Biblia Todo Logo
Bib sou entènèt

- Piblisite -




ଯିହିଜିକଲ 26:12 - ପବିତ୍ର ବାଇବଲ

12 ପୁଣି ସେମାନେ ତୁମ୍ଭର ସମ୍ପଦସବୁ ଲୁଟି ନେବେ ଓ ତୁମ୍ଭର ବାଣିଜ୍ୟ ଦ୍ରବ୍ୟ ହରଣ କରିବେ। ଆଉ ମଧ୍ୟ ସେମାନେ ତୁମ୍ଭର ପ୍ରାଚୀର ଭାଙ୍ଗି ପକାଇବେ ଓ ତୁମ୍ଭର ରମଣୀୟ ଗୃହଗୁଡ଼ିକୁ ଧ୍ୱଂସ କରିବେ। ପୁଣି ସେମାନେ ତୁମ୍ଭର ପ୍ରସ୍ତର କାଷ୍ଠ ଓ ଧୂଳିସବୁ ନେଇ ସମୁଦ୍ର ଜଳରେ ନିକ୍ଷେପ କରିବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

12 ପୁଣି, ସେମାନେ ତୁମ୍ଭ ସମ୍ପତ୍ତିସବୁ ଲୁଟି ନେବେ ଓ ତୁମ୍ଭର ବାଣିଜ୍ୟ ଦ୍ରବ୍ୟ ହରଣ କରିବେ; ଆଉ, ସେମାନେ ତୁମ୍ଭର ପ୍ରାଚୀର ଭାଙ୍ଗି ପକାଇବେ ଓ ତୁମ୍ଭର ମନୋରମ ଗୃହସବୁ ଧ୍ଵଂସ କରିବେ; ଆଉ, ସେମାନେ ତୁମ୍ଭର ପ୍ରସ୍ତର, କାଷ୍ଠ ଓ ଧୂଳିସବୁ ଜଳରେ ନିକ୍ଷେପ କରିବେ।

Gade chapit la Kopi

ଓଡିଆ ବାଇବେଲ

12 ପୁଣି, ସେମାନେ ତୁମ୍ଭ ସମ୍ପତ୍ତିସବୁ ଲୁଟି ନେବେ ଓ ତୁମ୍ଭର ବାଣିଜ୍ୟ ଦ୍ରବ୍ୟ ହରଣ କରିବେ; ଆଉ, ସେମାନେ ତୁମ୍ଭର ପ୍ରାଚୀର ଭାଙ୍ଗି ପକାଇବେ ଓ ତୁମ୍ଭର ମନୋରମ ଗୃହସବୁ ଧ୍ୱଂସ କରିବେ; ଆଉ, ସେମାନେ ତୁମ୍ଭର ପ୍ରସ୍ତର, କାଷ୍ଠ ଓ ଧୂଳିସବୁ ଜଳରେ ନିକ୍ଷେପ କରିବେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ପୁଣି, ସେମାନେ ତୁମ୍ଭ ସମ୍ପତ୍ତିସବୁ ଲୁଟି ନେବେ ଓ ତୁମ୍ଭର ବାଣିଜ୍ୟ ଦ୍ରବ୍ୟ ହରଣ କରିବେ; ଆଉ, ସେମାନେ ତୁମ୍ଭର ପ୍ରାଚୀର ଭାଙ୍ଗି ପକାଇବେ ଓ ତୁମ୍ଭର ମନୋରମ ଗୃହସବୁ ଧ୍ୱଂସ କରିବେ; ଆଉ, ସେମାନେ ତୁମ୍ଭର ପ୍ରସ୍ତର, କାଷ୍ଠ ଓ ଧୂଳିସବୁ ଜଳରେ ନିକ୍ଷେପ କରିବେ।

Gade chapit la Kopi




ଯିହିଜିକଲ 26:12
19 Referans Kwoze  

ସୋର ନଗର ବହୁ ପ୍ରାଚୀନ ବ୍ୟକ୍ତି ଜନ୍ମ ଦେଇଛି। ସେଠିକାର ବଣିକଗଣ ରାଜ ତୁଲ୍ୟ। ତା'ର ଲୋକ ଯେ କି କିଣା ବିକା କରନ୍ତି, ସେମାନେ ସବୁ ସ୍ଥାନରେ ସମ୍ମାନ ଲାଭ କରନ୍ତି। ସେମାନେ ପୃଥିବୀର ସମ୍ଭ୍ରାନ୍ତ ମହାଜନ। ତେଣୁ ତାଙ୍କ ବିପକ୍ଷରେ କିଏ ମନ୍ତ୍ରଣା କରିଅଛି?


ତୁମ୍ଭେମାନେ ଦରିଦ୍ରମାନଙ୍କଠାରୁ ଅସାଧୁ ଉପାୟରେ କର ନେଉଅଛ ଏବଂ ସେମାନଙ୍କର ଗହମ ବଳପୂର୍ବକ ନେଉଅଛ। ତୁମ୍ଭେମାନେ କାରୁକାର୍ଯ୍ୟ ପଥରରେ ସୁନ୍ଦର ଘର ନିର୍ମାଣ କରିଛ, କିନ୍ତୁ ତୁମ୍ଭେମାନେ ସେହି ଘରେ ରହିପାରିବ ନାହିଁ। ତୁମ୍ଭେମାନେ ସୁନ୍ଦର ଦ୍ରାକ୍ଷାଗଛ କ୍ଷେତ୍ରରେ ଲଗାଇଛ କିନ୍ତୁ ସେ ଦ୍ରାକ୍ଷାରସ ପାନ କରି ପାରିବ ନାହିଁ।


ହିଜକିୟ ଅନେକ ଧନସମ୍ପଦ ଓ ସମ୍ମାନ ଲାଭ କଲେ। ସେ ରୂପା, ସୁନା, ବହୁମୂଲ୍ୟ ମଣିମୁକ୍ତା, ମସଲା, ଢାଲ ଓ ସମସ୍ତ ପ୍ରକାର ଦ୍ରବ୍ୟ ରଖିବା ନିମନ୍ତେ ସ୍ଥାନସବୁ ନିର୍ମାଣ କଲେ।


ସେଥିପାଇଁ ସେମାନଙ୍କୁ ସମଗ୍ର ଦେଶମାନଙ୍କରେ ଛିନ୍ନଭିନ୍ନ କଲି, ଯେଉଁଠାକୁ ସେମାନେ କେବେ ଯାଇ ନାହାନ୍ତି। ସେହି ଦେଶ ବିନା କାର୍ଯ୍ୟକଳାପରେ ଏକ ଉଚ୍ଛିନ୍ନ ଦେଶରେ ପରିଣତ ହେଲା। ସେମାନେ ଏକ ଆକାଂକ୍ଷିତ ଦେଶକୁ ଏକ ଉଚ୍ଛିନ୍ନ ଦେଶରେ ପରିଣତ କଲେ।”


ତାଙ୍କ ପାଖରେ ବହୁ ଧନସମ୍ପତ୍ତି ନେବାକୁ ଅଛି। ତାଙ୍କର ରୂପା ଓ ସୁନା ନିଅ।


ଇସ୍ରାଏଲ ତା'ର ଭାଇମାନଙ୍କ ସହିତ ବଢ଼େ। କିନ୍ତୁ ଏକ ଶକ୍ତିଶାଳୀ ପୂର୍ବୀୟ ପବନ ଆସିବ, ଏହା ସଦାପ୍ରଭୁ ପ୍ରେରିତ ବାୟୁ ମରୁଭୂମିରୁ ପ୍ରବାହିତ ହେବ। ତା'ପରେ ଇସ୍ରାଏଲର କୂଅ ଶୁଖିଯିବ। ଜଳପୂର୍ଣ୍ଣ ଝରଣାଗୁଡ଼ିକ ଶୁଖିଯିବ। ସେହି ପବନ ସମସ୍ତ ମୂଲ୍ୟବାନ ବସ୍ତୁ ଇସ୍ରାଏଲର ଭଣ୍ତାରରୁ ଉଡ଼ାଇ ନେଇଯିବ।


ସେ ସେମାନଙ୍କର ପ୍ରତିମାଗୁଡ଼ିକୁ, ସେମାନଙ୍କର ଦେବଗଣଙ୍କୁ ଓ ସୁନା, ରୂପାର ମନୋହର ପାତ୍ରଗୁଡ଼ିକୁ ମିଶରକୁ ନେଇଯିବ। କିଛି ବର୍ଷ ପାଇଁ ସେ ଉତ୍ତର ଦେଶୀୟ ରାଜାଙ୍କ ପାଇଁ ଆଉ ବିବ୍ରତ ହେବ ନାହିଁ।


ସେମାନେ ତୁମ୍ଭକୁ କବର ଭିତରକୁ ଘେନି ଆସିବେ। ଆଉ ତୁମ୍ଭେ ସମୁଦ୍ରର ମଧ୍ୟସ୍ଥାନରେ ହତ ଲୋକମାନଙ୍କ ମୃତ ତୁଲ୍ୟ ମୃତ୍ୟୁ ଭୋଗ କରିବ।


ସୋର ସମୁଦ୍ର ମଧ୍ୟରେ ଜାଲ ପ୍ରସାରିବାର ସ୍ଥାନ ହେବ; କାରଣ ମୋର ପ୍ରଭୁ ସଦାପ୍ରଭୁ କହନ୍ତି,” ମୁଁ ଏହା କରିଅଛି। “ଆଉ ସେ ଗୋଷ୍ଠୀମାନଙ୍କ ପ୍ରତି ଲୁଟିତ ଦ୍ରବ୍ୟ ସ୍ୱରୂପ ହେବେ।


ହେ ମେଷପାଳକଗଣ, ତୁମ୍ଭେମାନେ ହାହାକାର ଓ କ୍ରନ୍ଦନ କର। ହେ ମେଷଗଣର ଅଧିପତିମାନେ, ତୁମ୍ଭେମାନେ ଭୂମିରେ ଗଡ଼। କାରଣ ତୁମ୍ଭମାନଙ୍କର ହତ୍ୟା ସମୟ ବର୍ତ୍ତମାନ ଆଗତ ହେଲା। ତୁମ୍ଭମାନଙ୍କୁ ଆମ୍ଭେ ଖଣ୍ଡ ଖଣ୍ଡ କରିବା। ତୁମ୍ଭେମାନେ ଭଗ୍ନପାତ୍ର ତୁଲ୍ୟ ବିକ୍ଷିପ୍ତ ହୋଇପଡ଼ିବ।


ସେହି ମନୋରମ ଫଳ କ୍ଷେତ ଓ ଫଳବତୀ ଦ୍ରାକ୍ଷାଲତା ନିମନ୍ତେ ଦୁଃଖରେ ଛାତିକୁ ମାରି ହେବେ। ରୋଦନ କର କାରଣ ତୁମ୍ଭର କ୍ଷେତ ଶୂନ୍ୟ ଓ ଦ୍ରାକ୍ଷାଲତା ଫଳହୀନ।


ସଦାପ୍ରଭୁ ସମୁଦ୍ର ଉପରେ ତାଙ୍କର ହସ୍ତ ବିସ୍ତାର କରିଛନ୍ତି। ସେ ସୋର ବିପକ୍ଷରେ ଯୁଦ୍ଧ ପାଇଁ ଦେଶଗୁଡ଼ିକୁ ଏକତ୍ର କରିଛନ୍ତି। ସେ କିଣାନର ଦୃଢ଼ ଦୁର୍ଗଗୁଡ଼ିକ ଧ୍ୱଂସ କରିବାକୁ ଆଜ୍ଞା ଦେଇଛନ୍ତି।


ବସନ୍ତ ଋତୁରେ, ରାଜା ନବୂଖ‌ଦ୍‌ନିତ୍ସର ଯିହୋୟାଖୀ‌ନଙ୍କୁ ଆଣିବା ନିମନ୍ତେ କେତେକ ଭୃତ୍ୟଙ୍କୁ ପଠାଇଲେ। ସେମାନେ ଯିହୋୟାଖୀନ୍ ଓ ସଦାପ୍ରଭୁଙ୍କ ମନ୍ଦିରରୁ ବହୁମୂଲ୍ୟ ଧନ ସମ୍ପତ୍ତିରୁ କିଛି ବାବିଲକୁ ନେଇଗଲେ। ନବୂଖ‌ଦ୍‌ନିତ୍ସରର ସିଦିକିୟଙ୍କୁ ଯିହୁଦା ଓ ଯିରୁଶାଲମର ନୂତନ ରାଜା ରୂପେ ମନୋନୀତ କଲେ। ସିଦିକିୟ ଯିହୋୟାଖୀ‌ନଙ୍କର ଜଣେ ଆତ୍ମୀୟ ଥିଲେ।


ଆଉ ପ୍ରହରୀବର୍ଗର ସେନାପତିଙ୍କ ସଙ୍ଗେ ଥିବା ସମସ୍ତ କ‌‌ଲ୍‌‌ଦୀୟ ସୈନ୍ୟ ଯିରୁଶାଲମର ଚତୁର୍ଦ୍ଦିଗସ୍ଥ ପ୍ରାଚୀର ଭଗ୍ନ କଲେ।


Swiv nou:

Piblisite


Piblisite