Biblia Todo Logo
Bib sou entènèt

- Piblisite -




ଯିହିଜିକଲ 26:1 - ପବିତ୍ର ବାଇବଲ

1 ଅନନ୍ତର ଏକାଦଶ ବର୍ଷର ମାସର ପ୍ରଥମ ଦିନରେ ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ,

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ଅନନ୍ତର ଏକାଦଶ ବର୍ଷରେ, ମାସର ପ୍ରଥମ ଦିନରେ ସଦାପ୍ରଭୁଙ୍କର ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା, ଯଥା,

Gade chapit la Kopi

ଓଡିଆ ବାଇବେଲ

1 ଏଥିଉତ୍ତାରେ ଏକାଦଶ ବର୍ଷର ମାସର ପ୍ରଥମ ଦିନରେ ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା ଏବଂ ସେ କହିଲେ,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ଏଥିଉତ୍ତାରେ ଏକାଦଶ ବର୍ଷର ମାସର ପ୍ରଥମ ଦିନରେ ସଦାପ୍ରଭୁଙ୍କର ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା ଏବଂ ସେ କହିଲେ,

Gade chapit la Kopi




ଯିହିଜିକଲ 26:1
14 Referans Kwoze  

ଅନନ୍ତର ସପ୍ତମ ବାର୍ଷିକ ପଞ୍ଚମ ମାସର ଦଶମ ଦିନରେ ଇସ୍ରାଏଲ ବଂଶୀୟ ପ୍ରାଚୀନବର୍ଗଙ୍କ ମଧ୍ୟରୁ କେତେ ଜଣ ସଦାପ୍ରଭୁଙ୍କ ପରାମର୍ଶ ନିମନ୍ତେ ଆସି ମୋ’ ସମ୍ମୁଖରେ ବସିଲେ।


ଅନନ୍ତର ଷଷ୍ଠ ବର୍ଷର ଷଷ୍ଠ ମାସର ପଞ୍ଚମ ଦିନରେ ଆମ୍ଭେ ଆପଣା ଗୃହରେ ବସିଥିଲୁ ଓ ଯିହୁଦାର ପ୍ରାଚୀନମାନେ ଆମ୍ଭ ସମ୍ମୁଖରେ ବସିଥିଲେ। ଏହି ସମୟରେ ମୋର ପ୍ରଭୁ, ସଦାପ୍ରଭୁଙ୍କର ହସ୍ତ ମୋ’ ଉପରେ ଅଧିଷ୍ଠିତ ହେଲା।


ସିଦିକିୟର ରାଜତ୍ୱର ଏକାଦଶ ବର୍ଷର ଚତୁର୍ଥ ମାସର ନବମ ଦିନରେ ଏହି ନଗରର ପ୍ରାଚୀର ଭଙ୍ଗାଗଲା ଓ ଯିରୁଶାଲମକୁ କରଗତ କରାଗଲା।


ମୋର କ୍ରୋଧଦ୍ୱାରା ସେମାନଙ୍କୁ ଦଣ୍ଡିତ କରି ମୁଁ ସେମାନଙ୍କ ବିରୁଦ୍ଧରେ କଠୋର ପ୍ରତିଶୋଧ ନେବି ଏବଂ ସେମାନେ ଜାଣିବେ ଯେ, ମୁଁ ସଦାପ୍ରଭୁ ସେମାନଙ୍କ ଉପରେ ପ୍ରତିଶୋଧ ନେଲି।”


“ହେ ମନୁଷ୍ୟ ପୁତ୍ର, କାରଣ ସୋର ଯିରୁଶାଲମର ଦୁର୍ଭାଗ୍ୟ ସମୟରେ ଏହା କହି ପରିହାସ କରିଛି, କହିଛି: ‘ଜୟଧ୍ୱନିରେ ଦେଶର ଫାଟକ ଭାଙ୍ଗି ଗଲା ଏବଂ ମୋ’ ପାଇଁ ଖୋଲି ଗଲା। ବର୍ତ୍ତମାନ ମୁଁ ଉନ୍ନତି କରିବି।’”


ଦଶମ ବର୍ଷର ଦଶମ ମାସର ଦ୍ୱାଦଶ ଦିନରେ ମୋର ପ୍ରଭୁ ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ,


ଅନନ୍ତର ସତାଇଶ୍ ବର୍ଷର ପ୍ରଥମ ମାସର ପ୍ରଥମ ଦିନରେ ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ,


ଅନନ୍ତର ଏକାଦଶ ବର୍ଷର ପ୍ରଥମ ମାସର ସପ୍ତମ ଦିନରେ ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା, ସେ କହିଲେ,


ଆମ୍ଭେ ଦେଖି ପାରୁଛୁ ଇଫ୍ରୟିମ ତା'ର ପିଲାମାନଙ୍କୁ ଯନ୍ତା ମଧ୍ୟକୁ ନେଉଛି। ଇଫ୍ରୟିମ ତା'ର ପିଲାମାନଙ୍କୁ ଘାତକ ନିକଟକୁ ଆଣୁଛି।


ତୁମ୍ଭର ଧନ, ତୁମ୍ଭର ବାଣିଜ୍ୟ ଦ୍ରବ୍ୟ, ତୁମ୍ଭର ବାଣିଜ୍ୟ, ତୁମ୍ଭର ନାବିକଗଣ, ତୁମ୍ଭର କର୍ଣ୍ଣଧାରମାନେ, ତୁମ୍ଭ ଜାହାଜର ଛିଦ୍ର ବଟାଳିକା ଲୋକମାନେ, ତୁମ୍ଭ ବାଣିଜ୍ୟ ଦ୍ରବ୍ୟ ବହିବା ଲୋକମାନେ, ତୁମ୍ଭର ମଧ୍ୟବର୍ତ୍ତୀ ସମସ୍ତ ଯୋଦ୍ଧାମାନେ ଓ ତୁମ୍ଭର ମଧ୍ୟବର୍ତ୍ତୀ ସମସ୍ତ ସମାଜ ତୁମ୍ଭର ପତନ ଦିନରେ ସମୁଦ୍ର ମଧ୍ୟସ୍ଥଳରେ ଜଳମଗ୍ନ ହେବେ।


ଅନନ୍ତର ସଦାପ୍ରଭୁଙ୍କ ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ,


ସଦାପ୍ରଭୁ ଏହିକଥା କହନ୍ତି: “ଆମ୍ଭେ ନିଶ୍ଚିତ ସୋରର ଲୋକମାନଙ୍କୁ ଦଣ୍ତ ଦେବା କାରଣ ସେମାନେ ବହୁ ଅପରାଧ କରିଥିଲେ। ଆଉ ମଧ୍ୟ ସେମାନେ ସମଗ୍ର ଜାତିକୁ ନେଇଗଲେ ଏବଂ ସେମାନଙ୍କୁ କ୍ରୀତଦାସ ରୂପେ ଇଦୋମକୁ ପ୍ରେରଣ କରିଥିଲେ। ସେମାନେ ଇସ୍ରାଏଲୀୟମାନଙ୍କ ସହିତ ବନ୍ଧୁତ୍ୱ ଚୁକ୍ତିକୁ ମନେ ପକାଇ ନ ଥିଲେ।


ଏହା ମଧ୍ୟ ସତ୍ୟ ଯେ, ହମାତ୍, ସୋର ଓ ସୀଦୋନ ସୀମାରେ ଅବସ୍ଥିତ ଅଟେ। କାରଣ ସେମାନେ ଅତି ବୁଦ୍ଧିମାନ। ସୋର ନିଜ ପାଇଁ ଦୁର୍ଗ ନିର୍ମାଣ କଲା।


Swiv nou:

Piblisite


Piblisite