ଯିହିଜିକଲ 20:1 - ପବିତ୍ର ବାଇବଲ1 ଅନନ୍ତର ସପ୍ତମ ବାର୍ଷିକ ପଞ୍ଚମ ମାସର ଦଶମ ଦିନରେ ଇସ୍ରାଏଲ ବଂଶୀୟ ପ୍ରାଚୀନବର୍ଗଙ୍କ ମଧ୍ୟରୁ କେତେ ଜଣ ସଦାପ୍ରଭୁଙ୍କ ପରାମର୍ଶ ନିମନ୍ତେ ଆସି ମୋ’ ସମ୍ମୁଖରେ ବସିଲେ। Gade chapit laପବିତ୍ର ବାଇବଲ (Re-edited) - (BSI)1 ଅନନ୍ତର ସପ୍ତମ ବର୍ଷର ପଞ୍ଚମ ମାସରେ, ମାସର ଦଶମ ଦିନରେ, ଇସ୍ରାଏଲ ବଂଶୀୟ ପ୍ରାଚୀନବର୍ଗଙ୍କ ମଧ୍ୟରୁ କେତେକ ଜଣ ସଦାପ୍ରଭୁଙ୍କ ନିକଟରେ ପଚାରିବା ପାଇଁ ଆସି ମୋʼ ସମ୍ମୁଖରେ ବସିଲେ। Gade chapit laଓଡିଆ ବାଇବେଲ1 ଏଥିଉତ୍ତାରେ ସପ୍ତମ ବର୍ଷର ପଞ୍ଚମ ମାସରେ, ମାସର ଦଶମ ଦିନରେ, ଇସ୍ରାଏଲ ବଂଶୀୟ ପ୍ରାଚୀନବର୍ଗଙ୍କ ମଧ୍ୟରୁ କେତେକ ଜଣ ସଦାପ୍ରଭୁଙ୍କ ନିକଟରେ ପଚାରିବା ପାଇଁ ଆସି ମୋ’ ସମ୍ମୁଖରେ ବସିଲେ। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT1 ଏଥିଉତ୍ତାରେ ସପ୍ତମ ବର୍ଷର ପଞ୍ଚମ ମାସରେ, ମାସର ଦଶମ ଦିନରେ, ଇସ୍ରାଏଲ ବଂଶୀୟ ପ୍ରାଚୀନବର୍ଗଙ୍କ ମଧ୍ୟରୁ କେତେକ ଜଣ ସଦାପ୍ରଭୁଙ୍କ ନିକଟରେ ପଚାରିବା ପାଇଁ ଆସି ମୋʼ ସମ୍ମୁଖରେ ବସିଲେ। Gade chapit la |
ରାଜା ଗୋଟିଏ ଦୂତ ଇଲୀଶାୟଙ୍କ ନିକଟକୁ ପଠାଇଲେ। ଇଲୀଶାୟ ସେତେବେଳେ ପ୍ରାଚୀନବର୍ଗଙ୍କ ସହ ତାଙ୍କ ଘରେ ବସିଥିଲେ। ଦୂତ ପହଞ୍ଚିବା ପୂର୍ବରୁ ଇଲୀଶାୟ ସେହି ପ୍ରାଚୀନବର୍ଗଙ୍କୁ କହିଲେ, “ଏଠାକୁ ଦେଖ, ଏହି ନରହତ୍ୟାକାରୀର ପୁତ୍ର ମୋର ମୁଣ୍ତ ଛେଦନ କରିବାକୁ ଲୋକ ପଠାଇଛି। ଦେଖ, ସେ ଦୂତ ପହଞ୍ଚିଲା ବେଳେ ଦ୍ୱାର ବନ୍ଦ କର ଓ ତାକୁ ଗୃହରେ ପ୍ରବେଶ ନ କରାଇ ଦେବା ପାଇଁ ଦ୍ୱାରକୁ ଦୃଢ଼ ଭାବରେ ଧର। ମୁଁ ଶୁଣେ ତା’ ପ୍ରଭୁର ପଦଶବ୍ଦ ତା'ର ପଛରେ।”
ପଶ୍ହୂର ଓ ସିଫନିୟ ଯିରିମିୟଙ୍କୁ କହିଲେ, “ତୁମ୍ଭେ ଆମ୍ଭମାନଙ୍କ ପାଇଁ ସଦାପ୍ରଭୁଙ୍କୁ ପ୍ରାର୍ଥନା କର, କାରଣ ବାବିଲର ରାଜା ନବୂଖଦ୍ନିତ୍ସର ଆମ୍ଭମାନଙ୍କ ବିରୁଦ୍ଧରେ ଯୁଦ୍ଧ କରୁଅଛି। ସଦାପ୍ରଭୁ ଆମ୍ଭମାନଙ୍କ ସପକ୍ଷରେ ସମସ୍ତ ଆଶ୍ଚର୍ଯ୍ୟ କ୍ରିୟା କରି ପାରନ୍ତି, ଯେପରି ସେ ଅତୀତରେ କରିଥିଲେ। ଆଉ ମଧ୍ୟ ସଦାପ୍ରଭୁ ତାଙ୍କୁ ଆକ୍ରମଣରୁ ବିରତ କରାଇବେ ଓ ସେ ପ୍ରସ୍ଥାନ କରିବ।”