Biblia Todo Logo
Bib sou entènèt

- Piblisite -




ଯିହିଜିକଲ 2:5 - ପବିତ୍ର ବାଇବଲ

5 ସେମାନେ ବିଦ୍ରୋହୀ ବଂଶ, ସେମାନେ ତୁମ୍ଭ କଥା ଶୁଣନ୍ତୁ ବା ନ ଶୁଣନ୍ତୁ, ତୁମ୍ଭେମାନେ ଏହିସବୁ କଥା ନିଶ୍ଚୟ କହିବ, ଯାହା ଫଳରେ ସେମାନେ ଜାଣିବେ ଯେ, ସେମାନଙ୍କ ମଧ୍ୟରେ ଜଣେ ଭବିଷ୍ୟ‌ଦ୍‌ବକ୍ତା ପହଞ୍ଚିଛନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ସେମାନେ ବିଦ୍ରୋହୀ-ବଂଶ, ଏଣୁ ଶୁଣନ୍ତୁ ଅବା ନ ଶୁଣନ୍ତୁ, ତଥାପି ସେମାନଙ୍କ ମଧ୍ୟରେ ଜଣେ ଭବିଷ୍ୟଦ୍ବକ୍ତା ଉପସ୍ଥିତ ହୋଇଅଛି ବୋଲି ଜ୍ଞାତ ହେବେ।

Gade chapit la Kopi

ଓଡିଆ ବାଇବେଲ

5 ସେମାନେ ବିଦ୍ରୋହୀ-ବଂଶ, ଏଣୁ ଶୁଣନ୍ତୁ ଅବା ନ ଶୁଣନ୍ତୁ, ତଥାପି ସେମାନଙ୍କ ମଧ୍ୟରେ ଜଣେ ଭବିଷ୍ୟଦ୍‍ବକ୍ତା ଉପସ୍ଥିତ ହୋଇଅଛି ବୋଲି ଜ୍ଞାତ ହେବେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ସେମାନେ ବିଦ୍ରୋହୀ ବଂଶ, ଏଣୁ ଶୁଣନ୍ତୁ ଅବା ନ ଶୁଣନ୍ତୁ, ତଥାପି ସେମାନଙ୍କ ମଧ୍ୟରେ ଜଣେ ଭବିଷ୍ୟଦ୍‍ବକ୍ତା ଉପସ୍ଥିତ ହୋଇଅଛି ବୋଲି ଜ୍ଞାତ ହେବେ।

Gade chapit la Kopi




ଯିହିଜିକଲ 2:5
20 Referans Kwoze  

ଏବଂ ଯେତେବେଳେ ଏହା ସତ ହୁଏ ଏବଂ ଏହା ଆସୁଛି, ତା'ପରେ ସେମାନେ ଜାଣିବେ ଯେ, ସେମାନଙ୍କ ମଧ୍ୟରେ ଜଣେ ଭବିଷ୍ୟ‌ଦ୍‌ବକ୍ତା ଥିଲେ।’”


କିନ୍ତୁ ତୁମ୍ଭର ପାଟି ଆମ୍ଭ ଆଜ୍ଞାରେ ଫିଟିବ। ତା'ପରେ ତୁମ୍ଭେ ସେମାନଙ୍କୁ କହିବ, ‘ସଦାପ୍ରଭୁ ମୋର ପ୍ରଭୁ ଏହି କଥା କହନ୍ତି।’ ଯଦି ସେମାନେ ଇଚ୍ଛା କରନ୍ତି, ଶୁଣନ୍ତୁ ବା ଯଦି ସେମାନେ ଇଚ୍ଛା ନ କରନ୍ତି ବା ନ ଶୁଣନ୍ତି, ଯେହେତୁ ସେମାନେ ବିଦ୍ରୋହୀ ଜାତି ଅଟନ୍ତି।


ମୁଁ ଯଦି ଆସି ନ ଥା'ନ୍ତି ଓ ଏଜଗତର ଲୋକମାନଙ୍କୁ କହି ନ ଥା'ନ୍ତି, ତେବେ ସେମାନେ ପାପରେ ଦୋଷୀ ବୋଲି ବିବେଚିତ ହୁଅନ୍ତେ ନାହିଁ। କିନ୍ତୁ ମୁଁ ବର୍ତ୍ତମାନ ସେମାନଙ୍କୁ କହିଛି। ତେଣୁ ତାହାଙ୍କ ପାପ ପାଇଁ ସେମାନଙ୍କ ପାଖରେ କୌଣସି ଆଳ ନାହିଁ।


କିନ୍ତୁ ପାଉଲ ଓ ବର୍ଣ୍ଣ‌ବ୍‌‌ବା ସାହସର ସହିତ କହିଲେ, “ପରମେଶ୍ୱରଙ୍କର ସୁସମାଗ୍ଭର ତୁମ୍ଭମାନଙ୍କ ନିକଟରେ ପ୍ରଥମେ କୁହାଯିବା ଆବଶ୍ୟକ ଥିଲା। କିନ୍ତୁ ତୁମ୍ଭେମାନେ ତାହା ଅସ୍ୱୀକାର କରିବାରୁ ତୁମ୍ଭେମାନେ ଅନନ୍ତ ଜୀବନ ପାଇଁ ନିଜକୁ ଯୋଗ୍ୟ ଭାବି ନ ଥିବାରୁ ଆମ୍ଭେମାନେ ଅନ୍ୟଜାତୀୟମାନଙ୍କ ପାଖକୁ ଯିବା।


ସେମାନେ ଶୁଣନ୍ତୁ ବା ନ ଶୁଣନ୍ତୁ ମୁଁ ତୁମ୍ଭଙ୍କୁ ଯାହା କହୁଛି, ସେସବୁକୁ ତୁମ୍ଭେ ସେମାନଙ୍କୁ କୁହ କାରଣ ସେମାନେ ଅତ୍ୟନ୍ତ ବିଦ୍ରୋହୀ।


ଏହା ସତ୍ୟ ଯେ, କେତେକ ଯିହୂଦୀ ପରମେଶ୍ୱରଙ୍କର ବିଶ୍ୱସ୍ତ ନ ଥିଲେ। କିନ୍ତୁ ସେମାନଙ୍କ ଅବିଶ୍ୱସ୍ତତା କ’ଣ ପରମେଶ୍ୱରଙ୍କୁ ନିଜ ପ୍ରତିଜ୍ଞା ରଖିବାରେ ବାଧା ଦେବ?


କିନ୍ତୁ ଯଦି ସେହି ଦୁଷ୍ଟ ଲୋକକୁ ସଚେତନ କଲାପରେ ତା'ର ଜୀବନ ପଥ ନ ବଦଳାଏ ଓ ପାପରୁ ନିବୃତ୍ତ ନ ହୁଏ, ତେବେ ସେ ତାହାର ପାପ ଯୋଗୁଁ ମରିବ। କିନ୍ତୁ ତୁମ୍ଭେ ନିଜର ପ୍ରାଣ ବଞ୍ଚାଇବ।


“ମାତ୍ର ତୁମ୍ଭେ ଯଦି ଦୁଷ୍ଟ ମନୁଷ୍ୟକୁ ସତର୍କ କରିଥାଅ ଆଉ ସେ ଆପଣା ପାପରୁ ଓ କୁପଥରୁ ନ ଫେରେ; ସେ ନିଜ ଦୋଷ ଯୋଗୁଁ ମରିବ। କିନ୍ତୁ ତୁମ୍ଭେ ତାକୁ ସତର୍କ କରିବା ଦ୍ୱାରା ଆପଣା ପ୍ରାଣରକ୍ଷା କର।


ଏଣୁ ରାଜା ଯିହୋୟାକୀମ୍ ପୁସ୍ତକ ଆଣିବା ପାଇଁ ଯିହୁଦୀକୁ ପଠାଇଲେ ଓ ସେ ଇଲୀଶାମା ଲେଖକର କୋଠରୀରୁ ତାହା ଆଣିଲେ। ତା'ପରେ ଯିହୁଦୀ ରାଜା ଓ ରାଜାଙ୍କ ଗ୍ଭରି ପାଖରେ ଛିଡ଼ା ହୋଇଥିବା ବ୍ୟକ୍ତି ସମସ୍ତ ଅଧିପତିମାନଙ୍କ କର୍ଣ୍ଣଗୋଚରରେ ତାହା ପାଠ କଲେ।


“ହେ ଯିହୁଦାର ଅବଶିଷ୍ଟ ଲୋକେ, ସଦାପ୍ରଭୁ ତୁମ୍ଭମାନଙ୍କ ବିଷୟରେ ଏହିକଥା କହି ଅଛନ୍ତି, ‘ତୁମ୍ଭେମାନେ ମିଶରକୁ ଯାଅ ନାହିଁ।’ ମୁଁ ଆଜି ତୁମ୍ଭମାନଙ୍କୁ ଏହି ସାକ୍ଷ୍ୟ ଦେଲି, ଏହା ନିଶ୍ଚୟ ଜାଣ।


“ହେ ମନୁଷ୍ୟ ପୁତ୍ର, ତୁମ୍ଭେ କ’ଣ କରୁଅଛ ବୋଲି ସେହି ଇସ୍ରାଏଲର ବିଦ୍ରୋହୀବଂଶ ତୁମ୍ଭକୁ ପଗ୍ଭରିଲେ କି?


ଆଉ ଇସ୍ରାଏଲର ଅବଜ୍ଞାକାରୀଙ୍କୁ କୁହ, ‘ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି। ହେ ଇସ୍ରାଏଲ ବଂଶ, ତୁମ୍ଭେମାନେ କରିଥିବା ଘୃଣ୍ୟକର୍ମ ତୁମ୍ଭମାନଙ୍କର ଯଥେଷ୍ଟ ହୋଇଛି।


ଏହା ପରେ ପରମେଶ୍ୱରଙ୍କ ଲୋକ ଇଲୀଶାୟ ଶୁଣିଲେ ଯେ ଇସ୍ରାଏଲର ରାଜା ନିଜର ବସ୍ତ୍ର ଚିରିଛନ୍ତି, ସେ ଗୋଟିଏ ବାର୍ତ୍ତା ରାଜାଙ୍କ ନିକଟକୁ ପଠାଇ କହିଲେ, “ତୁମ୍ଭେ କାହିଁକି ନିଜର ବସ୍ତ୍ର ଚିରିଲ। ନାମାନ୍ ମୋ’ ନିକଟକୁ ଆସୁ, ତାହାହେଲେ ଇସ୍ରାଏଲରେ ଭବିଷ୍ୟ‌ଦ୍‌ବକ୍ତା ଅଛନ୍ତି, ସେ ଜାଣିବ।”


ତା'ପରେ ଆମ୍ଭେ ତୁମ୍ଭ ଜିହ୍ୱାକୁ ତୁମ୍ଭ ମୁଖର ତାଳୁରେ ଯୁକ୍ତ କରିବା, ଫଳରେ ତୁମ୍ଭେ ନୀରବ ରହିବ ଓ ସେମାନଙ୍କୁ ଗାଳି ଦେବାକୁ ସମର୍ଥ ହେବ ନାହିଁ। ଯଦିଓ ସେମାନେ ଗୋଟିଏ ବିଦ୍ରୋହୀ ଜାତି ଅଟନ୍ତି।


“ତୁମ୍ଭେ ସେହି ବିଦ୍ରୋହୀ ଜାତିକୁ କୁହ, ଇସ୍ରାଏଲ ତୁମ୍ଭେ କ’ଣ ଏସବୁର ତାତ୍ପର୍ଯ୍ୟ ଜାଣ ନାହିଁ? ସେମାନଙ୍କୁ କୁହ, ଦେଖ, ବାବିଲର ରାଜା ଯିରୁଶାଲମକୁ ଆସି ତହିଁର ରାଜାଙ୍କୁ ଓ ତହିଁର ମୁଖ୍ୟଗଣଙ୍କୁ ଆପଣାର ନ୍ୟାୟାଳୟ ବାବିଲକୁ ନେଇଗଲା।


ଏହି ବିଦ୍ରୋହୀ ଲୋକମାନଙ୍କ ବିରୁଦ୍ଧରେ ଗୋଟିଏ ନୀତିଗଳ୍ପ କୁହ। ସେମାନଙ୍କୁ କୁହ, ‘ସଦାପ୍ରଭୁ ମୋର ପ୍ରଭୁ ଏହି କଥା କହନ୍ତି, “‘ହଣ୍ଡା ନିଆଁରେ ବସାଅ ଓ ତାହା ମଧ୍ୟରେ ପାଣି ଢାଳି ଦିଅ।


Swiv nou:

Piblisite


Piblisite