Biblia Todo Logo
Bib sou entènèt

- Piblisite -




ଯିହିଜିକଲ 7:3 - ପବିତ୍ର ବାଇବଲ

3 ବର୍ତ୍ତମାନ ତୁମ୍ଭର ଅନ୍ତିମକାଳ ଉପସ୍ଥିତ, ଆମ୍ଭେ ତୁମ୍ଭ ବିରୁଦ୍ଧରେ ଆମ୍ଭ କ୍ରୋଧ ପ୍ରକାଶ କରିବା। ତୁମ୍ଭର କର୍ମ ଅନୁସାରେ ତୁମ୍ଭର ବିଗ୍ଭର କରିବା ଓ ତୁମ୍ଭର ଘୃଣାଯୋଗ୍ୟ ସକଳ କର୍ମ ପାଇଁ ଆମ୍ଭେ ତୁମ୍ଭଙ୍କୁ ଦଣ୍ଡ ଦେବା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ଏବେ ତୁମ୍ଭର ଅନ୍ତିମ କାଳ ଉପସ୍ଥିତ, ଆମ୍ଭେ ତୁମ୍ଭ ବିରୁଦ୍ଧରେ ଆପଣା କ୍ରୋଧ ପ୍ରେରଣ କରିବା ଓ ତୁମ୍ଭର ଆଚରଣାନୁସାରେ ତୁମ୍ଭର ବିଚାର କରିବା ଓ ତୁମ୍ଭର ଘୃଣାଯୋଗ୍ୟ ସକଳ କର୍ମର ଫଳ ତୁମ୍ଭ ଉପରେ ବର୍ତ୍ତାଇବା।

Gade chapit la Kopi

ଓଡିଆ ବାଇବେଲ

3 ଏବେ ତୁମ୍ଭର ଅନ୍ତିମ କାଳ ଉପସ୍ଥିତ, ଆମ୍ଭେ ତୁମ୍ଭ ବିରୁଦ୍ଧରେ ଆପଣା କ୍ରୋଧ ପ୍ରେରଣ କରିବା ଓ ତୁମ୍ଭର ଆଚରଣାନୁସାରେ ତୁମ୍ଭର ବିଚାର କରିବା ଓ ତୁମ୍ଭର ଘୃଣାଯୋଗ୍ୟ ସକଳ କର୍ମର ଫଳ ତୁମ୍ଭ ଉପରେ ବର୍ତ୍ତାଇବା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ଏବେ ତୁମ୍ଭର ଅନ୍ତିମକାଳ ଉପସ୍ଥିତ, ଆମ୍ଭେ ତୁମ୍ଭ ବିରୁଦ୍ଧରେ ଆପଣା କ୍ରୋଧ ପ୍ରେରଣ କରିବା ଓ ତୁମ୍ଭର ଆଚରଣାନୁସାରେ ତୁମ୍ଭର ବିଚାର କରିବା ଓ ତୁମ୍ଭର ଘୃଣାଯୋଗ୍ୟ ସକଳ କର୍ମର ଫଳ ତୁମ୍ଭ ଉପରେ ବର୍ତ୍ତାଇବା।

Gade chapit la Kopi




ଯିହିଜିକଲ 7:3
27 Referans Kwoze  

ତେଣୁ ହେ ଇସ୍ରାଏଲର ଲୋକମାନେ, ମୁଁ ତୁମ୍ଭମାନଙ୍କ ମଧ୍ୟରୁ ପ୍ରତ୍ୟେକର ଆଗ୍ଭର ବ୍ୟବହାରାନୁସାରେ ବିଗ୍ଭର କରିବି।” ଏହା ସଦାପ୍ରଭୁ ମୋର ପ୍ରଭୁ କହନ୍ତି। ଆଉ “ତୁମ୍ଭେମାନେ ଆମ୍ଭ ନିକଟକୁ ଫେରି ଆସ ଓ ନିଜର ସମସ୍ତ ଅପରାଧରୁ ବିମୁଖ ହୁଅ। ତାହାହେଲେ ପାପ ତୁମ୍ଭମାନଙ୍କର ବିନାଶର କାରଣ ହେବ ନାହିଁ।


ତା'ପରେ ସେମାନଙ୍କ ବିରୁଦ୍ଧରେ ଆମ୍ଭର କ୍ରୋଧ ଶେଷ ହେବ ଓ ଆମ୍ଭର କୋପ ଶାନ୍ତ ହେବ। ଏବଂ ସେମାନଙ୍କ ଉପରେ ପ୍ରତିଶୋଧ ନେଇଥିବାରୁ ଆମ୍ଭେ ନିଜେ ଆଶ୍ୱସ୍ତ ହେବା। ତା'ପରେ ଯେତେବେଳେ ସେମାନଙ୍କ ଉପରୁ ମୋର କ୍ରୋଧ ଦୂରେଇ ଯିବ, ସେମାନେ ଜାଣିବେ ଯେ, ଆମ୍ଭେ ସଦାପ୍ରଭୁ ଆପଣା କ୍ରୋଧ ସେମାନଙ୍କ ବିରୁଦ୍ଧରେ କହିଅଛୁ।”


ତଥାପି ତୁମ୍ଭେମାନେ କହୁଅଛ, ପ୍ରଭୁଙ୍କର ପଥ ସରଳ ନୁହେଁ। ହେ ଇସ୍ରାଏଲର ଲୋକମାନେ, ମୁଁ ତୁମ୍ଭମାନଙ୍କର ପ୍ରତ୍ୟେକ ଲୋକର ତା'ର ଆଗ୍ଭର ବ୍ୟବହାର ଅନୁସାରେ ବିଗ୍ଭର କରିବି।”


ମୁଁ ତୁମ୍ଭକୁ ବ୍ୟଭିଗ୍ଭରିଣୀ ଓ ହତ୍ୟାକାରିଣୀ ରୂପେ ବିଗ୍ଭର କରିବି। ଏବଂ କୋପ ଓ ଅନ୍ତର୍ଜ୍ୱାଳାର ରକ୍ତ ତୁମ୍ଭ ଉପରେ ଉପସ୍ଥିତ କରିବି।


ମୁଁ ନାନା ଜାତିଗଣଙ୍କ ମଧ୍ୟରେ ସେମାନଙ୍କୁ ଛିନ୍ନଭିନ୍ନ କଲି ଏବଂ ସେମାନେ ମଧ୍ୟ ନାନା ଦେଶରେ ବିକ୍ଷିପ୍ତ ହେଲେ। ସେମାନଙ୍କର ଆଚରଣ ଓ କ୍ରିୟାନୁସାରେ ମୁଁ ସେମାନଙ୍କୁ ଦଣ୍ଡିତ କଲି।


ତୁମ୍ଭମାନଙ୍କର ରାଜା ଶୋକ କରିବେ ଓ ନେତୃବର୍ଗ ଶୋକର ବସ୍ତ୍ର ପରିଧାନ କରିବେ। ଦେଶର ଲୋକମାନଙ୍କର ହସ୍ତ କମ୍ପିତ ହେବ। ଯେହେତୁ ଆମ୍ଭେ ସେମାନଙ୍କର ନିଜ ଆଚରଣ ଓ ଆଦର୍ଶ ଅନୁସାରେ ସେମାନଙ୍କ ପ୍ରତି ବ୍ୟବହାର କରିବା। ସେମାନଙ୍କର କର୍ମ ଅନୁସାରେ ସେମାନଙ୍କର ବିଗ୍ଭର କରାଯିବ ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସେମାନେ ହୃଦୟଙ୍ଗମ କରିବେ।”


ତେଣୁ ପରମେଶ୍ୱର ନୋହଙ୍କୁ କହିଲେ, “ସମସ୍ତ ଲୋକ ପୃଥିବୀକୁ କ୍ରୋଧ ଓ ହିଂସାରେ ଛାରଖାର କରି ଦେଲେଣି। ତେଣୁ ଆମ୍ଭେ ପୃଥିବୀ ସହିତ ସେମାନଙ୍କୁ ବିନଷ୍ଟ କରିବା।


ତୁମ୍ଭେ କହିଲ, ‘ଆମ୍ଭେ ଚିରଦିନ ବଞ୍ଚିଲୁ ଓ ସଦାକାଳ ସାଆନ୍ତାଣୀ ହୋଇ ରହିବୁ।’ ଏଣୁ ତୁମ୍ଭେ ଏସବୁ ବିଷୟରେ ମନୋଯୋଗ କଲ ନାହିଁ କିମ୍ବା ତା'ର ଶେଷଫଳ କ’ଣ ହେବ ସ୍ମରଣ କଲ ନାହିଁ।


ସେ କହିଲେ, “ହେ ମନୁଷ୍ୟ ପୁତ୍ର, ସଦାପ୍ରଭୁ ଇସ୍ରାଏଲ ଭୂମିକୁ କହନ୍ତି, “ସମଗ୍ର ଦେଶର ସମାପ୍ତି ଆସିଯାଇଛି। ସମଗ୍ର ଦେଶ ଧ୍ୱଂସ ହେବାର ଅନ୍ତିମକାଳ ଆସିଯାଇଛି।


ଆମ୍ଭେ ତୁମ୍ଭକୁ କୌଣସି ଦୟା ଦେଖାଇବା ନାହିଁ, ଆମ୍ଭେ ତୁମ୍ଭକୁ ଅନୁକମ୍ପା କରିବା ନାହିଁ। କିନ୍ତୁ ଆମ୍ଭେ ତୁମ୍ଭକୁ ତୁମ୍ଭର ମନ୍ଦକାର୍ଯ୍ୟ ପାଇଁ ଓ ତୁମ୍ଭର ସମସ୍ତ ଘୃଣ୍ୟ ପ୍ରଥା ପାଇଁ ଦଣ୍ଡିତ କରିବା। ଯାହା ଫଳରେ ତୁମ୍ଭେମାନେ ଜାଣିବ ଯେ, ଆମ୍ଭେ ହିଁ ସଦାପ୍ରଭୁ।”


ହେ ଦୁଷ୍ଟ ଇସ୍ରାଏଲୀୟ ରାଜପୁତ୍ର, ତୁମ୍ଭମାନଙ୍କୁ ହତ୍ୟା କରାଯିବ। ତୁମ୍ଭମାନଙ୍କର ଅନ୍ତିମ ସମୟ ଉପସ୍ଥିତ ହୋଇଅଛି।”


ଏଣୁ ଆମ୍ଭେ ସେମାନଙ୍କ ଉପରେ ଆପଣା କ୍ରୋଧ ପ୍ରକାଶ କରିଅଛୁ ଓ ଆପଣା କୋପାଗ୍ନିରେ ସେମାନଙ୍କୁ ସଂହାର କରିଅଛୁ। ସେମାନଙ୍କର ନିଜ କର୍ମର ଫଳ ସେମାନେ ନିଜେ ଭୋଗିଛନ୍ତି।” ଏହା ମୋର ପ୍ରଭୁ ସଦାପ୍ରଭୁ କହନ୍ତି


ସଦାପ୍ରଭୁ ମୋତେ ପଗ୍ଭରିଲେ, “ହେ ଆମୋଷ, ତୁମ୍ଭେ କ’ଣ ଦେଖୁଛ?” ମୁଁ କହିଲି, “ଏକଡାଲା ଗ୍ରୀଷ୍ମକାଳୀନ ଫଳ ଦେଖୁଛି।” ତା'ପରେ ସଦାପ୍ରଭୁ କହିଲେ, “ଆମ୍ଭର ଇସ୍ରାଏଲ ଲୋକମାନଙ୍କ ପାଇଁ ଶେଷ ସମୟ ଆସିଛି। ଆମ୍ଭେ ଏଣିକି ସେମାନଙ୍କର ପାପଗୁଡ଼ିକ ଦେଖି ପାରିବା ନାହିଁ।


ପୁଣି ଆମ୍ଭେ ସେମାନଙ୍କର ଜଣକୁ ଅନ୍ୟ ଜଣ ଉପରେ କଗ୍ଭଡ଼ିବା। ଏପରିକି ପିତୃଗଣକୁ ପୁତ୍ରମାନଙ୍କ ଉପରେ ଏକ ସଙ୍ଗେ କଗ୍ଭଡ଼ିବା।”’ ଏହା ସଦାପ୍ରଭୁ କହନ୍ତି, “‘ଆମ୍ଭେ ସେମାନଙ୍କ ପ୍ରତି ଦୟା, ଅନୁକମ୍ପା ଓ କରୁଣା ନ ଦେଖାଇ ସେମାନଙ୍କୁ ବିନଷ୍ଟ କରିବା।”’


ତୁମ୍ଭମାନଙ୍କ ମଧ୍ୟରୁ ଏକ ତୃତୀୟାଂଶ ମହାମାରୀରେ ଓ ଦୁର୍ଭିକ୍ଷରେ ନଗର ମଧ୍ୟରେ ମରିବେ। ତୁମ୍ଭମାନଙ୍କ ମଧ୍ୟରୁ ଏକ ତୃତୀୟାଂଶ ଯୁଦ୍ଧରେ ନଗର ବାହାରେ ମୃତ୍ୟୁବରଣ କରିବେ; ଆଉ ଅବଶିଷ୍ଟ ଏକ ତୃତୀୟାଂଶ ଛିନ୍ନଭିନ୍ନ ହେବେ। ଯେହେତୁ ଆମ୍ଭେ ‌‌ଖ‌ଡ଼୍‌ଗ ନେଇ ଗୋଡ଼ାଇବା।


ଏଣୁ ମୁଁ କରୁଣା ଦେଖାଇବି ନାହିଁ। ମୁଁ ସେମାନଙ୍କୁ ଅନୁକମ୍ପା କରିବି ନାହିଁ। ମୁଁ ସେମାନଙ୍କର କର୍ମର ପ୍ରତିଫଳ ସେମାନଙ୍କ ମସ୍ତକକୁ ଆଣିବି।”


ତା'ପରେ ପରମେଶ୍ୱର କହିଲେ, “କିନ୍ତୁ ଯେଉଁମାନଙ୍କର ହୃଦୟ ଘୃଣ୍ୟ ଓ କଳୁଷିତ ମୂର୍ତ୍ତିଗୁଡ଼ିକୁ ଅନୁସରଣ କରେ, ଆମ୍ଭେ ସେମାନଙ୍କୁ ସେମାନଙ୍କର କୁକର୍ମ ଅନୁସାରେ ଦଣ୍ଡିତ କରିବା।” ସଦାପ୍ରଭୁ ମୋର ପ୍ରଭୁ ଏହା କହିଛନ୍ତି।


ଏସବୁ କରିବାର କାରଣ ତୁମ୍ଭେ ତୁମ୍ଭର ଯୌବନାବସ୍ଥାର ଦିନ ମନେ ରଖି ନାହଁ। ତୁମ୍ଭେ ତୁମ୍ଭର କୁକାର୍ଯ୍ୟ ଦ୍ୱାରା ମୋତେ କ୍ରୋଧିତ କଲ। ମୁଁ ତୁମ୍ଭକୁ ତୁମ୍ଭର ବ୍ୟବହାର ପାଇଁ ଦଣ୍ଡିତ କରିବି। ତୁମ୍ଭର ଅନ୍ୟ ଘୃଣ୍ୟ କାର୍ଯ୍ୟ ସହିତ ବେଶ୍ୟାବୃତ୍ତିକୁ ଯୋଡ଼ିବାରେ କ’ଣ ଅଧିକ ପ୍ରାଧାନ୍ୟ ହୋଇ ନ ଥିଲା?” ଏହା ସଦାପ୍ରଭୁ, ମୋର ପ୍ରଭୁ କହିଲେ।


ଏଥିପାଇଁ ସଦାପ୍ରଭୁ, ମୋର ପ୍ରଭୁ ଯାହା କହନ୍ତି, “ତୁମ୍ଭେ ଚୁକ୍ତି ଅବଜ୍ଞା କରି ନିୟମ ଯେପରି ଭଗ୍ନ କରିଅଛ, ମୁଁ ସେହିପରି ବ୍ୟବହାର କରିବି।


“‘ମୁଁ ସଦାପ୍ରଭୁ ଏହା କହିଅଛି, ଏହା ସିଦ୍ଧ ହେବ ଓ ମୁଁ ଏହା ସାଧନ କରିବି। ମୁଁ ପଛକୁ ଫେରିବି ନାହିଁ କିମ୍ବା ମୁଁ ଦୁଃଖ ପ୍ରକାଶ କରିବି ନାହିଁ। ଆଉ ମୁଁ ଦୟା ମଧ୍ୟ କରିବି ନାହିଁ। ମୁଁ ତୁମ୍ଭର ବିଗ୍ଭର ଓ ଦଣ୍ଡ ତୁମ୍ଭର ଆଚରଣ ଏବଂ କୁକର୍ମ ଅନୁସାରେ କରିବି। ଏହା ସଦାପ୍ରଭୁ, ମୋର ପ୍ରଭୁ କହନ୍ତି।’”


ଯାକୁବ ମାତୃଗର୍ଭରେ ଥିଲା ଏବଂ ତା'ର ଭାଇ ସହିତ କୌଶଳ କରିଥିଲା। ସେ ଗୋଟିଏ ଶକ୍ତିଶାଳୀ ଯୁବକ ଥିଲା ଏବଂ ସେତେବେଳେ ସେ ପରମେଶ୍ୱରଙ୍କ ସହିତ ଲଢ଼ୁଥିଲା।


Swiv nou:

Piblisite


Piblisite