Biblia Todo Logo
Bib sou entènèt

- Piblisite -




ଯିହିଜିକଲ 26:6 - ପବିତ୍ର ବାଇବଲ

6 ପୁଣି କ୍ଷେତ୍ରସ୍ଥିତ ତାହାର କନ୍ୟାଗଣ ‌‌ଖ‌ଡ଼୍‌ଗରେ ନିହତ ହେବେ। ତାହାହେଲେ ମୁଁ ଯେ ସଦାପ୍ରଭୁ ଅଟେ, ଏହା ସେମାନେ ଜାଣିବେ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

6 ପୁଣି, କ୍ଷେତ୍ରସ୍ଥିତ ତାହାର କନ୍ୟାଗଣ ଖଡ଼୍‍ଗରେ ହତ ହେବେ; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ।

Gade chapit la Kopi

ଓଡିଆ ବାଇବେଲ

6 ପୁଣି, କ୍ଷେତ୍ରସ୍ଥିତ ତାହାର କନ୍ୟାଗଣ ଖଡ୍ଗରେ ହତ ହେବେ; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 ପୁଣି, କ୍ଷେତ୍ରସ୍ଥିତ ତାହାର କନ୍ୟାଗଣ ଖଡ୍ଗରେ ହତ ହେବେ; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ।

Gade chapit la Kopi




ଯିହିଜିକଲ 26:6
10 Referans Kwoze  

ସେ କ୍ଷେତ୍ରସ୍ଥିତ ତୁମ୍ଭର କନ୍ୟାଗଣଙ୍କୁ ହତ୍ୟା କରିବ (ଛୋଟ ସହରରେ)। ସେ ତୁମ୍ଭ ବିରୁଦ୍ଧରେ ଅପରାଧ କାର୍ଯ୍ୟ କରିବ। ଏବଂ ସେ ତୁମ୍ଭ ବିରୁଦ୍ଧରେ ବନ୍ଧ ବାନ୍ଧିବ ଓ ତୁମ୍ଭ ବିରୁଦ୍ଧରେ ଢାଲ ଉଠାଇବ।


ଏବଂ ତୁମ୍ଭର ବଡ଼ ଭଉଣୀ ଶମରିୟା, ସେ ଆପଣା କନ୍ୟାଗଣ ସହିତ ତୁମ୍ଭର ବାମ ଦିଗରେ ବାସ କରେ। ଏବଂ ସଦୋମ ତୁମ୍ଭର ସାନ ଭଉଣୀ, ସେ ଓ ତାହାର କନ୍ୟାଗଣ ତୁମ୍ଭର ଦକ୍ଷିଣ ଦିଗରେ ବାସ କରନ୍ତି।


ମୋର କ୍ରୋଧଦ୍ୱାରା ସେମାନଙ୍କୁ ଦଣ୍ଡିତ କରି ମୁଁ ସେମାନଙ୍କ ବିରୁଦ୍ଧରେ କଠୋର ପ୍ରତିଶୋଧ ନେବି ଏବଂ ସେମାନେ ଜାଣିବେ ଯେ, ମୁଁ ସଦାପ୍ରଭୁ ସେମାନଙ୍କ ଉପରେ ପ୍ରତିଶୋଧ ନେଲି।”


ପୁଣି ମୁଁ ମୋର ଲୋକ ଇସ୍ରାଏଲୀୟମାନଙ୍କ ଦ୍ୱାରା ଇଦୋମ ଉପରେ ପ୍ରତିଶୋଧ ନେବି। ତେଣୁ ସେମାନେ ଇଦୋମ ଉପରେ ମୋର କ୍ରୋଧ ଓ ମୋର କୋପ ଅନୁସାରେ ପ୍ରତିଶୋଧ ନେବି। ସେତେବେଳେ ସେମାନେ ଆମ୍ଭ ଦତ୍ତ ପ୍ରତିଶୋଧ ବିଷୟରେ ଜାଣିବେ।” ସଦାପ୍ରଭୁ, ମୋର ପ୍ରଭୁ ଏହା କହନ୍ତି।


ତେଣୁ ମୁଁ ମୋୟାବକୁ ଦଣ୍ଡ ଦେବି। ତହୁଁ ସେମାନେ ଜାଣିବବେ ଯେ ମୁଁ ସଦାପ୍ରଭୁ ଅଟେ।”


ଏଣୁ ମୁଁ ତୁମ୍ଭ ବିରୁଦ୍ଧରେ ହସ୍ତ ବିସ୍ତାର କରିଅଛି। ଲୁଣ୍ଠିତ ଦ୍ରବ୍ୟ ରୂପେ ଅନ୍ୟ ଦେଶୀୟମାନଙ୍କ ହସ୍ତରେ ତୁମ୍ଭକୁ ହସ୍ତାନ୍ତର କରିବି। ମୁଁ ଅନ୍ୟ ଲୋକମାନଙ୍କ ମଧ୍ୟରୁ ତୁମ୍ଭକୁ ପୃଥକ କରିବି ଓ ଦେଶର ମାନଚିତ୍ରରୁ ମୁଁ ତୁମ୍ଭକୁ ପୋଛି ଦେବି। ଆଉ ମୁଁ ତୁମ୍ଭକୁ ଧ୍ୱଂସ କରିବି। ତେଣୁ ଏହା ତୁମ୍ଭେ ଜାଣିବ ଯେ, ମୁଁ ସଦାପ୍ରଭୁ ଅଟେ।’”


“‘ଆଉ ମୁଁ ରବ୍ବାକୁ ଓଟମାନଙ୍କର ଗ୍ଭରଣଭୂମି କରିବି ଓ ଅମ୍ମୋନ ଲୋକମାନଙ୍କୁ ଦେଶକୁ ମେଷାଦି ପଲର ଶୟନ ସ୍ଥାନ କରିବି। ତାହାହେଲେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେମାନେ ଜାଣିବ।


ମୋର ସଦାପ୍ରଭୁ କହନ୍ତି, ମୁଁ ଜୀବିତ ଅଛି ଏବଂ ମୋର ଜୀବନର ପ୍ରତିଜ୍ଞା କରି କହୁଅଛି, ତୁମ୍ଭର ଭଉଣୀ ସଦୋମ ଓ ତାହାର କନ୍ୟାଗଣ ତୁମ୍ଭପରି ଓ ତୁମ୍ଭ କନ୍ୟାଗଣ ପରି କୁକର୍ମ କରି ନାହାନ୍ତି।”


ଆଉ ସଦାପ୍ରଭୁ କହନ୍ତି, “ସମୟ ଆସିବ ଯେତେବେଳେ ଅମ୍ମୋନର ରବ୍ବା ନଗର ବିରୁଦ୍ଧରେ ଯୁଦ୍ଧର ଧ୍ୱନି ଶୁଣାଯିବ। ରବ୍ବା ଧ୍ୱଂସ ପାଇବ ଓ ତାହା ଏକ ଜନଶୂନ୍ୟ ଢିପି ହେବ। ତା'ର ଚତୁର୍ଦ୍ଦିଗସ୍ଥ ନଗରଗୁଡ଼ିକ ଅଗ୍ନିରେ ଦ‌ଗ୍‌ଧିଭୂତ ହେବ। ଯେଉଁମାନେ ଇସ୍ରାଏଲ ଉପରେ ଅଧିକାର କରିଥିଲେ, ଇସ୍ରାଏଲ ସେମାନଙ୍କ ଉପରେ ଅଧିକାର କରିବ।” ଏହା ସଦାପ୍ରଭୁ କହନ୍ତି।


ପରମେଶ୍ୱର କହିଲେ, “ମୁଁ ସଦୋମ ଓ ତାହାର ଚତୁର୍ଦ୍ଦିଗସ୍ଥ କନ୍ୟାଗଣକୁ ଓ ଶମରିୟା ଏବଂ ତାହାର ଚତୁର୍ଦ୍ଦିଗସ୍ଥ କନ୍ୟାଗଣଙ୍କୁ ବିନାଶ କରିବି। ଯିରୁଶାଲମ ମଧ୍ୟ ଧ୍ୱଂସ ହେବ। କିନ୍ତୁ ମୁଁ ସେହି ସମଗ୍ର ନଗର ଓ ଯିରୁଶାଲମକୁ ପୁନର୍ବାର ନିର୍ମାଣ କରିବି।


Swiv nou:

Piblisite


Piblisite