Biblia Todo Logo
Bib sou entènèt

- Piblisite -




ଯିହିଜିକଲ 19:4 - ପବିତ୍ର ବାଇବଲ

4 “‘ନାନା ଦେଶୀୟମାନେ ତାହା ବିଷୟରେ ଶୁଣିଲେ ଓ ସେମାନେ ତାକୁ ଯନ୍ତାରେ ଧରିଲେ। ସେମାନେ ତା’ ପାଟିରେ ଅଙ୍କୁଶ ଦେଇ ତାହାକୁ ମିଶରକୁ ଆଣିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 ନାନା ଦେଶୀୟମାନେ ତାହାର ବିଷୟ ଶୁଣିଲେ, ସେମାନଙ୍କର ଗର୍ତ୍ତରେ ସେ ଧରା ପଡ଼ିଲା ଓ ସେମାନେ ଅଙ୍କୁଶ ଦ୍ଵାରା ତାହାକୁ ମିସର ଦେଶକୁ ଆଣିଲେ।

Gade chapit la Kopi

ଓଡିଆ ବାଇବେଲ

4 ନାନା ଦେଶୀୟମାନେ ତାହାର ବିଷୟ ଶୁଣିଲେ, ସେମାନଙ୍କର ଗର୍ତ୍ତରେ ସେ ଧରା ପଡ଼ିଲା ଓ ସେମାନେ ଅଙ୍କୁଶ ଦ୍ୱାରା ତାହାକୁ ମିସର ଦେଶକୁ ଆଣିଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ନାନା ଦେଶୀୟମାନେ ତାହାର ବିଷୟ ଶୁଣିଲେ, ସେମାନଙ୍କର ଗର୍ତ୍ତରେ ସେ ଧରାପଡ଼ିଲା ଓ ସେମାନେ ଅଙ୍କୁଶ ଦ୍ୱାରା ତାହାକୁ ମିସର ଦେଶକୁ ଆଣିଲେ।

Gade chapit la Kopi




ଯିହିଜିକଲ 19:4
8 Referans Kwoze  

ମିଶରର ରାଜା ଯିହୋୟାହ‌ସଙ୍କ ଭ୍ରାତା ଇଲୀୟାକୀମଙ୍କୁ ଯିହୁଦା ଓ ଯିରୁଶାଲମର ନୂତନ ରାଜା କଲେ। ଏହା ପରେ ମିଶରର ରାଜା ଇଲୀୟାକୀ‌ମ୍‌ଙ୍କର ନାମକୁ ପରିବର୍ତ୍ତନ କରି ଯିହୋୟାକୀମ୍ ଦେଲେ। କିନ୍ତୁ ନଖୋ ଯିହୋୟାକୀ‌ମ୍‌ର ଭାଇ ଯିହୋୟାହ‌ସଙ୍କୁ ମିଶରକୁ ନେଇଗଲେ।


ବାବିଲର ରାଜା ନବୂଖ‌ଦ୍‌ନିତ୍ସର ଯିହୁଦାକୁ ଆକ୍ରମଣ କଲେ। ସେ ଯିହୋୟାକୀ‌ମଙ୍କୁ ବନ୍ଦୀ କରି ନେଲେ ଓ ତାଙ୍କ ଉପରେ ପିତ୍ତଳର ଜଞ୍ଜିର ପକାଇଲେ। ଏହା ପରେ ନବୂଖ‌ଦ୍‌ନିତ୍ସର ରାଜା ଯିହୋୟାକୀ‌ମଙ୍କୁ ବାବିଲକୁ ନେଇଗଲେ।


ଏଣୁ ଯୋଶିୟର ପୁତ୍ର ଯିହୁଦାର ରାଜା ଯିହୋୟାକୀମ୍ ବିଷୟରେ ସଦାପ୍ରଭୁ ଏହି କଥା କହନ୍ତି, “ଯିହୁଦାର ଲୋକମାନେ, ‘ହାୟ, ଆମ୍ଭର ଭାଇ! ଅବା ହାୟ, ଆମ୍ଭ ଭଉଣୀ’ ବୋଲି ଡାକି ତାଙ୍କ ପାଇଁ ବିଳାପ କରିବେ ନାହିଁ। ‘ହାୟ ପ୍ରଭୁ, ହାୟ ତାଙ୍କର ମହିମା!’ ଏହା କହି ଲୋକେ ତାହା ପାଇଁ ବିଳାପ କରିବେ ନାହିଁ।


ଯିହୋୟାହସ୍ ଯେତେବେଳେ ରାଜା ହେଲେ ସେତେବେଳେ ତାଙ୍କୁ ତେଇଶ୍ ବର୍ଷ ହୋଇଥିଲା। ସେ ଯିରୁଶାଲମରେ ତିନି ମାସ ରାଜତ୍ୱ କଲେ। ତାଙ୍କର ମାତାଙ୍କ ନାମ ହମୁଟଲ୍, ସେ ଲି‌ବ୍‌ନା ନିବାସୀ ଯିରିମିୟର କନ୍ୟା ଥିଲେ।


ସେହି ପ୍ରତିପାଳିତ ଛୁଆମାନଙ୍କ ମଧ୍ୟରୁ ଗୋଟିଏ ଛୁଆ ଯୁବା ସିଂହ ହେଲା। ସେ ମୃଗୟା କରିବା ଶିଖିଲା ଓ ସେ ମନୁଷ୍ୟମାନଙ୍କୁ ଗ୍ରାସ କଲା।


“‘ତା'ର ମାତା ଆଶା କରିଥିଲା ସେହି ଯୁବା ସିଂହ ଅଧିପତି ହେବ, ମାତ୍ର ତା'ର ସେ ଆଶା ବିଫଳ ହେଲା। ତେଣୁ ସେ ଆପଣା ଛୁଆମାନଙ୍କ ମଧ୍ୟରୁ ଆଉ ଗୋଟିକୁ ନେଇ ତାକୁ ଯୁବାସିଂହ କଲା।


Swiv nou:

Piblisite


Piblisite