Biblia Todo Logo
Bib sou entènèt

- Piblisite -




ଯିହିଜିକଲ 4:2 - ପବିତ୍ର ବାଇବଲ

2 ଏବଂ ସେଗୁଡ଼ିକୁ ସୈନ୍ୟରେ ବେଷ୍ଟିତ କର, ତାହା ବିରୁଦ୍ଧରେ ଗଡ଼ ନିର୍ମାଣ କର ଓ ତାହା ବିରୁଦ୍ଧରେ ପ୍ରାଚୀର ନିର୍ମାଣ କର। ଆଉ ତାହା ବିରୁଦ୍ଧରେ ଛାଉଣି ସ୍ଥାପନ କର ଓ ଚତୁର୍ଦ୍ଦିଗରେ ପ୍ରାଚୀର ଭେଦକ ଯନ୍ତ୍ର ସ୍ଥାପନ କର।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 ଆଉ, ତାହା ସୈନ୍ୟରେ ବେଷ୍ଟିତ କର, ତାହା ବିରୁଦ୍ଧରେ ଗଡ଼ ନିର୍ମାଣ କର ଓ ତାହା ବିରୁଦ୍ଧରେ ବନ୍ଧ ବାନ୍ଧ; ମଧ୍ୟ ତାହା ବିରୁଦ୍ଧରେ ଛାଉଣି ସ୍ଥାପନ କର ଓ ତହିଁର ଚତୁର୍ଦ୍ଦିଗରେ ପ୍ରାଚୀର ଭେଦକ ଯନ୍ତ୍ର ସ୍ଥାପନ କର।

Gade chapit la Kopi

ଓଡିଆ ବାଇବେଲ

2 ଆଉ, ତାହା ସୈନ୍ୟରେ ବେଷ୍ଟିତ କର, ତାହା ବିରୁଦ୍ଧରେ ଗଡ଼ ନିର୍ମାଣ କର ଓ ତାହା ବିରୁଦ୍ଧରେ ବନ୍ଧ ବାନ୍ଧ; ମଧ୍ୟ ତାହା ବିରୁଦ୍ଧରେ ଛାଉଣି ସ୍ଥାପନ କର ଓ ତହିଁର ଚତୁର୍ଦ୍ଦିଗରେ ପ୍ରାଚୀର ଭେଦକ ଯନ୍ତ୍ର ସ୍ଥାପନ କର।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ଆଉ, ତାହା ସୈନ୍ୟରେ ବେଷ୍ଟିତ କର, ତାହା ବିରୁଦ୍ଧରେ ଗଡ଼ ନିର୍ମାଣ କର ଓ ତାହା ବିରୁଦ୍ଧରେ ବନ୍ଧ ବାନ୍ଧ; ମଧ୍ୟ ତାହା ବିରୁଦ୍ଧରେ ଛାଉଣି ସ୍ଥାପନ କର ଓ ତହିଁର ଚତୁର୍ଦ୍ଦିଗରେ ପ୍ରାଚୀର-ଭେଦକ ଯନ୍ତ୍ର ସ୍ଥାପନ କର।

Gade chapit la Kopi




ଯିହିଜିକଲ 4:2
12 Referans Kwoze  

“ଗୁଲିବାଣ୍ଟ ଯାହାକି ସେ ତା'ର ଦକ୍ଷିଣ ହସ୍ତରେ ଉଠାଇଲା, ତାହା ଯିରୁଶାଲମର ହେବ। ଯେଉଁଠାରେ ସେ ନଷ୍ଟକାରୀ କାଠ ଗଣ୍ଡିକୁ ଏବଂ ହତ୍ୟା କରିବାକୁ ଆଜ୍ଞା ଦେବ, ଯୁଦ୍ଧ ପାଇଁ ସେ ଡାକରା ଦେବ, ଫାଟକ ବିରୁଦ୍ଧରେ ନଷ୍ଟକାରୀ କାଠଗଣ୍ଡିକୁ ଖଞ୍ଜିବ। ତା'ପରେ ସେ ସହର ଚତୁର୍ପାର୍ଶ୍ୱରେ ପ୍ରାଚୀର ନିର୍ମାଣ କରିବ।


କାରଣ ସୈନ୍ୟାଧିପତି ସଦାପ୍ରଭୁ ଏହା କହନ୍ତି, “ବୃକ୍ଷସବୁ କାଟ ଏବଂ ରାସ୍ତାରୋଧକ କାଠଗଣ୍ଡି ଯିରୁଶାଲମ ବିରୁଦ୍ଧରେ ନିର୍ମାଣ କର। ସେହି ନଗର ପ୍ରତିଫଳ ପାଇବାର ଯୋଗ୍ୟ। ତାହାର ଭିତର ସମ୍ପୂର୍ଣ୍ଣ ଉପଦ୍ରବମୟ।


ତା'ପରେ ରାଜତ୍ୱର ନବମ ବର୍ଷର, ଦଶମ ମାସର ଦଶମ ଦିନରେ, ବାବିଲର ରାଜା ନବୂଖ‌ଦ୍‌ନିତ୍ସର ଓ ତାହାର ସମସ୍ତ ସୈନ୍ୟ ଯିରୁଶାଲମକୁ ଆସିଲେ ଓ ତାହା ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ସେମାନଙ୍କର ଛାଉଣି ସ୍ଥାପନ କଲେ। ସେମାନେ ଏହାର ଚତୁର୍ଦ୍ଦିଗରେ ପ୍ରବେଶ କରି ଅବରୋଧର କାର୍ଯ୍ୟ କଲେ।


ଯୋୟାବ ଏବଂ ତାଙ୍କର ଲୋକମାନେ ଆସିଲେ ଏବଂ ବୈ‌ଥ୍‌ମାଖାସ୍ଥିତ ଆବେଲରେ ତାଙ୍କୁ ରୁଦ୍ଧ କଲେ ଓ ନଗର ନିକଟରେ ଏକ ଢିପି ପ୍ରସ୍ତୁତ କଲେ। ତାହା ଗଡ଼ପାଚେରୀ ପାଖରେ ନିର୍ମିତ ହେଲା, ତହିଁରେ ଯୋୟାବର ସମସ୍ତ ସଙ୍ଗୀଲୋକ ପାଚେରୀ ଭୂମିସାତ୍ କରିବା ପାଇଁ ଭାଙ୍ଗିବାକୁ ଲାଗିଲେ।


ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁ ଯିରୁଶାଲମ ବିଷୟରେ ଏହି କଥା କହନ୍ତି। ‘ଶତ୍ରୁସୈନ୍ୟ ନଗରର ସକଳ ଗୃହ ଓ ଯିହୁଦାର ରାଜଗଣର ସମସ୍ତ ପ୍ରାସାଦ ଭୂମିସାତ୍ କରିବେ। ସେମାନେ ପ୍ରାଚୀର ଉପରେ ଶିଡ଼ି ନିର୍ମାଣ କରି ‌‌ଖ‌ଡ଼୍‌ଗରେ ନଗର ଲୋକଙ୍କ ବିରୁଦ୍ଧରେ ଯୁଦ୍ଧ କରିବେ।


ଏହିରୂପେ ଉତ୍ତର ଦେଶର ରାଜା ଆସିବ ଓ ଗଡ଼ବନ୍ଦୀ କରି ସୁଦୃଢ଼ ନଗର ହସ୍ତଗତ କରିବ। ସେତେବେଳେ ଦକ୍ଷିଣ ଦେଶର ସୈନ୍ୟବାହିନୀ ଓ ମନୋନୀତ ଲୋକମାନେ ତାଙ୍କୁ ପ୍ରତିରୋଧ କରି ପାରିବେ ନାହିଁ। ଏପରିକି ମହାଶକ୍ତିଶାଳୀ ସୈନ୍ୟମାନେ ମଧ୍ୟ ତାଙ୍କୁ ବାଧା ଦେଇ ପାରିବେ ନାହିଁ।


ପୁଣି ତୁମ୍ଭମାନଙ୍କର ସେହି ବିଶେଷ ଉପତ୍ୟକାରେ ସୈନ୍ୟମାନେ ଭେଟିବେ। ସେହି ଉପତ୍ୟକା ରଥରେ ପରିପୂର୍ଣ୍ଣ ହେବ। ଅଶ୍ୱାରୋହୀମାନେ ନଗର ଦ୍ୱାରରେ ସଜ୍ଜିତ ହୋଇ ରହିବେ।


“ବର୍ତ୍ତମାନ ଶତ୍ରୁମାନେ କାଠଗଣ୍ଡି ନିର୍ମାଣ କରି ନଗର ଅବରୋଧ କରିଛନ୍ତି। ସେମାନେ ଯେପରି ଶତ୍ରୁ ନଗରକୁ ପରାସ୍ତ କରି ପାରିବେ ‌‌ଖ‌ଡ଼୍‌ଗ, ଦୁର୍ଭିକ୍ଷ, ମହାମାରୀ ଘଟାଇଲେ ଏବଂ ଏହା ବିରୁଦ୍ଧରେ ଯୁଦ୍ଧ କରୁଥିବା କ‌‌ଲ୍‌‌ଦୀୟମାନଙ୍କୁ ତାହା ହସ୍ତାନ୍ତର କର। ହେ ସଦାପ୍ରଭୁ, ତୁମ୍ଭେ କହିଥିଲ ଏହା ଘଟିବ ଓ ଆଜି ଦେଖ ତାହା ଘଟୁଅଛି।


ମୁଁ ସମ୍ପୂର୍ଣ୍ଣ ରୂପେ ସେହି ସହର ଧ୍ୱଂସ କରିବି। କିନ୍ତୁ ବାବିଲକୁ ଜଣେ ନୂତନ ରାଜା ନ ଆସିବା ପର୍ଯ୍ୟନ୍ତ ତାହା ଘଟିବ ନାହିଁ। ତେଣୁ ନୂତନ ରାଜା ହାତରେ ମୁଁ ଏହାକୁ ଦେବି।”


Swiv nou:

Piblisite


Piblisite