Biblia Todo Logo
Bib sou entènèt

- Piblisite -




ଯିହିଜିକଲ 26:8 - ପବିତ୍ର ବାଇବଲ

8 ସେ କ୍ଷେତ୍ରସ୍ଥିତ ତୁମ୍ଭର କନ୍ୟାଗଣଙ୍କୁ ହତ୍ୟା କରିବ (ଛୋଟ ସହରରେ)। ସେ ତୁମ୍ଭ ବିରୁଦ୍ଧରେ ଅପରାଧ କାର୍ଯ୍ୟ କରିବ। ଏବଂ ସେ ତୁମ୍ଭ ବିରୁଦ୍ଧରେ ବନ୍ଧ ବାନ୍ଧିବ ଓ ତୁମ୍ଭ ବିରୁଦ୍ଧରେ ଢାଲ ଉଠାଇବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

8 ସେ କ୍ଷେତ୍ରସ୍ଥିତ ତୁମ୍ଭର କନ୍ୟାଗଣକୁ ଖଡ଼୍‍ଗରେ ବଧ କରିବ; ଆଉ, ସେ ତୁମ୍ଭ ବିରୁଦ୍ଧରେ ଦୁର୍ଗ ନିର୍ମାଣ କରିବ ଓ ତୁମ୍ଭ ବିରୁଦ୍ଧରେ ବନ୍ଧ ବାନ୍ଧିବ ଓ ତୁମ୍ଭ ବିରୁଦ୍ଧରେ ଢାଲ ଉଠାଇବ।

Gade chapit la Kopi

ଓଡିଆ ବାଇବେଲ

8 ସେ କ୍ଷେତ୍ରସ୍ଥିତ ତୁମ୍ଭର କନ୍ୟାଗଣକୁ ଖଡ୍ଗରେ ବଧ କରିବ; ଆଉ, ସେ ତୁମ୍ଭ ବିରୁଦ୍ଧରେ ଦୁର୍ଗ ନିର୍ମାଣ କରିବ, ତୁମ୍ଭ ବିରୁଦ୍ଧରେ ବନ୍ଧ ବାନ୍ଧିବ ଓ ତୁମ୍ଭ ବିରୁଦ୍ଧରେ ଢାଲ ଉଠାଇବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ସେ କ୍ଷେତ୍ରସ୍ଥିତ ତୁମ୍ଭର କନ୍ୟାଗଣକୁ ଖଡ୍ଗରେ ବଧ କରିବ; ଆଉ, ସେ ତୁମ୍ଭ ବିରୁଦ୍ଧରେ ଦୁର୍ଗ ନିର୍ମାଣ କରିବ, ତୁମ୍ଭ ବିରୁଦ୍ଧରେ ବନ୍ଧ ବାନ୍ଧିବ ଓ ତୁମ୍ଭ ବିରୁଦ୍ଧରେ ଢାଲ ଉଠାଇବ।

Gade chapit la Kopi




ଯିହିଜିକଲ 26:8
9 Referans Kwoze  

“ଗୁଲିବାଣ୍ଟ ଯାହାକି ସେ ତା'ର ଦକ୍ଷିଣ ହସ୍ତରେ ଉଠାଇଲା, ତାହା ଯିରୁଶାଲମର ହେବ। ଯେଉଁଠାରେ ସେ ନଷ୍ଟକାରୀ କାଠ ଗଣ୍ଡିକୁ ଏବଂ ହତ୍ୟା କରିବାକୁ ଆଜ୍ଞା ଦେବ, ଯୁଦ୍ଧ ପାଇଁ ସେ ଡାକରା ଦେବ, ଫାଟକ ବିରୁଦ୍ଧରେ ନଷ୍ଟକାରୀ କାଠଗଣ୍ଡିକୁ ଖଞ୍ଜିବ। ତା'ପରେ ସେ ସହର ଚତୁର୍ପାର୍ଶ୍ୱରେ ପ୍ରାଚୀର ନିର୍ମାଣ କରିବ।


ତା'ପରେ ରାଜତ୍ୱର ନବମ ବର୍ଷର, ଦଶମ ମାସର ଦଶମ ଦିନରେ, ବାବିଲର ରାଜା ନବୂଖ‌ଦ୍‌ନିତ୍ସର ଓ ତାହାର ସମସ୍ତ ସୈନ୍ୟ ଯିରୁଶାଲମକୁ ଆସିଲେ ଓ ତାହା ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ସେମାନଙ୍କର ଛାଉଣି ସ୍ଥାପନ କଲେ। ସେମାନେ ଏହାର ଚତୁର୍ଦ୍ଦିଗରେ ପ୍ରବେଶ କରି ଅବରୋଧର କାର୍ଯ୍ୟ କଲେ।


“ବର୍ତ୍ତମାନ ଶତ୍ରୁମାନେ କାଠଗଣ୍ଡି ନିର୍ମାଣ କରି ନଗର ଅବରୋଧ କରିଛନ୍ତି। ସେମାନେ ଯେପରି ଶତ୍ରୁ ନଗରକୁ ପରାସ୍ତ କରି ପାରିବେ ‌‌ଖ‌ଡ଼୍‌ଗ, ଦୁର୍ଭିକ୍ଷ, ମହାମାରୀ ଘଟାଇଲେ ଏବଂ ଏହା ବିରୁଦ୍ଧରେ ଯୁଦ୍ଧ କରୁଥିବା କ‌‌ଲ୍‌‌ଦୀୟମାନଙ୍କୁ ତାହା ହସ୍ତାନ୍ତର କର। ହେ ସଦାପ୍ରଭୁ, ତୁମ୍ଭେ କହିଥିଲ ଏହା ଘଟିବ ଓ ଆଜି ଦେଖ ତାହା ଘଟୁଅଛି।


କାରଣ ସୈନ୍ୟାଧିପତି ସଦାପ୍ରଭୁ ଏହା କହନ୍ତି, “ବୃକ୍ଷସବୁ କାଟ ଏବଂ ରାସ୍ତାରୋଧକ କାଠଗଣ୍ଡି ଯିରୁଶାଲମ ବିରୁଦ୍ଧରେ ନିର୍ମାଣ କର। ସେହି ନଗର ପ୍ରତିଫଳ ପାଇବାର ଯୋଗ୍ୟ। ତାହାର ଭିତର ସମ୍ପୂର୍ଣ୍ଣ ଉପଦ୍ରବମୟ।


ଯୋୟାବ ଏବଂ ତାଙ୍କର ଲୋକମାନେ ଆସିଲେ ଏବଂ ବୈ‌ଥ୍‌ମାଖାସ୍ଥିତ ଆବେଲରେ ତାଙ୍କୁ ରୁଦ୍ଧ କଲେ ଓ ନଗର ନିକଟରେ ଏକ ଢିପି ପ୍ରସ୍ତୁତ କଲେ। ତାହା ଗଡ଼ପାଚେରୀ ପାଖରେ ନିର୍ମିତ ହେଲା, ତହିଁରେ ଯୋୟାବର ସମସ୍ତ ସଙ୍ଗୀଲୋକ ପାଚେରୀ ଭୂମିସାତ୍ କରିବା ପାଇଁ ଭାଙ୍ଗିବାକୁ ଲାଗିଲେ।


ତୁମ୍ଭ ସକାଶେ ଏପରି ସମୟ ଆସୁଛି। ଯେତେବେଳେ କି ତୁମ୍ଭର ଶତ୍ରୁମାନେ ତୁମ୍ଭ ଗ୍ଭରିପଟେ ଗୋଟିଏ ପାଚେରୀ ତିଆରି କରିଦେବେ। ତୁମ୍ଭ ଶତ୍ରୁମାନେ ତୁମ୍ଭକୁ ଫେରିଯାଇ ଅବରୋଧ କରିବେ।


ପୁଣି କ୍ଷେତ୍ରସ୍ଥିତ ତାହାର କନ୍ୟାଗଣ ‌‌ଖ‌ଡ଼୍‌ଗରେ ନିହତ ହେବେ। ତାହାହେଲେ ମୁଁ ଯେ ସଦାପ୍ରଭୁ ଅଟେ, ଏହା ସେମାନେ ଜାଣିବେ।”


ଏବଂ ସେ ତୁମ୍ଭ ପ୍ରାଚୀରଗୁଡ଼ିକୁ ଭାଙ୍ଗିବା ପାଇଁ ବଡ଼ କାଠଗଣ୍ଡି ବ୍ୟବହାର କରିବ। ଓ ତାଙ୍କର ଶକ୍ତିଶାଳୀ ଅସ୍ତ୍ରଗୁଡ଼ିକ ଦ୍ୱାରା ସେ ତୁମ୍ଭର ଗଡ଼ସବୁ ଭାଙ୍ଗି ପକାଇବ।


“ବାବିଲ ସୈନ୍ୟମାନେ ଅନ୍ୟ ଦେଶର ରାଜାମାନଙ୍କୁ ଉପହାସ କରିବେ। ବିଦେଶୀ ଶାସକମାନେ ସେମାନଙ୍କ ପାଇଁ ଉପହାସର ପାତ୍ର ହେବେ। ସେମାନେ ସୁଦୃଢ଼ ଉଚ୍ଚ ପ୍ରାଚୀର ବିଶିଷ୍ଟ ନଗରକୁ ଦେଖି ହସିବେ। ସେମାନେ ତ୍ରିଭୁଜାକାର ଚଟାଣ ତିଆରି କରିବେ ଏବଂ ସେହିସବୁ ନଗରକୁ କରାୟତ କରିବେ।


Swiv nou:

Piblisite


Piblisite