Biblia Todo Logo
Bib sou entènèt

- Piblisite -




ଯିହିଜିକଲ 4:10 - ପବିତ୍ର ବାଇବଲ

10 ତୁମ୍ଭେ ପ୍ରତ୍ୟେକ ଦିନ କୋଡ଼ିଏ ଶେକଲ ଓଜନର ଖାଦ୍ୟ ଭୋଜନ କରିବ। ଦିନସାରା ଏହାକୁ ସମୟ ସମୟରେ ଖାଅ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 ପୁଣି, ତୁମ୍ଭେ ଯେଉଁ ଖାଦ୍ୟ ଭୋଜନ କରିବ, ତାହା ପରିମାଣରେ ଏକ ଏକ ଦିନକୁ କୋଡ଼ିଏ ତୋଳା ଲେଖାଏଁ ହେବ; ତୁମ୍ଭେ ସମୟକୁ ସମୟ ତାହା ଭୋଜନ କରିବ।

Gade chapit la Kopi

ଓଡିଆ ବାଇବେଲ

10 ପୁଣି, ତୁମ୍ଭେ ଯେଉଁ ଖାଦ୍ୟ ଭୋଜନ କରିବ, ତାହା ପରିମାଣରେ ଏକ ଏକ ଦିନକୁ କୋଡ଼ିଏ ଶେକଲ ଲେଖାଏଁ ହେବ; ତୁମ୍ଭେ ସମୟକୁ ସମୟ ତାହା ଭୋଜନ କରିବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ପୁଣି, ତୁମ୍ଭେ ଯେଉଁ ଖାଦ୍ୟ ଭୋଜନ କରିବ, ତାହା ପରିମାଣରେ ଏକ ଏକ ଦିନକୁ କୋଡ଼ିଏ ଶେକଲ ଲେଖାଏଁ ହେବ; ତୁମ୍ଭେ ସମୟକୁ ସମୟ ତାହା ଭୋଜନ କରିବ।

Gade chapit la Kopi




ଯିହିଜିକଲ 4:10
9 Referans Kwoze  

ଯେତେବେଳେ ଆମ୍ଭେ ତୁମ୍ଭମାନଙ୍କର ରୋଟୀ ପଠାଇବା ବନ୍ଦ କରିବା, ଦଶ ଜଣ ସ୍ତ୍ରୀ ଗୋଟିଏ ଚୁଲ୍ଲୀରେ ତୁମ୍ଭମାନଙ୍କର ରୋଟୀ ପାକ କରିବେ ଓ ପୁନର୍ବାର ତୌଲି ତୁମ୍ଭମାନଙ୍କୁ ରୋଟୀ ଦେବେ, ଆଉ ତୁମ୍ଭେମାନେ ତାହା ଭୋଜନ କରିବ, ମାତ୍ର ତୃପ୍ତ ହେବ ନାହିଁ।


ପୁଣି ଏକ ଶେକଲ କୋଡ଼ିଏ ଗେରା ହେବ, ଏକ ମିନା କୋଡ଼ିଏ ଶେକଲ, ପଚିଶ୍ ଶେକଲ, ପନ୍ଦର ଶେକଲ ହେବ।


“ହେ ମନୁଷ୍ୟ ପୁତ୍ର, ଯଦି କୌଣସି ଦେଶ ମୋ'ଠାରେ ଅବିଶ୍ୱସ୍ତ ହୋଇ ମୋ’ ନିକଟରେ ପାପ କରେ, ତେବେ ଏହା ବିରୁଦ୍ଧରେ ମୁଁ ମୋର ହସ୍ତ ବିସ୍ତାର କରିବି ଏବଂ ଏହାର ଖାଦ୍ୟ ଯୋଗାଣ ବନ୍ଦ କରି ଦେବି, ଏହା ବିରୁଦ୍ଧରେ ଦୁର୍ଭିକ୍ଷ ପଠାଇବି, ଏବଂ ଉଭୟ ମନୁଷ୍ୟ ଓ ପଶୁକୁ ଏହିଠାରୁ ଦୂର କରିବି।


ତା'ପରେ ପରମେଶ୍ୱର ମୋତେ କହିଲେ, “ହେ ମନୁଷ୍ୟ ପୁତ୍ର, ଆମ୍ଭେ ଯିରୁଶାଲମକୁ ଖାଦ୍ୟ ଯୋଗାଣ ବନ୍ଦ କରିବା। ସେମାନେ ଉତ୍କଣ୍ଠାରେ ସୀମିତ ପରିମାଣର ଅନ୍ନ ଭୋଜନ କରିବେ ଓ ମହାଭୟରେ ସୀମିତ ପରିମାଣରେ ଜଳପାନ କରିବେ।


ଦେଖ, ମୁଁ ତୁମ୍ଭମାନଙ୍କୁ କହୁଅଛି। ପ୍ରଭୁ, ସର୍ବଶକ୍ତିମାନ ସଦାପ୍ରଭୁ ଯିହୁଦା ଓ ଯିରୁଶାଲମ ଯାହା ଉପରେ ନିର୍ଭର କରନ୍ତି ସେ ସମସ୍ତ ଜିନିଷ କାଢ଼ିନେବେ। ପରମେଶ୍ୱର ସମସ୍ତ ଅନ୍ନ ଓ ଜଳ ଦୂରେଇ ନେବେ।


ଆଉ ମୋର ପିତୃବ୍ୟ ପୁଅ ହନନେଲଠାରୁ ଅନାଥୋତସ୍ଥିତ ସେହି କ୍ଷେତ୍ର କ୍ରୟ କଲି ଓ ତାହାର ମୂଲ୍ୟ ସ୍ୱରୂପ ସତର ଶେକଲ ରୂପା ତୌଲି ତାହାକୁ ଦେଲି।


ଆଉ ତୁମ୍ଭେ ପ୍ରତିଦିନ ପରିମାଣ ଅନୁସାରେ ଏକ ହିନର ଷଷ୍ଠାଂଶ ଜଳପାନ କରିବ। ତୁମ୍ଭେ ସମୟକୁ ସମୟ ତାହା ପାନ କରିବ।


“ହେ ମନୁଷ୍ୟ ପୁତ୍ର, ଉତ୍କଣ୍ଠାରେ ତୁମ୍ଭେ କମ୍ପିତ ହୋଇ ଆପଣା ଆହାର ଭୋଜନ କର, ଆଉ ଥରିଥରି ଓ ଚିନ୍ତିତ ହୋଇ ଆପଣା ଜଳ ପାନ କର।


Swiv nou:

Piblisite


Piblisite