକ୍ତିମାନ ସଦାପ୍ରଭୁ, ଇସ୍ରାଏଲର ପରମେଶ୍ୱର ଯେ କି କିରୂବଗଣ ଉପରେ ଉପବିଷ୍ଟା ତୁମ୍ଭେ କେବଳ ପୃଥିବୀସ୍ଥ ସମୁଦାୟ ରାଜ୍ୟର ପରମେଶ୍ୱର ଅଟ। ତୁମ୍ଭେ ଏହି ସ୍ୱର୍ଗ ଓ ପୃଥିବୀ ନିର୍ମାଣ କରିଅଛ।


ମାତ୍ର ସରୁବ୍ବାବିଲ ଓ ଯେଶୂୟ ଓ ଇସ୍ରାଏଲର ଅନ୍ୟ ପିତୃବଂଶ ପ୍ରଧାନମାନେ ସେମାନଙ୍କୁ କହିଲେ, “ଆମ୍ଭମାନଙ୍କ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ମନ୍ଦିର ନିର୍ମାଣ କରିବା ବିଷୟରେ ଆମ୍ଭମାନଙ୍କ ସଙ୍ଗେ ତୁମ୍ଭମାନଙ୍କର କୌଣସି ସମ୍ପର୍କ ନାହିଁ। ମାତ୍ର ଆମ୍ଭମାନଙ୍କ ପ୍ରତି ପାରସ୍ୟ ରାଜା କୋରସ୍ ରାଜାଙ୍କ ଆଜ୍ଞା ପ୍ରମାଣେ ଆମ୍ଭେମାନେ ଆପେ ଏକତ୍ରିତ ହୋଇ ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମନ୍ଦିର ନିର୍ମାଣ କରୁଅଛୁ।”


ବାବିଲର ରାଜା କୋରସଙ୍କର ଅଧିକାରର ପ୍ରଥମ ବର୍ଷରେ ପରମେଶ୍ୱରଙ୍କ ଏହି ମନ୍ଦିର ନିର୍ମାଣ କରିବା ପାଇଁ କୋରସର ରାଜା ଆଜ୍ଞା କଲେ।


ପରମେଶ୍ୱରଙ୍କ ଏହି ମନ୍ଦିରର କାର୍ଯ୍ୟରେ ହସ୍ତ ଦିଅ ନାହିଁ। ଯିହୁଦୀୟମାନଙ୍କର ଅଧ୍ୟକ୍ଷ ଯିହୁଦୀୟମାନଙ୍କର ପ୍ରାଚୀନବର୍ଗ ପରମେଶ୍ୱରଙ୍କ ଏହି ମନ୍ଦିର ସ୍ୱସ୍ଥାନରେ ନିର୍ମାଣ କରନ୍ତୁ।


ସଦାପ୍ରଭୁ ସିୟୋନକୁ ତାଙ୍କର ମନ୍ଦିର ପାଇଁ ବାଛିଲେ। ଓ ସେ ସେହି ସ୍ଥାନକୁ ଆପଣା ବାସସ୍ଥାନ ପାଇଁ ମନୋନୀତ କଲେ।


ଆମ୍ଭେ କୋରସ୍ ବିଷୟରେ କହୁ, “ତୁମ୍ଭେ ଆମ୍ଭ ମେଷପାଳକ, ତୁମ୍ଭେ ଆମ୍ଭର ମଙ୍ଗଳ କରିବ। ତୁମ୍ଭେ ଯିରୁଶାଲମ ‘ପୁନଃନିର୍ମିତ ହେବ ବୋଲି କହିବ।’ ପୁଣି ମନ୍ଦିରର ‘ମୂଳଦୁଆ ସ୍ଥାପିତ ହେବ ବୋଲି ତୁମ୍ଭେ କହିବ।’”


Swiv nou:

Piblisite


Piblisite