Biblia Todo Logo
Bib sou entènèt

- Piblisite -




ଯିହିଜିକଲ 13:4 - ପବିତ୍ର ବାଇବଲ

4 “‘ହେ ଇସ୍ରାଏଲ, ତୁମ୍ଭର ଭବିଷ୍ୟ‌ଦ୍‌ବକ୍ତାଗଣ ଉଜଡ଼ା ସ୍ଥାନର କୋକିଶିଆଳୀ ତୁଲ୍ୟ ହୋଇଅଛନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 ହେ ଇସ୍ରାଏଲ, ତୁମ୍ଭର ଭବିଷ୍ୟଦ୍ବକ୍ତାମାନେ ଉଜଡ଼ା ସ୍ଥାନର କୋକି ତୁଲ୍ୟ ହୋଇଅଛନ୍ତି।

Gade chapit la Kopi

ଓଡିଆ ବାଇବେଲ

4 ହେ ଇସ୍ରାଏଲ, ତୁମ୍ଭର ଭବିଷ୍ୟଦ୍‍ବକ୍ତାମାନେ ଉଜଡ଼ା ସ୍ଥାନର ବିଲୁଆ ତୁଲ୍ୟ ହୋଇଅଛନ୍ତି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ହେ ଇସ୍ରାଏଲ, ତୁମ୍ଭର ଭବିଷ୍ୟଦ୍‍ବକ୍ତାମାନେ ଉଜଡ଼ା ସ୍ଥାନର ବିଲୁଆ ତୁଲ୍ୟ ହୋଇଅଛନ୍ତି।

Gade chapit la Kopi




ଯିହିଜିକଲ 13:4
16 Referans Kwoze  

କିନ୍ତୁ ସେହି ପଶୁ ବନ୍ଦୀ ହେଲା ଏବଂ ଭଣ୍ଡ ଭବିଷ୍ୟ‌‌ଦ୍‌‌‌‌ବକ୍ତା ମଧ୍ୟ ବନ୍ଦୀ ହେଲା। ଏହି ଭଣ୍ଡ ଭବିଷ୍ୟ‌‌ଦ୍‌‌‌‌ବକ୍ତା ସେହି ପଶୁ ପାଇଁ ବହୁତ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିଥିଲା। ଏହି ପଶୁ, ଯିଏ କି ପଶୁର ଚିହ୍ନ ଧାରଣ କରିଥିବା ଓ ତାହାର ପ୍ରତିମାକୁ ପୂଜା କରିଥିବା ଲୋକମାନଙ୍କୁ ଭ୍ରାନ୍ତ କରିଥିଲା, ସେ ବନ୍ଦୀ ହେଲା। ସେହି ଭଣ୍ଡ ଭବିଷ୍ୟ‌‌ଦ୍‌‌‌‌ବକ୍ତା ଓ ପଶୁଙ୍କୁ ଗନ୍ଧକ ଜଳୁଥିବା ଅଗ୍ନିପୂର୍ଣ୍ଣ ହ୍ରଦରେ ଜୀବନ୍ତ ଫିଙ୍ଗି ଦିଆଗଲା।


ତା'ହେଲେ ଆମ୍ଭେ ଆଉ ଶିଶୁ ହୋଇ ରହିବା ନାହିଁ। ସମୁଦ୍ରରେ ଜାହାଜ ଲହରୀ ହେତୁ ସ୍ଥାନ ପରିବର୍ତ୍ତନ କଲା ଭଳି ଆମ୍ଭକୁ ପ୍ରତାରଣା କରିବାକୁ ଚେଷ୍ଟା କରୁଥିବା ଲୋକମାନଙ୍କର ପ୍ରତ୍ୟେକ ପ୍ରକାରର ନୂତନ ଉପଦେଶ ଦ୍ୱାରା ଆମ୍ଭେ ଏଣେତେଣେ ଆଉ ଭାସି ଯିବା ନାହିଁ। ଏଭଳି ଲୋକେ ମନ୍ଦ ରାସ୍ତା ଗ୍ରହଣ କରିବା ପାଇଁ ଲୋକଙ୍କୁ ଛଳ ଓ ଧୂର୍ତ୍ତ ଯୋଜନାରେ ଚ୍ଛନ୍ଦନ୍ତି,


ଆମ୍ଭେ ଏହି ସମସ୍ୟା ବିଷୟରେ କଥାବାର୍ତ୍ତା ହେବାକୁ ଆବଶ୍ୟକ ମନେ କରୁଥିଲୁ। କାରଣ ଆମ୍ଭ ଦଳ ଭିତରକୁ କେତେକ ଭଣ୍ତ ଭାଇ ଲୁଚିଛପି ପଶି ଆସିଥିଲେ, ଓ ଯୀଶୁ ଖ୍ରୀଷ୍ଟଙ୍କଠାରେ ଥିବା ଆମ୍ଭର ସ୍ୱାଧୀନତା ଉପରେ ଗୋଇନ୍ଦାଗିରି କରି ଆମ୍ଭକୁ ଦାସ କରି ରଖିବାକୁ ଚେଷ୍ଟା କରୁଥିଲେ।


ଏହି ଲୋକମାନଙ୍କଠାରୁ ଦୂରରେ ରୁହ। ଏଭଳି ଲୋକେ ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ସେବା ନ କରି କେବଳ ନିଜ ସୁଖରେ ମାତି ଥା’ନ୍ତି। ସେମାନେ ଆକର୍ଷଣୀୟ ଓ ସୁନ୍ଦର କଥା କହି ଲୋକମାନଙ୍କୁ ବୋକା କରନ୍ତି ଓ ଯେଉଁମାନେ ମନ୍ଦ ବିଷୟରେ ଜାଣି ନାହାନ୍ତି, ସେମାନଙ୍କୁ ଭୁଲାନ୍ତି।


“ଭଣ୍ଡ ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତାଙ୍କଠାରୁ ଦୂରରେ ରୁହ। ସେମାନେ ତୁମ୍ଭ ପାଖକୁ ମେଣ୍ଢା ଭଳି ସରଳ ଓ ଭଦ୍ର ଭାବରେ ଆସନ୍ତି। କିନ୍ତୁ ସେମାନେ ପ୍ରକୃତରେ ହିଂସ୍ର ଗଧିଆ ଭଳି ଅଟନ୍ତି।


କେତେକ ଭବିଷ୍ୟ‌ଦ୍‌ବକ୍ତା ସଦାପ୍ରଭୁଙ୍କ ଲୋକଙ୍କୁ ମିଥ୍ୟା ବାକ୍ୟ କୁହନ୍ତି। ସଦାପ୍ରଭୁ ସେହି ଭବିଷ୍ୟ‌ଦ୍‌ବକ୍ତାମାନଙ୍କ ସମ୍ବନ୍ଧରେ ଏହି କଥା କୁହନ୍ତି, “ଏହି ଭବିଷ୍ୟ‌ଦ୍‌ବକ୍ତାଗଣ ନିଜର ଉଦର ଦ୍ୱାରା ପରିଗ୍ଭଳିତ ହୁଅନ୍ତି। ଯେଉଁ ଲୋକମାନେ ସେମାନଙ୍କୁ ଖାଦ୍ୟ ଦିଅନ୍ତି ସେହି ଲୋକମାନଙ୍କୁ ଶାନ୍ତି ପ୍ରଦାନ ପାଇଁ ସେମାନେ ପ୍ରତିଜ୍ଞା କରନ୍ତି। କିନ୍ତୁ ଯେଉଁମାନେ ସେମାନଙ୍କୁ ଖାଦ୍ୟ ଦିଅନ୍ତି ନାହିଁ ସେମାନେ ସେହି ଲୋକମାନଙ୍କ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରନ୍ତି।


ଯଦି କିଏ ଜଣେ ମିଥ୍ୟା ପ୍ରଗ୍ଭର କରେ ତେବେ ଲୋକମାନେ ତାକୁ ଗ୍ରହଣ କରିବେ। ଯଦି ସେ ଆସି କହେ, “ଭବିଷ୍ୟତରେ ପ୍ରଚୁର ଦ୍ରାକ୍ଷାରସ ଓ କଡ଼ା ସୁରା ମିଳିବ” ତେବେ ଏହି ଲୋକମାନେ ମିଥ୍ୟା ଭବିଷ୍ୟ‌ଦ୍‌ବାଣୀକୁ ଗ୍ରହଣ କରିବେ।


ଆମ୍ଭମାନଙ୍କ ଦ୍ରାକ୍ଷାକ୍ଷେତ୍ର ନଷ୍ଟ କରୁଥିବା ଛୋଟ କୋକିଶିଆଳିଗୁଡ଼ିକୁ ଧର। କାରଣ ଆମ୍ଭମାନଙ୍କ ଦ୍ରାକ୍ଷାକ୍ଷେତ୍ର ପୁଷ୍ପିତ ହୋଇଅଛି।


ମୋର ପ୍ରଭୁ ସଦାପ୍ରଭୁ ଏହା କହନ୍ତି, ଯେଉଁ ନିର୍ବୋଧ ଭବିଷ୍ୟ‌ଦ୍‌ବକ୍ତାମାନେ ପ୍ରକୃତ ଦର୍ଶନ ପ୍ରାପ୍ତ ନ ହୋଇ ନିଜ ନିଜ ଇଚ୍ଛାର ଅନୁସରଣ କରନ୍ତି, କିନ୍ତୁ ପ୍ରକୃତ ଦର୍ଶନ ଦେଖନ୍ତି ନାହିଁ।


ତୁମ୍ଭେମାନେ ଗଲ ନାହିଁ ଓ ଇସ୍ରାଏଲର ଚତୁର୍ପାର୍ଶ୍ୱର ଭଗ୍ନ ପ୍ରାଚୀର ତିଆରି କଲ ନାହିଁ, ଯାହା ଫଳରେ ସଦାପ୍ରଭୁଙ୍କର ସଂଗ୍ରାମରେ ଏହା ନିଜକୁ ନିଜେ ସୁରକ୍ଷା ଦେଇଥା’ନ୍ତ।


ସିୟୋନ ପର୍ବତ ଅନାଥା ସ୍ଥାନ ହୋଇଅଛି। କୋକିଶିଆଳିମାନେ ତା’ ଉପରେ ଭ୍ରମଣ କରନ୍ତି।


Swiv nou:

Piblisite


Piblisite