Biblia Todo Logo
Bib sou entènèt

- Piblisite -




ଯିହିଜିକଲ 26:2 - ପବିତ୍ର ବାଇବଲ

2 “ହେ ମନୁଷ୍ୟ ପୁତ୍ର, କାରଣ ସୋର ଯିରୁଶାଲମର ଦୁର୍ଭାଗ୍ୟ ସମୟରେ ଏହା କହି ପରିହାସ କରିଛି, କହିଛି: ‘ଜୟଧ୍ୱନିରେ ଦେଶର ଫାଟକ ଭାଙ୍ଗି ଗଲା ଏବଂ ମୋ’ ପାଇଁ ଖୋଲି ଗଲା। ବର୍ତ୍ତମାନ ମୁଁ ଉନ୍ନତି କରିବି।’”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 ହେ ମନୁଷ୍ୟ-ସନ୍ତାନ, ଯିରୂଶାଲମ ବିରୁଦ୍ଧରେ ସୋର କହିଅଛି, ଭଲ ହେଲା, ଭଲ ହେଲା, ଯେ ଗୋଷ୍ଠୀୟ-ମାନଙ୍କର ନଗର-ଦ୍ଵାର ସ୍ଵରୂପ ଥିଲା, ସେ ଭଗ୍ନ ହୋଇ ଯାଇଅଛି; ସେ ଆମ୍ଭ ଆଡ଼େ ଫେରିଅଛି; ସେ ଏବେ ଶୂନ୍ୟ ହେବାରୁ ଆମ୍ଭେ ପରିପୂର୍ଣ୍ଣ ହେବା;

Gade chapit la Kopi

ଓଡିଆ ବାଇବେଲ

2 “ହେ ମନୁଷ୍ୟ-ସନ୍ତାନ, ଯିରୂଶାଲମ ବିରୁଦ୍ଧରେ ସୋର ସହର କହିଅଛି, ଭଲ ହେଲା, ଭଲ ହେଲା, ଯେ ଗୋଷ୍ଠୀୟମାନଙ୍କର ନଗର-ଦ୍ୱାର ସ୍ୱରୂପ ଥିଲା, ସେ ଭଗ୍ନ ହୋଇ ଯାଇଅଛି; ସେ ଆମ୍ଭ ପ୍ରତି ଫେରିଅଛି; ସେ ଏବେ ଶୂନ୍ୟ ହେବାରୁ ଆମ୍ଭେ ପରିପୂର୍ଣ୍ଣ ହେବା;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 “ହେ ମନୁଷ୍ୟ-ସନ୍ତାନ, ଯିରୂଶାଲମ ବିରୁଦ୍ଧରେ ସୋର ସହର କହିଅଛି, ‘ଭଲ ହେଲା, ଭଲ ହେଲା, ଯେ ଗୋଷ୍ଠୀୟମାନଙ୍କର ନଗର-ଦ୍ୱାର ସ୍ୱରୂପ ଥିଲା, ସେ ଭଗ୍ନ ହୋଇ ଯାଇଅଛି; ସେ ଆମ୍ଭ ପ୍ରତି ଫେରିଅଛି; ସେ ଏବେ ଶୂନ୍ୟ ହେବାରୁ ଆମ୍ଭେ ପରିପୂର୍ଣ୍ଣ ହେବା;’

Gade chapit la Kopi




ଯିହିଜିକଲ 26:2
27 Referans Kwoze  

“ଏପରିକି, ହେ ସୋର, ସୀଦୋନ ଓ ପଲେଷ୍ଟୀୟର ସକଳ ଅଞ୍ଚଳ, ତୁମ୍ଭେମାନେ ଆମ୍ଭ ପ୍ରତି କିଛି ନୁହଁ। ଆମ୍ଭେ କିଛି କଲେ ତୁମ୍ଭେମାନେ ଆମ୍ଭଙ୍କୁ ଦଣ୍ତ ଦେଇ ପାରିବ କି? କିନ୍ତୁ ଆମ୍ଭେ ଖୁବ୍ ଶୀଘ୍ର ତୁମ୍ଭମାନଙ୍କୁ ଦଣ୍ତ ଦେବା।


ପ୍ରଭୁ ସଦାପ୍ରଭୁ ଏହି କଥା କହିଛନ୍ତି। ‘ଶତ୍ରୁଗଣ ତୁମ୍ଭ ବିଷୟରେ କହିଅଛନ୍ତି, ଭଲ ହେଲା, ଭଲ ହେଲା। ସେହି ପ୍ରାଚୀନ ଉଚ୍ଚସ୍ଥଳୀଗୁଡ଼ିକ ଆମ୍ଭମାନଙ୍କର ଅଧିକୃତ ହେଲା।’


ଆଉ ସୋରର ସମସ୍ତ ରାଜାଙ୍କୁ, ସୀଦୋନର ସମସ୍ତ ରାଜାଙ୍କୁ ଓ ସମୁଦ୍ରପାରସ୍ଥ ଦ୍ୱୀପର ସମସ୍ତ ରାଜାଙ୍କୁ ତାହା ପାନ କରାଇଲି।


ମୁଁ ସେହି ନଗରଗୁଡ଼ିକୁ ପୂର୍ବଦେଶୀୟ ଲୋକମାନଙ୍କୁ ହସ୍ତାନ୍ତର କରିବି। ଯେଉଁମାନେ ଅମ୍ମୋନୀୟମାନଙ୍କୁ ଅତିକ୍ରମ କରିବେ। ତେଣୁକରି ଅମ୍ମୋନୀୟମାନେ ଏକ ଗୋଷ୍ଠୀ ବୋଲି ଆଉ ସ୍ମରଣ କରାଯିବ ନାହିଁ।


କାରଣ ସଦାପ୍ରଭୁ ଏହି କଥା କହିଛନ୍ତି, ତୁମ୍ଭେ ଇସ୍ରାଏଲ ଦେଶର ଦୁର୍ଭାଗ୍ୟ ସମୟରେ କରତାଳି ଦେଇଅଛ, ପଦାଘାତ କରିଅଛ ଏବଂ ଇସ୍ରାଏଲକୁ ଘୃଣାକରି ଆନନ୍ଦ ଅନୁଭବ କରିଅଛ।


ଏହା କିପରି ଯେ, ସେ ଏକାକୀ ନ ଜାଣି ବସିଛନ୍ତି, ଏକଦା ସେହି ସହର ଲୋକପୂର୍ଣ୍ଣ ଥିଲା, ଯିରୁଶାଲମ ପୃଥିବୀର ମହାନ ନଗରୀମାନଙ୍କ ମଧ୍ୟରେ ଅନ୍ୟତମ ଥିଲା, କିନ୍ତୁ ବର୍ତ୍ତମାନ ବିଧବା ତୁଲ୍ୟ ଅଛି। ସେ ଯିଏ କି ଜଣେ ରାଜକୁମାରୀ ପରି ଥିଲା, ବର୍ତ୍ତମାନ ସେ କିପରି କରଦାୟୀନୀ ଦାସୀପରି ହୋଇଅଛି।


ଅମ୍ମୋନ ସନ୍ତାନଗଣ ବିଷୟରେ ସଦାପ୍ରଭୁ ଏହି କଥା କହନ୍ତି, “ହେ ଅମ୍ମୋନୀୟ ସନ୍ତାନଗଣ, ତୁମ୍ଭେମାନେ କ’ଣ ଭାବୁଛ ଇସ୍ରାଏଲର ପୁତ୍ର ନାହିଁ? ତାହାର ଉତ୍ତରାଧିକାରୀ କ’ଣ କେହି ନାହାନ୍ତି? ତେବେ ମି‌‌ଲ୍‌‌କମ୍ କାହିଁକି ଗା‌ଦ୍‌ର ଭୂମି ଅଧିକାର କରୁଅଛି ଓ ତାହାର ଲୋକମାନେ ତହିଁରେ ନଗର ସମୂହରେ ବାସ କରୁଅଛନ୍ତି?”


ଏହା ସମସ୍ତ ପଲେଷ୍ଟୀୟମାନଙ୍କର ଧ୍ୱଂସର ସମୟ, ସୋର ଓ ସୀଦୋନର ସହକାରୀ ପ୍ରତ୍ୟେକ ଅବଶିଷ୍ଟ ଲୋକଙ୍କୁ ଉଚ୍ଛିନ୍ନ କରିବାର ସମୟ ଆସୁଅଛି। ଯେହେତୁ ସଦାପ୍ରଭୁ ପଲେଷ୍ଟୀୟମାନଙ୍କର ଓ କପ୍ତୋର ଦ୍ୱୀପର ଅବଶିଷ୍ଟ ଲୋକଙ୍କର ସର୍ବସ୍ୱ ହରଣ କରିବେ।


ପୁଣି ଯିହୁଦାର ରାଜା ସିଦିକିୟଙ୍କୁ ଦେଖା କରିବାକୁ ଯିରୁଶାଲମକୁ ଆସିଥିବା ଦୂତମାନଙ୍କ ହସ୍ତରେ ଅନ୍ୟ ଯୁଆଳିଗୁଡ଼ିକୁ ଇଦୋମ, ମୋୟାବ, ଅମ୍ମୋନ, ସୋର ଓ ସୀଦୋନର ରାଜାମାନଙ୍କ ନିକଟକୁ ପଠାଅ।


ଲୋକମାନେ ମୋତେ ପରିହାସ କରନ୍ତି। ସେମାନେ ସେମାନଙ୍କର ଲଜ୍ଜାର କାରଣ ପାଇଁ ଆସିପାରନ୍ତି।


ସେହି ଦୁଷ୍ଟ ଲୋକମାନେ ମୋତେ ପରିହାସ କରିଛନ୍ତି। ସେମାନେ କଥାବାର୍ତ୍ତା କରିବାକୁ ବେଶି ଲଜ୍ଜିତ।


ମୋର ଶତ୍ରୁମାନେ ମୋ’ ବିରୁଦ୍ଧରେ ମନ୍ଦ କଥାମାନ କହନ୍ତି। ସେମାନେ ମିଛରେ କହନ୍ତି, “ଆମ୍ଭେ ଜାଣୁ ତୁମ୍ଭେ କ’ଣ କରୁଛ।”


ସୋରର ରାଜା ହୀରମ୍ ଦାଉଦଙ୍କ ନିକଟକୁ ଦୂତଗଣ ପଠାଇଲେ। ହୀରମ୍ ମଧ୍ୟ ଏରସ କାଠ, ବଢ଼ାଇ ଓ ରାଜମିସ୍ତ୍ରୀମାନଙ୍କୁ ପଠାଇଲେ। ସେମାନେ ଦାଉଦଙ୍କ ପାଇଁ ଏକ ଘର ତିଆରି କଲେ।


ଏହା ପରେ ଏହାର ସୀମା ଦକ୍ଷିଣରେ ରାମା ଓ ସୋର ନାମକ ଏକ ପ୍ରାଚୀରବେଷ୍ଟିତ ନଗରକୁ ଲାଗିଥିଲା। ଏହିଠାରୁ ସେ ସୀମା ହୋଷାକୁ ଲାଗିଥିଲା। ଏହାର ସୀମା ଅକଷୀବ୍ ନିକଟସ୍ଥ ସମୁଦ୍ର ପର୍ଯ୍ୟନ୍ତ ଥିଲା।


ତୁମ୍ଭେମାନେ ଅଗ୍ରସର ହୁଅ, ନଗରଦ୍ୱାର ମଧ୍ୟଦେଇ ଆଗେଇ ଆସ। ଲୋକମାନଙ୍କ ପାଇଁ ପଥ ପ୍ରସ୍ତୁତ କର। ରାଜପଥ ଉଚ୍ଚକର। ପଥରୁ ପଥରଗୁଡ଼ିକୁ ବାହାର କରିଦିଅ ଓ ଗୋଷ୍ଠୀ ସମୂହଙ୍କ ପାଇଁ ଏକ ଧ୍ୱଜା ଉଡ଼ାଅ।


ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “ମୋୟାବ ଓ ସେୟୀର କହୁଅଛନ୍ତି, ‘ଦେଖ ଯିହୁଦା ପରିବାର ଅନ୍ୟ ସକଳ ଜାତିମାନଙ୍କ ତୁଲ୍ୟ।’


ଅନନ୍ତର ଏକାଦଶ ବର୍ଷର ମାସର ପ୍ରଥମ ଦିନରେ ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ,


କାରଣ ତୁମ୍ଭେ କହିଲ, “ଏହି ଦୁଇ ଜାତି ଏବଂ ଏହି ଦୁଇ ଦେଶ ଇସ୍ରାଏଲ ଓ ଯିହୁଦା ମୋର ହେବେ, ମୁଁ ସେମାନଙ୍କୁ ଅଧିକାର ଦେବି,” ଏପରିକି ଯଦିଓ ସେଠାରେ ସଦାପ୍ରଭୁ ବାସ କରନ୍ତି।


କିନ୍ତୁ ଯେଉଁ ଲୋକମାନେ ତୁମ୍ଭ ନିକଟକୁ ଆସନ୍ତି, ସେମାନେ ଖୁସୀ ଓ ଆନନ୍ଦିତ ହୁଅନ୍ତି। ସେମାନଙ୍କର ତୁମ୍ଭର ସେବାରେ ହିଁ ଆନନ୍ଦ କରନ୍ତି। ତେଣୁ ସେମାନେ ସର୍ବଦା ତୁମ୍ଭକୁ କୁହନ୍ତି, “ସଦାପ୍ରଭୁ ମହାନ।”


Swiv nou:

Piblisite


Piblisite