Biblia Todo Logo
Bib sou entènèt

- Piblisite -




ଯିହିଜିକଲ 15:3 - ପବିତ୍ର ବାଇବଲ

3 କୌଣସି କାର୍ଯ୍ୟ ନିମନ୍ତେ ତୁମ୍ଭେ କ’ଣ ସେହି କାଠ ନେବ? ନା! ଆଉ କୌଣସି ପାତ୍ର ଟାଙ୍ଗିବା ନିମନ୍ତେ ଲୋକେ କ’ଣ ସେଥିରୁ ମେଖ କରିବ? ନା!

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 କୌଣସି କାର୍ଯ୍ୟ ନିମନ୍ତେ କି ତହିଁରୁ କାଠ ନିଆଯିବ? ଅବା କୌଣସି ପାତ୍ର ଟଙ୍ଗାଇବା ନିମନ୍ତେ କି ଲୋକେ ତହିଁରୁ ମେଖ କରିବେ?

Gade chapit la Kopi

ଓଡିଆ ବାଇବେଲ

3 କୌଣସି କାର୍ଯ୍ୟ ନିମନ୍ତେ କି ତହିଁରୁ କାଠ ନିଆଯିବ ? ଅବା କୌଣସି ପାତ୍ର ଟଙ୍ଗାଇବା ନିମନ୍ତେ କି ଲୋକେ ତହିଁରୁ ମେଖ କରିବେ ?

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 କୌଣସି କାର୍ଯ୍ୟ ନିମନ୍ତେ କି ତହିଁରୁ କାଠ ନିଆଯିବ? ଅବା କୌଣସି ପାତ୍ର ଟଙ୍ଗାଇବା ନିମନ୍ତେ କି ଲୋକେ ତହିଁରୁ ମେଖ କରିବେ?

Gade chapit la Kopi




ଯିହିଜିକଲ 15:3
7 Referans Kwoze  

“ଲୁଣ ଭଲ ପଦାର୍ଥ। କିନ୍ତୁ ଲୁଣ ଯଦି ତା'ର ଲୁଣିଆ ଗୁଣ ହରାଇ ବସିବ, ତାକୁ ପୁଣି ଥରେ କିପରି ଲୁଣିଆ କରାଯାଇ ପାରିବ? ତେଣୁ ତୁମ୍ଭେ ଭଲ ଗୁଣରେ ପରିପୂର୍ଣ୍ଣ ହୁଅ। ସମସ୍ତେ ମିଳିମିଶି ଶାନ୍ତିରେ ରୁହ।”


“ତୁମ୍ଭେମାନେ ସମଗ୍ର ପୃଥିବୀ ପାଇଁ ଲୁଣ ସଦୃଶ। କିନ୍ତୁ ଲୁଣ ଯଦି ନିଜେ ସ୍ୱାଦହୀନ ହୋଇଯାଏ, ତେବେ ତାକୁ ଆଉଥରେ ଲୁଣିଆ କରା ଯାଇ ନ ପାରେ। ଲୁଣ ଆପଣା ଲୁଣିଆ ସ୍ୱାଦ ହରାଇଲେ ଆଉ କୌଣସି କାମରେ ଲାଗିପାରିବ ନାହିଁ। ତାକୁ ବାହାରେ ଫିଙ୍ଗି ଦିଆଯିବ। ଲୋକେ ତାକୁ ପାଦରେ ଚକଟି ଗ୍ଭଲିଯିବେ।


“ମାତ୍ର ଯିହୁଦାର ରାଜା ସିଦିକିୟ ସେହି ଅତି ମନ୍ଦ ଡିମ୍ବିରି ଫଳ ସଦୃଶ।” ତେଣୁ ସଦାପ୍ରଭୁ କହନ୍ତି, “ଆମ୍ଭେ ନିଶ୍ଚୟ ସିଦିକିୟକୁ, ତାହାର ଅଧିପତିଗଣକୁ ଓ ଯିରୁଶାଲମର ଯେଉଁ ଅବଶିଷ୍ଟାଂଶ ଲୋକେ ଏହି ଦେଶରେ ଅଛନ୍ତି, ସେମାନଙ୍କୁ ଓ ଯେଉଁମାନେ ମିଶର ଦେଶରେ ବାସ କରନ୍ତି, ସେମାନଙ୍କୁ ଆମ୍ଭେ ତ୍ୟାଗ କରିବା।


କିନ୍ତୁ ଯାୟେଲ ତମ୍ବୁର ଏକ ଖୁଣ୍ଟି ଓ ଏକ ହାତୁଡ଼ି ପାଇଲେ। ସୀଷରା କ୍ଳାନ୍ତରେ ଶୋଇଥିବା ସମୟରେ ଯାୟେଲ ଖୁଣ୍ଟିଟିକୁ ତା'ର ମୁଣ୍ଡରେ ଦେଇ ହାତୁଡ଼ିରେ ଆଘାତ କରନ୍ତେ ଖୁଣ୍ଟିଟି ସୀଷରାର ମୁଣ୍ଡରେ ଫୁଟି ମାଟିରେ ପଶିଗଲା! ଏହିପରି ଭାବରେ ସୀଷରା ମୃତ୍ୟୁବରଣ କଲା।


“ହେ ମନୁଷ୍ୟ ପୁତ୍ର, ଦ୍ରାକ୍ଷାଲତାର ଶାଖା, ବନସ୍ଥ ବୃକ୍ଷଗଣର ଶାଖା ଅପେକ୍ଷା କ’ଣ ଅଧିକ ଶକ୍ତ? ଏବଂ ଏହା ଅନ୍ୟ କୌଣସି ଶାଖା ଅପେକ୍ଷା ଭଲ କି?


ଲୋକେ କେବଳ ଜାଳ ହେବା ପାଇଁ ତାକୁ ଅଗ୍ନିରେ ପକାନ୍ତି। ତା'ର ଦୁଇମୁଣ୍ଡ ଅଗ୍ନିରେ ପୋଡ଼ିଯାଏ ଓ ମଝିଅଂଶ ଅର୍ଦ୍ଧଦ‌ଗ୍‌ଧ’ ରହେ। ତାହା କ’ଣ କୌଣସି କାର୍ଯ୍ୟରେ ଆସିବ?


Swiv nou:

Piblisite


Piblisite