Biblia Todo Logo
Bib sou entènèt

- Piblisite -




ଯିହିଜିକଲ 32:3 - ପବିତ୍ର ବାଇବଲ

3 ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହିଛନ୍ତି, “ମୁଁ ନାନା ଦେଶର ଲୋକମାନଙ୍କୁ ଏକତ୍ରିତ କରି ତୁମ୍ଭ ଉପରେ ମୋର ଜାଲ ପ୍ରସାରଣ କରିବି। ଆଉ ସେମାନେ ଆମ୍ଭ ଜାଲରେ ତୁମ୍ଭକୁ ଉପରକୁ ଆଣିବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି: ଆମ୍ଭେ ଅନେକ ଗୋଷ୍ଠୀର ଏକ ସମାଜ ନେଇ ତୁମ୍ଭ ଉପରେ ଆମ୍ଭ ଜାଲ ପ୍ରସାରିବା ଓ ସେମାନେ ଆମ୍ଭ ଜାଲରେ ତୁମ୍ଭକୁ ଉପରକୁ ଆଣିବେ।

Gade chapit la Kopi

ଓଡିଆ ବାଇବେଲ

3 ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି: “ଆମ୍ଭେ ଅନେକ ଗୋଷ୍ଠୀର ଏକ ସମାଜ ନେଇ ତୁମ୍ଭ ଉପରେ ଆମ୍ଭ ଜାଲ ପ୍ରସାରିବା ଓ ସେମାନେ ଆମ୍ଭ ଜାଲରେ ତୁମ୍ଭକୁ ଉପରକୁ ଆଣିବେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି: ଆମ୍ଭେ ଅନେକ ଗୋଷ୍ଠୀର ଏକ ସମାଜ ନେଇ ତୁମ୍ଭ ଉପରେ ଆମ୍ଭ ଜାଲ ପ୍ରସାରିବା ଓ ସେମାନେ ଆମ୍ଭ ଜାଲରେ ତୁମ୍ଭକୁ ଉପରକୁ ଆଣିବେ।

Gade chapit la Kopi




ଯିହିଜିକଲ 32:3
8 Referans Kwoze  

ସେ ଖସିଯିବା ପାଇଁ ଚେଷ୍ଟା କରିବ, କିନ୍ତୁ ଆମ୍ଭେ ତା’ ପାଇଁ ଆମ୍ଭର ଜାଲ ବିଚ୍ଛାଇବା ଓ ସେ ଫାନ୍ଦରେ ପଡ଼ିଯିବ। ଏବଂ ଆମ୍ଭେ ତାକୁ କ‌‌ଲ୍‌‌‌‌ଦୀୟ ଲୋକମାନଙ୍କର ଦେଶ ବାବିଲକୁ ନେଇଯିବା। ଆଉ ସେ ସେହି ସ୍ଥାନରେ ମରିବ କିନ୍ତୁ ସେ ତାହା ଦେଖି ପାରିବ ନାହିଁ।


ପୁଣି ସଦାପ୍ରଭୁ କହନ୍ତି, “ଆମ୍ଭେ ଅନେକ କେଉଁଟା ଅଣାଇବା,” “ସେମାନେ ମତ୍ସ୍ୟପରି ସେମାନଙ୍କୁ ଧରିବେ। ତା'ପରେ ଆମ୍ଭେ ଅନେକ ବ୍ୟାଧ ଅଣାଇବା। ସେମାନେ ପ୍ରତ୍ୟେକ ପର୍ବତରୁ, ପ୍ରତ୍ୟେକ ଉପପର୍ବତରୁ ଓ ଶୈଳର ଛିଦ୍ରରୁ ସେମାନଙ୍କୁ ଶିକାର କରି ଆଣିବେ।


ସେମାନେ ଯେଉଁ ଯେଉଁ ଦେଶକୁ ସାହାଯ୍ୟ ପାଇଁ ଯିବେ ଆମ୍ଭେ ସେମାନଙ୍କ ଉପରେ ଆମ୍ଭର ଜାଲ ବିଛାଇ ଦେବା ଏବଂ ଆକାଶର ପକ୍ଷୀକୁ ତଳକୁ ଆଣିଲା ପରି ତଳକୁ ଘେନି ଆସିବା। ସେମାନଙ୍କର ଚୁକ୍ତି ପାଇଁ ସେମାନଙ୍କୁ ଦଣ୍ତଦେବା।


ମୁଁ ମୋର ଜାଲ ବିଛାଇବି ଓ ତାକୁ ଫାଶରେ ପକାଇ ବାବିଲକୁ ନେଇଯିବି ଏବଂ ମୁଁ ସେଠାରେ ତା'ର ବିଗ୍ଭର କରିବି। କାରଣ ସେ ମୋ’ ପ୍ରତି ଅବିଶ୍ୱସ୍ତ ଥିଲା।


ସଦାପ୍ରଭୁ ଊର୍ଦ୍ଧ୍ୱରୁ ମୋ’ ଅସ୍ଥିଗୁଡ଼ିକ ମଧ୍ୟରୁ ଅଗ୍ନି ପ୍ରେରଣ କରିଅଛନ୍ତି, ସେ ମୋର ମରଣ ପାଇଁ ଢାଲ ପାତିଛନ୍ତି ଓ ସେଥିରେ ମୋତେ ଗୁଡ଼ାଇ ଦେଇଛନ୍ତି। ସେ ମୋତେ ଅନାଥିନୀ ଓ ଦିନସାରା ଅସୁସ୍ଥା କରିଛନ୍ତି।


କାରଣ ମନୁଷ୍ୟ ତା'ର କ’ଣ ହେବାକୁ ଯାଉଛି ଜାଣେ ନାହିଁ। ଯେପରି ମତ୍ସ୍ୟଗଣ ଅଶୁଭ ଜାଲର ଶିକାର ହୁଅନ୍ତି ଓ ଯେପରି ପକ୍ଷୀଗଣ ଫାନ୍ଦର ଶିକାର ହୁଅନ୍ତି, ଠିକ୍ ସେହିପରି ଲୋକମାନେ ଦୈବଦୁର୍ବିପାକର ଶିକାର ହୁଅନ୍ତି।


ହେ ପରମେଶ୍ୱର, କାହିଁକି ତୁମ୍ଭେ ମୋତେ ପ୍ରହରା ଦେଉଛ? ମୁଁ କ’ଣ ସମୁଦ୍ର ପରି ନା ସାମୁଦ୍ରିକ ରାକ୍ଷସ ପରି?


Swiv nou:

Piblisite


Piblisite