Biblia Todo Logo
Bib sou entènèt

- Piblisite -




ଯିହିଜିକଲ 4:4 - ପବିତ୍ର ବାଇବଲ

4 “ଆଉ ତୁମ୍ଭେ ତୁମ୍ଭର ବାମପାର୍ଶ୍ୱ ହୋଇ ପଡ଼ି ରହିବ। ଏହା ଦେଖାଯାଏ ଯେ, ତୁମ୍ଭେ ନିଜେ ଇସ୍ରାଏଲ ଲୋକମାନଙ୍କର ପାପ ବୋହିଛ। ଯେତେଦିନ ପର୍ଯ୍ୟନ୍ତ ତୁମ୍ଭେ ବାମପାର୍ଶ୍ୱ ହୋଇ ଅପରାଧ ପଡ଼ି ରହିବ,

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 ଆହୁରି, ତୁମ୍ଭେ ଆପଣା ବାମ ପାର୍ଶ୍ଵରେ ଶୟନ କରି ଇସ୍ରାଏଲ-ବଂଶର ଅଧର୍ମ ତହିଁ ଉପରେ ରଖ, ତୁମ୍ଭେ ତହିଁ ଉପରେ ଶୟନ କରିବା ଦିନର ସଂଖ୍ୟାନୁସାରେ ସେମାନଙ୍କର ଅଧର୍ମ ବହିବ।

Gade chapit la Kopi

ଓଡିଆ ବାଇବେଲ

4 ଆହୁରି, ତୁମ୍ଭେ ଆପଣା ବାମ ପାର୍ଶ୍ୱରେ ଶୟନ କରି ଇସ୍ରାଏଲ ବଂଶର ଅଧର୍ମ ତହିଁ ଉପରେ ରଖ, ତୁମ୍ଭେ ତହିଁ ଉପରେ ଶୟନ କରିବା ଦିନର ସଂଖ୍ୟାନୁସାରେ ସେମାନଙ୍କର ଅଧର୍ମ ବୋହିବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ଆହୁରି, ତୁମ୍ଭେ ଆପଣା ବାମ ପାର୍ଶ୍ୱରେ ଶୟନ କରି ଇସ୍ରାଏଲ ବଂଶର ଅଧର୍ମ ତହିଁ ଉପରେ ରଖ, ତୁମ୍ଭେ ତହିଁ ଉପରେ ଶୟନ କରିବା ଦିନର ସଂଖ୍ୟାନୁସାରେ ସେମାନଙ୍କର ଅଧର୍ମ ବୋହିବ।

Gade chapit la Kopi




ଯିହିଜିକଲ 4:4
11 Referans Kwoze  

ତହୁଁ ସେହି ଛାଗ ସେମାନଙ୍କର ସମସ୍ତ ଅପରାଧ ଆପଣା ମସ୍ତକରେ ବହନ କରି ସେହି ଜନଶୂନ୍ୟ ଦେଶକୁ ନେଇଯିବ। ତାକୁ ନେଇଥିବା ଲୋକଟି ସେହି ସ୍ଥାନରେ ସେ ଛାଗକୁ ଛାଡ଼ିଦେବ।


ବର୍ତ୍ତମାନ ଦେଖ, ଆମ୍ଭେ ତୁମ୍ଭକୁ ରଜ୍ଜୁରେ ବାନ୍ଧି ଅଛୁ। ଏଣୁ ତୁମ୍ଭେ ତୁମ୍ଭର ନଗର ଉପରେ ଅବରୋଧର ସମାପ୍ତ ନ କରିବା ପର୍ଯ୍ୟନ୍ତ ଏ ପାର୍ଶ୍ୱରୁ ସେ ପାର୍ଶ୍ୱକୁ ଲେଉଟିବ ନାହିଁ।”


ଅନନ୍ତର ସଦାପ୍ରଭୁ ହାରୋଣଙ୍କୁ କହିଲେ, “ତୁମ୍ଭେ ତୁମ୍ଭର ପୁତ୍ରଗଣ ଓ ତୁମ୍ଭର ପରିବାର ପବିତ୍ର ସ୍ଥାନ ପାଇଁ ଦାୟୀ ରହିବ। ପୁଣି ଯାଜକତ୍ୱର କର୍ତ୍ତବ୍ୟ ପାଇଁ ତୁମ୍ଭେ ଓ ତୁମ୍ଭର ପୁତ୍ରଗଣ ଦାୟୀ ରହିବେ।


“ତୁମ୍ଭେମାନେ କାହିଁକି ପବିତ୍ର ସ୍ଥାନରେ ସେହି ପାପାର୍ଥକ ବଳି ଭୋଜନ କଲ ନାହିଁ? ତାହା ମହାପବିତ୍ର ଥିଲା। ପୁଣି ସଦାପ୍ରଭୁ ତୁମ୍ଭମାନଙ୍କୁ ମଣ୍ଡଳୀର ଅପରାଧ ବହନକରି ଲୋକମାନଙ୍କୁ ତାଙ୍କ ସମ୍ମୁଖରେ ପ୍ରାୟଶ୍ଚିତ କରିବାକୁ ତୁମ୍ଭମାନଙ୍କୁ ଦେଇଛନ୍ତି।


ପରମେଶ୍ୱର ନ୍ୟାୟ ବିଗ୍ଭର କରନ୍ତି। କ୍ରୁଶ ଉପରେ ଯୀଶୁ ଆମ୍ଭ ପାପଗୁଡ଼ିକୁ ସ୍ୱଦେହରେ ବହନ କଲେ। ସେ ଏହା କଲେ, ଯେପରି ଆମ୍ଭେ ପାପ ପାଇଁ ମୃତ ହେଇ, ଯାହା ସତ୍ୟ ତାହା ପାଇଁ ଜୀବିତ ରହିବା। ଯୀଶୁଙ୍କ କ୍ଷତଗୁଡ଼ିକ ଦ୍ୱାରା ତୁମ୍ଭେମାନେ ସୁସ୍ଥ ହୋଇଛ।


ଖ୍ରୀଷ୍ଟ ଥରେ ବଳି ଭାବରେ ସମର୍ପିତ ହେଲେ, ଯେପରି ଅନେକ ଲୋକଙ୍କର ପାପ ଦୂର କରି ପାରିବେ। ଖ୍ରୀଷ୍ଟ ଦ୍ୱିତୀୟ ଥର ଲୋକମାନଙ୍କର ପାପ ପାଇଁ ନୁହେଁ, ମାତ୍ର ଯେଉଁମାନେ ତାହାଙ୍କ ପାଇଁ ପ୍ରତୀକ୍ଷା କରୁଥିବେ, ସେମାନଙ୍କର ମୁକ୍ତି ପାଇଁ ଆସିବେ।


ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତା ଯିଶାଇୟଙ୍କ ମାଧ୍ୟମରେ ପରମେଶ୍ୱର ଯାହା କହିଥିଲେ ତାହା ସଫଳ ହେବା ପାଇଁ ଯୀଶୁ ଏହି କାମଗୁଡ଼ିକ କଲେ: “ସେ ଆମ୍ଭର ରୋଗ ସବୁ ନେଇଗଲେ ଏବଂ ଆମ୍ଭର ଅସୁସ୍ଥତା ବହିଲେ।”


ତୁମ୍ଭେ ନିଶ୍ଚୟ 390 ଦିନ ଇସ୍ରାଏଲର ଦୋଷବହନ କରିବ। ଏହି ପ୍ରକାରେ ମୁଁ ତୁମ୍ଭକୁ କହୁଅଛି, କେତେଦିନ ପର୍ଯ୍ୟନ୍ତ ଇସ୍ରାଏଲ ଦଣ୍ଡିତ ହେବ, ଗୋଟିଏ ଦିନ ସମାନ ଗୋଟିଏ ବର୍ଷ।


ଗୋଟିଏ ବର୍ଷ ଗୋଟିଏ ଦିନ ହିସାବରେ ତୁମ୍ଭେମାନେ ଗ୍ଭଳିଶ୍ ବର୍ଷ ସେହି ଦେଶ ଅନୁସନ୍ଧାନ କରିବା ସମୟରେ ପ୍ରାନ୍ତରର ଏଣେ ତେଣେ ବୁଲିବ, ତା'ପରେ ମୋର କ୍ରୋଧ ତୁମ୍ଭେ ଜାଣିବ।’


Swiv nou:

Piblisite


Piblisite